ବାପ୍‌ କର୍କଟରେ, ଝି’ ରକ୍ତଶିକୁଳି ରୋଗ୍‌ରେ ପୀଡ଼ିତ: ମାଏକିନାର ଉପରେ ପରିବାର ବୋଝ୍‌

କର୍ଲାମୁଣ୍ଡା, ୫ା୧୨ (ଡି.ଏନ.ଏ.)-  ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଦାଦନ୍‌ ସମସିଆ ଉପରେ ଲଗାମ୍‌ କସବାକେ ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଇ ଯୋଜନାକେ କାଯ୍‌କାରୀ କରୁଥିବାର ଅଧ୍‌କାରୀ, କରମ୍‌ଚାରୀ, ଥାନୀଅ ନେତାକର ଅଁାତରିକତା ଅଭାବୁ ଅନେକ ହକ୍‌ଦାର ଶ୍ରମିକ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତାଥି ସେମାନେ ଉପେ ଶୂଇନ୍‌ ହେଇ ପେଟ୍‌ପାଟନା, କୁଟୁମପୁଷବାର ଲାହଁାସେ ଦାଦନ୍‌ ଖଟିଯାଉଛନ୍‌। ହେଲେ ଅନେକ ଶ୍ରମିକ ଦାଦନ ଯାଇ ସେଠାନେ ଦୁଖ୍‌ ଭୁଗୁଥିଲାବେଲେ, କେତେ ଅଦରବା ହେଇ ଘରକେ ଫିରୁଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଁଚେତ୍‌ ଖଲିଆପାଲି ଗଁାରେ।
ସୂଚନା ହିସାବେ ଖଲିଆପାଲି ଗଁାର ଧନେଶ୍ୱର ମହାନନ୍ଦ(୩୩)। ପରିବାର କହେଲେ ମାଏକିନା ନୀଳେନ୍ଦ୍ରି(୩୩), ପୁଓ ଟୁନା(୧୦) ଆର ଝି’ ପୂଜା(୭)କେ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ, ଧନେଶ୍ୱର ଦୁଖ୍‌ସୁଖ କରି ପରିବାର ଚଲେଇ ନେଉଥିଲେ। ହେଲେ ଝି’ ପୂଜା ଜନମ୍‌ ହେବାର ୩ ବଛର ଉତାରୁ ଜନାପଡ଼ଲା ଯେ ତାକର ରକ୍ତଶିକୁଳି ରୋଗ୍‌ ରହିଛେ। ତାହାକୁ ୨ ମାସେ ଥରେ ରକତ୍‌ ଦେବାକେ ପଡ଼ୁଛେ। ସେଥିରଲାଗି ସବୁଥର ଦୁଇ ହଜାର ଟଁକା ଦରକାର ପଡ଼ଲା। ଶେଷେ ଧନେଶ୍ୱର ଝି’ର ଚିକିଛା ଲାଗି ଟଁକା ଠୁଲାବାକେ ୨୦୧୭ ସାଲେ ଗୁଜୁରାଟକେ ଦାଦନ ଖଟିଯାଇଥିଲେ। ହେଲେ ସେଠାନେ କିଛିଦିନ କାମ୍‌ କଲାଉତାରୁ ମଲଦୁଆରରେ ଦରଜ୍‌ ଅନୁଭବ କରିଥିଲେ। ସେଠାନେ ଡାକ୍‌ତରକୁଁ ଦେଖେଇ ପରୀକ୍ଷା କଲାରୁ ତାକର ମଲଦୁଆରରେ କ୍ୟାନସର ହେଇଥିବାର ଜନାପଡ଼ିଥିଲା। ସେଠାନୁ ସେ ଗଁାକେ ଫିରିଆସି ଜମିବାଡ଼ି ବିକି, ଧାରଉଧାର କରି ଲକ୍ଷାଧିକ୍‌ ଟଁକା ଖରଚ୍‌ରେ ୨୭ା୩ା୨୦୧୮ରେ ବିଷମ କଟକ ଡାକ୍‌ତରଖାନାରେ ଅପରେଶନ ହେଇଥିଲେ। ଅପରେଶନ କରି ଡାକ୍‌ତର ତାକର ମଲଦୁଆର ସବୁଦିନର ଲାଗି ବଁଦ୍‌ କରିଦେଇଛନ୍‌। ପେଟେ ଗୁଟେ ପାଇପ୍‌ ଖଁଜି ଝାଡ଼ା ଯିବାର ବେବସ୍‌ତା କରିଛନ୍‌। ଏହେଦେ ସେ ଚିକିଛାରେ ସବୁ ବିକିଭାଂଗି ସରବ୍‌ସୁଅଁାତ୍‌ ହେଇ ଯାଇଛନ୍‌। ଏନ୍‌ତାଥି ତାହାକୁ ଝି’ର ଚିକିଛା ଆର କୁଟୁମପୁଷବାର ଚିନ୍‌ତା ଖାଇଯାଉଛେ। ଏହେଦେ ତାକର ମାଏକିନା ନୀଳେନ୍ଦ୍ରି ଲୁକ୍‌କର ଚିର୍‌ହାଫଟା ଲୁଗା ସିଲେଇ କରି ପରିବାର ଚଲଉଥିବାର ଧନେଶ୍ୱର କହିଛନ୍‌। ଇଆଡ଼େ ଧନେଶ୍ୱରକଁର ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡ ନାଇଥିବାର ଲାଗି ତାକର ଚିକିଛା ବି ମାହାଲିଆ ନାଇଁ ହେଇପାରବାର। ଜିଲା ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ସାମିଲ କରବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri