Posted inଖେଳ

ବାତ୍ରା ଅଲିମ୍ପିକ୍‌ ଚାନେଲ କମିଶନ ସଦସ୍ୟ

ନୂଆଦିଲ୍ଲୀ, ୨୮ା୫(ପି.ଟି.)- ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ(ଆଇଓଏ) ସଭାପତି ନରିନ୍ଦର ବାତ୍ରା ଅଲିମ୍ପିକ୍‌ ଚାନେଲ କମିଶନ ସଦସ୍ୟଭାବେ ନିଯୁକ୍ତ ହୋଇଛନ୍ତି। ଗତବର୍ଷ ଜୁନ୍‌ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ସଦସ୍ୟ ଥିବା ବାତ୍ରା ନୂଆ ନିଯୁକ୍ତି ପାଇଁ ଏହାର ସଭାପତି ଥୋମାସ ବ୍ୟାକ୍‌ଙ୍କୁ ପତ୍ର ଲେଖି କୃତଜ୍ଞତା ଜଣାଇଛନ୍ତି। ”ଅଲିମ୍ପିକ୍‌ ଚାନେଲ କମିଶନ ସଦସ୍ୟଭାବେ ନିଯୁକ୍ତ ହୋଇଥିବାରୁ ମୁଁ ବହୁତ ଖୁସି। ଆଇଓସିରେ ନୂଆ ଦାୟିତ୍ୱ ପାଇବା ମୋ ପାଇଁ ଗର୍ବର କଥା। ଏଥିପାଇଁ ମୁଁ ଆଇଓସି ସଭାପତିଙ୍କୁ ଧନ୍ୟବାଦ ଜଣାଉଛି“ ବୋଲି ଅନ୍ତର୍ଜାତୀୟ ହକି ଫେଡେରେଶନ ସଭାପତି ଥିବା ବାତ୍ରା ପ୍ରକାଶ କରିଛନ୍ତି। ଅଲିମ୍ପିକ୍‌ ଚାନେଲ କମିଶନ ସଦସ୍ୟ ଆଇଓସି ସିଜନ, ଆଇଓସି କାର୍ଯ୍ୟନିର୍ବାହୀ ବୋର୍ଡ ଏବଂ ଆଇଓସି ସଭାପତିଙ୍କୁ ବିଭିନ୍ନ ପ୍ରସଙ୍ଗରେ ପରାମର୍ଶ ଦେଇପାରିବେ। ଏହା ବ୍ୟତୀତ ଅଲିମ୍ପିକ୍‌ ଚାନେଲ ଆରମ୍ଭ ହେବା ଏବଂ କାର୍ଯ୍ୟ କରିବାରେ ଗାଇଡ କରିବେ। ୬୩ ବର୍ଷୀୟ ବାତ୍ରା ପୂର୍ବରୁ ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ହକି ଇଣ୍ଡିଆ ସଭାପତି, ୨୦୦୩ରୁ ୨୦୧୩ ପର୍ଯ୍ୟନ୍ତ ଏସିଆନ ହକି ଫେଡେରେଶନ ସଭାପତି ଭାବେ କାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ ୨୦୦୩ରୁ ୨୦୧୩ ପର୍ଯ୍ୟନ୍ତ ସେ ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନର କୋଷାଧ୍ୟକ୍ଷ ମଧ୍ୟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀ କିଣିଥିଲେ ସେକେଣ୍ଡ ହ୍ୟାଣ୍ଡ ଏସ୍‌ୟୁଭି

କାର୍‌ ହେଉ କିମ୍ବା ବାଇକ୍‌ ପ୍ରତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭଲ ପାଇବା କାହାକୁ ଅଛୁପା ନୁହେଁ। ଏପରି କି ସେ...

ଆଇପିଏଲ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି

ମୁମ୍ବାଇ,୧୯।୪: ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୫ତମ ସିଜିନର ଏକ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆରଆର) ୭ ରନ୍‌ରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌)କୁ...

ଆର୍ଜେଣ୍ଟିନାକୁ ହରାଇଲା ସୌଦି ଆରବ…

ଦୋହା,୨୨।୧୧ : ସୌଦି ଆରବ ବିପକ୍ଷ ମ୍ୟାଚରେ ଲିଓନେଲ ମେସି ଏକ ବଡ଼ ରେକର୍ଡ କରିଛନ୍ତି। ଆର୍ଜେଣ୍ଟିନାର ଲିଓନେଲ ମେସି ୪ଟି ଭିନ୍ନ ବିଶ୍ୱକପରେ ସ୍କୋର...

ଭାରତୀୟ ଆଥ୍‌ଲେଟ ଦଳର ଗସ୍ତ ୧୪ରେ

ମାଡ୍ରାସ, ୪ା୭(ପି.ଟି.)-ଅଲିମ୍ପିକ୍ସରେ ଭାଗ ନେବା ଲାଗି ଭାରତର ପ୍ରଥମ ବ୍ୟାଚ୍‌ ଆଥ୍‌ଲେଟ ଦଳ ଜୁଲାଇ ୧୪ରେ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ଯୋଗେ ଟୋକିଓ...

ଶ୍ରୀଲଙ୍କା ଆଗରେ ୧୮୪ ରନ୍‌ର ଟାର୍ଗେଟ୍‌

ଦୁବାଇ,୧।୯: ଏସିଆ କପ୍‌ ପାଇଁ ଆଜି ମୁହାଁମୁହିଁ ହୋଇଛନ୍ତି ବାଂଲାଦେଶ- ଶ୍ରୀଲଙ୍କା। ଉଭୟ ଟିମ୍‌ ମଧ୍ୟରେ ଟକ୍କର ବରାବର ଚାଲିଛି। ତେବେ ଶ୍ରୀଲଙ୍କା ଅଧିନାୟକ ଦସୁନ...

ମୁମ୍ବାଇରେ ମୁସ୍ତାକ ଅଲୀ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ବିସିସିଆଇକୁ ଅନୁରୋଧ

ମୁମ୍ବାଇ,୨୧।୯ (ପି.ଟି.): ଦେଶର ସର୍ବବୃହତ୍‌ ଘରୋଇ ଟି୨୦ ଟୁର୍ନାମେଣ୍ଟ ମୁସ୍ତାକ ଅଲୀ ଟ୍ରଫିକୁ ମୁମ୍ବାଇରେ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରାଯାଇଛି। ଏ ନେଇ ଭାରତୀୟ...

ଭାରତୀୟ ଟପ୍‌ ଅର୍ଡର ଉପରେ ନଜର

ଅହମଦାବାଦ,୧।୨(ପି.ଟି.): ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ସିରିଜର ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ ବୁଧବାର ଏଠାରେ ଅନୁଷ୍ଠିତ ହେବ। ଭାରତ ଓ ନ୍ୟୁଜିଲାଣ୍ଡ...

ପ୍ରଥମ ଶ୍ରେଣୀ କ୍ରିକେଟରୁ ଓ’କିଫିଙ୍କ ଅବସର

ସିଡ୍‌ନୀ, ୬ା୪ (ଏପି)-ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ ସ୍ପିନର ଷ୍ଟିଫେନ୍‌ ଓ’କିଫି ପ୍ରଥମ ଶ୍ରେଣୀ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଆସନ୍ତା ଘରୋଇ ସିଜନ ପାଇଁ...

Advertisement
Archives

Model This Week