ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ ଶାସିତ ରାଜ୍ୟ। ଏଠାରେ ଏମାନେ ପରାଜିତ ହେଲେ ବି ବାମପନ୍ଥୀ ବିଚାର ବଞ୍ଚିଛି ଏବଂ ବିରୋଧୀ ଦଳ ଭୂମିକାରେ ଅଛନ୍ତି। ଏହି ରାଜ୍ୟ ବାଦ୍‌ ପଶ୍ଚିମବଙ୍ଗ ଓ ତ୍ରିପୁରାରେ ପୂର୍ବରୁ ବାମପନ୍ଥୀ ସରକାର ଥିଲା। ତ୍ରିପୁରାରେ ବାମପନ୍ଥୀମାନେ ବିରୋଧୀ ଦଳ ଆସନରେ ଅଛନ୍ତି । ସବୁଠାରୁ ଦୟନୀୟ ଅବସ୍ଥା ପଶ୍ଚିମବଙ୍ଗରେ। ଏହି ରାଜ୍ୟକୁ ଦିନେ ବାମପନ୍ଥୀ ଆନ୍ଦୋଳନର ଅନ୍ତୁଡ଼ିଶାଳ ବୋଲି କୁହାଯାଉଥିଲା। ହେଲେ ଗତ ବିଧାନସଭା ନିର୍ବାଚନରେ ବାମପନ୍ଥୀମାନେ ୨୯୪ରୁ ମାତ୍ର ୨ ଆସନ ଜିତିବାକୁ ସକ୍ଷମ ହୋଇଛନ୍ତି। ନିକଟ ଭବିଷ୍ୟତରେ ରାଜ୍ୟରେ ପୁନର୍ବାର ବାମପନ୍ଥୀମାନେ କ୍ଷମତାକୁ ଫେରିବା କଷ୍ଟକର ବୋଲି ଚର୍ଚ୍ଚା ହେଉଛି। ଏହାବ୍ୟତୀତ ଦେଶର ଅନ୍ୟାନ୍ୟ ରାଜ୍ୟରେ ଏମାନଙ୍କ ଯେଉଁ ସ୍ଥିତିଗତ ଗୁରୁତ୍ୱ ଥିଲା ତାହା କ୍ରମେ ଦୁର୍ବଳ ହେଉଛି।
ନିର୍ବାଚନ ଫଳାଫଳ ଅନୁଯାୟୀ ଦେଶରେ ଦକ୍ଷିଣପନ୍ଥୀ ବିଚାରଧାରା ବିସ୍ତାରଲାଭ କରୁଛି। ଭାଜପା ଓ ଏହାର ସହଯୋଗୀମାନେ ଦକ୍ଷିଣପନ୍ଥୀ। ଦେଖିବାକୁ ଗଲେ ଏନ୍‌ଡିଏ ଏକ ଦକ୍ଷିଣପନ୍ଥୀ ମେଣ୍ଟ। ବିରୋଧୀ କଂଗ୍ରେସ ମଧ୍ୟ ଏକ ଦକ୍ଷିଣପନ୍ଥୀ ଦଳ। ଏହାର ସହଯୋଗୀ ଇଣ୍ଡିଆ ମେଣ୍ଟର ଦଳଗୁଡ଼ିକ ମଧ୍ୟରୁ ସଂଖ୍ୟାଧିକ ହେଉଛନ୍ତି ଦକ୍ଷିଣପନ୍ଥୀ। ତେବେ ଆବଶ୍ୟକତା ଦୃଷ୍ଟିରୁ ଏହି ମେଣ୍ଟରେ ବାମପନ୍ଥୀ ଦଳ ମଧ୍ୟ ରହିଛନ୍ତି। ବର୍ତ୍ତମାନ କେନ୍ଦ୍ରରେ ଯେଉଁ ସରକାର ଚାଲିଛି ତାହା ହେଉଛି ଦକ୍ଷିଣପନ୍ଥୀ ସରକାର। ଉଭୟ ଭାଜପା ଓ କଂଗ୍ରେସ ଦକ୍ଷିଣପନ୍ଥୀ ହେଲେ ବି କଂଗ୍ରେସ ଉପରେ କିଛିଟା ବାମପନ୍ଥୀ ଆଭାସ ରହିଛି।
ବାମପନ୍ଥୀ ଓ ଦକ୍ଷିଣପନ୍ଥୀ ଦୁଇଟି ପରସ୍ପର ବିରୋଧୀ ବିଚାରଧାରା। ବାମପନ୍ଥୀମାନେ ସାମ୍ୟବାଦରେ ବିଶ୍ବାସ କରନ୍ତି, ଅର୍ଥାତ୍‌ ସମାନତାରେ। ଏମାନେ ପରିବର୍ତ୍ତନକାମୀ ଓ ପ୍ରତିକ୍ରିୟାଶୀଳ ରାଜନୀତିରେ ବିଶ୍ବାସୀ। ସମତାଭିତ୍ତିକ ଅର୍ଥନୈତିକ ବ୍ୟବସ୍ଥା ଉପରେ ଏମାନେ ଗୁରୁତ୍ୱ ଦିଅନ୍ତି। ବୈଜ୍ଞାନିକ ଆଭିମୁଖ୍ୟ ଓ ହେତୁବାଦୀ ବିଚାର ଦ୍ୱାରା ଏମାନେ ଅଭିପ୍ରେତ। ଶ୍ରେଣୀସଂଘର୍ଷ ଜରିଆରେ ଏମାନେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରନ୍ତି। ତେଣୁ ଶ୍ରମିକଶ୍ରେଣୀଙ୍କୁ ସଂଗଠିତ କରିବା ଉପରେ ଗୁରୁତ୍ୱ ଦିଅନ୍ତି। ଅର୍ଥନୈତିକ ଅସମାନତା ଯୋଗୁ ସମାଜରେ ଧାର୍ମିକ ଓ ସାଂସ୍କୃତିକ ବ୍ୟଭିଚାର ଦେଖାଦେଇଛି। ଏହାକୁ ନେଇ ଅନ୍ଧବିଶ୍ୱାସ ଓ କୁସଂସ୍କାର ପରିବ୍ୟାପ୍ତ ହୋଇଛି। ତେଣୁ ଏମାନଙ୍କ ଯୁକ୍ତି, ଆର୍ଥିକ ସମାନତା ଆସିଲେ ଏସବୁ ଆପେ ଦୂରେଇଯିବ। ସମାଜରେ ବୈଜ୍ଞାନିକ ଚେତନାର ବିକାଶ ହେବ। ଭାରତବର୍ଷରେ ବାମପନ୍ଥୀମାନେ କେତେଦୂର ଏହି ବିଚାରଧାରାର ଅନୁଗାମୀ ଓ କେତେମାତ୍ରାରେ ସାମାଜିକ ଜୀବନକୁ ପ୍ରଭାବିତ କରିବାକୁ ସକ୍ଷମ ହୋଇଛନ୍ତି ତାହା ସମୀକ୍ଷାଯୋଗ୍ୟ।
ଅନ୍ୟପକ୍ଷରେ ଦକ୍ଷିଣପନ୍ଥୀମାନେ ରକ୍ଷଣଶୀଳ। ପ୍ରଚଳିତ ଧର୍ମ, ସଂସ୍କୃତି ଓ ପରମ୍ପରାର ସମର୍ଥକ। ଏମାନେ ପୁଞ୍ଜିବାଦୀ ଅର୍ଥନୀତିରେ ବିଶ୍ବାସ କରନ୍ତି। ଏମାନଙ୍କ ମତରେ ସାମାଜିକ ଓ ଆର୍ଥିକ ଅସମାନତା ଈଶ୍ୱର ପ୍ରଦତ୍ତ। ଆର୍ଥିକ ସମାନତା ଏକ ଅସମ୍ଭବ ବ୍ୟାପାର, ସମାଜରେ ଉଚ୍ଚନୀଚ ସୋପାନ ରହିବ ଏବଂ ଈଶ୍ୱର ସତ୍ତାକୁ ସ୍ବୀକାର କରିବାକୁ ପଡ଼ିବ। ଏମାନେ ପାଶ୍ଚାତ୍ୟ ଦେଶରେ ଚର୍ଚ୍ଚର ଆଧିପତ୍ୟକୁ ସ୍ବୀକାର କରୁଥିଲେ। ଭାରତରେ ମନ୍ଦିରର ଆଧିପତ୍ୟକୁ ସ୍ବୀକାର କରୁଛନ୍ତି। ଏମାନେ ବିଜ୍ଞାନ ଓ ବୈଜ୍ଞାନିକ ସିଦ୍ଧାନ୍ତକୁ ମାନିବାକୁ ଅନେକ ସମୟରେ କୁଣ୍ଠାବୋଧ କରନ୍ତି। ଲୋକମାନଙ୍କ ଭିତରେ ଧର୍ମ ଓ ଈଶ୍ୱର ଭାବନା ପ୍ରସାରକରିବା ଏହି ପ୍ରକାର ସରକାରର ଏକ ମୁଖ୍ୟ ଯୋଜନା। ଭାରତରେ ଦକ୍ଷିଣପନ୍ଥୀ ସରକାର ଆସିଲାପରେ ଚାରିଆଡ଼େ ମନ୍ଦିର ନିର୍ମାଣ କାର୍ଯ୍ୟ ବ୍ୟାପକଭାବେ ହେଇଛି। ଗାଁ ଗାଁରେ ମନ୍ଦିର ନିର୍ମାଣ ହେଉଛି। ଭଜନକୀର୍ତ୍ତନ, ଯଜ୍ଞପ୍ରବଚନ ଆଦି ବଢ଼ିବାରେ ଲାଗିଛି। ଯୁକ୍ତି ଓ ତଥ୍ୟଗତ ପ୍ରମାଣ ଅପ୍ରାସଙ୍ଗିକ ହୋଇଯାଉଛି। ଆସ୍ଥା ଓ ବିଶ୍ବାସ ଏଗୁଡ଼ିକର ସ୍ଥାନ ନେଉଛି। ନିଜ ଧର୍ମ ଶ୍ରେଷ୍ଠ ଓ ଅନ୍ୟ ଧର୍ମ ନିକୃଷ୍ଟ ଏହି ଧାରଣାର ବଶବର୍ତ୍ତୀ ଏମାନେ।
ପଶ୍ଚିମବଙ୍ଗ, ତ୍ରିପୁରା ଓ କେରଳ ସମେତ ସମଗ୍ର ଭାରତରେ ବାମପନ୍ଥୀମାନଙ୍କ ପ୍ରତି ସମର୍ଥନ ହ୍ରାସ ପାଉଛି, ଏହାକୁ ସ୍ବୀକାର କରିବାକୁ ପଡ଼ିବ। ଅନ୍ୟପକ୍ଷରେ ଏହାକୁ ମଧ୍ୟ ସ୍ବୀକାର କରିବାକୁ ପଡ଼ିବ ଯେ ଦେଶରେ ଦକ୍ଷିଣପନ୍ଥୀଙ୍କ ପ୍ରତି ସମର୍ଥନ ବଢ଼ୁଛି। ଏହାର ଅର୍ଥ କେବଳ ବାମପନ୍ଥୀ ଭୋଟ ଦକ୍ଷିଣପନ୍ଥୀ ଆଡ଼କୁ ଯାଉଛି ତାହା ନୁହେଁ, ଏହା ସହ ବିଚାରର ମଧ୍ୟ ପରିବର୍ତ୍ତନ ହେଉଛି। ଅର୍ଥାତ୍‌ ବାମପନ୍ଥୀମାନେ କ୍ରମେ ଦକ୍ଷିଣପନ୍ଥୀ ହେଉଥିବା ଜଣାପଡ଼ୁଛି। ଏପ୍ରକାର ଆଦର୍ଶଗତ ପରିବର୍ତ୍ତନ ଭାଜପା ପାଇଁ ସୁଖକର ହୋଇପାରେ, କିନ୍ତୁ ବାମପନ୍ଥୀ ରାଜନୈତିକ ଦଳଗୁଡ଼ିକ ପାଇଁ ଚିନ୍ତାର ବିଷୟ। ବାମପନ୍ଥୀ ଦଳଗୁଡ଼ିକୁ ଆତ୍ମସମୀକ୍ଷା କରିବାକୁ ପଡ଼ିବ କାହିଁକି ତାଙ୍କ ପ୍ରତି ଜନସମର୍ଥନ ହ୍ରାସ ପାଉଛି। ପଶ୍ଚିମବଙ୍ଗରେ ଦୀର୍ଘ ୩୪ ବର୍ଷର ବାମପନ୍ଥୀ ଶାସନ ପରେ ଏଠାକାର ଜନତା ଟିଏମ଼୍‌ସି ଆଡ଼କୁ ମୁହାଁଇଥିଲେ। ଟିଏମ଼ସିର ୧୫ ବର୍ଷର ଶାସନ ପରେ ପୁଣି ଭାଜପା ଆଡ଼କୁ ମୁହାଁଇଛନ୍ତି। ଅର୍ଥାତ୍‌ ବାମପନ୍ଥୀରୁ ଗତି ଦକ୍ଷିଣପନ୍ଥୀକୁ, ସାମ୍ୟବାଦରୁ ପୁଞ୍ଜିବାଦକୁ। ଭାରତରେ ବାମପନ୍ଥୀ ଆନ୍ଦୋଳନ ନିମ୍ନଗାମୀ ହେବାର କାରଣ ହେଉଛି ଏମାନେ ଭାରତୀୟ ସାମାଜିକ ବିଷମତାକୁ ହଟାଇବା ଦିଗରେ ଉପାଦେୟ ପଦକ୍ଷେପ ନେଇ ନାହାନ୍ତି। ଏମାନେ ପାଶ୍ଚାତ୍ୟ ଆର୍ଥିକ ବିଷମତାର ବିଶ୍ଲେଷଣକୁ ଭାରତ ପାଇଁ ଠିକ୍‌ ବୋଲି ଧରି ନେଇଛନ୍ତି। ଶ୍ରମିକଶ୍ରେଣୀ ଓ ଦରିଦ୍ର ଲୋକଙ୍କ ଆର୍ଥିକ ବିକାଶ ଉପରେ ନିଜ କାର୍ଯ୍ୟକ୍ରମକୁ ସୀମିତ ରଖିଛନ୍ତି। ସାମାଜିକ ଅସମାନତାର ଜଡ଼ ଜାତିପ୍ରଥାକୁ ହଟାଇବାର ପାରଦର୍ଶୀ କାର୍ଯ୍ୟକ୍ରମ ଏମାନଙ୍କ ନୀତିରେ ନାହିଁ। ଏହାକୁ ଏକ ସମସ୍ୟାଭାବେ ଗ୍ରହଣ କରିବାକୁ ଏମାନେ ପ୍ରସ୍ତୁତ ନୁହନ୍ତି। ଏହାର କାରଣ ହେଉଛି ଦେଶରେ ବାମପନ୍ଥୀ ଆନ୍ଦୋଳନର ନେତୃତ୍ୱ ସେହି ତଥାକଥିତ ଅଗ୍ରସରବର୍ଗଙ୍କ ହାତରେ ରହିଛି, ଯେଉଁମାନେ ଚାହାନ୍ତି ନାହିଁ ଜାତିବ୍ୟବସ୍ଥାର ସମାପ୍ତ ହେଉ। ତେଣୁ ଶୀର୍ଷନେତା ଓ ତଳକର୍ମୀଙ୍କ ମଧ୍ୟରେ ଭିନ୍ନ ସାମାଜିକ ଭାବନା ରହିଛି।
ଆଗକୁ ଭାରତୀୟ ବାମପନ୍ଥୀ ଆନ୍ଦୋଳନର କଠିନ ସମୟ ଆସୁଛି। ଅନ୍ୟ ଏକ ପନ୍ଥୀ ଦେଶରେ କ୍ଷୀପ୍ରଭାବେ ବିସ୍ତାରଲାଭ କରୁଛି, ତାହା ହେଉଛି ଭୀମପନ୍ଥୀ। ଏମାନେ ନା ବାମପନ୍ଥୀରେ ଯାଆନ୍ତି ନା ଦକ୍ଷିଣପନ୍ଥୀରେ । ଏମାନେ ଜାତିବ୍ୟବସ୍ଥାର ବିରୋଧୀ ଏବଂ ଡ. ଆମ୍ବେଡ୍‌କରଙ୍କ ଆଦର୍ଶ ଓ ମାର୍ଗକୁ ଅନୁସରଣ କରନ୍ତି। ବାମପନ୍ଥୀ ତୁଲ୍ୟ ଏମାନଙ୍କର ମଧ୍ୟ ଜନାଧାର ହେଉଛି ସମାଜର ତଳ ସ୍ତରର ଜାତିସବୁ, ଯେଉଁମାନେ ଜାତିବ୍ୟବସ୍ଥା ଦ୍ୱାରା ଅତ୍ୟାଚାରିତ ଓ ଶୋଷିତ ହୋଇ ଆସିଛନ୍ତି। ତଫାତ ହେଉଛି ବାମପନ୍ଥୀ ଆନ୍ଦୋଳନର ନେତୃତ୍ୱ ତଥାକଥିତ ଉଚ୍ଚଜାତିମାନେ ନେଉଥିବାବେଳେ ଭୀମବାଦୀ ଆନ୍ଦୋଳନର ନେତୃତ୍ୱ ଏମାନେ ନିଜେ ନେଉଛନ୍ତି। ତେଣୁ ବାମପନ୍ଥୀ ଜନାଧାରା କ୍ରମେ ଏମାନଙ୍କ ଆଡକୁ ମୁହଁାଉଛି। ଏମାନେ ଯେତେ ବଢ଼ିବେ ବାମପନ୍ଥୀ ଆନ୍ଦୋଳନ ସେତେ ଦୁର୍ବଳ ହେବ। ଭାରତ ପରିପ୍ରେକ୍ଷୀରେ ବାମପନ୍ଥୀମାନେ ଜାତିଗତ ଅସମାନତାର ସମାଧାନକୁ ଗୁରୁତ୍ୱ ନ ଦେବା ତାତ୍ତ୍ୱିକ ତ୍ରୁଟି ପରି ମନେହୁଏ। ଭାରତୀୟ ପୁଞ୍ଜିବାଦର ଶକ୍ତି ହେଉଛି ଜାତିବ୍ୟବସ୍ଥା। ଏହା କେବେବି ଶ୍ରମିକ-ଦରିଦ୍ର ଗୋଷ୍ଠୀକୁ ଏକତ୍ରିତ ହେବାକୁ ଦେବନାହିଁ। ଜାତିବ୍ୟବସ୍ଥା ସର୍ବଦା ଏମାନଙ୍କୁ ଭାଗ ଭାଗ କରି ରଖିବ।
ବାମପନ୍ଥୀମାନଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭବପର ଯଦି ଏମାନେ ଉଭୟ ଆର୍ଥିକ ଓ ସାମାଜିକ ବିଷମତାକୁ ସମାନ ଗୁରୁତ୍ୱ ଦିଅନ୍ତି ଏବଂ ନୂତନ ଜାତିରହିତ ପ୍ରଗତିଶୀଳ ସମାଜର ପରିକଳ୍ପନା କରନ୍ତି। ଏଥିପାଇଁ ଏହାର ଶୀର୍ଷ ନେତୃତ୍ୱକୁ ଜାତି କବଳରୁ ମୁକୁଳିବାକୁ ପଡ଼ିବ। କର୍ମୀମାନଙ୍କୁ ଏ ଦିଗରେ ପ୍ରେରିତ କରିବାକୁ ହେବ। ଜାତିବାଦୀ ଖୋଳ ଭିତରେ ରହି ସାମ୍ୟବାଦୀ ଆନ୍ଦୋଳନ କରାଯାଇପାରିବ ନାହିଁ ବୋଲି ହୃଦ୍‌ବୋଧ କରାଇବାକୁ ହେବ। ଆଜି ବି ଦେଶରେ ସାମ୍ୟବାଦୀ ଆନ୍ଦୋଳନର ପ୍ରାସଙ୍ଗିକତା ରହିଛି। ଏମାନେ ଜାତିବାଦୀ ବ୍ୟବସ୍ଥାରୁ ବାହାରି ଏକ ନୂତନ ଜାତିବିହୀନ, ବିଜ୍ଞାନସମ୍ମତ ଓ ପ୍ରଗତିଶୀଳ ସମାଜ ପ୍ରତିଷ୍ଠା ପାଇଁ ଆଗଭର ହେଲେ ପୁଣି ଆନ୍ଦୋଳନ ଆଗକୁ ବଢ଼ିପାରିବ।

ଅଧ୍ୟାପକ ଗୋପବନ୍ଧୁ
ଦର୍ଶନ ବିଭାଗ(ଅବସରପ୍ରାପ୍ତ)
ବାରିପଦା, ମୟୂରଭଞ୍ଜ, ମୋ:୭୦୦୮୯୭୬୧୮୦

Dharitri – Odisha’s No.1, Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭାରେ ପହଞ୍ଚିବା ପରେ, ତରୁଣ ଚୁଗ ସଂସଦର ପାହାଚରେ ମୁଣ୍ଡିଆ ମାରିଲେ

ନୂଆଦିଲ୍ଲୀ,୨୯।୬: ରାଜ୍ୟ ସଭା ଏମପି ଭାବରେ ଶପଥ ନେବା ପୂର୍ବରୁ, ତରୁଣ ଚୁଗ ସଂସଦ ଭବନର ଫାଟକରେ ମୁଣ୍ଡ ନଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭାଜପା ତାଙ୍କୁ…

ଟ୍ରାକ୍ଟର ଧକ୍କାରେ ଶ୍ରମିକ ମୃତ, କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହସ୍ପିଟାଲ ଛକ ମୁଖ୍ୟରାସ୍ତାରେ ସୋମବାର ପୂର୍ବାହ୍ନ  ପ୍ରାୟ ୧୦ ଟାରେ ଏକ ବାଲି ବୋଝେଇ ଟ୍ରାକ୍ଟର (ନଂ. ଓଡ଼ି୦୭…

‘ହର୍ମୁଜକୁ କଣ୍ଟ୍ରୋଲ କରୁଛି ଇରାନୀ ସେନା, କୌଣସି ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ,’ ଟ୍ରମ୍ପଙ୍କୁ କଡ଼ା ଭାଷାରେ କହିଲେ ଆରାଘଚି

ତେହରାନ,୨୯।୬: ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତି ସତ୍ତ୍ୱେ, ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ଏପର୍ଯ୍ୟନ୍ତ କମି ନାହିଁ। ଏହି ସମୟରେ, ତେହରାନ ସ୍ପଷ୍ଟ କରିଛି ଯେ…

୧୩ ଜୁଆଙ୍ଗଙ୍କ ମୃତ୍ୟୁ, କେନ୍ଦୁଝରରେ କଂଗ୍ରେସର ପ୍ରତିବାଦ

କେନ୍ଦୁଝର,୨୯ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଦାଦନ ଖଟିବାକୁ ତାମିଲନାଡୁ ଯାଇ କେନ୍ଦୁଝର ଜିଲାର ୧୩ ଜଣ ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ଯୁବତୀଙ୍କ ମୃତ୍ୟୁ ଘଟଣାକୁ କଂଗ୍ରେସ ପକ୍ଷରୁ…

ପ୍ରଥମ ଥର ଗଜାନନ ବେଶ ଧାରଣ କଲେ ଶ୍ରୀଜଗନ୍ନାଥ: ନୂତନ ସ୍ନାନମଣ୍ଡପ ପ୍ରତିଷ୍ଠା

ଦାରିଙ୍ଗବାଡି, ୨୯।୬ (ଅରୁଣ ସାହୁ): ପବିତ୍ର ସ୍ନାନଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ପୁରୀ ସମେତ ସମଗ୍ର ରାଜ୍ୟରେ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଭକ୍ତିଭାବର ସହ ପାଳିତ ହେଉଥିବା ବେଳେ କନ୍ଧମାଳ…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ସହଜ ଉପାୟ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗଗ୍ରସ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ଏହାକୁ ସନ୍ତୁଳିତ…

୩ବର୍ଷର ନାବାଳିକାଙ୍କୁ ବଳାତ୍କାର କଲେ ୬୫ ବର୍ଷୀୟ ବୃଦ୍ଧ, ପରେ ପଥରରେ ଛେଚି ମାରିଦେଲେ

ମୁମ୍ବାଇ,୨୯।୬: ପୁଣେରେ ଜଣେ ତିନି ବର୍ଷର ଶିଶୁ କନ୍ୟାକୁ ବଳାତ୍କାର ଏବଂ ହତ୍ୟା ମାମଲାରେ ଦୋଷୀକୁ ମୃତ୍ୟୁଦଣ୍ଡ ଦିଆଯାଇଛି । ପୁଣେର ଏକ ସ୍ୱତନ୍ତ୍ର ଅଦାଲତ ୬୫…

ଏଲ୍‌ ନିନୋ ଏବଂ ଉତ୍ତପ୍ତ ପାଣିପାଗ

ଇତିହାସରେ ଏଲ୍‌ ନିନୋ : ବିଗତ ୧୯୮୨-୮୩ ଏବଂ ୧୯୯୭-୯୮ ମସିହାର ଏଲ୍‌ ନିନୋଗୁଡ଼ିକ ବିଂଶ ଶତାବ୍ଦୀର ସବୁଠାରୁ ତୀବ୍ର ଘଟଣା ଥିଲା। ୧୯୮୨-୮୩ର ଘଟଣାଗୁଡ଼ିକ ସମୟରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri