ବାରିମୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଡେରାବିଶ, ୨୫ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ବାରିମୂଳ ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ମଙ୍ଗଳବାର ସକାଳେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ବାରିମୂଳ ଆଦିବାସୀ ସାହିର ପାର୍ବତୀ ହେମ୍ବ୍ରମ୍‌(୪୨)।
ପରିବାରଙ୍କ ସୂଚନା ଅନୁଯାୟୀ, ସୋମବାର ପାର୍ବତୀ କାମ କରିବାକୁ ଯାଇଥିଲେ। ମାତ୍ର ଦିନ ୧୧ଟାରେ କାମ କରୁଥିବା ସ୍ଥାନରୁ କେଉଁଆଡ଼େ ପଳାଇଥିଲେ। ପରିବାର ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ପାର୍ବତୀଙ୍କୁ ପାଇ ନ ଥିଲେ। ତେବେ ମଙ୍ଗଳବାର ସକାଳୁ କେନ୍ଦ୍ରାପଡ଼ା-ଇନ୍ଦୁପୁର ରାସ୍ତା କଡ଼ରେ ଥିବା ଏକ ଗଛମୂଳେ ତାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସ୍‌କୁ ଖବର ଦେଇଥିଲେ। ମୃତର କାରଣ ଜଣାପଡ଼ିନାହିଁ। ଖବର ପାଇ ସଦର ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପାର୍ବତୀଙ୍କ ପେଟରେ କିଛି ଦାଗ ରହିଥିବା ଦେଖିବାକୁ ମିଳିଛି।
ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର ଓ ଅତିରିକ୍ତ ତହସିଲଦାର କାହ୍ନୁ ଚରଣ ଲେଙ୍କା, ୧୩ ନଂ. ଜୋନ୍‌ ଜିଲା ପରିଷଦ ସଭ୍ୟା ଜବା ମୁର୍ମୁ, ସରପଞ୍ଚ ଶୁଦ୍ଧଦେବ ବେହେରା ପ୍ରମୁଖ ଘଟଣାସ୍ଥଳ ଅନୁଧ୍ୟାନ କରି ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖର୍ଚ୍ଚ ୨୨ କୋଟି: ଝୁଡ଼ି, କୋଦାଳଟିଏ କିଣାଯାଇନି

କେନ୍ଦ୍ରାପଡ଼ା ଅଫିସ, ୧୩ା୬: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ବାଳକାଟି ପଞ୍ଚାୟତ ଚୂନବନ୍ଧ ଗଁାର ଏକ ପୋଖରୀ ଖନନ ହେଉଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ...

ଗ୍ରହୀତାଙ୍କ ଦୁଆରେ ବସି ଋଣ ଆଦାୟ

କେନ୍ଦ୍ରାପଡ଼ା ଅଫିସ, ୧୮ା୧୧: ଋଣ ଦେୟ ଅସୁଲି ସାମ୍ପ୍ରତିକ ସମୟରେ ବ୍ୟାଙ୍କଗୁଡିକର ମୁଣ୍ଡ ବିନ୍ଧା ହୋଇଛି। ଗ୍ରହୀତା ବ୍ୟାଙ୍କରୁ ଋଣ ନେବା ପରେ ଶୁଝିବାକୁ ଭୁଲି...

ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ୧୦

ଡେରାବିଶ, ୨୬ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଭାଗବତପୁର ପଞ୍ଚାୟତ ବାଲିଆ ବଜାରରେ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ କାର୍ତ୍ତିକେଶ୍ୱର ଭସାଣିରେ ବାଣ ବିସ୍ଫୋରଣରେ ଗୁରୁତର ଆହତ...

ଘରେ ଲାଗିଲା ନିଆଁ, ଜଳିଗଲା ସବୁକିଛି

ମହାକାଳପଡ଼ା,୨୩।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟ୍‌ଛଲା ଗାଁରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗାଁର ଚନ୍ଦନ ଦାସଙ୍କ ୨ ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ...

ବେଆଇନ ଇଟାଭାଟି ପାଇଁ ପ୍ରଦୂଷଣ

ପଟ୍ଟାମୁଣ୍ଡାଇ,୩୦ା୧(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ବେଆଇନ ଇଟାଭାଟି ବଢି ଚାଲିଛି। ଭାଟିରେ ବ୍ୟବହାର ହେଉଥିବା କାଠ ଓ କୋଇଲାରୁ ଧୂଅଁା ସାଙ୍ଗକୁ ଧୂଳି ଉଡି...

ସମୁଦ୍ର ଜୁଆର ମାଡ଼ରେ ଲୁଣା ନଦୀବନ୍ଧରେ ଘାଇ

ମହାକାଳପଡ଼ା, ୨୨ା୧୧ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଖରିନାସୀ ପଞ୍ଚାୟତ ଲୁଣା ନଦୀ ବନ୍ଧର ଏକ ନମ୍ବର କ୍ରିକ୍‌ ନିକଟରେ କେତେଜଣ ଲୋକ ଜାଲ...

ଧାର୍ମିକ, ପରିବେଶ ପର୍ଯ୍ୟଟନର କ୍ଷେତ୍ର କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ଅଫିସ, ୨୭ା୯: ରାଜ୍ୟର ଏକମାତ୍ର ଜାତୀୟ ଉଦ୍ୟାନ କେନ୍ଦ୍ରାପଡ଼ା ଜିଲାରେ ଅଛି। ଏଥିସହ ତୁଳସୀକ୍ଷେତ୍ର ଭାବେ ଏହି ଜିଲା ଧାର୍ମିକ ପର୍ଯ୍ୟଟନ ପାଇଁ ପରିଚିତି...

ଝାମୁଯାତ୍ରା ମେଳାରେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି

ମହାକାଳପଡ଼ା,୧୬।୪(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ମା’ରାମଚଣ୍ଡୀ ପୀଠରେ ଝାମୁ ଯାତ୍ରା ମେଳା ପଣା ସଂକ୍ରାନ୍ତିରୁ ଆରମ୍ଭ ହୋଇଛି। ଏହି ମେଳା ପାଇଁ ୫ଶହରୁ ଊର୍ଦ୍ଧ୍ୱ ଦୋକାନ...

Advertisement
Archives

Model This Week