ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଦାବି: ପ୍ରତିଶ୍ରୁତି ପାଇ ପଦଯାତ୍ରା ବନ୍ଦକଲେ ସେବାୟତ

ବାରିପଦା ଅଫିସ,୧୯।୬: ମୟୂରଭଞ୍ଜ ଜିଲା ବାରିପଦାକୁ ସରକାରୀସ୍ତରରେ ଦ୍ବିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ପ୍ରଦାନ ଦାବି ନେଇ ବାରିପଦା ଜଗନ୍ନାଥ ମନ୍ଦିର ସେବାୟତମାନେ ବୁଧବାର ସକାଳୁ ଭୁବନେଶ୍ୱର ଅଭିମୁଖେ ପଦଯାତ୍ରାରେ ବାହାରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତକରି ବିଭିନ୍ନ ଦାବି ସମ୍ପର୍କରେ ଅବଗତ କରାଇବା କାର୍ଯ୍ୟକ୍ରମ ଥିଲା। ମାତ୍ର ସେବାୟତମାନେ ବାରିପଦାରୁ ପ୍ରାୟ ୭ କିଲୋମିଟର କାଠପାଲ ଛକରେ ପହଞ୍ଚିବା ବେଳକୁ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଦେବୋତ୍ତର ଦାୟିତ୍ୱରେ ଥିବା ବାରିପଦା ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଯାଇ ସେମାନଙ୍କୁ ବୁଝାସୁଝା କରିଥିଲେ। ଆସନ୍ତା ୩୦ତାରିଖ ସୁଦ୍ଧା ସେମାନଙ୍କ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପରେ ସେବାୟତମାନେ ପଦଯାତ୍ରା ବନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ପରେ ରାସ୍ତାପାର୍ଶ୍ୱ ବୃକ୍ଷ ଉପରେ ମାଫିଆଙ୍କ ନଜର

ଓଡ଼ଗାଁ,୧୯ା୫(ସ୍ବ.ପ୍ର.): ନୟାଗଡ଼ ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ସଂରକ୍ଷଣ ଜଙ୍ଗଲ କାଠ ମାଫିଆ ସଫା କରିବା ପରେ ଏବେ ରାସ୍ତା ପାର୍ଶ୍ୱ ବୃକ୍ଷ ଉପରେ...

ବରୁଣେଇ ମନ୍ଦିରରୁ ଚୋରି: ତାଲା ଭାଙ୍ଗି ଟଙ୍କା, ସୁନାଗହଣା ନେଇଗଲେ ଦୁର୍ବୃତ୍ତ

ଖୋର୍ଦ୍ଧା ଅଫିସ,୪।୧୨: ଖୋର୍ଦ୍ଧା ଜିଲା ଆଦର୍ଶ ଥାନା ଅନ୍ତର୍ଗତ ପର୍ଯ୍ୟଟନ କ୍ଷେତ୍ର ବରୁଣେଇ ମନ୍ଦିରରୁ ମଙ୍ଗଳବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତ ଦାନ ବାକ୍ସ ଭାଙ୍ଗି...

ଷ୍ଟାମ୍ପ କାଳିରୁ ସଂକ୍ରମଣ

ଢେଙ୍କାନାଳ ଅଫିସ, ୬ା୮ ବିମାନ ବନ୍ଦରର ଷ୍ଟାମ୍ପ କାଳି ପାଇଁ ହାତରେ ସୃଷ୍ଟି ହୋଇଛି ଗୁରୁତର ସଂକ୍ରମଣ। ଏପରି ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ କାଲ୍‌ଟ୍ୟାକ୍ସ ଅଞ୍ଚଳର...

ଖାଦ୍ୟ ସଙ୍କଟ ସୃଷ୍ଟି କରିପାରେ ସବୁଜ କୃଷି

ଭୁବନେଶ୍ୱର,୪। ୮(ବ୍ୟୁରୋ) କୃଷି କ୍ଷେତ୍ରରୁ ନିର୍ଗତ ହେଉଥିବା ଗ୍ରୀନ ହାଉସ ଗ୍ୟାସ୍‌କୁ ହ୍ରାସ କରିବା ଲକ୍ଷ୍ୟରେ ଗତ ଜୁଲାଇ ୨୮ରେ କେନ୍ଦ୍ର ସରକାର ଗ୍ରୀନ-ଏଜି(ସବୁଜ କୃଷି)...

ପ୍ରତି ଶୁକ୍ରବାର ସାଇକେଲ ଚଲାଇବାକୁ ଆହ୍ବାନ

ଭୁବନେଶ୍ୱର, ୧୦ । ୧୦(ବ୍ୟୁରୋ): ସାଇକେଲ ଚଲାଇଲେ ଶରୀର ସୁସ୍ଥ ରହିବା ସହ ପରିବେଶ ଉପରେ ସୁପ୍ରଭାବ ପଡ଼ିବ। ସାଇକେଲ ପ୍ରତି ଲୋକଙ୍କ ଉତ୍ସାହ ବୃଦ୍ଧି...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ରୁଦ୍ରାଂଶ

ଭୁବନେଶ୍ୱର, ୨।୪ (ବ୍ୟୁରୋ): ବୟସ ସିନା କମ୍‌, ହେଲେ ବହୁ ପ୍ରତିଭାର ଅଧିକାରୀ। ମାତ୍ର ୨ବର୍ଷ ୧୧ ମାସ ବୟସରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌...

ହୋଇପାରେ ସାନି ଜମି ଅଧିଗ୍ରହଣ

ପୁରୀ ଅଫିସ,୧୪।୫: ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ସାନି ବିବାଦ ମୁଣ୍ଡ ଟେକିଛି। ନିଷିଦ୍ଧାଞ୍ଚଳ ବାହାରେ ଶ୍ରୀଜଗଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି...

ରାଜଧାନୀକୁ ବନ୍ଧୁକ ବିକ୍ରି କରିବାକୁ ଆସିଥିବା ପଶ୍ଚିମବଙ୍ଗ ବେପାରୀ ଗିରଫ

ଭୁବନେଶ୍ୱର,୬।୯(ବ୍ୟୁରୋ): ରାଜଧାନୀରେ ବନ୍ଧୁକ ବିକ୍ରି କରିବାକୁ ଆସିଥିବା ପଶ୍ଚିମବଙ୍ଗର ଜଣେ ବେପାରୀଙ୍କୁ କମିଶନରେଟ ପୋଲିସ କାବୁ କିରିଛି। ରବିବାର ପୂର୍ବାହ୍ନରେ ଭରତପୁର ଥାନା ଅନ୍ତର୍ଗତ କୋଳଥିଆ...

Advertisement
Archives

Model This Week