Posted inଜାତୀୟ

ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ରକୋଡ ଓ୍ବାର୍ଡ ଥିଲା ‘ଅପରେଶନ୍‌ ବନ୍ଦର’

ନୂଆଦିଲ୍ଲୀ,୨୨ା୬: ପୁଲ୍‌ଓ୍ବାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ରୁ ଊର୍ଦ୍ଧ୍ୱ ସିଆରପିଏଫ୍‌ ଯବାନ ଶହୀଦ ହେବା ପରେ ସୀମା ଆରପଟେ ଥିବା ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳକୁ ଧ୍ୱଂସ କରିବା ଲାଗି ଭାରତୀୟ ବାୟୁସେନା ଫେବୃୟାରୀ ୨୬ରେ ବାଲାକୋଟ୍‌ରେ ଏୟାରଷ୍ଟ୍ରାଇକ୍‌ କରିଥିଲା। ଏଥିରେ ବାୟୁସେନାର ୧୨ଟି ଲଢ଼ୁଆ ବିମାନ ମିରାଜ୨୦୦୦ ନିୟୋଜିତ ହୋଇଥିଲେ। ଗୋପନୀୟତା ରକ୍ଷା ଲାଗି ଉକ୍ତ କାର୍ଯ୍ୟାନୁଷ୍ଠାନର ସାଙ୍କେତିକ ନାଁ ‘ଅପରେଶନ ବନ୍ଦର(ମାଙ୍କଡ)’ ରଖାଯାଇଥିଲା ବୋଲି ଜଣାପଡିଛି। ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପୂର୍ବରୁ ଯେପରି କୌଣସି ସୁରାକ ନ ମିଳିବ ସେଥିପାଇଁ ଏଭଳି ନାମକରଣ କରାଯାଇଥିଲା ବୋଲି ପ୍ରତିରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ନାମକରଣ ପଛର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ସବିଶେଷ ତଥ୍ୟ ନ ଦେଇ ସେ କହିଛନ୍ତି, ଭାରତୀୟ ଯୁଦ୍ଧ ସଂସ୍କୃତିରେ ବାନରମାନେ ସ୍ବତନ୍ତ୍ର ସ୍ଥାନ ନେଇଛନ୍ତି। ରାମାୟଣରେ ହନୁମାନ ଭଗବାନ ରାମଙ୍କ ମୁଖ୍ୟ ସହଯୋଗୀ ଥିଲେ ଓ ଲଙ୍କାରେ ପ୍ରବେଶ କରି ଏହାକୁ ଧ୍ୱଂସ କରିଦେଇଥିଲେ ବୋଲି ସେ କହିଛନ୍ତି। ୨୬ ତାରିଖ ରାତି ସାଢ଼େ ୩ଟାରେ ବାୟୁସେନା ପାଇଲଟ ବାଲାକୋଟ୍‌ରେ ପ୍ରବେଶ କରିଥିଲେ। ସେମାନେ ମିରାଜ ଯୁଦ୍ଧବିମାନରୁ ୫ଟି ସ୍ପାଇସ୍‌୨୦୦୦ ବୋମା ନିକ୍ଷେପ କରି ଆତଙ୍କବାଦୀଙ୍କ ଶିବିରକୁ ଧ୍ୱଂସ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଲେ ସୋନମ ୱାଙ୍ଗଚୁକ୍, ଅନଶନ ସମାପ୍ତ କରିବାକୁ ରଖିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଛନ୍ତି ସୋନମ ୱାଙ୍ଗଚୁକ୍ । ଅନଶନ ସମାପ୍ତ କରିବା ପାଇଁ କେତେକ ଦାବି ଉପସ୍ଥାପନ କରିଛନ୍ତି । ଆତ୍ମହତ୍ୟା ଦ୍ୱାରା ମୃତ୍ୟୁବରଣ…

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

ରାଜନୀତିରେ ହଲଚଲ୍! ସରକାରଙ୍କ ଆଗରେ ୩ ଦାବି ରଖିଲେ ରାହୁଲ, ଜାଣିଲେ….

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପେପର ଲିକ୍ ଏବଂ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ସମ୍ପର୍କରେ ଦିଲ୍ଲୀର ଇନ୍ଦିରା ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି…

‘ମୋତେ ଘୋଷାଡି ନେଉଥିବା ପୋଲିସ କହିଲା, ଏ ସରକାରକୁ ହଟାନ୍ତୁ’, ରାହୁଲଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୨୨।୭: ଲୋକ ସଭାର ବିରୋଧୀ ଦଳ ନେତା , କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଟ୍ (NEET) ପରୀକ୍ଷାରେ ପେପର୍ ଲିକ୍, ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଏବଂ ଶିକ୍ଷା…

CJP ଆନ୍ଦୋଳନରେ ପେଲେଟ୍ ଗନ୍ ଫାୟାରିଂ? ସତ କହିଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର-ମନ୍ତରରୁ ସଂସଦ ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ସମୟରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ…

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri