ବାରମ୍ବାର ଗରମ କରନ୍ତୁ ନାହିଁ ଏସବୁ ଖାଦ୍ୟ

କିଛି ଖାଦ୍ୟ ଅଛି ଯାହାକୁ ବାରମ୍ବାର ଅବା ଦୁଇଥର ଗରମ କଲେ ଏହା ଶରୀରରେ କୁପ୍ରଭାବ ପକାଇଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ଗବେଷଙ୍କ କହିବା କଥା ହେଲା ବାରମ୍ବାର ଖାଦ୍ୟ ଗରମ କରିବା ଫଳରେ ଏଥିରେ ଥିବା ଗୁଣ ନଷ୍ଟ ହୋଇଯାଇଥାଏ। ଫଳରେ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ।
ଚିକେନ୍‌: ଏଥିରେ ଥାଏ ପ୍ରଚୁର ପରିମାଣରେ ପ୍ରୋଟିନ୍‌। ହେଲେ ଏହାକୁ ଦ୍ୱିତୀୟ ଥର ଗରମ କଲେ ଏହି ପ୍ରୋଟିନ୍‌ କମ୍ପୋଜିଶନ ନଷ୍ଟ ହୋଇ ଯାଇଥାଏ। ଫଳରେ ଏହା ପାଚନ କ୍ରିୟା ଉପରେ କୁପ୍ରଭାବ ପକାଇଥାଏ।
ଅଣ୍ଡା: ଅଣ୍ଡାରୁ ପ୍ରସ୍ତୁତ ଯେକୌଣସି ଖାଦ୍ୟ ଏକାଥରେ ଖାଇବା ଭଲ। ଏହା ପୁଣିଥରେ ଗରମ କଲେ ଏଥିରୁ ବିଷାକ୍ତ ପଦାର୍ଥ ନିର୍ଗତ ହୋଇଥାଏ ବୋଲି ଗବେଷକମାନେ କହିଛନ୍ତି। ଯାହା ଶରୀର ପାଇଁ କ୍ଷତିକାରକ।
ଛତୁ: ଏହା ଖାଇବାକୁ ବେଶ୍‌ ସ୍ବାଦିଷ୍ଟ। ହେଲେ ଏହାକୁ ଥରେ ରୋଷେଇ କରି ଏକାଥରେ ଖାଇଦେବା ଭଲ। କାରଣ ଛତୁ କାଟିବା ଆରମ୍ଭ କଲେ ଏଥିରେ ଥିବା ପ୍ରୋଟିନ୍‌ କମ୍‌ ହେବାରେ ଲାଗିଥାଏ। ତେଣୁ ଏହାକୁ ଦ୍ୱିତୀୟ ଥର ଗରମ କଲେ ଏହା ପେଟ ସମସ୍ୟା ସୃଷ୍ଟି କରିଥାଏ।
ପାଳଙ୍ଗ: ଏହା ଶରୀର ପାଇଁ ଲାଭକାରୀ। ହେଲେ ଏହାକୁ ଦ୍ୱିତୀୟ ଥର ଗରମ କଲେ ଏଥିରେ ଥିବା ନାଇଟ୍ରେଟ୍‌ ଶରୀର ପଇଁ ବିଷ ସଦୃଶ। ଆଉ ଦ୍ୱିତୀୟ ଥର ଗରମ ହୋଇଥିବା ପାଳଙ୍ଗ ଖାଇଲେ କ୍ୟାନସର ସୃଷ୍ଟି ହୁଏ ବୋଲି କହିଛନ୍ତି ବିଶେଷଜ୍ଞ।
ଆଳୁ: ଏହାକୁ ପରିବା ଭିତରେ ରାଜା ବୋଲି କୁହାଯାଏ। ହେଲେ ସିଝା ଆଳୁକୁ ବେଶି ସମୟ ନ ରଖି ତାକୁ ତୁରନ୍ତ ଖାଇବା ଭଲ। କାରଣ ଆଳୁକୁ ବାରମ୍ବାର ଗରମ କରି ଖାଇଲେ ହଜମ ଶକ୍ତି ସମସ୍ୟା ଓ ପେଟ ସମସ୍ୟା ଉପୁଜିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ଡାଏଟିଂ କରୁଛନ୍ତି କି, ଏବେଠୁ ହୁଅନ୍ତୁ ସାବଧାନ …

ସ୍ବାସ୍ଥ୍ୟ ପାଇଁ କେତେକ ଡାଏଟିଂ କରିଥାନ୍ତି। ତେବେ ଅଧିକ ଡାଏଟିଂ କରିବା ସ୍ବାସ୍ଥ୍ୟ ପାଇଁ ହାନୀକାରକ। ଏନେଇ ଚିକିତ୍ସକମାନେ ପରାମର୍ଶ ଦେଇଥାନ୍ତି। ମାତ୍ରାଧିକ ବ୍ୟାୟାମ ବା...

କିଡ୍‌ନୀ ଷ୍ଟୋନର ଘରୋଇ ଉପଚାର

ମନୁଷ୍ୟ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରେ କିଡ୍‌ନୀ ବା ବୃକକ୍‌ ଅନ୍ୟତମ। ଶରୀରରେ ପାଣି ଭଳି ବିଭିନ୍ନ ତରଳପଦାର୍ଥ ଯଥା ମିନେରାଲ ଓ କେମିକାଲର ସ୍ତର...

ସକାଳେ ଗ୍ଲାସେ ଉଷୁମ ପାଣି…

ସକାଳୁ ଖାଲି ପେଟରେ ଗ୍ଲାସେ ଉଷୁମ ପାଣି ପିିଇଲେ ଅନେକ ସୁଫଳ ମିଳିଥାଏ। ଏହା ମ୍ୟୁକୋଲାଇଟିସ୍‌ ଭାବେ କାର୍ଯ୍ୟ କରିଥାଏ। ଏହାଦ୍ୱାରା ଫୁସ୍‌ଫୁସ୍‌ରେ ଜମିଥିବା କଫ...

ଉପକାରୀ ପାଚିଲା କଦଳୀ

କେବଳ କଞ୍ଚା ନୁହେଁ, ପାଚିଲା କଦଳୀରେ ମଧ୍ୟ ସ୍ବାସ୍ଥ୍ୟୋପକାରୀଗୁଣ ଭରି ରହିଛି। ସେ ସମ୍ପର୍କରେ ଟିପ୍ସ.. ପ୍ରମୁଖ ଉତ୍ସ ହେଉଛି ପାଚିଲା କଦଳୀ। ଆପଣଙ୍କର ଭୋକଜନିତ...

କିଭଳି ସମ୍ପର୍କ ହେବ ସୁଦୃଢ…

କିଭଳି ଭାବେ ଆପଣ ବନ୍ଧୁତ୍ୱ ସମ୍ପର୍କକୁ ସୁଦୃଢ ରଖିପାରିବେ ସେ ସମ୍ପର୍କରେ…. * ବନ୍ଧୁଙ୍କ ନିକଟରେ ସବୁବେଳେ ସଚ୍ଚୋଟ ରୁହନ୍ତୁ। କଦାପି ବିଶ୍ୱାସଘାତକତା କରନ୍ତୁ ନାହିଁ।...

ଝୁମୁକା ଫ୍ୟାଶନ: ଜାଣନ୍ତୁ ଲାଟେଷ୍ଟ ଡିଜାଇନ

ଏହା ଏକ ପ୍ରକାର କ୍ଲାସିକ୍‌ ଇୟର ରିଂ, ଯାହାର ଚାହିଦା ମହିଳାମାନଙ୍କ ଗହଣରେ ପୂର୍ବରୁ ଥିଲା ଆଉ ଏବେ ବି ଅଛି। କହିବାକୁ ଗଲେ, ଭାରତୀୟ...

ନୂଆ ନୂଆ ପ୍ରେମରେ ପଡ଼ିଛନ୍ତି ? ପ୍ରେମଜୀବନକୁ ସଫଳ କରୁଥିବା ଏହି ୪ କଥା ଜାଣିରଖନ୍ତୁ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଏବଂ ଉପାୟ ବିଷୟରେ ଉଲ୍ଲେଖ କରିଛନ୍ତି। ସେଥିରୁ ଗୋଟିଏ ହେଲା ପ୍ରେମ ଜୀବନକୁ...

ପିଲାଙ୍କୁ କରନ୍ତୁ ବୁଦ୍ଧିଆ

ସବୁ ଅଭିଭାବକ ନିଜ ପିଲାଙ୍କୁ ବୁଦ୍ଧିମାନ କରିବାକୁ ଚାହାନ୍ତି। ହେଲେ ଏଥିପାଇଁ କେତୋଟି କଥା ପ୍ରତି ବିଶେଷ ଧ୍ୟାନ ଦେବାକୁ ହୋଇଥାଏ। ଜାଣି ରଖନ୍ତୁ ସେ...

Advertisement


Archives

Model This Week