Posted inଖେଳ

ବାରବାଟୀ ଷ୍ଟାଡିୟମ: ସୁଧୁରିନି ଫନୀ ପ୍ରକୋପ

କଟକ ଅଫିସ,୨୯।୯- ବାରବାଟୀ ଷ୍ଟାଡିୟମରେ ନ ହୋଇପାରେ ଆସନ୍ତା ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ମ୍ୟାଚ୍‌। ଏବେ ସୁଦ୍ଧା ଫନୀ ପ୍ରଭାବର କ୍ଷୟକ୍ଷତି ପୂରଣ ହୋଇନି। ଭଙ୍ଗାରୁଜା ଅବସ୍ଥାରେ ପଡ଼ିଛି ରାଜ୍ୟର ଏହି ଅନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ କ୍ରିକେଟ ଷ୍ଟାଡିୟମ। ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ କରିବା ଭଳି ପରିସ୍ଥିତି ମଧ୍ୟ ନାହିଁ। ଏଣୁ ଓଡ଼ିଶାର କ୍ରୀଡ଼ାପ୍ରେମୀ ନିରାଶ ହେବାର ଆଶଙ୍କା ସୃଷ୍ଟି ହେଲାଣି। ଅନ୍ୟପକ୍ଷରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନିକଟକୁ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ପଠାଯାଇଥିଲେ ମଧ୍ୟ ଏଯାଏଁ ଉତ୍ତର ଆସିନି। ବିସିସିଆଇ ନିର୍ବାଚନ ହେବା ପରେ ବୋଧହୁଏ ବାରବାଟୀର କ୍ଷୟକ୍ଷତି ପ୍ରତି ଦୃଷ୍ଟି ଦିଆଯିବ। ସେତେବେଳକୁ ନେଡ଼ିଗୁଡ଼ କହୁଣgକୁ ବୋହି ଯାଇଥିବା ଭଳି ସ୍ଥିତି ଉପୁଜି ସାରିଥିବ। ଓସିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମ୍ୟାଚ୍‌ ଆୟୋଜନ କରିବାକୁ ହେଲେ ଆଉ କିଛିଦିନ ମଧ୍ୟରେ ମରାମତି କାମ ଆରମ୍ଭ କରିବାକୁ ହେବ। ବିସିସିଆଇ ନିର୍ବାଚନ ପରେ କାମ ଆରମ୍ଭ ହେଲେ ମ୍ୟାଚ ପୂର୍ବରୁ ସରିବା ମୁସ୍କିଲ। ଏଣୁ ଅନିଶ୍ଚିତତା ମଧ୍ୟରେ ରହିଛି ଆସନ୍ତା ଅନ୍ତର୍ଜାତୀୟ ମ୍ୟାଚ।
ଡିସେମ୍ବର ୬ ତାରିଖରୁ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ଦଳ ଭାରତରେ ୩ଟି ଟି୨୦ ଓ ୩ଟି ଏକଦିବସୀୟ ମ୍ୟାଚ୍‌ ଖେଳିବ। ଏକଦିବସୀୟ ସିରିଜର ଚୂଡ଼ାନ୍ତ ତଥା ୩ୟ ମ୍ୟାଚ୍‌ଟି ବାରବାଟୀ ଷ୍ଟାଡିୟମରେ ଖେଳାଯିବ ବୋଲି ନିଷ୍ପତ୍ତି ହୋଇଛି। ୪୫ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମ ଏବେ ଭଙ୍ଗାରୁଜା ଅବସ୍ଥାରେ ଅଛି। ଗତ ମେ ୩ରେ ସାମୁଦ୍ରିକ ଝଡ଼ ଫନୀ ପ୍ରଭାବରେ ସମ୍ପୂର୍ଣ୍ଣ ରାଜ୍ୟ ପ୍ରଭାବିତ ହୋଇଥିବା ବେଳେ ଏଥିରୁ ବାରବାଟୀ ଷ୍ଟାଡିୟମ ମଧ୍ୟ ବାଦ୍‌ ପଡ଼ି ନ ଥିଲା। ଫନୀ ପ୍ରଭାବରେ ପ୍ରାୟ ୨୦ କୋଟି ଟଙ୍କାର କ୍ଷତି ହୋଇଥିଲା। ସମସ୍ତ ଫ୍ଲଡ ଲାଇଟ୍‌ର ବଲବ ଭାଙ୍ଗିଯାଇଥିବା୍‌ବେଳେ କର୍ପୋରେଟ ବକ୍ସ, ମିଡ଼ିଆ ଗ୍ୟାଲେରି, ସ୍ପେଶାଲ ଏନ୍‌କ୍ଲୋଜର, ସମ୍ମିଳନୀ କକ୍ଷ ସମେତ ବିଭିନ୍ନ ପାର୍ଶ୍ୱ ଭାଙ୍ଗି ନଷ୍ଟ ହୋଇଯାଇଛି। ଏହାଛଡ଼ା ଗତ ମାସରେ କିଛି ଗ୍ୟାଲେରିରୁ ପ୍ଲାଷ୍ଟର ମଧ୍ୟ ଖସୁଥିବା ଦେଖିବାକୁ ମିଳିଥିଲା। ଓଡ଼ିଶା ଅଲିମ୍ପିକ ଆସୋସିଏଶନ (ଓଓଏ) ପକ୍ଷରୁ ଏହି ସ୍ଥାନ ଗୁଡ଼ିକରେ ଜାଲ ବାନ୍ଧି ଦିଆଯାଇଥିଲା। ଗତ ଅଗଷ୍ଟ ୭ ତାରିଖରେ କିମ୍ବଦନ୍ତୀ କ୍ରିକେଟର କପିଳ ଦେବଙ୍କ କମ୍ପାନୀ ‘ଦେବ ମସ୍କୋ’ ବାରବାଟୀ ଷ୍ଟାଡିୟମର କ୍ଷୟକ୍ଷତି ଆକଳନ କରି ଫେରିଥିଲା। କମ୍ପାନୀର ୨ଜଣ ବରିଷ୍ଠ ଅଧିକାରୀ ଆକଳନ ଦାୟିତ୍ୱରେ ଆସିଥିଲେ। ବର୍ଷା ଯୋଗୁ ଏମାନେ ଷ୍ଟାଡିୟମର ସମସ୍ତ ଭାଗ ବୁଲିପାରି ନ ଥିବାବେଳେ ଆକଳନ ଶେଷ କରିଥିଲେ ବୋଲି ସୂଚନା ଦେଇଥିଲେ। ତେବେ କ୍ଷୟକ୍ଷତି କେତେ ଘଟିଛି ସେ ରିପୋର୍ଟ ସେମାନେ ଫେରିବା ପରେ ମେଲ୍‌ ଯୋଗେ ଓଡିଶା କ୍ରିକେଟ ଆସୋସିଏଶନ(ଓସିଏ) ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)କୁ ଜଣାଇଥିଲେ। ‘ଦେବ ମସ୍କୋ’ କମ୍ପାନୀ କେବଳ ଫ୍ଲଡ ଲାଇଟ ମରାମତି କାର୍ଯ୍ୟ ହାତକୁ ନେବ। ଏହି କମ୍ପାନୀ ଏକଥା ବି ସ୍ପଷ୍ଟ କରିଥିଲା ଯେ, କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଅତିବେଶିରେ ଏକ ମାସ ସମୟ ଲାଗିବ। ଯଦି କେବଳ ଫ୍ଲଡ ଲାଇଟ ମରାମତିକୁ ଏକମାସ ସମୟ ଆବଶ୍ୟକ ତେବେ ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ଭାବେ ସଜାଡିବାକୁ କେତେ ସମୟ ଲାଗିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଶୁକ୍ରବାର ଶେଷ ହୋଇଛି ଓସିଏର କର୍ମକର୍ତ୍ତା ନିର୍ବାଚନ। ଏହାପରେ ଆସନ୍ତା ଅକ୍ଟୋବର ୨୨ରେ ବିସିସିଆଇ ନିର୍ବାଚନ ଦିନ ଧାର୍ଯ୍ୟ ହୋଇଛି। ବିସିସିଆଇ ନିର୍ବାଚନ ସରିଲେ ହିଁ ଓସିଏକୁ ପାଣ୍ଠି ଦିଆଯିବ ବୋଲି ଓସିଏର ଜଣେ ଅଧିକାରୀ କହିଛନ୍ତି। ଯଦି ଏପରି ହୁଏ ତାହେଲେ ବାରବାଟୀକୁ ମରାମତି କରାଯାଇ ମ୍ୟାଚ କରାଯିବା କାଠିକର ପାଠ ହେବ।

ୱେଷ୍ଟଇଣ୍ଡିଜର ୪ର୍ଥ ଗସ୍ତ
ଆସନ୍ତା ଅନ୍ତର୍ଜାତୀୟ ମ୍ୟାଚ ବାରବାଟୀରେ ହେଲେ ଏହାହେବ ୱେଷ୍ଟଇଣ୍ଡିଜ ଦଳ ନିମନ୍ତେ ଓଡ଼ିଶାକୁ ୪ର୍ଥ ଗସ୍ତ। ପ୍ରଥମଥର ନିମନ୍ତେ ୧୯୯୪ ନଭେମ୍ବର ୯ରେ ଭାରତ ବିପକ୍ଷରେ ଏଠାରେ ଏକ ଏକଦିବସୀୟ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ ଖେଳିଥିଲା। ପରେ ୨୦୦୭ ମସିହା ଜାନୁୟାରୀ ୨୪ ଓ ୨୦୧୧ ମସିହା ନଭେମ୍ବର ୨୯ ତାରିଖରେ ମଧ୍ୟ ୱେଷ୍ଟଇଣ୍ଡିଜ ଭାରତ ବିପକ୍ଷରେ ଏକଦିବସୀୟ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମରେ ଖେଳିଛି। ଅନ୍ୟପକ୍ଷରେ ବାରବାଟୀ ଷ୍ଟାଡିୟମରେ ଏହା ହେବ ୨୧ତମ ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍‌ ।


Enter your email to get our daily news in your inbox.

All Right Reserved By Dharitri.Com

‘Thanks To Everybody…’, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ଭିଡିଓ ବାର୍ତ୍ତା ଜାରି,କହିଲେ…VIDEO

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ନୂତନ ଭିଡିଓ ବାର୍ତ୍ତା ଶୁକ୍ରବାର ରାତିରେ ସାମ୍ନାକୁ ଆସିଛି। ଏହି ସମୟରେ…

ଇସ୍ତଫା ଦେବେ ନାହିଁ ଧର୍ମେନ୍ଦ୍ର ପ୍ରଧାନ! ସରକାରଙ୍କ କଡ଼ା ଆଭିମୁଖ୍ୟ, ଗୋଟିଏ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ମାମଲାରେ ଦାୟିତ୍ୱ ନିର୍ଦ୍ଧାରଣ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ ଗତ ଏକ…

ରାଇକିଆରେ ବାହୁଡା଼ ଯାତ୍ରା ସମ୍ପନ୍ନ

ରାଇକିଆ,୨୪ା୭ (ପ୍ରଦୀପ ବେହେରା): ରାଇକିଆ ଠାରେ ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ…

ଗଞ୍ଜାମରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ/ଅନାଥ ତରାଇ): ଗଞ୍ଜାମ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ସକାଳୁ ମନ୍ଦିର ପରିସରରେ ପୂଜାପାଠ ଓ ରୀତିନୀତି ପାଳନ ପରେ ମହାପ୍ରଭୁଙ୍କ…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

CJP ପ୍ରଦର୍ଶନରେ ପାକିସ୍ତାନୀ ଷଡ଼ଯନ୍ତ୍ର! ଜନ୍ତର-ମନ୍ତର ପ୍ରଦର୍ଶନକୁ ନେଇ ବଡ଼ ଖୁଲାସା, ବ୍ଲକ ହେଲା ୪୮୦…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ‘କକ୍ରୋଚ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନ ମଧ୍ୟରେ ଦିଲ୍ଲୀ ପୋଲିସ ଏକ ବଡ଼ ଖୁଲାସା କରିଛି। ପୋଲିସ ଏକ ବଡ଼…

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri