ଚାନ୍ଦବାଲି,୧୯।୧୧(ଡି.ଏନ.ଏ.)- ବାତ୍ୟା ବୁଲବୁଲ୍ ପ୍ରଭାବରେ ଭଦ୍ରକ ଜିଲାର ଚାନ୍ଦବାଲି ଓ ଧାମରା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କେନ୍ଦ୍ରାଞ୍ଚଳ ଆର୍ଡିସି ଚାନ୍ଦବାଲି ଗସ୍ତ କରି ବିଭିନ୍ନ ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ଏହି ବାତ୍ୟାରେ ବ୍ଲକର ଲୋକେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଆଲୋଚନା ବେଳେ ସ୍ବୀକାର କରିଥିଲେ। ଧାମରା ଅଞ୍ଚଳ ଗସ୍ତ କରିଥିବା କେନ୍ଦ୍ରୀୟ ଟିମ୍ ମଧ୍ୟ ଏହା ଅନୁଭବ କରିଥିଲେ। ଏବେ ରାଜସ୍ବ ଓ କୃଷି ବିଭାଗ ପକ୍ଷରୁ କର୍ମଚାରୀମାନେ ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି। ମାତ୍ର ବାତ୍ୟା ହେବାର ୧୧ ଦିନ ବିତିଯାଇଥିଲେ ମଧ୍ୟ ଏଯାଏ କ୍ଷତିଗ୍ରସ୍ଥଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହୋଇପାରି ନାହିଁ। ଆବଶ୍ୟକ ସଂଖ୍ୟକ କର୍ମଚାରୀ ଅଭାବରୁ ଆକଳନ କାମ ବିଳମ୍ବ ହୋଇଥିବା କୁହାଯାଉଛି। ଚୂଡ଼ାନ୍ତ ତାଲିକା ପ୍ରସ୍ତୁତରେ ବିଳମ୍ବ ହେଉଥିବାରୁ ଏହି ଅଞ୍ଚଳରେ କ୍ଷତିଗ୍ରସ୍ତ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ତିତ୍ଲିର ସହାୟତା କ୍ଷତିଗ୍ରସ୍ତଙ୍କୁ ମିଳି ନ ଥିବାବେଳେ ଅଧିକାଂଶ କ୍ଷେତ୍ରରେ ତିତ୍ଲିର ତଥ୍ୟକୁ ନେଇ କମ୍ପ୍ୟୁଟରରେ ଅଦଳବଦଳ କରି ବୁଲ୍ବୁଲ୍ କ୍ଷୟକ୍ଷତିର ଆକଳନ କରାଯାଉଥିବା ଆଲୋଚନା ହେଉଛି। ଏପରି ହେଲେ ଅନେକ କ୍ଷତିଗ୍ରସ୍ତ ବାଦ୍ ପଡ଼ିବେ ବୋଲି ନାଲଗୁଣ୍ଡାର ସରପଞ୍ଚ ମନୋଜ ଭଳ କହିଛନ୍ତି।
କୃଷି ବିଭାଗର ତଥ୍ୟ ଅନୁସାରେ ଚାନ୍ଦବାଲି ବ୍ଲକରେ ପ୍ରାୟ ୩୩ ହଜାର ହେକ୍ଟର ଜମିରେ ଚଳିତବର୍ଷ ଖରିଫ ଧାନ ଚାଷ ହୋଇଛି। ବିଭାଗର ପ୍ରାଥମିକ ଆକଳନ ଅନୁଯାୟୀ ବାତ୍ୟା ପ୍ରଭାବରେ ଚାନ୍ଦବାଲି ବ୍ଲକ ଓ ଏନ୍ଏସିକୁ ମିଶାଇ ମୋଟ୍ ୧୭ ହଜାର ୫୦୯ ହେକ୍ଟର ଜମିରେ ଧାନଚାଷ କ୍ଷତି ହୋଇଛି। ଆରଡ଼ି ଅଞ୍ଚଳର ଆରଡ଼ି, ସୁନ୍ଦରପୁର, ନାନ୍ଦପୁର ଏବଂ ଓଳଗ ପଞ୍ଚାୟତର କେତେକ ମୌଜାରେ ୫୦ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିବା ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଅନ୍ୟ ପଞ୍ଚାୟତଗୁଡ଼ିକରେ ଏହାର ପରିମାଣ ୩୩ ରୁ ୫୦ ପ୍ରତିଶତ ମଧ୍ୟରେ ରହିଛି ବୋଲି ସହକାରୀ କୃଷି ଅଧିକାରୀ ଦେବସ୍ମିତା ମିଶ୍ର ସୂଚନା ଦେଇଛନ୍ତି। ସେହିପରି ରାଜସ୍ବ ବିଭାଗ ପକ୍ଷରୁ ଘରଭଙ୍ଗା ତାଲିକା ଚୂଡାନ୍ତ ହୋଇପାରି ନାହିଁ। ପ୍ରଥମେ ଏହି ସଂଖ୍ୟ ୪ ହଜାରରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଉଥିବାବେଳେ ଏବେ ୧ ହଜାର ମଧ୍ୟରେ ସୀମିତ ରହିବ ବୋଲି ଆଶଙ୍କା କରାଯାଉଛି। କେତେକ ଅଞ୍ଚଳରେ କ୍ଷତିଗ୍ରସ୍ତଙ୍କ ତାଲିକାରେ ନାମ ସ୍ଥାନିତ କରିବାକୁ ଅର୍ଥ ଆଦାୟ ହେଉଥିବା ମଧ୍ୟ ଅଭିଯୋଗ ହେଉଛି। ଏ ସମ୍ପର୍କରେ ତହସିଲଦାର ସତ୍ୟଜିତ ରାଉତଙ୍କୁ ପଚାରିବାରୁ ଅର୍ଥ ଆଦାୟ କଥାକୁ ସେ ଅସ୍ବୀକାର କରିବା ସହିତ ଉପଯୁକ୍ତ ପ୍ରମାଣ ମିଳିଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

