ବାସ୍ତୁ ଅନୁସାରେ ସଜାନ୍ତୁ ଅଫିସ୍‌ ଡେସ୍କ

ଅନେକ ଏମିତି ଅଛନ୍ତି, ଯେଉଁମାନେ ନିଜର ଅଫିସ୍‌ ଡେସ୍କକୁ ସଜାଇ ରଖିବାକୁ ଖୁବ୍‌ ପସନ୍ଦ କରନ୍ତି। ସେଥିପାଇଁ ସେମାନେ ଡେସ୍କ ଉପରେ ଛୋଟ ଛୋଟ ଇନ୍‌ଡୋର୍‌ ପ୍ଲାଣ୍ଟ, ମୂର୍ତ୍ତି ତଥା ଫଟୋ ଆଦି ରଖିଥାନ୍ତି। ଏହା ଦେଖିବାକୁ ସିନା ଭଲ ଲାଗେ, ହେଲେ ଯଦି ତାହା ବାସ୍ତୁ ଅନୁସାରେ ସଜା ହୋଇ ନ ଥାଏ, ତା’ହେଲେ ତାହାର ନକାରାତ୍ମକ ପ୍ରଭାବ ବି କ୍ୟାରିୟର୍‌ ଉପରେ ପଡ଼ିଥାଏ। ତେଣୁ ବାସ୍ତୁ ଅନୁଯାୟୀ ଅଫିସ୍‌ ଡେସ୍କକୁ କେମିତି ସଜାଇବେ ଆସନ୍ତୁ ଜାଣିବା…

ପୂର୍ବ କିମ୍ବା ଉତ୍ତର କୋଣରେ ମନିପ୍ଲାଣ୍ଟ କିମ୍ବା ବାମ୍ବୋ ପ୍ଲାଣ୍ଟ ରଖିଲେ ସୁନ୍ଦର ଦେଖାଯିବା ସହ ସମୃଦ୍ଧି ବଢ଼ିଥାଏ। ତା’ଛଡ଼ା ଡେସ୍କ ଉପରେ କେବେ ବି ଶୁଖି ଯାଇଥିବା କିମ୍ବା କଣ୍ଟା ଥିବା ପ୍ଲାଣ୍ଟ ରଖିବା ଠିକ୍‌ ନୁହେଁ। ଏହା ନିରାଶର ସୂଚନା ଦେଇଥାଏ।

ଉତ୍ତର ପଟେ ସବୁଜ ବନାନୀ କିମ୍ବା ପବନରେ ଦୋହଲୁଥିବା ଫସଲର ଫଟୋ ରଖିଲେ ଅନେକ ଲାଭ ମିଳିଥାଏ। ସେହିପରି ଗଛଲତା, ଦୌଡୁଥିବା ଘୋଡ଼ା, ସ୍ବସ୍ତିକ ଚିହ୍ନ କିମ୍ବା ସୂର୍ଯ୍ୟୋଦୟର ଚିତ୍ର ଥିବା ଯେ କୌଣସି ଫଟୋ ଡେସ୍କର ଏହି କୋଣରେ ଲଗାଇପାରିବେ। କିନ୍ତୁ ଛୋଟ ପିଲାର କାନ୍ଦିବା ଫଟୋ, କଟା ହୋଇଥିବା ଗଛ କିମ୍ବା ଭାଙ୍ଗିଯାଇଥିବା କୌଣସି ମୂର୍ତ୍ତିର ଫଟୋ ଡେସ୍କରେ ରଖିବା ଉଚିତ ନୁହେଁ। ଏହା ଅଫିସ୍‌ରେ ନକାରାତ୍ମକ ପ୍ରଭାବ ପକାଇଥାଏ।

ଚାହିଁଲେ ସତେଜ ଫୁଲତୋଡ଼ାକୁ ଡେସ୍କ ଉପରେ ରଖି ବି ଆନନ୍ଦ ଅନୁଭବ କରିପାରିବେ।

ଠାକୁରଙ୍କର ଫଟୋ ରଖିବା ପାଇଁ ଚାହୁଁଥାନ୍ତି, ତା’ହେଲେ ତାକୁ ଡେସ୍କର ଉତ୍ତର ଓ ପୂର୍ବ ଦିଗରେ ରଖିପାରିବେ। କିନ୍ତୁ ଧ୍ୟାନ ଦେବେ ଠାକୁରଙ୍କର ଫଟୋ ଉପରେ ଯେମିତି ଧୂଳି ନ ଜମିବ।

ଉପରେ ଜିନିଷପତ୍ରକୁ ସବୁବେଳେ ସଜାଡିକି ରଖିବା ଦରକାର। ଖାସ୍‌କରି ଫାଇଲ୍‌ ଓ କାଗଜପତ୍ରଗୁଡ଼ିକୁ ଡେସ୍କ ଉପରେ ଗଦା କରିକି ରଖିବା ଉଚିତ ନୁହେଁ। ଏହାଦ୍ୱାରା ସୃଜନଶୀଳତା ଉପରେ କୁ-ପ୍ରଭାବ ପଡ଼ିଥାଏ।

ଡେସ୍କ ଉପରେ ଆମେ କାମ କରୁଛେ, ତାହା ବହୁତ ପବିତ୍ର ହୋଇଥାଏ। କାରଣ ଏହିଠାରେ କାମ କରି ହିଁ ଆମେ ଆମର ଜୀବିକା ପାଇଁ ଅର୍ଥ ଉପାର୍ଜନ କରୁଛେ। ସେଥିପାଇଁ ଏହି ଡେସ୍କ ଉପରେ କେବେ ବି ଚା/କଫି ପିଇବା, ଭୋଜନ କରିବା କିମ୍ବା ଆମିଷ ଖାଇବା କଥା ନୁହେଁ। କାରଣ ଏହା କାର୍ଯ୍ୟସ୍ଥଳରେ କ୍ଲେଶ, ମାନସିକ ଅଶାନ୍ତି ତଥା କ୍ୟାରିୟର୍‌ରେ ବାଧା ସୃଷ୍ଟି କରିଥାଏ।

ପ୍ରତି ଉତ୍ସାହଭାବ ଆଣିବା ପାଇଁ ଚାହୁଁଥିଲେ, ଡେସ୍କର ଉତ୍ତର-ପୂର୍ବ ଦିଗରେ ଗୋଟିଏ କ୍ରିଷ୍ଟାଲ୍‌ ଗ୍ଲୋବ ରଖିପାରିବେ। ଆଉ ଏହାକୁ କାମ କରିବା ଭିତରେ ଦୁଇ-ତିନିଥର ବୁଲାଇଲେ କାମ କରିବା ପାଇଁ ସକାରାତ୍ମକ ଉର୍ଜା ଆସିଥାଏ। ସେହିପରି ଡେସ୍କ ଉପରେ ଫିଟିକିରିର ଗୋଟେ ଛୋଟ ଖଣ୍ଡ କିମ୍ବା ପେନ୍‌ଷ୍ଟାଣ୍ଡ ଭିତରେ କର୍ପୂର ରଖିଲେ ବି ଏହାର ଅନେକ ଫାଇଦା ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

BJP ଅଫିସ୍‌ରେ ଆତଙ୍କ! AC ତଳୁ ବାହାରିଲା ୫ ଫୁଟ୍‌ର କିଙ୍ଗ କୋବ୍ରା, ତା’ପରେ…

ସୀତାପୁର,୯।୯: ଉତ୍ତରପ୍ରଦେଶର ସୀତାପୁରରେ ବୁଧବାର ସକାଳେ BJP କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ଆତଙ୍କଜନକ ଦୃଶ୍ୟ। କାର୍ଯ୍ୟାଳୟରେ ଥିବା କର୍ମଚାରୀମାନେ ପ୍ରାୟ ୫ ଫୁଟ ଲମ୍ବର ଏକ କିଙ୍ଗ…

ସ୍କୁଲରେ ତାଲା ପକାଇଲେ ଅଭିଭାବକ:ବାତ୍ୟା ଆଶ୍ରୟସ୍ଥଳୀରେ ପାଠପଢ଼ିଲେ ଛାତ୍ରୀଛାତ୍ର

ମହାକାଳପଡ଼ା,୯।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳବର୍ତ୍ତୀ ସୁନିତି ପଞ୍ଚାୟତ ଅନ୍ତର୍ଗତ ଓଲ୍ଡ ଫିଲ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକମାନେ ତାଲା ପକାଇବା ଘଟଣାକୁ…

ପ୍ରଧାନ ଶିକ୍ଷକଙ୍କ ବଦଳି ନିଷ୍ପତ୍ତି ପ୍ରତ୍ୟାହାର ଦାବି: ଧାରଣାରେ ବସିଲେ ଅଭିଭାବକ

ବରୀ,୯।୯(ମହେନ୍ଦ୍ର ସ୍ବାଇଁ):ସରକାର ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଉଥିବାବେଳେ ବରୀ ଶିକ୍ଷାମଣ୍ଡଳ ଅଧୀନସ୍ଥ କୃଷ୍ଣନଗର ପ୍ରାଥମିକ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ,…

ଏସିଆ କପ୍‌ ଚାଲିଥିବାବେଳେ ସ୍ମୃତି ମନ୍ଧାନାଙ୍କୁ ମିଳିଲା ବଡ଼ ଖୁସିଖବର

ନୂଆଦିଲ୍ଲୀ,୯।୯: ମହିଳା ଏସିଆ କପରେ ହଂକଂ ବିପକ୍ଷରେ ଏକ ଚମତ୍କାର ଶତକ ମାରିଥିବା ସ୍ମୃତି ମନ୍ଧାନା ICC T20 ରାଙ୍କିଙ୍ଗର ଶୀର୍ଷ ୫ରେ ସ୍ଥାନ ପାଇଛନ୍ତି। ହଂକଂ…

ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ…

ମାରୁତି ସୁଜୁକି ନୂଆ ବାଲେନୋର ବଜାର ପ୍ରବେଶ

ଭୁବନେଶ୍ୱର,୯ା୯: ମାରୁତି ସୁଜୁକି ଇଣ୍ଡିଆ ପ୍ରସ୍ତୁତ ବାଲେନୋର ନୂତନ ଭର୍ସନ ମଙ୍ଗଳବାର ରାଜଭବନ ନିକଟସ୍ଥ ନେକ୍ସା(ନାରାୟଣୀ ମୋଟର୍ସ) ଏବଂ ହଂସପାଳ ଶୋ’ରୁମ୍‌ରେ ଉନ୍ମୋଚନ କରାଯାଇଛି। ଏହି ନୂତନ…

ଓମ୍‌ଫେଡ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଦୁଗ୍ଧଚାଷୀଙ୍କୁ ଲିଟର ପ୍ରତି ୨ ଟଙ୍କା ଅଧିକ ମିଳିବ

ଭୁବନେଶ୍ୱର,୯ା୯: ରାଜ୍ୟର ଦୁଗ୍ଧଚାଷୀମାନଙ୍କ ଜୀବିକା, ଆୟ ଓ ସ୍ବାର୍ଥକୁ ପ୍ରାଥମିକତା ଦେଇ ଓମ୍‌ଫେଡ୍‌ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୧ ତାରିଖରୁ ଚାଷୀମାନଙ୍କଠାରୁ ଦୁଗ୍ଧ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri