Advertisement

ବାତ୍ୟା କ୍ଷତିଗ୍ରସ୍ତ ଉଠାଦୋକାନୀଙ୍କୁ ସହାୟତା ପ୍ରଦାନ: ୧୩୬୯ ଜଣଙ୍କୁ ମିଳିଲା, ଆହୁରି ପାଇବେ ୨୦୦୦

ପୁରୀ ଅଫିସ,୧ା୯: ବାତ୍ୟାରେ କ୍ଷତିଗ୍ରସ୍ତ ଉଠାଦୋକାନୀଙ୍କୁ ମିଳିଛି ସହାୟତା। ଶନିବାର ଟାଉନ ହଲ୍‌ ପରିସରରେ ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ କ୍ଷତିଗ୍ରସ୍ତ ଉଠାଦୋକାନୀଙ୍କୁ ୧୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୩୬୯ ଜଣଙ୍କୁ ଏହି ସହାୟତା ରାଶି ମିଳିଥିବାବେଳେ ଆହୁରି ୨୦୦୦ରୁ ଊର୍ଦ୍ଧ୍ୱ କ୍ଷତିଗ୍ରସ୍ତ ଉଠାଦୋକାନୀ ସହାୟତା ପାଇବେ। ଭୁବନେଶ୍ୱରରୁ ଭିଡିିଓ କନ୍‌ଫରେନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍‌ଲାଇନ ବିଲ୍ଡିଂ ପ୍ଲାନ ମଞ୍ଜୁର, ମାଇକ୍ରୋ କମ୍ପୋଷ୍ଟିଂ ପ୍ଲାଣ୍ଟ, ପ୍ରତି ୱାର୍ଡରେ ୱାର୍ଡ କାର୍ଯ୍ୟାଳୟର ଉଦ୍‌ଘାଟନ କରିବା ସହ କ୍ଷତିଗ୍ରସ୍ତ ଉଠାଦୋକାନୀଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ। ସହାୟତା ରାଶି ପାଇଥିବା ୧୩୬୯ ଉଠାଦୋକାନୀଙ୍କ ମଧ୍ୟରୁ ୯୪୩ ଜଣ ବଡ଼ଦାଣ୍ଡରେ ବ୍ୟବସାୟ କରିଆସୁଥିଲେ। ଏହି କାର୍ଯ୍ୟକ୍ରମରେ ଏମ୍‌ପି ପିନାକୀ ମିଶ୍ର, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲାପାଳ ବଲୱନ୍ତ ସିଂ ଅତିଥି ଭାବେ ଯୋଗ ଦେଇଥିଲେ। ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ପୌରସଂସ୍ଥା ଦ୍ୱାରା ଆୟୋଜିତ ବକ୍ତୃତା, ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ନବକଳେବର ରୋଡସ୍ଥିତ ଆଖଣ୍ଡଳମଣି ପାର୍କକୁ ପୁରୀବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା। ଏଥିସହ ପୌରସଂସ୍ଥା ଦ୍ୱାରା ଏକ୍ସପ୍ରେସ୍‌ ସଫେଇ ସେବାର ଶୁଭାରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧୂଳି ଉଡ଼ିବା ପ୍ରତିବାଦରେ ହଟିଂବାସୀଙ୍କ ରାଜପଥ ଅବରୋଧ

ଯୋଡ଼ା, ୨୫।୧୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରର ୫୨୦ନଂ ଜାତୀୟ ରାଜପଥରେ ପ୍ରବଳ ମାତ୍ରାରେ ଧୂଳି ଉଡିବା ପ୍ରତିବାଦରେ ମଙ୍ଗଳବାର ଯୋଡା ଟଲକ ହଟିଂବାସୀ ୫୨୦ନଂ ଜାତୀୟ...

ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ରେ ଦୋଳି, ପିଠା, ପାନର ପସରା

ଭୁବନେଶ୍ୱର,୧୫ା୬(ବ୍ୟୁରୋ): ରସୁଲଗଡ଼ସ୍ଥିତ ଓଡ଼ିଶାର ବଡ଼ ମଲ୍‌ ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ରେ ରଜ ମହୋତ୍ସବ ‘ଖୁସିର ରଜ’ ଆରମ୍ଭ ହୋଇଯାଇଛି। ରଜ ପାଇଁ ମଲ୍‌ରେ କରାଯାଇଥିଲା ସ୍ବତନ୍ତ୍ର ବ୍ୟବସ୍ଥା।...

୩ ବର୍ଷରେ ବସ୍ତି ହେବ ଆଦର୍ଶ କଲୋନି

ଭୁବନେଶ୍ୱର (ବ୍ୟୁରୋ)/ବାଲେଶ୍ୱର ଅଫିସ୍‌, ୨୮।୯: ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନିରେ ପରିଣତ ହେବ। ସୋମବାର ଭିଡିଓ କନ୍‌ଫରେନ୍ସରେ ଫକୀରମୋହନଙ୍କ...

ଶହୀଦ୍‌ଙ୍କ ମା’ବାପାଙ୍କୁ ସମ୍ବର୍ଦ୍ଧନା

ବଇଣ୍ଡା,୨୯।୫(ଡି.ଏନ.ଏ.): ଦେଶ ପାଇଁ ଜୀବନ ଦେଇ ଶହୀଦ୍‌ ହୋଇଥିବା ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଙ୍ଗପଡା ଗ୍ରାମର ଦେବାଶିଷ ସେଠୀଙ୍କ ମାତା ପିତାଙ୍କୁ ରାଜ୍ୟ ପୋଲିସ...

ସ୍ବେଚ୍ଛାସେବୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ଆସିକା,୩୧ା୩ (ଡି.ଏନ୍‌.ଏ.): ଲକ୍‌ଡାଉନ୍‌ ଲାଗି ଆସିକା ଏନ୍‌ଏସିରେ ନିରାଶ୍ରୟଙ୍କୁ ଦୈନିକ ରନ୍ଧାଖାଦ୍ୟ ଦିଆଯାଉଛି। ମଙ୍ଗଳବାରଠାରୁ ଆସିକା ବ୍ଲକର ବିଭିନ୍ନ ପଞ୍ଚାୟତରେ ମଧ୍ୟ ନିରାଶ୍ରୟଙ୍କୁ ଅଙ୍ଗନଓ୍ବାଡି କର୍ମୀଙ୍କ...

ଜର୍ଜିଆରେ ଚମକିଲେ ଓଡ଼ିଆ କୁନିଝିଅ

ପୁରୀ ଅଫିସ, ୪ା୨: ପୁଣି ଜଣେ ଓଡ଼ିଆ ଅନ୍ତର୍ଜତୀୟସ୍ତରରେ ସଫଳତା ସାଉଣ୍ଟିଛନ୍ତି। ଜର୍ଜିଆରେ ଅନୁଷ୍ଠିତ ୱାଲର୍‌ଡ ରାଇଜିଂ ଷ୍ଟାର-୨୦୨୦ରେ ୧୨ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ...

ପଞ୍ଚାୟତରେ ଦୁର୍ନୀତି ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କେନ୍ଦୁଝର,୨୩।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ପିଟାପିଟି ପଞ୍ଚାୟତରେ ହୋଇଥିବା ବିଭିନ୍ନ ଦୁର୍ନୀତିର ତଦନ୍ତ ପାଇଁ ବୁଧବାର ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବହୁ ସଂଖ୍ୟାରେ...

ଲକ୍‌ଡାଉନ୍‌ରୁ ଲାଭ ଉଠାଉଛନ୍ତି ଯୁବ ଇଞ୍ଜିନିୟର

ଜଗତ୍‌ସିଂହପୁର ଅଫିସ,୧୧।୭: କରୋନା ଭୂତାଣୁ ଓ ଲକ୍‌ଡାଉନ୍‌, ଶଟ୍‌ଡାଉନଜନିତ ପରିସ୍ଥିତି ଯୋଗୁ ଅନେକେ ଚାକିରି ହରାଇ ବେରୋଜଗାର ହୋଇଯାଇଛନ୍ତି। ହଜାର ହଜାର ଲୋକ ହାତବାନ୍ଧି ହତାଶ...

Advertisement
Archives

Model This Week