ବାପଘରୁ ଫେରିଲେ ମହାଲକ୍ଷ୍ମୀ: ଶ୍ରୀମନ୍ଦିରରେ ବୁଧବାର ମକର ନୀତି

ପୁରୀ ଅଫିସ, ୧୪ା୧: ଶ୍ରୀମନ୍ଦିରରେ ମଙ୍ଗଳବାର ନବାଙ୍କ ନୀତି ଶେଷ ହୋଇଛି। ବୁଧବାର ବଡ଼ଦେଉଳରେ ମକର ସଂକ୍ରାନ୍ତି ନୀତି ପାଳନ ହେବ। ତିନିଠାକୁରଙ୍କୁ ମକର ଚୂଳ ଲାଗି କରାଯିବ। ବିଶ୍ୱାସ ରହିଛି ଧନୁ ସଂକ୍ରାନ୍ତିଠାରୁ ବାପଘରକୁ ଯାଇଥିବା ମହାଲକ୍ଷ୍ମୀ ନବାଙ୍କରେ ଭାର, ଥୋର ନେଇ ଶ୍ରୀମନ୍ଦିରକୁ ଫେରିଥାନ୍ତି।

ମଙ୍ଗଳବାର ଶ୍ରୀମନ୍ଦିରରେ ଚାଉଳ ମେଲାଣ ନୀତି ଓ ଫୁଲ ମେଲାଣ ନୀତି ସମ୍ପନ୍ନ ହୋଇଛି। ମାଳିମାନେ ବାଘମୁହଁା ବାନ୍ଧି ମାଳଚୂଳ, ଜଳ କବରମାନ ଘେନି ପଟୁଆରରେ ଘଣ୍ଟ, ଛତା, କାହାଳି ସହ ବଡ଼ଦେଉଳକୁ ବେଢାଏ ପ୍ରଦକ୍ଷିଣ କରି ବେହେରଣଠାରେ ବେଶ ପାଇଁ ପାଳିଆ ସେବକଙ୍କୁ ଦେଇଥିଲେ। ଏହି ମାଳ ସନ୍ଧ୍ୟା ଆଳତି ବେଶରେ ଲାଗି ହୋଇଥିଲା। ମହାପ୍ରଭୁଙ୍କର ଚନ୍ଦନ ଲାଗି ବଢିବା ପରେ ଭୋଗମଣ୍ଡପ ଘରେ ଭଦ୍ରାସନ ଉପରେ ମୁରୁଜ ପଡ଼ି ୩ଟି ବାଉଁଶିଆରେ ଚାଉଳ ରଖାଯାଇଥିଲା। ସେଥିରେ ଫୁଲ, ଚନ୍ଦନ, ଚେମେଡି ପତନି ଦିଆଯାଇ ଅଧିବାସ କରାଯିବା ପରେ ଦୁଆରମାନ ମୁଦ ହୋଇଥିଲା। ଏହି ଅଧିବାସ ଚାଉଳ ହିଁ ମକର ଚାଉଳ ଭାବେ ମହାପ୍ରଭୁଙ୍କୁ ବୁଧବାର ଲାଗି ହେବ।

ବଡ଼ସିଂହାର ବେଶରେ ମହାପ୍ରଭୁଙ୍କ ନବାଙ୍କ ବେଶ ଅନୁଷ୍ଠିତ ହୋଇଥିଲା। ଏହି ବେଶ ବଢି ପାଣି ପଡ଼ିି ବଡ଼ସିଂହାର ଭୋଗ ଆସିବା ପରେ ଦକ୍ଷିଣୀ ଘରୁ ମଦନମୋହନ ଭିତର ସିଂହାସନକୁ ବିଜେ କରିଥିଲେ। ଭିତର ଭୋଗ ସରି ପଣ୍ଡା ଶ୍ରୀଅଙ୍ଗରୁ ଆଜ୍ଞାମାଳ ଦେବା ପରେ ମହାଜନେ ମଦନମୋହନଙ୍କୁ ଧରି ସିଂହାସନ ଚାରିପଟେ ସାଢେ ୪ ଘେରା ବେଢା କରିଥିଲେ। ଏହାପରେ ମହାଜନେ ଠାକୁରଙ୍କୁ ଆଣି ବଟମୂଳେ ଥିବା ବିମାନରେ ବିଜେ କରାଇଥିଲେ। ବିମାନ ବଡୁମାନେ ଘଣ୍ଟ, ଛତା, କାହାଳି ସହ ବଡଦେଉଳକୁ ସାଢେ ଚାରିବେଢା ବୁଲାଇ ବଟମୂଳେ ବିମାନ ରଖିଥିଲେ। ମହାଜନେ ରୁନ୍ଧା ଫିଟାଇ ଠାକୁରଙ୍କୁ ବିଜେ କରାଇ ଆଣି ଜୟ ବିଜୟ ଦ୍ୱାର ଲଣ୍ଡାବର୍ତ୍ତ ଉପରେ ରଖିଥିଲେ। ସେଠାରେ ପ୍ରସାଦ ଲାଗି ଓ ବନ୍ଦପନା ହୋଇ ଦକ୍ଷିଣୀ ଘରକୁ ବିଜେ କରିଥିଲେ। ପରେ ଅନ୍ୟ ନୀତି ବଢିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪ ମାସ ହେଲା ମିଳୁନି ଭତ୍ତା: ଅନ୍ଦୋଳନ ପାଇଁ ସଜବାଜ ହିତାଧିକାରୀ

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କିଛି ହିତାଧିକାରୀ ବିଗତ ୪ ମାସ ହେଲା ବକେୟା ଭତ୍ତା ଅର୍ଥ ପାଇ ପାରିନାହାନ୍ତି। ଫଳରେ ଉକ୍ତ ହିତାଧିକାରୀ ମାନେ…

ଆନ୍ଦୋଳନ ଛାଡି ଖାଉଥିଲେ ବର୍ଗର! CJP ନେଲା କାର୍ଯ୍ୟାନୁଷ୍ଠାନ, ସଂଗଠନର ମୁଖପାତ୍ର ପଦରୁ…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟି (CJP) ବିଜେତା ଦହିୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ସଂଗଠନର ମୁଖପାତ୍ର ପଦରୁ ହଟାଇ ଦେଇଛି। ଏହାର ସୂଚନା CJP…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

କଲ୍ୟାଣସିଂହପୁର ସେରିଗୁମାଠାରେ ଭାଜପାର ମିଶ୍ରଣ ପର୍ବ: ବିଭିନ୍ନ ଦଳ ଛାଡ଼ି ପଦ୍ମ ଧରିଲେ ୨୦୦ କର୍ମୀ

କଲ୍ୟାଣସିଂହପୁର,୨୧।୭( ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଝିଗୁଡ଼ା ମଣ୍ଡଳର ସେରିଗୁମା ଠାରେ ଭାରତୀୟ ଜନତା ପାର୍ଟି (ଭାଜପା ) ପକ୍ଷରୁ…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୨୧।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ…

CJP ଆନ୍ଦୋଳନକୁ ନେଇ ମମତାଙ୍କ ବଡ଼ ଘୋଷଣା, ବିରୋଧୀ ହେଲେ କାବା!

ନୂଆଦିଲ୍ଲୀ,୨୧।୭: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (TMC) ପ୍ରମୁଖ ମମତା ବାନାର୍ଜୀ ଦଳର ବିଦ୍ରୋହୀ ନେତାମାନଙ୍କ ଉପରେ ଏପର୍ଯ୍ୟନ୍ତର ସବୁଠାରୁ କଡ଼ା ଆକ୍ରମଣ କରିଛନ୍ତି। ସେ ସ୍ପଷ୍ଟ ଶବ୍ଦରେ…

ଆସିଲା ଆଜ୍ଞାମାଳ: ରଥ ନେବ ଦକ୍ଷିଣ ମୋଡ଼

ପୁରୀ,୨୧ା୭: ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଲୀଳାଖେଳା ସାରି ବାହୁଡ଼ାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ ଦାରୁଦିଅଁ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri