ବାର୍‌ହା ମାଂସ ଜବତ, ୨ ଗିରଫ

ବୁଗୁଡ଼ା,୧୨ା୩(ଡି.ଏନ.ଏ.)- ବୁଗୁଡ଼ା ବନାଞ୍ଚଳ ଡ଼ାକରାବାଡ଼ି ଛକରେ ଗୁରୁବାର ଅପରାହ୍ନରେ ବାଇକ୍‌ ଉପରେ ବାର୍‌ହା ମାଂସ ରଖି ବିକ୍ରି କରୁଥିବାବେଳେ ୨ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବୁଗୁଡ଼ା ବନାଞ୍ଚଳ ଡ଼ାକରାବାଡ଼ି ଗ୍ରାମର ନିରଞ୍ଜନ ବିଶ୍ୱାଳ ଓ ବିରଞ୍ଚତ୍ପୁର ଗ୍ରାମର ବିଜୟ ଗୌଡ଼। ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି। ସେମାନଙ୍କ ଠାରୁ ବାଇକ (ନଂ.ଓଆର୧୪ଏସ୍‌-୩୩୧୫) ସହ ୧୦ କେଜି ବାର୍‌ହା ମାଂସ ବନ ବିଭାଗ ଜବତ କରିଛି। ଏନେଇ ବୁଗୁଡ଼ା ବନ ବିଭାଗ ନଂ.୨୮୦/୨୦୨୦ରେ ଏକ ମାମଲା ରୁଜୁ କରିଛି।
ପ୍ରକାଶ ଯେ, ନିରଞ୍ଜନ ଓ ବିଜୟ ଉଭୟେ ଜଙ୍ଗଲରୁ ବାର୍‌ହା ଶିକାର କରି ମାଂସ କାଟି ବୁଧବାର ଅପରାହ୍ନରେ ଡ଼ାକରାବାଡ଼ି ଛକ ଠାରେ ବାଇକ ଉପର ରଖି ବିକ୍ରି କରୁଥିଲେ। ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନିର୍ଦ୍ଦେଶରେ ବନପାଳ ଅଭିରାମ ଖିଲା, ବନରକ୍ଷୀ ରତନ ମଲିକ, ରିଙ୍କୁ ସେଠୀ ଓ ପାରା ଫରେଷ୍ଟର କର୍ମଚାରୀ ପହଞ୍ଚତ୍ ଶିକାରୀମାନଙ୍କୁ କାବୁ କରିଥିଲେ। ପଚରାଉଚରାବେଳେ ସୋଲଣ୍ଡି ଜଙ୍ଗଲରେ ବିଦ୍ୟୁତ୍‌ ତାର ବିଛାଇ ଶିକାର କରିଥିବା ସ୍ବୀକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ବନ୍ଧୁକ ଦେଖାଇ ପ୍ରେମ ନିବେଦନ: ଯୁବକଙ୍କୁ କାବୁକରି ନିସ୍ତୁକ ମାଡ଼ ପରେ ପୋଲିସ ଜିମା

ସମ୍ବଲପୁର,୧୩।୧୨(ବ୍ୟୁରୋ): ସମ୍ବଲପୁର ଜିଲା ଟାଉନ ଥାନା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଛକଠାରେ ଶୁକ୍ରବାର ଏକ ରୋମାଞ୍ଚକର ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ କଲେଜ...

ପ୍ରକଳ୍ପ ନିର୍ମାଣକୁ ବର୍ଷେ ପୂରିନି: ଲୋକଙ୍କ ନିକଟରେ ପହଞ୍ଚୁନି ପିଇବା ପାଣି

ଖଇରା, ୬।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ରଟିଣା ପାନୀୟ ଜଳ ପ୍ରକଳ୍ପ ନିର୍ମାଣର ବର୍ଷେ ନ ପୂରୁଣୁ ବହୁ ସ୍ଥାନରେ ପାଇପ ନଷ୍ଟ ହେବା...

ନୂଆଗାଁକୁ ମିଳୁନି ବିକାଶର ନୂଆ ଚିତ୍ର: ମୌଳିକ ସମସ୍ୟା ଭିତରେ ଛନ୍ଦି ହୋଇପଡ଼ିଛନ୍ତି ଗାଁର ୩୨ ପରିବାର

ପାରଳାଖେମୁଣ୍ଡି,୧୬ା୫(ସ୍ବ.ପ୍ର.) ଗ୍ରାମର ନାମ ନୂଆଗାଁ। କିନ୍ତୁ ଏଠି ପ୍ରଶାସନିକ ଅବ୍ୟବସ୍ଥାର ପୁରୁଣା ଚିତ୍ର। ବିକାଶ ଏମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ,...

ସରକାରୀ ଯୋଜନାରେ ଅନିୟମିତତା ଅଭିଯୋଗ: ପ୍ରତିବାଦରେ ଭାଜପାର ଗଣଧାରଣା

ବାସୁଦେବପୁର,୧୧।୧୨(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତ୍ୟୋଦୟ ଯୋଜନାରେ ଅନିୟମିତତା ହୋଇଥିବା ଭାଜପା ଅଭିଯୋଗ କରିଛି।...

୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ବଢ଼ାଇଛି ସମସ୍ୟା: ପାଉଁଶଗୁଣ୍ଡରେ ଅଣନିଃଶ୍ୱାସୀ

ପରଜଙ୍ଗ, ୨୯।୪(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବ୍ୟବହୃତ ପାଉଁଶଗୁଣ୍ଡ ଚିନ୍ତା ବଢ଼ାଇଛି। ରାସ୍ତା ନିର୍ମାଣକାରୀ ସଂସ୍ଥା ଆଇନକୁ...

କଟକଣା ନାହିଁ: ବାହାର ରାଜ୍ୟକୁ ଚାଲାଣ ହେଉଛି ଧାନ

ବାଲିଆପାଳ, ୧୮ା୫(ଡି.ଏନ.ଏ.)-ଚଳିତ ରବିଋତୁରେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ୭ହଜାର ୫ଶହ ହେକ୍ଟର ଜମିରେ ଅଧିକ ଅମଳକ୍ଷମ ଧାନ ଚାଷ ହୋଇଛି। ଏଥିରୁ ୨ଲକ୍ଷ ୫ହଜାର...

ମାଈ ହାତୀ ମୃତଦେହ ଠାବ

ଉଦଳା,୧୦ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ବନ ବିଭାଗ ଅଧୀନ ଶିମିଳିପାଳ ଅଭାୟରଣ୍ୟର ପର୍ଯ୍ୟଟନସ୍ଥଳୀ ଦେଇ ପ୍ରବାହିତ ଦେଓ ନଦୀ କୂଳରେ ସୋମବାର ଗୋଟିଏ ମାଈ ହାତୀର...

ମହାପ୍ରସାଦର ହୋମ୍‌ ଡେଲିଭରି ହେଉ

କଟକ ଅଫିସ,୩୦ା୫-ଲକ୍‌ଡାଉନ୍‌ ଯୋଗୁ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ମହାପ୍ରସାଦ ବିକ୍ରି ମଧ୍ୟ ବନ୍ଦ ରହିଛି। ତେବେ ମହାପ୍ରସାଦର ହୋମ୍‌ ଡେଲିଭରି...

Coronavirus Update

Archives

Model This Week

Why Dharitri