ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଦାବି:ପୁଣି ପଦଯାତ୍ରାରେ ଭୁବନେଶ୍ୱର ଯିବେ ସେବାୟତ

ବାରିପଦା ଅଫିସ,୨୬।୭- ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା ପ୍ରଦାନ ଲାଗି ଜିଲା ବ୍ୟାପୀ ଦାବି ଜୋର ଧରିଛି। ଜୁନ ୨୯ ତାରିଖରେ ବାରିପଦା ଜଗନ୍ନାଥ ମନ୍ଦିର ସେବାୟତମାନେ ଭୁବନେଶ୍ୱରସ୍ଥିତ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଏହି ଦାବି ସହିତ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ଏଥିରେ ସରକାରୀସ୍ତରରେ ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା ପ୍ରଦାନ ସହ ପୂର୍ଣ୍ଣ କ୍ଷମତାପ୍ରାପ୍ତ ସ୍ଥାୟୀ ଦେବୋତ୍ତର ନିର୍ବାହୀ ନିଯୁକ୍ତି, ଦେବୋତ୍ତର ସମ୍ପତ୍ତିର ପୁନରୁଦ୍ଧାର ସହ ସୁରକ୍ଷା, ସେବାୟତମାନେ ପାଇ ଆସୁଥିବା ସର୍ବନିମ୍ନ ମାସିକ ଭତ୍ତା ବୃଦ୍ଧି ଆଦି ୧୧ଟି ବିଭିନ୍ନ ଦାବି ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ଏହି ଦାବିଗୁଡିକ ଶୁଣିବା ସହିତ ପୂରଣ କରିବାକୁ ବିଚାର କରାଯିବ ବୋଲି କହିଥିଲେ। ସେହିପରି ରଥଯାତ୍ରା ସରିବା ପରେ ଜୁଲାଇ ୧୭ରେ ଭୁବନେଶ୍ୱରରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ସେବାୟତ ବୃନ୍ଦ, ମୟୂରଭଞ୍ଜ ଜିଲାପାଳ, ବାରିପଦା ଉପଜିଲାପାଳ ଓ ବିଭିନ୍ନ ଅଧିକାରୀଙ୍କୁ ନେଇ ପୁନର୍ବାର ଏକ ବୈଠକ ଅନୁଷ୍ଠିତ ହୋଇ ଏଥିରେ ସମସ୍ତ ଆଲୋଚନା କରାଯିବ, ଦାବି ପୂରଣ ପରେ ମୁଖ୍ୟମନ୍ତ୍ରୀ ବାରିପଦା ଆସିବେ ବୋଲି ସେବାୟତମାନଙ୍କୁ କହିଥିଲେ। ଏହି ଆଲୋଚନା ବେଳେ ଆଇନ ମନ୍ତ୍ରୀ ଜେନା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ତେବେ ପ୍ରତିଶ୍ରୁତି ମୁତାବକ ଗତ ୧୭ ତାରିଖରେ ଆଇନ ମନ୍ତ୍ରୀ ଜେନା କୌଣସି ବୈଠକର ଆୟୋଜନ କରି ନ ଥିବା ବାରିପଦା ସେବାୟତବୃନ୍ଦ ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପାଟକୁରା ନିର୍ବାଚନ ଆଳ ଦେଖାଇ ଜୁଲାଇ ୨୦ରୁ ୨୫ ତାରିଖ ମଧ୍ୟରେ ବୈଠକ ଆୟୋଜନ କରାଯାଇ ସେବାୟତମାନଙ୍କ ଦାବି ପୂରଣ ନିମନ୍ତେ ଆଲୋଚନା କରାଯିବ ବୋଲି ସେମାନଙ୍କୁ କୁହାଯାଇଥିଲା। ହେଲେ ଏହି ସମୟ ଅତିକ୍ରମ କରିସାରିଥିବାରୁ ଆଇନ ମନ୍ତ୍ରୀ ଜେନା ତାଙ୍କ ପ୍ରତିଶ୍ରୁତି ରଖି ନାହାନ୍ତି ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି। ଫଳରେ ପୁନର୍ବାର ଭୁବନେଶ୍ୱରକୁ ପଦଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବା ପାଇଁ ସେମାନେ ନିଷ୍ପତ୍ତିି ନେଇଛନ୍ତି।
ଏ ନେଇ ସେବାୟତ ଅରୁଣ କୁମାର ମିଶ୍ର, କାମେଶ୍ୱର ତ୍ରିପାଠୀ, ଜୟନ୍ତ କୁମାର ତ୍ରିପାଠୀ, ଦେବକାନ୍ତ ପଣ୍ଡା, ରାଧାଶ୍ୟାମ ମହାପାତ୍ର, ମଦନମୋହନ ରଣା, ଦୈତାରୀ ବାରିକ, ରବିନାରାୟଣ ଦ୍ୱିବେଦୀ ପ୍ରମୁଖଙ୍କ ସମେତ ଅନ୍ୟ ସେବାୟତମାନେ ଜିଲାପାଳ ବିନିତ ଭରଦ୍ୱାଜଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପଠାଇଛନ୍ତି। ଆସନ୍ତା ୨୮ ତାରିଖ ସୁଦ୍ଧା ଆଇନ ମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କଲେ ଏହି ଦିନ ସେବାୟତମାନେ ବାରିପଦା ସହର ଓ ବଜାର ପରିକ୍ରମା କରି ସହରବାସୀଙ୍କଠାରୁ ସ୍ବେଚ୍ଛାକୃତ ଭାବେ ସାହାଯ୍ୟ, ଦାନ ଓ ଦକ୍ଷିଣା ଗ୍ରହଣ କରିବେ। ୨୯ ତାରିଖ ସକାଳ ୮ ଟା ୩୦ ସମୟରେ ଭୁବନେଶ୍ୱର ଅଭିମୁଖେ ପଦଯାତ୍ରାରେ ବାହାରିବେ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏପ୍ରିଲ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ବାରିପଦା ଜଗନ୍ନାଥ ମନ୍ଦିରକୁ ପୂଜାର୍ଚ୍ଚନା କରିବା ପାଇଁ ଆସିଥିବା ବେଳେ ସେବାୟତମାନେ ତାଙ୍କୁ ଉପରୋକ୍ତ ଦାବିଗୁଡିକ ଲିଖିତ ଭାବେ ଜଣାଇଥିଲେ। ସେତେବେଳେ ନିର୍ବାଚନ ପ୍ରକିୟା ଚାଲୁଥିବାରୁ ପରେ ଏ ବିଷୟରେ ପଦକ୍ଷେପ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଉପରେ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ସେବାୟତମାନେ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଗତ ଜୁନ ୧୯ ତାରିଖ ପୂର୍ବାହ୍ନ ୭ଟାରେ ମହାପ୍ରଭୁଙ୍କ ମନ୍ଦିର ବେଢ଼ାରୁ ପଦଯାତ୍ରା ଆରମ୍ଭ କରିଥିଲେ। ପରେ ବାରିପଦା ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରମୁଖ ପହଞ୍ଚି ସେବାୟତମାନଙ୍କୁ ବୁଝାସୁଝା କରାଇ ଫେରାଇ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ଭାଙ୍ଗିବେ ଆଲିଆ

ମୁମ୍ବାଇ: ଚଳଚ୍ଚିତ୍ର ‘ଆଲ୍‌ଫା’ରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏକ ଜବରଦସ୍ତ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଆଲିଆ ଏବଂ ଶର୍ବରୀ ଓ୍ବାଘ୍‌ ଆକ୍ସନ ଭୂମିକାରେ ଅଭିନୟ କରିଛନ୍ତି।…

କର୍ଲାମୁଣ୍ତା କଅଁସିଲ ଗ୍ରାମରେ ଫେଲ୍ ମାରିଛି ବସୁଧା ଯୋଜନା, ବିଡ଼ିଓଙ୍କ ଦ୍ବାରସ୍ଥ ହେଇ ଗ୍ରାମବାସୀ କହିଲେ….

ରିଷିଡା,୧।୭(ସୁଶାନ୍ତ ମଲ୍ଲିକ): ବିଡ଼ିଓଙ୍କ ଦ୍ବାରସ୍ଥ ହେଲେ କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ କଅଁସିଲ ଗ୍ରାମର ଗ୍ରାମବାସୀ। ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ସରକାରଙ୍କ ‘ବସୁଧା ଯୋଜନା’…

ଭାଜପାରେ ସାମିଲ ହେଲେ ମଣ୍ଡଳ ଦମ୍ପତି, ତାଙ୍କ ସହିତ…

ଭୁବନେଶ୍ୱର,୧ା୭: ଭାଜପାରେ ବୁଧବାର ସାମିଲ ହୋଇଛନ୍ତି ବିଜେଡିର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳ ଏବଂ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ। ଶଙ୍ଖ ଛାଡ଼ି ଏହି ଦମ୍ପତି ଏବେ…

ବଡ଼ ଘୋଷଣା କଲେ ସରକାର; ଏତିକି ମାସ ଯାଏ WFH କରିବେ ୫୦% କର୍ମଚାରୀ, ଗାଡ଼ି ପାର୍କିଂ…

ନୂଆଦିଲ୍ଲୀ,୧।୭: ଶୀତକାଳୀନ ପ୍ରଦୂଷଣର ମୁକାବିଲା ପାଇଁ ଦିଲ୍ଲୀ ସରକାର ଏକ ମାଷ୍ଟର ପ୍ଲାନ ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ, ନଭେମ୍ବର ୧ ରୁ ଫେବୃଆରୀ ୨୮…

ସଚେତନ ନାଗରିକ ମଞ୍ଚର ନୂତନ କର୍ମକର୍ତ୍ତା: ଗୋବିନ୍ଦ ବନଛୋରନ ସଭାପତି, ଉପସଭାପତି ହେଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂଆ କମିଟି ଆର୍‌ଏମ୍‌ସିର ସଭାଗୃହରେ ପୂର୍ବତନ ସଭାପତି ଚିତ୍ତରଞ୍ଜନ ଭୋଇଙ୍କ ସଭାପତିତ୍ୱରେ ସଭା…

ଡାକ୍ତର ଦିବସ; କଳାହାଣ୍ଡିରେ ସ୍ୱାସ୍ଥ୍ୟ ସେବା ଠପ୍, ରୋଗୀ ହନ୍ତସନ୍ତ

ଭବାନୀପାଟଣା,୧।୭(ଉତ୍ତମ କୁମାର ଦାଶ): ଜାତୀୟ ଡାକ୍ତର ଦିବସରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବୁଧବାର ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ…

WhatsAppର ନୂଆ ଫିଚର୍ସରୁ ବଢ଼ୁଛି ସାଇବର ଠକେଇ! ରୋକିବାକୁ କେନ୍ଦ୍ର ସରକାରଙ୍କ ମାଷ୍ଟର ପ୍ଲାନ୍

ନୂଆଦିଲ୍ଲୀ,୧।୭:  ଦେଶରେ ସାଇବର ଅପରାଧ ବୃଦ୍ଧି ପାଉଥିବା ଘଟଣା ଉପରେ ରୋକ ​​ଲଗାଇବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ପଦକ୍ଷେପର…

ମନ୍ତ୍ରୀଙ୍କ ହାଇ ଆଲର୍ଟ, ଜରୁରୀ ପରିସ୍ଥିତିରେ ସଜାଗ ରହିବାକୁ ୟୁଏଲ୍‌ବିକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧ା୭: ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍‌ବି)କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri