Posted inଖେଳ

ଅଜିତ ଅଗରକରଙ୍କୁ ନେଇ ବଢ଼ିଲା ଚର୍ଚ୍ଚା, ରୋହିତ ଶର୍ମାଙ୍କୁ ମିଳିଗଲା ‘ଅଭୟଦାନ’!

ମୁମ୍ବାଇ,୪।୯: ଟିମ ଇଣ୍ଡିଆର ଚିଫ ସିଲେକ୍ଟର ଅଜିତ ଅଗରକର ପୁଣିଥରେ ଚର୍ଚ୍ଚାରେ। ଗୁରୁବାର BCCIର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁମ୍ବାଇ ସ୍ଥିତ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉପସ୍ଥିତ ରହିବାକୁ ଥିବା ପ୍ରାୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଯୋଗ ଦେଇଥିଲେ। କିନ୍ତୁ ଅଜିତ ଅଗରକରଙ୍କ ଅନୁପସ୍ଥିତି ଏବେ ଚର୍ଚ୍ଚାର କାରଣ ପାଲଟିଛି।

ତାଙ୍କ ଅନୁପସ୍ଥିତିକୁ ନେଇ ତାଙ୍କ ଭବିଷ୍ୟତ ସମ୍ପର୍କରେ ସୋସିଆଲ ମିଡିଆରେ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଛି। ତେବେ BCCI ସଚିବ ଦେବଜିତ ସାଇକିଆ ସ୍ପଷ୍ଟ କରିଛନ୍ତି ଯେ ଅଗରକର ସହର ବାହାରେ ଥିବାରୁ ବୈଠକରେ ଯୋଗ ଦେଇପାରିନଥିଲେ। BCCIର ଏହି ବୈଠକ ମୁମ୍ବାଇ ହେଡ ଅଫସରେ ହୋଇଥିଲା। ଅଜିତ ଅଗରକର ମଧ୍ୟ ମୁମ୍ବାଇରେ ରୁହନ୍ତି। ତେଣୁ ତାଙ୍କ ଅନୁପସ୍ଥିତି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। ବୈଠକରେ BCCI ସଚିବ ଦେବଜିତ ସାଇକିଆଙ୍କ ସହ ଟିମ ଇଣ୍ଡିଆର ହେଡ କୋଚ, ସିଓଇ ମୁଖ୍ୟ VVS ଲକ୍ଷ୍ମଣ, ଟି-୨୦ କ୍ୟାପ୍ଟେନ ଶ୍ରେୟସ ଆୟର ଏବଂ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ଶୁଭମନ ଗିଲ ଉପସ୍ଥିତ ଥିଲେ। କିନ୍ତୁ ଅଗରକର ବୈଠକରେ ଦେଖାଯାଇନଥିଲେ।

BCCI ପକ୍ଷରୁ କୁହାଯାଇଛି ଯେ ଅଗରକରଙ୍କ ଅନୁପସ୍ଥିତିକୁ ନେଇ କୌଣସି ପ୍ରକାର ଅନୁମାନ କରିବା ଉଚିତ୍‌ ନୁହେଁ। ସେ ସହର ବାହାରେ ଅଛନ୍ତି ଏବଂ ଏଭଳି ଏକ ସ୍ଥାନରେ ଅଛନ୍ତି, ଯେଉଁଠାରୁ ଅନଲାଇନରେ ମଧ୍ୟ ବୈଠକରେ ଯୋଗ ଦେବା ସମ୍ଭବ ହୋଇନଥିଲା। ତେବେ ଅଗରକରଙ୍କ ଅନୁପସ୍ଥିତିକୁ ନେଇ ଏବେ ପ୍ରଶ୍ନ ଉଠୁଛି। କାରଣ, ମାତ୍ର କିଛି ଦିନ ପୂର୍ବରୁ ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ୩ଟି ଟି-୨୦ ମ୍ୟାଚରେ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା କରାଯାଇଥିଲା। ସେତେବେଳେ ସମସ୍ତ ସିଲେକ୍ଟର ଅନଲାଇନରେ ପରସ୍ପର ସହ ଆଲୋଚନା କରିଥିଲେ। ଏଭଳି ସ୍ଥିତିରେ ହଠାତ୍‌ ଅଗରକର ଭାରତର ଏମିତି କେଉଁ ସ୍ଥାନକୁ ଯାଇଛନ୍ତି, ଯେଉଁଠାରେ ଇଣ୍ଟରନେଟ ସୁବିଧା ମଧ୍ୟ ନାହିଁଏହି ପ୍ରଶ୍ନକୁ ନେଇ କ୍ରିକେଟ ମହଲରେ ଚର୍ଚ୍ଚା ଜୋର ଧରିଛି।
ତେବେ ଅଗରକରଙ୍କ ଭବିଷ୍ୟତ କିମ୍ବା ତାଙ୍କ ପଦକୁ ନେଇ BCCI ପକ୍ଷରୁ କୌଣସି ଅଧିକାରିକ ସଙ୍କେତ ଦିଆଯାଇନାହିଁ। ତେଣୁ ବର୍ତ୍ତମାନ ତାଙ୍କ ଅନୁପସ୍ଥିତିକୁ ନେଇ ଚାଲିଥିବା ଆଲୋଚନାକୁ କେବଳ ଚର୍ଚ୍ଚା ଭାବେ ଦେଖାଯାଉଛି।

ଦେବଜିତ ସାଇକିଆ ବୈଠକ ପରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ସ୍ପଷ୍ଟ କରିଛନ୍ତି ଯେ, ବୈଠକଟି ଖୁବ କମ ସମୟ ମଧ୍ୟରେ ଡକାଯାଇଥିଲା। ତେଣୁ ଅଜିତ ଅଗରକର ବୈଠକରେ ଯୋଗ ଦେଇପାରିନଥିଲେ। ସାଇକିଆ ଏହା ମଧ୍ୟ କହିଛନ୍ତି ଯେ, ଏହା କୌଣସି ସିଲେକ୍ସନ ବୈଠକ ନଥିଲା ଏବଂ ଏନେଇ କୌଣସି ଆଲୋଚନା ମଧ୍ୟ ହୋଇନଥିଲା।
ତେବେ ଏହା ପରେ ମଧ୍ୟ ଅଜିତ ଅଗରକରଙ୍କୁ ନେଇ ଚାଲିଥିବା ଚର୍ଚ୍ଚା ଥମିନାହିଁ। ପ୍ରକୃତରେ ଏଭଳି ଖବର ସାମ୍ନାକୁ ଆସିଥିଲା ଯେ, ଇଂଲଣ୍ଡ ସିରିଜ ସମୟରେ ଅଜିତ ଅଗରକର ଭାରତୀୟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଅବସର ନେବାକୁ କହିଥିଲେ। ଚର୍ଚ୍ଚା ଅନୁଯାୟୀ, ରୋହିତ ମଧ୍ୟ ଏଥିପାଇଁ ରାଜି ହୋଇଥିଲେ। କିନ୍ତୁ ଶେଷ ମ୍ୟାଚରେ ରୋହିତ ଜବରଦସ୍ତ ଶତକ ହାସଲ କରିବା ପରେ ପୂରା ପରିସ୍ଥିତି ବଦଳିଯାଇଥିଲା।

ବୈଠକ ପରେ ଦେବଜିତ ସାଇକିଆଙ୍କୁ ରୋହିତ ଶର୍ମାଙ୍କ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ ଯେ, ରୋହିତ ପ୍ରତ୍ୟେକ ମ୍ୟାଚରେ ଭଲ ପ୍ରଦର୍ଶନ କରୁଛନ୍ତି। ନିକଟରେ ଶେଷ ମ୍ୟାଚରେ ମଧ୍ୟ ସେ ଶତକ ହାସଲ କରିଛନ୍ତି। ତେବେ ଏଭଳି ଚର୍ଚ୍ଚା କେଉଁଠାରୁ ଆସିଲା ବୋଲି ସେ ପ୍ରଶ୍ନ କରିଥିଲେ। ରୋହିତ ଶର୍ମାଙ୍କ ଅବସରକୁ ନେଇ ଏହା ପୂର୍ବରୁ ମଧ୍ୟ ଚର୍ଚ୍ଚା ହୋଇଥିଲା। ସେତେବେଳେ ମଧ୍ୟ BCCI ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ରୋହିତଙ୍କ ଅବସର ନେଇ ଏଭଳି କୌଣସି ଯୋଜନା ନାହିଁ।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୫୦୦ କିଲୋଗ୍ରାମ ପ୍ରସାଦ ସହ ୫୦୦ରୁ ଅଧିକ ବ୍ୟଞ୍ଜନର ନୈବେଦ୍ୟ, ଜନ୍ମାଷ୍ଟମୀ ପାଇଁ ନୋଏଡାରେ ସ୍ବତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ,୪।୯: ଶୁକ୍ରବାର, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ, ନୋଏଡାର ମନ୍ଦିରଗୁଡ଼ିକ ଭକ୍ତି, ମହିମା ଏବଂ ରାନ୍ଧଣା ଆନନ୍ଦର ଏକ ଅନନ୍ୟ ମିଶ୍ରଣ ଦେଖିବେ। କିଛି ସ୍ଥାନରେ, ଭଗବାନ ଶ୍ରୀକୃଷ୍ଣଙ୍କ…

ସ୍କୁଲ ବସ୍‌ ଭିତରେ ୩ ବର୍ଷର ଶିଶୁକୁ ବଳାତ୍କାର କଲେ ଡ୍ରାଇଭର, ଘରେ ପହଞ୍ଚି ଜେଜେମାଆଙ୍କୁ କହିଲେ…

ନଭି ମୁମ୍ବାଇ,୪।୯: ମହାରାଷ୍ଟ୍ରର ନଭି ମୁମ୍ବାଇରେ ସ୍କୁଲ ବସ୍‌ ଭିତରେ ଜଣେ ୩ ବର୍ଷର ଶିଶୁକୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ମାମଲାରେ…

ଜାହାଜ ଦୁର୍ଘଟଣା ପରେ ବି ଚେତୁନାହାନ୍ତି ଟ୍ରଲର ମାଲିକ, ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ମାଛଧରା

ମହାକାଳପଡ଼ା,୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ୧୦ହଜାରରୁ ଅଧିକ ପାରମ୍ପରିକ ମତ୍ସ୍ୟଜୀବୀ ବଙ୍ଗୋପସାଗର ଉପରେ ନିର୍ଭର କରନ୍ତି। ମାଛ ଧରିଲେ ପରିବାର…

ଜଗନ୍ନାଥପ୍ରସାଦରେ ଚାଞ୍ଚଲ୍ୟ; ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

ଜଗନ୍ନାଥପ୍ରସାଦ,୪।୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଞ୍ଚଭୂତି ଗ୍ରାମର ଖଦାଳ ସାହିରେ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁକୁ…

କନ୍ୟା ରାଶିରେ ପ୍ରବେଶ କରିବେ ବୁଧ: ୭ ସେପ୍ଟେମ୍ବରରୁ ଏହି ୩ ରାଶିକୁ ଘାରିବ ସଙ୍କଟ, ରହନ୍ତୁ ସତର୍କ ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୭ ସେପ୍ଟେମ୍ବର ୨୦୨୬ରେ ବୁଧଦେବ କନ୍ୟା ରାଶିରେ ପ୍ରବେଶ କରିବେ। କନ୍ୟା ରାଶିକୁ ବୁଧଙ୍କ ସ୍ବରାଶି ଏବଂ ଉଚ୍ଚ ରାଶି ଭାବେ…

ବଡ଼ ଚମତ୍କାର: ନେପାଳ ବନ୍ୟାର ୯ ଦିନ ପରେ ମାଟି ତଳୁ ଜୀବନ୍ତ ଉଦ୍ଧାର ହେଲେ ୨ ବ୍ୟକ୍ତି, ଏବେ ବି ଶୁଣାଯାଉଛି ଆହୁରି ସ୍ବର

କାଠମାଣ୍ଡୁ,୪।୯: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଏକ ବଡ଼ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ରସୁୱା ଜିଲାରେ ବନ୍ୟା ପରେ ତ୍ରିଶୁଳୀ-୩ଏ ହାଇଡ୍ରୋପାୱାର ପ୍ରକଳ୍ପର…

ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ:ସୁରଧାପାଲି ଜଙ୍ଗଲରୁ ୩୪ ଏକରରୁ ଊର୍ଦ୍ଧ୍ୱ ଜବରଦଖଲ ଉଚ୍ଛେଦ

ଅମରପାଲି, ୪।୯(ପୀତାମ୍ବର ସାହୁ): ସୁବର୍ନପୁର ଜିଲା ବୀରମହାରାଜପୁର ତହସିଲ ଅଧୀନ କେନଝିରିଆପାଲି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ସୁରଧାପାଲି ଜଙ୍ଗଲ ମୌଜାରେ ଦୀର୍ଘଦିନ ଧରି ହୋଇଆସୁଥିବା ଜବରଦଖଲ…

ଭଉଣୀଙ୍କ ବଢୁଥିଲା ଫଲୋଅର୍ସ, ସହି ନ ପାରି ଭାଇ ନେଲେ ଚରମ ପଦକ୍ଷେପ

ଇସଲାମାବାଦ୍‌,୪।୯: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜଣେ ୧୮ ବର୍ଷର ଝିଅ ନିଜ ସୋସିଆଲ ମିଡିଆ ଲୋକପ୍ରିୟତାକୁ ନେଇ ସୃଷ୍ଟି ହୋଇଥିବା ବିବାଦ କାରଣରୁ ନିଜ ସାନ ଭଉଣୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri