ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଦାବି:ପୁଣି ପଦଯାତ୍ରାରେ ଭୁବନେଶ୍ୱର ଯିବେ ସେବାୟତ

ବାରିପଦା ଅଫିସ,୨୬।୭- ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା ପ୍ରଦାନ ଲାଗି ଜିଲା ବ୍ୟାପୀ ଦାବି ଜୋର ଧରିଛି। ଜୁନ ୨୯ ତାରିଖରେ ବାରିପଦା ଜଗନ୍ନାଥ ମନ୍ଦିର ସେବାୟତମାନେ ଭୁବନେଶ୍ୱରସ୍ଥିତ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଏହି ଦାବି ସହିତ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ଏଥିରେ ସରକାରୀସ୍ତରରେ ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା ପ୍ରଦାନ ସହ ପୂର୍ଣ୍ଣ କ୍ଷମତାପ୍ରାପ୍ତ ସ୍ଥାୟୀ ଦେବୋତ୍ତର ନିର୍ବାହୀ ନିଯୁକ୍ତି, ଦେବୋତ୍ତର ସମ୍ପତ୍ତିର ପୁନରୁଦ୍ଧାର ସହ ସୁରକ୍ଷା, ସେବାୟତମାନେ ପାଇ ଆସୁଥିବା ସର୍ବନିମ୍ନ ମାସିକ ଭତ୍ତା ବୃଦ୍ଧି ଆଦି ୧୧ଟି ବିଭିନ୍ନ ଦାବି ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ଏହି ଦାବିଗୁଡିକ ଶୁଣିବା ସହିତ ପୂରଣ କରିବାକୁ ବିଚାର କରାଯିବ ବୋଲି କହିଥିଲେ। ସେହିପରି ରଥଯାତ୍ରା ସରିବା ପରେ ଜୁଲାଇ ୧୭ରେ ଭୁବନେଶ୍ୱରରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ସେବାୟତ ବୃନ୍ଦ, ମୟୂରଭଞ୍ଜ ଜିଲାପାଳ, ବାରିପଦା ଉପଜିଲାପାଳ ଓ ବିଭିନ୍ନ ଅଧିକାରୀଙ୍କୁ ନେଇ ପୁନର୍ବାର ଏକ ବୈଠକ ଅନୁଷ୍ଠିତ ହୋଇ ଏଥିରେ ସମସ୍ତ ଆଲୋଚନା କରାଯିବ, ଦାବି ପୂରଣ ପରେ ମୁଖ୍ୟମନ୍ତ୍ରୀ ବାରିପଦା ଆସିବେ ବୋଲି ସେବାୟତମାନଙ୍କୁ କହିଥିଲେ। ଏହି ଆଲୋଚନା ବେଳେ ଆଇନ ମନ୍ତ୍ରୀ ଜେନା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ତେବେ ପ୍ରତିଶ୍ରୁତି ମୁତାବକ ଗତ ୧୭ ତାରିଖରେ ଆଇନ ମନ୍ତ୍ରୀ ଜେନା କୌଣସି ବୈଠକର ଆୟୋଜନ କରି ନ ଥିବା ବାରିପଦା ସେବାୟତବୃନ୍ଦ ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପାଟକୁରା ନିର୍ବାଚନ ଆଳ ଦେଖାଇ ଜୁଲାଇ ୨୦ରୁ ୨୫ ତାରିଖ ମଧ୍ୟରେ ବୈଠକ ଆୟୋଜନ କରାଯାଇ ସେବାୟତମାନଙ୍କ ଦାବି ପୂରଣ ନିମନ୍ତେ ଆଲୋଚନା କରାଯିବ ବୋଲି ସେମାନଙ୍କୁ କୁହାଯାଇଥିଲା। ହେଲେ ଏହି ସମୟ ଅତିକ୍ରମ କରିସାରିଥିବାରୁ ଆଇନ ମନ୍ତ୍ରୀ ଜେନା ତାଙ୍କ ପ୍ରତିଶ୍ରୁତି ରଖି ନାହାନ୍ତି ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି। ଫଳରେ ପୁନର୍ବାର ଭୁବନେଶ୍ୱରକୁ ପଦଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବା ପାଇଁ ସେମାନେ ନିଷ୍ପତ୍ତିି ନେଇଛନ୍ତି।
ଏ ନେଇ ସେବାୟତ ଅରୁଣ କୁମାର ମିଶ୍ର, କାମେଶ୍ୱର ତ୍ରିପାଠୀ, ଜୟନ୍ତ କୁମାର ତ୍ରିପାଠୀ, ଦେବକାନ୍ତ ପଣ୍ଡା, ରାଧାଶ୍ୟାମ ମହାପାତ୍ର, ମଦନମୋହନ ରଣା, ଦୈତାରୀ ବାରିକ, ରବିନାରାୟଣ ଦ୍ୱିବେଦୀ ପ୍ରମୁଖଙ୍କ ସମେତ ଅନ୍ୟ ସେବାୟତମାନେ ଜିଲାପାଳ ବିନିତ ଭରଦ୍ୱାଜଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପଠାଇଛନ୍ତି। ଆସନ୍ତା ୨୮ ତାରିଖ ସୁଦ୍ଧା ଆଇନ ମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କଲେ ଏହି ଦିନ ସେବାୟତମାନେ ବାରିପଦା ସହର ଓ ବଜାର ପରିକ୍ରମା କରି ସହରବାସୀଙ୍କଠାରୁ ସ୍ବେଚ୍ଛାକୃତ ଭାବେ ସାହାଯ୍ୟ, ଦାନ ଓ ଦକ୍ଷିଣା ଗ୍ରହଣ କରିବେ। ୨୯ ତାରିଖ ସକାଳ ୮ ଟା ୩୦ ସମୟରେ ଭୁବନେଶ୍ୱର ଅଭିମୁଖେ ପଦଯାତ୍ରାରେ ବାହାରିବେ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏପ୍ରିଲ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ବାରିପଦା ଜଗନ୍ନାଥ ମନ୍ଦିରକୁ ପୂଜାର୍ଚ୍ଚନା କରିବା ପାଇଁ ଆସିଥିବା ବେଳେ ସେବାୟତମାନେ ତାଙ୍କୁ ଉପରୋକ୍ତ ଦାବିଗୁଡିକ ଲିଖିତ ଭାବେ ଜଣାଇଥିଲେ। ସେତେବେଳେ ନିର୍ବାଚନ ପ୍ରକିୟା ଚାଲୁଥିବାରୁ ପରେ ଏ ବିଷୟରେ ପଦକ୍ଷେପ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଉପରେ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ସେବାୟତମାନେ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଗତ ଜୁନ ୧୯ ତାରିଖ ପୂର୍ବାହ୍ନ ୭ଟାରେ ମହାପ୍ରଭୁଙ୍କ ମନ୍ଦିର ବେଢ଼ାରୁ ପଦଯାତ୍ରା ଆରମ୍ଭ କରିଥିଲେ। ପରେ ବାରିପଦା ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରମୁଖ ପହଞ୍ଚି ସେବାୟତମାନଙ୍କୁ ବୁଝାସୁଝା କରାଇ ଫେରାଇ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟବାସୀଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଆଜି ହେଉଛି ପଣାସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ଏହି ବାର୍ତ୍ତାରେ...

ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭଦ୍ରକ ଅଫିସ:୨୪।୮: ଭଦ୍ରକ ସିଡିପିଓଙ୍କ କାର୍ଯ୍ୟାଳୟର ସୁପରଭାଇଜର ମଲ୍ଲୀଲତା ଦାସଙ୍କ ଘରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଆୟବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ...

ପୁରୀ ଗଣବଳାତ୍କାର ଘଟଣା: ଛାତ୍ର କଂଗ୍ରେସର ନବୀନ ନିବାସର ଘେରାଉ ଉଦ୍ୟମ; ପୋଲିସ ସହ ଧସ୍ତାଧସ୍ତି

ଭୁବନେଶ୍ୱର,୩।୧୨(ବ୍ୟୁରୋ): ପୁରୀ ଗଣବଳାତ୍କାର ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ଭାଜପା ଏବଂ କଂଗ୍ରେସ। ଏହି କ୍ରମରେ ମଙ୍ଗଳବାର ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ...

ବନ କର୍ମଚାରୀଙ୍କ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

କପ୍ତିପଦା,୨୩ା୧୦(ଡ଼ି.ଏନ.ଏ): ଶିକାରୀ ଭାବି ବନ ବିଭାଗ କର୍ମଚାରୀମାନେ ଜଣେ ଯୁବକଙ୍କୁ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ମୟୂରଭଞ୍ଜ ଜିଲା କପ୍ତିପଦା...

ଥାନାରେ ପୋଲିସକୁ ମାଡ଼ ଘଟଣା: ଦୁଇ ମହିଳାଙ୍କ ସମେତ ୭ ଗିରଫ

ପାରଳାଖେମୁଣ୍ଡି/ଆର୍‌.ଉଦୟଗିରି,୧୬ା୯(ଡି.ଏନ.ଏ.): ଗଜପତି ଜିଲା ମୋହନା ବ୍ଲକ ଅଡ଼ବା ଥାନା ରେ ଭଙ୍ଗାରୁଜା ସହ ପୋଲିସକୁ ମାଡ଼ ମାରିବା ଘଟଣାରେ ଦୁଇ ମହିଳାଙ୍କ ସମେତ ୭ ଜଣଙ୍କୁ...

ବଙ୍ଗୀୟ ମହିଳା ଗ୍ୟାଙ୍ଗ୍‌ର ୯ ଗିରଫ

ଭୁବନେଶ୍ୱର,୩।୬(ବ୍ୟୁରୋ): ସ୍ମାର୍ଟସିଟି ଭୁବନେଶ୍ୱରର ବିଭିନ୍ନ ମଲ୍‌ରେ ସ୍ମାର୍ଟ ଉପାୟରେ ଚୋରି କରୁଥିଲା ବଙ୍ଗୀୟ ମହିଳା ଗ୍ୟାଙ୍ଗ୍‌। ଲଜ୍‌ ଓ ହୋଟେଲରେ ରହିବା ସହ ମଲ୍‌ରୁ ମଲ୍‌...

ବିଦ୍ୟା ବାଲନଙ୍କ ସମ୍ବଲପୁରୀ ଶାଢ଼ୀ ନିଲାମ: କିଣିଲେ ଓଡ଼ିଆ ଛାତ୍ରୀ

ଭୁବନେଶ୍ୱର, ୨୧।୮(ବ୍ୟୁରୋ): ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲନ ତାଙ୍କ ଫିଲ୍ମ ‘ଶକୁନ୍ତଳା ଦେବୀ’ର ପ୍ରମୋଶନ ପାଇଁ ଯେଉଁ ସମ୍ବଲପୁରୀ ଶାଢ଼ି ପିନ୍ଧିଥିଲେ, ତାହା ନିଲାମ ହୋଇଯାଇଛି।...

କରୋନା ଆଁରେ ରାଜଧାନୀ: ଆଜି ଚିହ୍ନଟ ହେଲେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ; ମୋଟ ସଂଖ୍ୟା ୧ହଜାର ଟପିଲା

ଭୁବନେଶ୍ୱର,୧୭।୭(ବ୍ୟୁରୋ): ରାଜଧାନୀରେ ଶୁକ୍ରବାର ୧୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୨ କ୍ୱାରାଣ୍ଟାଇନ୍‌ କେସ୍‌ ରହିଥିବା ବେଳେ ୫୨ ଲୋକାଲ କେସ୍‌ ରହିଛି। ଏହାକୁ...

Advertisement
Archives

Model This Week