ବାଲନ୍ଦାପଡ଼ା, ଗୋଚ୍ଛାପଡା ପିଏଚ୍‌ସିରେ ଡାକ୍ତର ନାହାନ୍ତି

ଫିରିଙ୍ଗିଆ, ୨୩ା୨- ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅଧିନରେ ଥିବା ବାଲନ୍ଦାପଡା ଏବଂ ଗୋଚ୍ଛାପଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି)ରେ ବହୁ ଦିନ ହେଲା ଡାକ୍ତର ନାହାନ୍ତି। ଫଳରେ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ଦୁର୍ଗମ ଅଞ୍ଚଳବାସୀ ସ୍ବାସ୍ଥ୍ୟସେବାରୁ ବଞ୍ଚତ୍ତ ହେଉଛନ୍ତି। ସ୍ବାସ୍ଥ୍ୟ ଶିବିର ଏବେ ସେମାନଙ୍କ ପାଇଁ ଏକମାତ୍ର ସାହରା ପାଲଟିଛି। ସାମାନ୍ୟ ଜ୍ୱର ଥଣ୍ଡା ହେଲେ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଖର୍ଚ୍ଚାନ୍ତ ହୋଇ ଯାଇଥାନ୍ତି।

ବାଲନ୍ଦାପଡା ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବାଲନ୍ଦାପଡା, ପାହିରାଜୁ, କୋଏରମାଣ୍ଡୁ, ଲୁଇସିଂ, ପକାରୀ ପଞ୍ଚାୟତର ଲୋକେ ନିର୍ଭର କରୁଥିବାବେଳେ ଗୋଚ୍ଛାପଡା ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଗୋଚ୍ଛାପଡା, ସଲାଗୁଡା, କ୍ରାଣ୍ଡିବାଲି, ପଲାବୃଡି ଏବଂ କଟ୍ରିଙ୍ଗିଆ ପଞ୍ଚାୟତରର କେତେଗ ଗ୍ରାମବାସୀ ନିର୍ଭର କରିଥାନ୍ତି। ବାଲନ୍ଦାପଡାରେ ନିଯୁକ୍ତି ପାଇଥିବା ଡାକ୍ତର ୫ମାସ ହେଲା ଟ୍ରେନିଂରେ ଯାଇ ଆଉ ଫେରି ନାହାନ୍ତି। ଫାର୍ମାସିଷ୍ଟ ସୁଶାନ୍ତ ଶବର ଏହି ମେଡିକାଲ ଚଳାଉଛନ୍ତି। ଗୋଚ୍ଛାପଡା ମେଡିକାଲର ଡାକ୍ତର ପ୍ରିୟ ରଞ୍ଜନ ସାହୁ ଗତ ୧୭ରୁ ଟ୍ରେନିଂରେ ଯାଇଛନ୍ତି। ଫାର୍ମାସିଷ୍ଟ ପ୍ରଶାନ୍ତ କୁମାର ସାହୁଙ୍କ ଭରଷାରେ ଏବେ ରୋଗୀସେବା।
ଆମେ ବାରମ୍ବାର ଏ ସମ୍ପର୍କରେ ଅଭିଯୋଗ କରିଛୁ। ବ୍ଲକ ମିଟିଂରେ ଦାବି ଉପସ୍ଥାପନ କରୁଛୁ, ହେଲେ କିଛି ସୁଫଳ ମିଳୁନାହିଁ। ଆମର ଅଧିକାଂଶ ଗ୍ରାମ ଦୁର୍ଗମ ଅଞ୍ଚଳରେ। ତେଣୁ ତୁରନ୍ତ ଡାକ୍ତର ନିଯୁକ୍ତି କରିବାକୁ ଗୋଚ୍ଛାପଡା ସରପଞ୍ଚ ସୁମିତ୍ରା କହଁର ପ୍ରକାଶ କରିଛନ୍ତି। ବ୍ଲକ ଉପାଧ୍ୟକ୍ଷ ତଥା ବାଲନ୍ଦାପଡା ସମିତିସଭ୍ୟ ସସ୍ମିତା ଦିଗାଲ କୁହନ୍ତି, ଇଂରେଜ ଅମଳରେ ବାଲନ୍ଦାପଡା ମେଡିକାଲ ହୋଇଥିଲା। ଏହା ଜିଲାର ସର୍ବପୁରାତନ ମେଡିକାଲ। ତଥାପି ଏଠାରେ ଡାକ୍ତର ନିଯୁକ୍ତି ନ ଦେବା ଦୁଃଖର ବିଷୟ। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ରାଜଶ୍ରୀ ପଟ୍ଟନାୟକଙ୍କୁ ପଚାରିବାରୁ ଗୋଚ୍ଛାପଡା ମେଡିକାଲରେ ୨ଦିନ ମଧ୍ୟରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ। ସେ ସପ୍ତାହକୁ ଦୁଇ ତିନି ଦିନ ବାଲନ୍ଦାପଡା ଯାଇ ମଧ୍ୟ କାମ କରିବେ। ଆଉ ଡାକ୍ତର ଆମ ଜିଲାକୁ ଆସିଲେ ସେଠାରେ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକାରକୁ ଯିବା ହେଲା କାଳ: ଗୁଳି ମାଡ଼ରେ ଶିକାରୀ ମୃତ, ବାପାଙ୍କ ସମେତ ୩ ଅଟକ

ଦାରିଙ୍ଗବାଡ଼ି,୨।୧୨(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଜଙ୍ଗଲକୁ ଶିକାର ପାଇଁ ଯିବା ଜଣେ ଯୁବକଙ୍କ ପାଇଁ କାଳ ହୋଇଛି। ଗୁଳିମାଡ଼ରେ ସହଯୋଗୀମାନଙ୍କ ସହ ଯାଇଥିବା ଶିକାରୀଙ୍କ ମୃତ୍ୟୁ...

ଅଧ୍ୟକ୍ଷା ପଦବୀ ହାତେଇବାକୁ ସବୁ ଦଳର ପ୍ରୟାସ

ଫୁଲବାଣୀ ଅଫିସ, ୧୭ା୩: ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ପଦବୀ ହାତେଇବା ଲାଗି ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ଭାଜପା ପକ୍ଷରୁ ଜୋରଦାର ପ୍ରୟାସ...

ସିଲ୍‌ ହେଲା ଦୂତିପଡା ପଞ୍ଚାୟତ

ଖଜୁରିପଡା,୭ା୪(ଡି.ଏନ୍‌.ଏ.)- ଖଜୁରିପଡା ବ୍ଲକ ଦୂତିପଡା ପଞ୍ଚାୟତକୁ ମଙ୍ଗଳବାର ସିଲ୍‌ କରାଯାଇଛି। ରାଜ୍ୟରେ ୪୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଜଣଙ୍କ ମୃତ୍ୟୁ ଘଟିଛି। ସବୁଠାରୁ ଅଧିକ...

ବାଟାଗୁଡାକୁ ନିଶାମୁକ୍ତ ପାଇଁ ଏକାଠି ହେଲେ ମହିଳା

ଫୁଲବାଣୀ ଅଫିସ,୧୯ା୧୦: କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ବାଟାଗୁଡା ପଞ୍ଚାୟତର ମହିଳାମାନେ ଏକତ୍ରିତ ହୋଇଛନ୍ତି। ପଞ୍ଚାାୟତରେ ଆଉ ମଦ ପୁରାଇ ଦେବେ ନାହିଁ। କେହି ଚୋରାରେ...

ଗଞ୍ଜେଇ ଜବତ, ୨ ଗିରଫ

ଫିରିଙ୍ଗିଆ,୧୬ା୧୧: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପୋଲିସ ପଲାବ୍ରୁଡି ପଞ୍ଚାୟତ ମୁସେଲିପାଂଗା ରାସ୍ତା ମାଝିପଡା ଗ୍ରାମରେ ଚଢ଼ାଉ କରି ଏକ ପିକ୍‌ଅପ ଭ୍ୟାନରୁ ୧୦୩ କେଜି...

ଅଜ୍ଞାତବାସରେ ୧୫ସମିତି ସଦସ୍ୟ, ଭାଇରାଲ ହେଲା ଫଟୋ

ଦାରିଙ୍ଗବାଡି,୩।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ହାତେଇବାକୁ ପ୍ରୟାସ ଜୋରଦାର ଆରମ୍ଭ ହୋଇଛି । ବିଜେଡି ପକ୍ଷରୁ ଶ୍ରାନିକେତା ସମିତିସଭ୍ୟ ତଥା...

ନଳକୂପ ପାଇପରୁ ନିର୍ମାଣ ହେଲା ଟାୱାର

ଦାରିଙ୍ଗବାଡ଼ି,୧୯।୧୦(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତରେ ଶୁକ୍ରବାର ସଂନ୍ଧ୍ୟା ୭ଟାରେ ବିଏସ୍‌ଏନ୍‌ଏଲ୍‌ ମୋବାଇଲ ସେବାର ଶୁଭାରମ୍ଭ ହୋଇଯାଇଛି। ଏହି ସେବା ତିଲୋରୀର ପ୍ରାୟ ୫ହଜାରରୁ ଉର୍ଦ୍ଧ୍ୱ ଲୋକ...

ଫେବୃୟାରୀ ୨ରୁ କନ୍ଧମାଳ ମହୋତ୍ସବ

ଫୁଲବାଣୀ ଅଫିସ, ୧ା୧ -ବହୁ ପ୍ରତୀକ୍ଷିତ କନ୍ଧମାଳ ମହୋତ୍ସବ ଫେବୃୟାରୀ ୨ରୁ ଆରମ୍ଭ ହେବ। ଏ ନେଇ ଏକ ପ୍ରଶାସନିକ ବୈଠକ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ...

Advertisement
Archives

Model This Week