ବସ୍ତା, ୧୪।୧୧(ସ୍ବ.ପ୍ର.)-ବାଲ୍ୟବିବାହ ବନ୍ଦ କରିବା ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରୁଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ରୋକାଯାଇପାରୁନାହିଁ। ବସ୍ତା ବ୍ଲକ ସିଂଲା ଥାନା କଇନଗରୀ ପଞ୍ଚାୟତରେ ବୁଧବାର ବିଳମ୍ବିତ ରାତିରେ ଏକ ବାଲ୍ୟବିବାହ ଚାଲିଥିବା ବେଳେ ବାଲିଆପାଳ ଚାଇଲ୍ଡଲାଇନ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇ ଏହାକୁ ବନ୍ଦ କରାଯାଇଛି।
ଏହି ପଞ୍ଚାୟତର ଜଣେ ନାବାଳିକାଙ୍କ ବିବାହ ବସ୍ତା ଥାନା ଅଞ୍ଚଳର ଏକ ଯୁବକଙ୍କ ସହ ସ୍ଥିର ହୋଇଥିଲା। ବୁଧବାର ରାତିରେ ବାହାଘର ଲାଗି ପ୍ରସ୍ତୁତି ଚାଲିଥିଲା ବେଳେ ବାଲିଆପାଳ ଚାଇଲ୍ଡଲାଇନ ଏହାକୁ ବନ୍ଦ କରିଥିଲା। ଏହାସହ ବାଲ୍ୟବିବାହ କରାଇଲେ ଥିବା ଦଣ୍ଡବିଧି ଉପରେ କନ୍ୟା ମାତାପିତାଙ୍କୁ ସଚେତନ କରାଇଥିଲେ। ବସ୍ତା ସିଡ଼ିପିଓ ଚମ୍ପାମଣି ମୁର୍ମୁ, ଚାଇଲ୍ଡ ହେଲ୍ପଲାଇନର ଜିଲା ମୁଖ୍ୟ ପ୍ରଶାନ୍ତ ରାଉତ, ଟିମ୍ ମେମ୍ବର ଉତ୍ତମ ନାୟକ ପ୍ରମୁଖ ସାମିଲ ଥିଲେ। କନ୍ୟା ପିତା ଲିଖିତ ପ୍ରତିଶ୍ରୁତି ଚାଇଲ୍ଡଲାଇନକୁ ଦେବା ପରେ ବିବାହ ବନ୍ଦ ହୋଇଥିଲା।
Posted inଆମ ଜିଲା ଖବର, ବାଲେଶ୍ୱର View All

୧୫ ଗ୍ରାମ୍ ବ୍ରାଉନ ସୁଗାର ଜବତ: ଜଣେ ଗିରଫ
ସିମୁଳିଆ,୧୧।୧(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରୁ ୧୫ ଗ୍ରାମ ୭୦୦ ମିଲିଗ୍ରାମ ବ୍ରାଉନ ସୁଗାରକୁ ପୋଲିସ ଜବତ କରିଛି। ଉକ୍ତ ଅଞ୍ଚଳର ଉପେନ୍ଦ୍ର...

ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ଼ ପ୍ରତିବାଦରେ ରାସ୍ତା ଅବରୋଧ
କେନ୍ଦୁଝର,୧୦ା୧୦(ସ୍ବ.ପ୍ର.): ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରେ ବୋମାମାଡ଼ ପ୍ରତିବାଦରେ କେନ୍ଦୁଝରରେ ଭାଜପା ପକ୍ଷରୁ ରାସ୍ତାରୋକୋ ଆରମ୍ଭ ହୋଇଛି। ଟାୟାର୍ ଜଳାଇ ଗାନ୍ଧୀ ଛକଠାରେ...

ଅଖା ଗୋଦାମରୁ ଚୋରି ଘଟଣା : ୨ ଗିରଫ
ବ୍ରହ୍ମପୁର ଅଫିସ,୨୧।୯: ଗଞ୍ଜାମ ଜିଲା ସଦର ଥାନା ପୋଲିସ ଏକ ଅଖା ଗୋଦାମରୁ ଚୋରି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ...

କଟକଣାକୁ ବେଖାତିର: ନିଷିଦ୍ଧାଞ୍ଚଳରେ ଚକ୍କର କାଟୁଛି ଟ୍ରଲର
ପୁରୀ ଅଫିସ, ୧୦ା୧୨: ଅଲିଭ୍ ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ରରେ ମାଛ ମାରିବା ଉପରେ କଟକଣା ଲଗାଯାଇଛି। ଅଲିଭ୍ ରିଡ୍ଲେଙ୍କ ଆଗମନ ଏବଂ ଅଣ୍ଡାଦାନ...

ଦୈତାରୀରୁ ୫୦% ଖଣି ଉତ୍ତୋଳନ ପ୍ରତ୍ୟାହାର
ଯାଜପୁର ଅଫିସ,୧୯।୩ : ଯାଜପୁର ଜିଲା ସୁକିନ୍ଦା ବ୍ଲକ ଏବଂ ମହାଗିରୀ ପର୍ବତମାଳା ଚତୁଃପାର୍ଶ୍ୱରେ ପ୍ରଚୂର ପରିମାଣର ଖଣିଜ ସମ୍ପଦ ଭରି ରହିଥିବାରୁ ଏହାକୁ ଓଡ଼ିଶାର...

ଅନୁଦାନ ରାଶି ବଣ୍ଟନରେ ପାତରଅନ୍ତର ଅଭିଯୋଗ
ଲୋଇସିଂହା,୧୩ା୫(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତକୁ ଅନୁଦାନ ରାଶି ବଣ୍ଟନରେ ପାତରଅନ୍ତର କରାଯାଉଥିବା ଅଭିଯୋଗ ହେଉଛି। ଏହି ଘଟଣାରେ କେତେକ ପଞ୍ଚାୟତର...

ଜମାକାରୀଙ୍କ ଟଙ୍କା ଠକେଇ ଘଟଣା: ଜେଲ ଗଲେ ସାଇଲ୍ୟାଣ୍ଡ ଚିଟ୍ଫଣ୍ଡ ଏମ୍ଡି
ବ୍ରହ୍ମପୁର ଅଫିସ,୧୪ା୨- ସାଇଲ୍ୟାଣ୍ଡ କେଶୁରିଆ ଗ୍ରୁପ ଚିଟଫଣ୍ଡ ସଂସ୍ଥା ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ଗୋପାଳ ଚନ୍ଦ୍ର ରାଉତ(୪୪)ଙ୍କୁ ଟଙ୍କା ଠକେଇ ଅଭିଯୋଗରେ ଗୋଷାଣୀନୂଆଗଁା ପୋଲିସ ୨...

ପରିଚୟ ଖୋଜୁଛି ଐତିହ୍ୟ ସହର ଖୋର୍ଦ୍ଧା
ଖୋର୍ଦ୍ଧା ଅଫିସ,୨୭ା୧୧: ଲାଲ୍ମାଟିର ଗଡ଼ ଭାବେ ପରିଚିତ ଖୋର୍ଦ୍ଧାରୁ ଭାରତ ସ୍ବାଧୀନତା ସଂଗ୍ରାମର ପ୍ରଥମ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଇଂରେଜଙ୍କ ବିରୋଧରେ ପାଇକ ବୀରଙ୍କ ସଂଗ୍ରାମ...