Posted inଖେଳ

ବାରବାଟୀ ଦିନିକିଆ: ୫ ହଜାର ଟିକେଟ୍‌ କିଣିଲେ ଅନୁବନ୍ଧିତ ସଂଘ

କଟକ ଅଫିସ,୧୭ା୧୨-
ଭାରତ-ଓ୍ବେଷ୍ଟଇଣ୍ଡିଜ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ପାଇଁ ସୋମବାରଠାରୁ ଓସିଏ ସହ ଅନୁବନ୍ଧିତ ୟୁନିଟ ଗୁଡ଼ିକୁ ଟିକେଟ୍‌ ବିକ୍ରି କରାଯାଇଛି। ଦୁଇ ଦିନ ଧରି ହେବାକୁ ଥିବା ଏହି ପ୍ରକ୍ରିୟାର ପ୍ରଥମ ଦିନରେ ପ୍ରାୟ ୫ହଜାର ଟିକେଟ୍‌ ବିକ୍ରି ହୋଇଥିବା ଜଣାପଡ଼ିଛି। ୧୬ଟି ଜିଲା, ୧୪ଟି କ୍ଲବ, ୧୩ଟି ସ୍କୁଲ ଓ କଲେଜ ଟିକେଟ କିଣି ସାରିଛନ୍ତି। ବଳକା ଅନୁବନ୍ଧିତ ୟୁନିଟ୍‌ ଗୁଡ଼ିକ ପାଇଁ ମଙ୍ଗଳବାର ରହିଛି ଅନ୍ତିମ ଦିବସ। ଅନୁବନ୍ଧିତ ୟୁନିଟ ଗୁଡ଼ିକ ମୋଟ୍‌ ୮୯୪୬ଟି ଟିକେଟ ରଖାଯାଇଛି। ଜିଲା ଗୁଡ଼ିକୁ ୧୦୮ଟି ଟିକେଟ ବିକ୍ରି କରାଯାଉଥିବା ବେଳେ କ୍ଲବ, ସ୍କୁଲ, କଲେଜକୁ ୮୮ଟି ଲେଖାଏ ଟିକେଟ୍‌ ବିକ୍ରି କରାଯାଉଛି। ଅନ୍ୟପକ୍ଷରେ ବିସିସିଆଇର ମୁଖ୍ୟ ପିଚ୍‌ କ୍ୟୁରେଟର ଆଶିଷ ଭୌମିକ୍‌ ସୋମବାର ଷ୍ଟାଡିୟମ ପରିଦର୍ଶନ କରିବା ସହ ପିଚ୍‌ର ସ୍ଥିତି ପରଖିଛନ୍ତି। ପିଚ୍‌ କ୍ୟୁରେଟର ପଙ୍କଜ ପଟ୍ଟନାୟକ ଉପସ୍ଥିତ ଥିଲେ।
ସବୁଠି ଟିକେଟ୍‌ ସଙ୍କଟ
ଟିକେଟ୍‌ ସଙ୍କଟ ସବୁଠି ଦେଖିବାକୁ ମିଳିଛି। ଗ୍ୟାଲେରି ନଂ-୭ ବାଦ୍‌ ପଡ଼ିବା ପରେ ୫ହଜାର ଟିକେଟ୍‌ କମିଛି। ଯାହା ଫଳରେ ସମସ୍ତ ସ୍ତରରେ ଟିକେଟକୁ ନେଇ ଟଣାଓଟରା ଚାଲିଛି। ପୂର୍ବରୁ ଅନଲାଇନ ଟିକେଟ ମାତ୍ର ଏକ ଘଣ୍ଟାରେ ଶେଷ ହୋଇ ଯାଇଥିଲା। ଏବେ ଅନୁବନ୍ଧିତ ୟୁନିଟ ଗୁଡ଼ିକ ମଧ୍ୟ ଅଧିକ ଟିକେଟ କିଣିବା ନିମନ୍ତେ ନିବେଦନ କରୁଥିବା ଦେଖିବାକୁ ମିଳିଥିଲା। ଆବଶ୍ୟକ ଠାରୁ କମ୍‌ ପରିମାଣର ଟିକେଟ ଦିଆଯାଉଛି ବୋଲି ଏକ ଜିଲା ସଂଘର ସଦସ୍ୟ କହିଛନ୍ତି। ଆଗାମୀ ଦିନରେ କାଉଣ୍ଟରରେ ହେବାକୁ ଥିବା ଟିକେଟ୍‌ ବିକ୍ରିରେ ଏହି ସଙ୍କଟ ବଳବତ୍ତର ରହିବ ବୋଲି ଆଶଙ୍କା କରାଯାଉଛି।
ଗ୍ୟାଲେରିରେ ପୋଲିସ ଟିମ୍‌
ପ୍ରତ୍ୟେକ ଗ୍ୟାଲେରିରେ ପୋଲିସର ଏକ ସ୍ବତନ୍ତ୍ର ଟିମ ଜଗିବ ବୋଲି ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି। ବିଶୃଙ୍ଖଳିତ ଦର୍ଶକଙ୍କ ଉପରେ ପୋଲିସର କଡ଼ା ଆଭିମୁଖ୍ୟ ରହିବ। ଏହାଛଡ଼ା ମହିଳା ଓ ନାବାଳିକା, ନାବାଳକମାନଙ୍କ ପ୍ରତି ବିଶେଷ ଦୃଷ୍ଟି ଦିଆଯିବ ବୋଲି ଡିସିପି ସିଂ କହିଛନ୍ତି। ଟଏଲେଟ୍‌ ବ୍ୟବସ୍ଥା ପ୍ରତି ମଧ୍ୟ ଡିସିପି ଗୁରୁତ୍ୱାରୋପ କରିଛନ୍ତି। ଦର୍ଶକ କିପରି କୌଣସି ସମସ୍ୟା ନଭୋଗିବେ ସେଥି ନିମନ୍ତେ ପୋଲିସ ସଜାଗ ରହିବ ବୋଲି ଡିସିପି କହିଛନ୍ତି।
ପ୍ରସ୍ତୁତି ସମୀକ୍ଷା କଲେ ଆର୍‌ଡିସି
କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର୍‌୍‌ଡିସି) ଅନିଲ କୁମାର ସାମଲ ଷ୍ଟାଡିୟମ ପରିଦର୍ଶନ କରି ପ୍ରସ୍ତୁତି ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ା ଆସନ୍ତା ମ୍ୟାଚ ପାଇଁ ସିଏମ୍‌ସି ପକ୍ଷରୁ ଷ୍ଟାଡିୟମ ନିକଟସ୍ଥ ରାସ୍ତା ଘାଟ ସଫାସୁତୁରା ରଖିବା, ଆଲୋକ ସଜା ବ୍ୟବସ୍ଥା କରାଯିବା ସହିତ ପାର୍କିଂ ସ୍ଥଳରେ ଆବଶ୍ୟକ ଲାଇଟ ଓ ଫ୍ଲଡ୍‌ ଲାଇଟ ବ୍ୟବସ୍ଥା କରିବାକୁ କୁହାଯାଇଛି। ସେହିପରି ଷ୍ଟାଡିୟମର ସୌନ୍ଦର୍ଯୀକରଣ, ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପିଇବା ପାଣିର ବ୍ୟବସ୍ଥା ସହ ବାୟୋ ଶୌଚାଳୟ ଓ ମ୍ୟାଚ ସମୟରେ ଗ୍ୟାଲେରିରେ ଓସିଏ ପକ୍ଷରୁ ବିଶୋଧିତ ପିଇବା ପାଣିର ବ୍ୟବସ୍ଥା କରାଯିବା ନେଇ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଆରଡିସିି ନିର୍ଦ୍ଦେଶ ଦେଇଛନ୍ତିି ା ଷ୍ଟାଡିୟମକୁ ଯାଉଥିବା ରାସ୍ତାର ଆବଶ୍ୟକ ମରାମତି ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେବା ସହ ଉପରୋକ୍ତ ସମସ୍ତ ବ୍ୟବସ୍ଥାର ଅଗ୍ରଗତି ସମ୍ବନ୍ଧରେ ଆର୍‌ଡିସି ସମୀକ୍ଷା କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri