ବାତ୍ୟା ଅପେକ୍ଷା ରାସାୟନିକ ଗ୍ୟାସ୍‌ ଟାଙ୍କି ଭୟ ଅଧିକ

ପାରାଦୀପ,୧ା୫(ସ୍ବ.ପ୍ର.): ଉପକୂଳ ଓଡ଼ିଶାବାସୀଙ୍କ ପାଇଁ ବାତ୍ୟା ସହଜାତ ଓ ଦେହଘଷା ହୋଇଗଲାଣି। ପ୍ରତିବର୍ଷ ପ୍ରାୟତଃ ଛୋଟବଡ଼ ବାତ୍ୟା ଏକାଧିକ ଥର ଆସୁଛି। କିନ୍ତୁ ସେଥିମଧ୍ୟରୁ ୧୯୯୯ ମହାବାତ୍ୟା ଯେଇଁ କ୍ଷତ ଛାଡ଼ି ଦେଇଯାଇଛି, ତାହା ଆଜି ମଧ୍ୟ ଶୁଖିନାହିଁ। ବର୍ତ୍ତମାନ ବାତ୍ୟା ‘ଫନୀ’କୁ ନେଇ ୩ ଦିନ ହେଲା ସତର୍କ ସୂଚନା ଜାରି ହୋଇଛି। ଗଣମାଧ୍ୟମରେ ତାହା ପ୍ରଚାର ପ୍ରସାର ହେବା ପରେ ଲୋକେ ସାମାନ୍ୟ ଆତଙ୍କିତ ହୋଇପଡିଛନ୍ତି। ପାଣିପାଗ ବିଭାଗର ପୂର୍ବାନୁମାନ ହିସାବରେ ୧୮୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ତେବେ ଏହି ବେଗର ପବନ ସହିତ ସମୁଦ୍ରକୂଳିଆ ଲୋକେ ସାଧାରଣତଃ ଅଭ୍ୟସ୍ତ। କିନ୍ତୁ ବାତ୍ୟା ଆସିଲେ ସେମାନଙ୍କୁ ଆଉ ଏକ ଭୟ ଘାରିଥାଏ। ତାହା ହେଲା ଶିଳ୍ପ ସଂସ୍ଥାର ରାସାୟନିକ ଗ୍ୟାସ ପୂର୍ଣ୍ଣ ଟାଙ୍କି। କାରଣ ୧୯୯୯ ମହାବାତ୍ୟା ପରେ ବିପର୍ଯ୍ୟୟର ଦୁଃଖଠାରୁ ଆମୋନିଆ ଗ୍ୟାସ ନିର୍ଗତ ହେବାର କଷ୍ଟ ବଳିପଡ଼ିଥିଲା। ବାତ୍ୟାର ୮ଦିନ ପରେ ଆମୋନିଆ ଗ୍ୟାସ ନିର୍ଗତ ହେବାରୁ ଲୋକମାନେ ରାତି ଅଧରେ ଘରଦ୍ୱାର ଛାଡ଼ି ୫୦ କିମି ଦୂରକୁ ପଳାଇଥିଲେ। ପାରାଦୀପରେ ୨ଟି ବୃହତ ସାର କାରଖାନା ରହିଛି। ଉକ୍ତ କାରଖାନା ପରିସରରେ ଲକ୍ଷାଧିକ ଟନ୍‌ର ଆମୋନିଆ, ସଲ୍‌ଫ୍ୟୁରିକ ଏସିଡ୍‌, ଫସ୍‌ଫ୍ୟୁରିକ ଏସିଡ୍‌, ପଟାସ ଆଦି ମହଜୁଦ ଅଛି। ଏତଦ୍‌ବ୍ୟତୀରେକ ୧୫୦ରୁ ଊର୍ଦ୍ଧ୍ୱ ବିଶାଳ ତେଲ ଟାଙ୍କି ରହିଛି। ବାତ୍ୟାବେଳେ ବିଦ୍ୟୁତ ସରବରାହ ବନ୍ଦ କିମ୍ବା କିଛି ଅଘଟଣ ଘଟିଲେ ରାସାୟନିକ ଗ୍ୟାସ୍‌ ନିର୍ଗତ ହୋଇ ପାରାଦୀପ ଓ ଏହାର ୪୦ କିମି ଦୂର ଅଞ୍ଚଳବାସୀଙ୍କୁ ପ୍ରଭାବିତ କରିବ। ସେଥିପାଇଁ ବାତ୍ୟା ଅପେକ୍ଷା ରାସାୟନିକ ଟାଙ୍କି ଭୟ ଅଧିକ ରହିଛି ବୋଲି ସ୍ଥାନୀୟ ବିଜୟଚନ୍ଦ୍ରପୁର ବାସିନ୍ଦା ଜଗନ୍ନାଥ ହାଲଦାର କହିଛନ୍ତି। ଅନ୍ୟପକ୍ଷରେ ବାତ୍ୟା ଖବର ପାଇ ଲୋକେ ମଙ୍ଗଳବାର ସନ୍ଧ୍ୟାରେ ବଜାରରେ ଭିଡ଼ ଜମାଇଛନ୍ତି। ପରିବା ଓ ତେଜରାତି ସଉଦା ଦୋକାନାରେ ଏଭଳି ଭିଡ଼ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଃସହାୟଙ୍କୁ ଖାଦ୍ୟ ବଣ୍ଟନ ରେ ରହୁନି ସାମାଜିକ ଦୂରତ୍ବ

ବିଜେପୁର, ୪।୪(ଡି.ଏନ.ଏ.)ଲକ୍ ଡାଉନ୍ ପାଇଁ ନିଃସହାୟମାନଙ୍କ ଦୁଃଖ ଲାଘବ କରିବାକୁ ସରକାରଙ୍କ ପକ୍ଷରୁ ଖାଦ୍ୟ ବଣ୍ଟନ କରାଯାଉଛି। ହେଲେ କେତେକ ସ୍ଥାନରେ ସାମାଜିକ ଦୂରତ୍ବ ରହୁନଥିବା...

ଜିଲା ପରିଷଦ ଅଧ୍ୟକ୍ଷ ହେଲେ ବିଜେଡିର ଗଙ୍ଗାଧର ପୁଆଲା

ରାୟଗଡ଼ା ଅଫିସ,୧୯।୨: ରାୟଗଡ଼ା ଜିଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡିର ଗଙ୍ଗାଧର ପୁଆଲା ୧୩ଟି ଭୋଟ ପାଇ ବିଜୟ ଲାଭ କରିଛନ୍ତି। ବିଜେଡିର ୭ ଜଣ...

ଡାକ୍‌ତରଖାନା ପରିସର ପାଲଟିଛେ ମଶାମାଛିକର ଭୂସରଗ

ଅତାବିରା, ୫।୩ (ଡି.ଏନ୍‌.ଏ.)- ବରଗଡ଼ ଜିଲା ଅତାବିରା ବ୍ଲକ ଲରମ୍ଭାରେ ଥିବାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରକେ ବାହାରର ଅସ୍‌କୁରା ପାଏନ୍‌ ପଶୁଛେ। ପରିସରରେ ସବୁବେଲେ ପାଏନ୍‌...

‘ଦୁର୍ଘଟଣାକୁ ବିଶ୍ୱାସ କରି ପାରୁନାହିଁ’

ସୋନପୁର,୩୦।୫(ନି.ପ୍ର.): ଗତ ମାର୍ଚ୍ଚରେ ସୋନପୁର ଆସିଥିଲେ ଅଶୋକ। ହସଖୁସିରେ ବୁଲାବୁଲି କରି ଫେରି ଯାଇଥିଲେ। ୪ଦିନ ତଳେ ଅଶୋକ ତାଙ୍କ ସହିତ ଫୋନରେ କଥା ହୋଇଥିଲେ।...

ଓଡ଼ିଆ ଯୁବତୀଙ୍କୁ ୪୯ଥର ଛୁରାମାଡ଼

ସୁରଟ,୧୬ା୧୨:ରାଜଧାନୀ ଦିଲ୍ଲୀର ମେହେରୁଆଲିରେ ଶ୍ରଦ୍ଧା ଓ୍ବାକରଙ୍କୁ ବୟଫ୍ରେଣ୍ଡ ଅଫ୍‌ତାବ ପୁନାଓ୍ବାଲା ହତ୍ୟା ପରେ ୩୫ଖଣ୍ଡ କରି ବିଭିନ୍ନ ସ୍ଥାନରେ ପକାଇବା ଘଟଣା ଦେଶରେ ଚର୍ଚ୍ଚାର ବିଷୟ...

ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ଉଦ୍ୟମ ମାମଲା: ଫେରାର ୨ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୧୪।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ଗ୍ରାମର ଜିଲା ଭାଜପା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ବାପି ପ୍ରଧାନଙ୍କୁ ହତ୍ୟା ଉଦ୍ୟମ ମାମଲାରେ ସମ୍ପୃକ୍ତ ଥିବା...

ମାଟି ଅତଡ଼ା ଖସି ଶ୍ରମିକ ମୃତ: କ୍ଷତିପୂରଣଦାବି କରି ଧାରଣାରେ ବସିଲେ ସ୍ତ୍ରୀ

ମହାକାଳପଡ଼ା,୫।୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ମେରାଇନ୍‌ ଥାନା ଅଧୀନ ଗଗୁଆ ଗ୍ରାମସ୍ଥିତ ଆଇଓସିଏଲ୍‌ (ଭାରତୀୟ ତୈଳ ନିଗମ) ବିଟ୍‌ ହାଉସ୍‌ ପରିସର ମଧ୍ୟରେ...

ପରୀକ୍ଷାରେ ଫେଲ୍‌ ହେବାରୁ ମିଛ ଅପହରଣ ନାଟକ

ୱାଶିଂଟନ: ଅନେକ ସମୟରେ ପରୀକ୍ଷା ରେଜଲ୍ଟ ଖରାପ ହୋଇଥାଏ। ସେତେବେଳେ ପିଲା ମାତା-ପିତାଙ୍କୁ ମିଛ ସତ କହିଥାନ୍ତି। ହେଲେ ନିକଟରେ ଜଣେ ଝିଅ ପରୀକ୍ଷାରେ ଫେଲ...

Advertisement
Archives

Model This Week