ବାପଘରୁ ଫେରିଲେ ମହାଲକ୍ଷ୍ମୀ: ଶ୍ରୀମନ୍ଦିରରେ ବୁଧବାର ମକର ନୀତି

ପୁରୀ ଅଫିସ, ୧୪ା୧: ଶ୍ରୀମନ୍ଦିରରେ ମଙ୍ଗଳବାର ନବାଙ୍କ ନୀତି ଶେଷ ହୋଇଛି। ବୁଧବାର ବଡ଼ଦେଉଳରେ ମକର ସଂକ୍ରାନ୍ତି ନୀତି ପାଳନ ହେବ। ତିନିଠାକୁରଙ୍କୁ ମକର ଚୂଳ ଲାଗି କରାଯିବ। ବିଶ୍ୱାସ ରହିଛି ଧନୁ ସଂକ୍ରାନ୍ତିଠାରୁ ବାପଘରକୁ ଯାଇଥିବା ମହାଲକ୍ଷ୍ମୀ ନବାଙ୍କରେ ଭାର, ଥୋର ନେଇ ଶ୍ରୀମନ୍ଦିରକୁ ଫେରିଥାନ୍ତି।

ମଙ୍ଗଳବାର ଶ୍ରୀମନ୍ଦିରରେ ଚାଉଳ ମେଲାଣ ନୀତି ଓ ଫୁଲ ମେଲାଣ ନୀତି ସମ୍ପନ୍ନ ହୋଇଛି। ମାଳିମାନେ ବାଘମୁହଁା ବାନ୍ଧି ମାଳଚୂଳ, ଜଳ କବରମାନ ଘେନି ପଟୁଆରରେ ଘଣ୍ଟ, ଛତା, କାହାଳି ସହ ବଡ଼ଦେଉଳକୁ ବେଢାଏ ପ୍ରଦକ୍ଷିଣ କରି ବେହେରଣଠାରେ ବେଶ ପାଇଁ ପାଳିଆ ସେବକଙ୍କୁ ଦେଇଥିଲେ। ଏହି ମାଳ ସନ୍ଧ୍ୟା ଆଳତି ବେଶରେ ଲାଗି ହୋଇଥିଲା। ମହାପ୍ରଭୁଙ୍କର ଚନ୍ଦନ ଲାଗି ବଢିବା ପରେ ଭୋଗମଣ୍ଡପ ଘରେ ଭଦ୍ରାସନ ଉପରେ ମୁରୁଜ ପଡ଼ି ୩ଟି ବାଉଁଶିଆରେ ଚାଉଳ ରଖାଯାଇଥିଲା। ସେଥିରେ ଫୁଲ, ଚନ୍ଦନ, ଚେମେଡି ପତନି ଦିଆଯାଇ ଅଧିବାସ କରାଯିବା ପରେ ଦୁଆରମାନ ମୁଦ ହୋଇଥିଲା। ଏହି ଅଧିବାସ ଚାଉଳ ହିଁ ମକର ଚାଉଳ ଭାବେ ମହାପ୍ରଭୁଙ୍କୁ ବୁଧବାର ଲାଗି ହେବ।

ବଡ଼ସିଂହାର ବେଶରେ ମହାପ୍ରଭୁଙ୍କ ନବାଙ୍କ ବେଶ ଅନୁଷ୍ଠିତ ହୋଇଥିଲା। ଏହି ବେଶ ବଢି ପାଣି ପଡ଼ିି ବଡ଼ସିଂହାର ଭୋଗ ଆସିବା ପରେ ଦକ୍ଷିଣୀ ଘରୁ ମଦନମୋହନ ଭିତର ସିଂହାସନକୁ ବିଜେ କରିଥିଲେ। ଭିତର ଭୋଗ ସରି ପଣ୍ଡା ଶ୍ରୀଅଙ୍ଗରୁ ଆଜ୍ଞାମାଳ ଦେବା ପରେ ମହାଜନେ ମଦନମୋହନଙ୍କୁ ଧରି ସିଂହାସନ ଚାରିପଟେ ସାଢେ ୪ ଘେରା ବେଢା କରିଥିଲେ। ଏହାପରେ ମହାଜନେ ଠାକୁରଙ୍କୁ ଆଣି ବଟମୂଳେ ଥିବା ବିମାନରେ ବିଜେ କରାଇଥିଲେ। ବିମାନ ବଡୁମାନେ ଘଣ୍ଟ, ଛତା, କାହାଳି ସହ ବଡଦେଉଳକୁ ସାଢେ ଚାରିବେଢା ବୁଲାଇ ବଟମୂଳେ ବିମାନ ରଖିଥିଲେ। ମହାଜନେ ରୁନ୍ଧା ଫିଟାଇ ଠାକୁରଙ୍କୁ ବିଜେ କରାଇ ଆଣି ଜୟ ବିଜୟ ଦ୍ୱାର ଲଣ୍ଡାବର୍ତ୍ତ ଉପରେ ରଖିଥିଲେ। ସେଠାରେ ପ୍ରସାଦ ଲାଗି ଓ ବନ୍ଦପନା ହୋଇ ଦକ୍ଷିଣୀ ଘରକୁ ବିଜେ କରିଥିଲେ। ପରେ ଅନ୍ୟ ନୀତି ବଢିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁତୁରା ଛୁରାମାଡ଼ରେ ଦାଦା ମୃତ

କବିସୂର୍ଯ୍ୟନଗର,୨୩ା୧୦- କବିସୂର୍ଯ୍ୟନଗର ଥାନା ସୁନାରୀଝୋଳା ପଞ୍ଚାୟତର ପଙ୍କଳବାଡ଼ି ଗ୍ରାମ ବେଲପୁର ସାହିରେ ସମ୍ପତ୍ତିକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ ହୋଇଛି। ଶେଷରେ ପୁତୁରା ଛୁରାମାଡ଼ରେ...

ରାସ୍ତାରୁ ବାଡ଼ ହଟାଇଲେ ତହସିଲଦାର

ଖଇରା,୧୭।୩(ଡି.ଏନ.ଏ.): ବାଲେଶ୍ୱର ଜିଲାର ଖଇରା ଓ ସିମୁଳିଆ ୨ ବ୍ଲକକୁ ସଂଯୋଗ କରୁଥିବା ତୁଡିଗଡିଆ-ଆନନ୍ଦପୁର ଭାୟା ମାଖନପୁର ରାସ୍ତାକୁ ମେଦିନପୁର ଗ୍ରାମ ନିକଟ ଦେଇ ଯାଇଥିବା...

ହିଙ୍ଗୁଳାଙ୍କ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁ

ବାରିପଦା ଅଫିସ,୨୦।୨ – ଆକସ୍ମିକ ଅଗ୍ନିକାଣ୍ଡରୁ ଉଦ୍ଧାର କରୁଥିବା ଅଗ୍ନିରୂପିଣୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ବଡ଼ପୂଜା ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ କଉଡ଼ିଖଣିସ୍ଥିତ ଶାଳଜଙ୍ଗଲ ପରିସରରେ...

ଭିଟାମାଟିକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ, ଜିଲାବାସୀ ଆତଙ୍କିତ

ବୌଦ୍ଧ, ୪ା୫ (ସ୍ବ.ପ୍ର.) ରାଜ୍ୟ ବାହାରେ ରହୁଥିବା ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରିବା ଲାଗି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇବା ପରେ...

ରାଜ୍ୟରୁ ଆଉ ୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୯।୫(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୭ କୋଭିଡ଼ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୨ଲକ୍ଷ ୭୮ ହଜାର ୮୭୭...

ବିଭିନ୍ନ ଦାବିରେ ରାସ୍ତାକୁ ଓହ୍ଲାଇଲେ ୩୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ

ସୋରଡ଼ା,୧୯ା୧୧(ଡି.ଏନ୍‌.ଏ.): ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସୋରଡ଼ା ଶାଖା ପକ୍ଷରୁ ଶନିବାର ଅପରାହ୍ନରେ ୩୦୦ ଶହରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ/ଶିକ୍ଷକ କାଳୀମନ୍ଦିରରୁ ଏକେ ବିରାଟ ଶୋଭାଯାତ୍ରାରେ...

ଆବାସ ଲୋଗୋ: ବିଜେଡି-ଭାଜପା ପୁଣି ମୁହାଁମୁହିଁ

ଭୁବନେଶ୍ବର,୧୬ା୧(ବ୍ୟୁରୋ):ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଶ୍ରେୟ ନେବାକୁ ବିଜେଡି-ଭାଜପା ମଧ୍ୟରେ ପୁଣି ଟଣାଓଟରା ଆରମ୍ଭ ହୋଇଯାଇଛି। ଏଣିକି ଆବାସ ଯୋଜନାରେ କେନ୍ଦ୍ରର ପିଏମ୍‌ଏୱାଇ ଲୋଗୋକୁ ସ୍ପଷ୍ଟ ଭାବେ...

ସୁଧୁରୁନି ସମସ୍ୟା, ବଢୁଛି ଅସନ୍ତୋଷ

ଖୋର୍ଦ୍ଧା ଅଫିସ,୧୦ା୪: ଖୋର୍ଦ୍ଧା ସହରର ବିକାଶ ସ୍ଥାଣୁ ପାଲଟିଛି। ୩ ବର୍ଷ ପରେ ଜନତା ସିଧାସଳଖ ପୌରାଧ୍ୟକ୍ଷ ଏବଂ କାଉନସିଲରମାନଙ୍କୁ ଭୋଟ ଦେଇ ନିର୍ବାଚିତ କରିଥିଲେ।...

Advertisement
Archives

Model This Week