ବାହାର ରାଜ୍ୟରୁ ଫେରିବେ ୪୩ ହଜାର ଲୋକ

ଜଗତ୍‌ସିଂହପୁର ଅଫିସ,୨୯ା୪: ଲକ୍‌ଡାଉନ୍‌ ଯୋଗୁ ଓଡ଼ିଶାର ବିଭିନ୍ନ ଜିଲା ଲୋକ ବାହାର ରାଜ୍ୟରେ ଫସି ରହିଛନ୍ତି। ଏବେ ରାଜ୍ୟ ସରକାର ସେମାନଙ୍କୁ ଆଣିବା ପାଇଁ ପଦକ୍ଷେପ ନେଇଛନ୍ତି। ତେବେ ଯେଉଁମାନେ ଫେରିବାକୁ ଚାହୁଁଛନ୍ତି ସେମାନେ ଅନଲାଇନ୍‌ରେ ନାମ ପଞ୍ଜୀକରଣ କରୁଛନ୍ତି। ଏହି ଅନୁଯାୟୀ ୨୭ ତାରିଖ ସୁଦ୍ଧା ଜଗତ୍‌ସିଂହପୁର ଜିଲାକୁ ଫେରିବା ପାଇଁ ୧୨,୭୯୨ଜଣ ନାମ ପଞ୍ଜୀକରଣ କରିଛନ୍ତି। ଆଉ ପାଖାପାଖି ୩୦ ହଜାର ଲୋକ ଫେରିବାକୁ ନାମ ପଞ୍ଜୀକରଣ କରିବା ସମ୍ଭାବନା ରହିଛି। ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥିରେ ଉଲ୍ଲେଖ ଅଛି ଜିଲାର ୧୯୩ଟି ଗ୍ରାମାଞ୍ଚଳ ଓ ୪ଟି ସହରାଞ୍ଚଳରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଅନ୍ୟ ରାଜ୍ୟରୁ ଫେରିବାକୁ ଥିବା ଲୋକଙ୍କୁ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ୧୪ଦିନ କ୍ୱାରାଣ୍ଟାଇନରେ ରଖାଯିବା ସହ ଖାଇବା, ପିଇବା ଆଦି ବନ୍ଦୋବସ୍ତ କରାଯିବ। ଏଥିରେ ପ୍ରତ୍ୟେକ ପ୍ରାପ୍ତବୟସ୍କ ଓ ୧୪ ବର୍ଷରୁ କମ ବୟସ ପିଲାଙ୍କ ପ୍ରତ୍ୟହ ଖାଇବା ବାବଦରେ ଯଥାକ୍ରମେ ୧୨୦ ଓ ୧୦୦ ଟଙ୍କା ୧୪ ଦିନ ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବ। ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ କେବଳ କୋଭିଡ୍‌ କାର୍ଯ୍ୟ ପାଇଁ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ଅନୁଦାନ ରାଶି ଖର୍ଚ୍ଚ କରାଯିବ। ଏହାବ୍ୟତିତ ଅନ୍ୟ ଜିଲା ଶ୍ରମିକ ସ୍ଥାନାନ୍ତର ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ତିର୍ତ୍ତୋଲ ବ୍ଲକ ଇଟାଭାଟି ଅଞ୍ଚଳରେ ନୂଆପଡ଼ା ଜିଲାର ଥିବା ୧୫୧ ଜଣଙ୍କ ମଧ୍ୟରୁ ୭୧ ଜଣଙ୍କୁ ୨ଟି ବସ୍‌ ଯୋଗେ ସେମାନଙ୍କ ଘରକୁ ପଠାଯାଇଛି। ଏରସମା ବ୍ଲକ ଢିଙ୍କିଆ ପଞ୍ଚାୟତରେ ଥିବା କେନ୍ଦୁଝର ଜିଲାର ଶତାଧିକ ଶ୍ରମିକଙ୍କୁ ବସ ଯୋଗେ ପଠାଯିବା ବ୍ୟବସ୍ଥା କରାଯାଉଛି।
ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଦର୍ଶାଇଛନ୍ତି, ଜିଲାପାଳ ମଙ୍ଗଗଳବାର ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ପର୍କରେ ବିଡିଓ ଏବଂ ନିର୍ବାହୀ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ। ଏଥିରେ କୁହାଯାଇଥିଲା ଗ୍ରାମାଞ୍ଚଳର ୧୯୩ ଓ ସହରାଞ୍ଚଳର ୪ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯଥାକ୍ରମେ ୩,୩୫୩ ଓ ୮୩ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ। ଆହୁରି ୧୦ ହଜାର ଶଯ୍ୟା ପ୍ରସ୍ତୁତ କରିବାକୁ ପଡ଼ିବ। ପ୍ରତି ପଞ୍ଚାୟତରେ ଯେପରି ଅତିକମରେ ୩/୪ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ହୋଇପାରିବ ସେଥିନେଇ ପଦକ୍ଷେପ ନିଆଯିବା ଉଚିତ। ଏଗୁଡିକ ଉଚ୍ଚ ବିଦ୍ୟାଳୟ, ନୋଡାଲ ଏମ୍‌ଇ ସ୍କୁଲ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମହାବିଦ୍ୟାଳୟ, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଆଦିରେ କରାଯିବ। ପ୍ରତି ପଞ୍ଚାୟତକୁ ୧୦୦ରୁ ୧୫୦ ଲୋକ ବାହାରୁ ଫେରିବା ଆଶା କରାଯାଉଛି। ପାରାଦୀପସ୍ଥିତ ଭାରତୀୟ ତୈଳ ନିଗମ, ପାରାଦୀପ ବନ୍ଦର, ଇଫ୍‌କୋ, ପିପିଏଲ୍‌ ସାର କାରଖାନା, ଖାଇବା ତୈଳ ପ୍ରକଳ୍ପ ଓ ଅନ୍ୟ ବୃହତ ଶିଳ୍ପ ସଂସ୍ଥାଗୁଡିକ ଆବଶ୍ୟକ ସତର୍କତା ଅବଲମ୍ବନ କରିବେ। ପ୍ରତ୍ୟେକ ଶିଳ୍ପ ସଂସ୍ଥା ଥର୍ମାଲ ସ୍କାନର ରଖିବା ସାଙ୍ଗକୁ କର୍ମଚାରୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବେ। ଅଳ୍ପ ସଂଖ୍ୟକ କର୍ମଚାରୀ ସାମାଜିକ ଦୂରତା ମଧ୍ୟରେ କାରଖାନା କାର୍ଯ୍ୟ ଚାଲୁ ରଖିବେ। ଏସବୁ କାର୍ଯ୍ୟ ଅତିରିକ୍ତ ଜିଲାପାଳ ଓ ତହସିଲଦାର ତଦାରଖ କରିବେ। କୌଣସି ସରକାରୀ ଅଧିକାରୀ, କର୍ମଚାରୀ କଟକ, ଭୁବନେଶ୍ୱରରୁ ଯିବାଆସିବା କରୁଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମୀକ୍ଷା ବୈଠକରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସହ ଜଗତ୍‌ସିଂହପୁର ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ପାରାଦୀପ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀର, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି ଓ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?