ବାଲିଆପାଳରେ ବୃଦ୍ଧି ପାଉଛି ଡେଙ୍ଗୁ ଜ୍ୱର: ୨୮ଜଣଙ୍କ ରକ୍ତ ନମୁନା ସଂଗ୍ରହ

ବାଲିଆପାଳ,୧୯।୯(ଡି.ଏନ.ଏ.)-ବାଲିଆପାଳ ବ୍ଲକ ସମେତ ଗ୍ରାମାଞ୍ଚଳରେ ଏବେ ଡେଙ୍ଗୁ ଜ୍ୱର ବୃଦ୍ଧି ପାଉଛି ା ଏ ନେଇ ସାଧାରଣ ଲୋକଙ୍କ ଭିତରେ ନାନା ଆଶଙ୍କା ପ୍ରକାଶ ପାଇଛି। ଅଳାଡିହା ପଞ୍ଚାୟତର ଜଣେ ଯୁବତୀ ଡେଙ୍ଗୁରେ ଆକ୍ରାନ୍ତ ହୋଇ କଟକ ବଡ ମେଡିକାଲରେ ଚିକିସତ୍ାଧୀନ ଅବସ୍ଥାରେ ଗତ ୧୫ ତାରିଖ ମୃତ୍ୟୁବରଣ କରିବା ପରେ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଛି। ପଞ୍ଚାୟତରେ ଅନ୍ୟମାନଙ୍କ ରକ୍ତରେ ଡେଙ୍ଗୁ ଭୂତାଣୁ ରହିଥିବା ଆଶଙ୍କା କରି ବାଲିଆପାଳ ସ୍ବାସ୍ଥ୍ୟ କେନ୍ଦ୍ରର ଏକ ଟିମ୍‌ ଗାଁରୁ ୨୮ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରି ଫେରିଛନ୍ତି। ଜ୍ୱର ହୋଇଥିବା ଲୋକଙ୍କୁ ଏବଂ ପାଖ ପଡୋଶୀଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାରାସିଟାମଲ ବଟିକା ଓ ଓଆରଏସ ବଣ୍ଟାଯାଇଛି ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସୁପରଭାଇଜର ରମାନାଥ କରଙ୍କ ତତ୍ତ୍ୱବଧାନରେ ଅଜୟ ପାତ୍ର,ସୁମେଶ ପାତ୍ର,ବୈରାଗୀ ଦାସ,ସ୍ବାସ୍ଥ୍ୟ କର୍ମୀ ଦୀପକ ପରିଡା,ରାମଚନ୍ଦ୍ର ଘଡାଇ,ଶ୍ରୀମନ୍ତ ଦାସ,ସସ୍ମିତା ଦାସ,ଆଶାକର୍ମୀ ମନୋରମା ଗିରି ୪ଟି ଟିମରେ ବିଭକ୍ତ ହୋଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ସଚେତନା କରାଇବା ସହିତ ସେମାନଙ୍କର ରକ୍ତ ନମୁନା ସଂଗ୍ରହ କରୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ‘ମୋ ସ୍କୁଲ ଅଭିଯାନ’ ଅଧ୍ୟକ୍ଷା: ‘ପାଠପଢ଼ା ସହ ସାମାଜିକ କାର୍ଯ୍ୟରେ ବ୍ରତୀ ହୁଅ’

ବାଲେଶ୍ୱର ଅଫିସ/ସଜନାଗଡ଼, ୮।୧୧(ଡି.ଏନ.ଏ.)-‘ମୋ ସ୍କୁଲ ଅଭିଯାନ’ର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଗୁରୁବାର ବାଲେଶ୍ୱର ଜିଲାର ବିଭିନ୍ନ ସ୍କୁଲ ପରିଦର୍ଶନ କରି ଛାତ୍ରୀଛାତ୍ରମାନଙ୍କର ପାଠପଢ଼ା ସମ୍ପର୍କରେ ବୁଝିଛନ୍ତି।...

ଥଇଥାନ ପାଇଁ ଜିଲାପାଳଙ୍କୁ ଭେଟିଲେ ବ୍ୟବସାୟୀ

ଭଦ୍ରକ ଅଫିସ, ୪।୭ – ଭଦ୍ରକ ସହରରୁ ଜବରଦଖଲ ଉଚ୍ଛେଦ ପରେ ରୋଜଗାର ହରାଇଥିବା ଦୋକାନୀମାନଙ୍କୁ ଥଇଥାନ ଦାବିରେ ସିପିଆଇ(ଏମ୍‌)ର ଜିଲା କମିଟି ବୁଧବାର ଜିଲାପାଳଙ୍କୁ...

ହତ୍ୟା ମାମଲାରେ ଦୋଷୀଙ୍କୁ ଅଜୀବନ ଜେଲ

ବାଲେଶ୍ୱର ଅଫିସ,୨୬।୫: ବାଲେଶ୍ୱର ଏସ୍‌ସି ଆଣ୍ଡ ଏସ୍‌ଟି କୋର୍ଟର ସ୍ବତନ୍ତ୍ର ଜଜ୍‌ ଲିଲିପ୍ତା ପଶାୟତ ଶୁକ୍ରବାର ଏକ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ...

ସତ୍କାର ପାଇଁ ଶ୍ମଶାନରେ ମିଳିଲାନି ଜାଗା

ଜଳେଶ୍ୱର, ୬।୮-ମଣିଷ ବଞ୍ଚିଥିବା ବେଳେ ଯେତେ ବାଦବିବାଦ ଥାଉ ନା କାହିଁକି ମୃତ୍ୟୁ ପରେ ସମସ୍ତେ ତାହାକୁ ଭୁଲିଯାଇଥାନ୍ତି। ଏହାକୁ କୁହାଯାଏ ମଣିଷପଣିଆ। ହେଲେ ବାଲେଶ୍ୱର...

ଦେବଗିରି ବୁଦ୍ଧ ବିହାର ବିକାଶ ପରିଷଦ ଗଠିତ

ଔପଦା,୧୧।୩(ଡି.ଏନ.ଏ.)- ବାଲେଶ୍ୱର ଜିଲା ଔପଦା ବ୍ଲକ ବଡ଼ଗୋପଖରୀ ପଞ୍ଚାୟତର ଦେବଗିରି ପର୍ବତମାଳା ପାଦଦେଶରେ ଅବସ୍ଥିତ ଚମ୍ପାଗଡ଼ ଠାରେ ଗତ ୧୦ ତାରିଖ ମଧ୍ୟାହ୍ନରେ ଦେବଗିରି ବିକାଶ...

ବସ୍ତାରେ ହାତୀ ଉପଦ୍ରବ: ଘଉଡ଼ାଇବାକୁ ଯାଇ ବନବିଭାଗ ନାକେଦମ୍‌

ବସ୍ତା,୨୨ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଳକ ପତ୍ରଝଡ଼ା ପଞ୍ଚାୟତରେ ହାତୀ ଉପଦ୍ରବ ଯୋଗୁ ଗ୍ରାମବାସୀ ଭୟଭୀତ ହୋଇଥିବା ଜଣାପଡ଼ିଛି। କିଛି ମାସ ଧରି ବାଲେଶ୍ୱର-ମୟୂରଭଞ୍ଜ ଜିଲା ସୀମାନ୍ତ...

ଭିଜିଲାନ୍ସ ଜାଲରେ ଅମିନ

ବାରିପଦା ଅଫିସ,୭।୬: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଅମିନ ସୁମନ୍ତ ସାହୁ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର...

୨ବର୍ଷରେ ସରିପାରିଲାନି ଖଇରା ମିଶନଶକ୍ତି ଭବନ

ଖଇରା,୧୩।୭(ଉତ୍କଳବନ୍ଧୁ ପଣ୍ଡା)ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା, ସେମାନଙ୍କୁ ରୋଜଗାର ପନ୍ଥା ଯୋଗାଇଦେବା ସହ ସେମାନଙ୍କୁ ରାଜ୍ୟ ପ୍ରଗତିରେ ଅଂଶୀଦାର ଭାବେ ବିବେଚିତ କରାଯାଇ ସେମାନଙ୍କ ପାଇଁ ସରକାର...

Advertisement
Archives

Model This Week