ବାହାର ରାଜ୍ୟରେ ଫଶିଛନ୍ତି ବିଏଡ୍‌ ପରୀକ୍ଷାର୍ଥୀ, ରାସ୍ତାକଡ଼ରେ ଭୋକରେ ପଡ଼ି ରହିଛନ୍ତି ଠିକା ଶ୍ରମିକ

ଭୁବନେଶ୍ୱର,୨୭ା୩(ବ୍ୟୁରୋ): ଲକ୍‌ଡାଉନ୍‌ ପାଇଁ ଭୁବନେଶ୍ୱରରେ ଅନ୍ୟ ଜିଲାର ଶହ ଶହ ଠିକା ଶ୍ରମିକ ଫସି ରହି ଭୋକ ଉପାସରେ ରାସ୍ତା କଡ଼ରେ ପଡି ରହିଛନ୍ତି। ଗୁରୁବାର ରାମ ମନ୍ଦିର ଓ ଏହାର ଆଖପାଖରେ ବହୁ ଶ୍ରମିକ ଏପରି ଦୟନୀୟ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। ବାଲେଶ୍ୱର ଅଞ୍ଚଳର ଜଣେ ଶ୍ରମିକ ଅଜିତ ନାୟକ କହିଛନ୍ତି, ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଜଣେ ଇଲେକ୍ଟ୍ରିକାଲ ଠିକାଦାରଙ୍କ ନିକଟରେ ତାଙ୍କ ସହ ବିଭିନ୍ନ ଜିଲାର ୧୦୦ରୁ ଊର୍ଦ୍ଧ୍ୱ ଶ୍ରମିକ କାମ କରୁଥିଲେ। ଲକ୍‌ଡାଉନ ପୂର୍ବଦିନ କଣ୍ଟ୍ରାକ୍ଟର ପ୍ରତ୍ୟେକଙ୍କୁ ୫୦୦ଟଙ୍କା ଧରାଇ ଚାଲିଗଲେ। ବସ୍‌ ଚଳାଚଳ ବନ୍ଦ ହୋଇଯିବାରୁ ଆମେ ଘରକୁ ଯାଇପାରିଲୁନି। ପ୍ରାୟ ୪୦ଜଣ ଚାଲିଚାଲି ଘର ଅଭିମୁଖେ ବାହାରିଥିବାବେଳେ ୫୦ରୁ ଉର୍ଦ୍ଧ୍ୱ ଶ୍ରମିକ ରାଜଧାନୀ ରାସ୍ତାକଡରେ ଦିନ ବିତାଉଛନ୍ତି। କେତେଜଣଙ୍କ ପାଖରେ ଟଙ୍କା ରହିଥିଲେ ମଧ୍ୟ ହୋଟେଲ ବନ୍ଦ ଥିବାରୁ ଦୁଇବେଳା ଖାଇବା କଷ୍ଟକର ହୋଇପଡୁଛି। ସରକାର ଆମକୁ ଘରକୁ ଫେରାଇବାର ବ୍ୟବସ୍ଥା କରିବାକୁ ତାଙ୍କ ସହ ଅନ୍ୟ ଶ୍ରମିକମାନେ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ବିଏଡ୍‌ ପରୀକ୍ଷା ଦେବାକୁ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ଅନ୍ୟ ରାଜ୍ୟକୁ ଯାଇଥିବା ଶତାଧିକ ଛାତ୍ରୀଛାତ୍ର ଫେରି ନ ପାରି ଫଶି ରହିଛନ୍ତି। ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଅଧିନ ସୋମେୟା ସଂସ୍କୃତ ବିଦ୍ୟାପୀଠ ମୁମ୍ବାଇରେ ୭୯ଜଣ ଛାତ୍ରୀଛାତ୍ର ବିଇଡି କରୁଛନ୍ତି। ସେଠାରେ ସେମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପାଣି ଓ ଗ୍ୟାସ୍‌ ନ ଥିବାରୁ ଭୋକରେ କାଳାତିପାତ କରୁଛନ୍ତି। ସେମାନଙ୍କୁ ଓଡ଼ିଶା ସରକାର ସହଯୋଗ ଯୋଗାଇ ଦେବାକୁ ପାଇଁ ସେମାନେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସଂସ୍କୃତି ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ(ଏନ୍‌ଏମ୍‌ଏ)ଙ୍କ ଦ୍ୱାରା ଜାରି କରାଯାଇଥିବା ଚିଠା ଐତିହ୍ୟ ବାଇ-ଲ’କୁ...

ଜଲିଉଡ ଚନ୍ଦନ ଆୱାର୍ଡ ଉତ୍ସବ: ୧୦୦ କଳାକାର ସମ୍ମାନିତ

ଭୁବନେଶ୍ୱର, ୧୫।୨ (ବ୍ୟୁରୋ): ଆଠଦିନ ବ୍ୟାପୀ ଗୀତଗୋବିନ୍ଦ ସଦନରେ ଯାତ୍ରା ଜଗତର କଳାକାରମାନଙ୍କୁ ନେଇ ଆୟୋଜିତ ଜଲିଉଡ୍‌ ଚନ୍ଦନ ଆୱାର୍ଡ ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି।...

କମ୍ପାନୀ କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ

ଅନୁଗୋଳ ଅଫିସ, ୭ା୫ ଅନୁଗୋଳ ଜିଲାର ବିଭିନ୍ନ କଳକାରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା, ସ୍ବାସ୍ଥ୍ୟସେବା ସୁବିଧା ଏବଂ କମ୍ପାନୀ ପକ୍ଷରୁ ନିଆଯାଇଥିବା ଜନମଙ୍ଗଳ କାର୍ଯ୍ୟର ସମୀକ୍ଷା...

ସୁସ୍ଥ ହେଲେ ୧୪୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩୧ା୧- ଓଡ଼ିଶାରେ ରବିବାର ୧୪୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏପର୍ଯ୍ୟନ୍ତ କରୋନାରୁ ମୁକ୍ତ ହୋଇଥିବା ରାଜ୍ୟରେ ରୋଗୀଙ୍କ ସଂଖ୍ୟା ୩,୩୨,୧୦୩ରେ ପହଞ୍ଚିଛି।...

ପାମ୍ପଡ଼ ବ୍ୟବସାୟୀଙ୍କ ନାଁରେ ୧୩ ଲକ୍ଷ ଟଙ୍କାର ଜିଏସ୍‌ଟି ଠକେଇ

ରାଉରକେଲା ଅଫିସ,୧୫।୧: ଇସ୍ପାତ ସହରରେ ଜିଏସ୍‌ଟି ଠକେଇ ଥମିବାର ନାଁ ନେଉନି। ଶୁକ୍ରବାର ପୁଣି ବାଲୁଘାଟ ନୂଆ ବସ୍ତିର ମହିଳା ଝୁନୁ ପ୍ରଧାନଙ୍କ ନାମରେ ଏହି...

ଭିନ୍ନ ଭଙ୍ଗୀ: ଚର୍ଚ୍ଚାରେ ମାଧବ

ବଅଁରପାଳ, ୪।୨ (ଡି.ଏନ.ଏ.) ୫୫ ନମ୍ବର ଜାତୀୟ ରାଜପଥର ବଅଁରପାଳ ବସ୍‌ଷ୍ଟାଣ୍ଡ ପରି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ହୋମଗାର୍ଡ ମାଧବ ଗୋଚ୍ଛାୟତ...

ପୁରୀ ସହକାରୀ ବନ ସଂରକ୍ଷକଙ୍କ ଅଫିସ୍‌ ସମେତ ଏସବୁ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ପୁରୀ ଅଫିସ,୫।୮: ପୁରୀ ସହକାରୀ ବନ ସଂରକ୍ଷକ ପ୍ରଶାନ୍ତ ସ୍ବାଇଁଙ୍କ ଘରେ ବୁଧବାର ବେଆଇନ୍‌ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି। ଏକ...

କର୍ମକ୍ଷେତ୍ରରେ ସେବା ବାତାବରଣ ସୃଷ୍ଟି କର: ମନ୍ତ୍ରୀ

ଭୁବନେଶ୍ୱର,୧୧।୯(ବ୍ୟୁରୋ):ସରକାରୀ ଚାକିରିକୁ ଏକ ସେବାଭାବେ ଗ୍ରହଣ କରି କର୍ମକ୍ଷେତ୍ରରେ ସମାନ ବାତାବରଣ ସୃଷ୍ଟି କରିପାରିଲେ ଜନସାଧାରଣଙ୍କ ଆଶା-ଆକାଂକ୍ଷା ପୂରଣ ହୋଇପାରିବ। ରାଜ୍ୟ ସରକାରଙ୍କ ଦ୍ବାରା ଲୋକାଭିମୁଖୀ...

Advertisement
Archives

Model This Week