ବାଣ ଫୁଟାକୁ ନେଇ ଗଣ୍ଡଗୋଳ, ଜଣେ ଗିରଫ

ବୁଗୁଡ଼ା,୩ା୧୧(ଡି.ଏନ.ଏ.): ବୁଗୁଡ଼ା ଥାନା ଚିଲିଖମାରେ ଗୋଟିଏ ପରିବାରର ସ୍ବାମୀ ଓ ସ୍ତ୍ରୀଙ୍କୁ ଠେଲାପେଲା, ଟଣାଓଟରା ଓ ଧମକ ଦେବା ଅଭିଯୋଗରେ ବୁଗୁଡ଼ା ପୋଲିସ ଶନିବାର ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଜଣକ ହେଲେ ଚିଲିଖମା ଗ୍ରାମର ରମେଶ ନାୟକ। ଏନେଇ ବୁଗୁଡ଼ା ଥାନାରେ ନଂ. ୨୪୧/୧୯ରେ ଏକ ମାମଲା ରୁଜୁ ହୋଇଥିଲା। ପ୍ରକାଶ ଯେ, ଗତ ରବିବାର ଅର୍ଥାତ୍‌ ଦୀପାବଳି ଦିନ ରମେଶ ନାୟକ ତାଙ୍କ ଗ୍ରାମର କେଶବ ନାୟକଙ୍କ ଘର ଆଗରେ ବାଣ ଫୁଟାଇଥିଲେ। ଘର ଆଗର ରମେଶ ବାଣ ବାରମ୍ବାର ଫୁଟାଇବା ଯୋଗୁ କେଶବ ତାଙ୍କୁ ବାରଣ କରିଥିଲେ। କିନ୍ତୁ ରମେଶ ଏହାକୁ ନ ମାନି କେଶବ ଓ ତାଙ୍କ ସ୍ତ୍ରୀଙ୍କୁ ଗାଳିଗୁଲଜ ସହ ଠେଲାପେଲା ଓ ଟଣାଓଟରା କରିଥିଲେ। ଏପରିକି ଘରୁ ବାହାରିବାକୁ ମଧ୍ୟ କେଶବ ପରିବାର ଡ଼ରିଯାଇଥିଲେ। ଶେଷରେ କେଶବଙ୍କ ସ୍ତ୍ରୀ ରେଣୁ ନାୟକ ଗୁରୁବାର ଏନେଇ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅସୁସ୍ଥ ସ୍ବାମୀଙ୍କୁ ମେଡିକାଲରୁ ପାଇଲେନି ସ୍ତ୍ରୀ

ପାତ୍ରପୁର,୧୬ା୭(ଡି.ଏନ୍‌.ଏ.)-ଜରଡ଼ା ଥାନା ଅନର୍ଗତ ପାତ୍ରପୁର ଗ୍ରାମ ସାଗର ସାହିର ତ୍ରିନାଥ ସୁବୁଦ୍ଧି ଜ୍ୱରରେ ପୀଡିତ ଥିବାରୁ ରବିବାର ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କ...

କ୍ୱାରାଣ୍ଟାଇନ୍‌ରେ ରହିଲେ ୩ ଜଣ

ଆସିକା,୨୨ା୪(ଡି.ଏନ୍‌.ଏ.): ଆସିକା ବ୍ଲକ ଓ ଏନ୍‌ଏସି ଇଲାକାକୁ ମଙ୍ଗଳବାର ବିଭିନ୍ନ ସ୍ଥାନରୁ ଆସିଥିବା ୩ ଜଣଙ୍କୁ ପ୍ରଶାସନ ପକ୍ଷରୁ ହୋମ କ୍ୱାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି...

ମନ୍ଦିରରୁ ଅଢେଇ କେଜି ରୂପା ଅଳଙ୍କାର ଚୋରି

ବ୍ରହ୍ମପୁର ଅଫିସ,୧୯।୪: ଗଞ୍ଜାମ ଜିଲା ଗୋଶାଣିନନୁଆଗାଁ ଥାନା ଅଧୀନ ମୁସଲିମ ସ୍ମଶାନ ସମ୍ମୁଖରେ ଥିବା ହରିହର ମନ୍ଦିର ନିକଟ ଆୟାପ୍ପା ମନ୍ଦିରରୁ କିଛି ଦୁର୍ବୃତ୍ତ ରୁପା...

ଜିଲାପାଳଙ୍କ ଗଞ୍ଜାମ ବ୍ଲକ ଗସ୍ତ : ମେଡିଶିନଷ୍ଟୋର, ହୋଟଲ ସିଲ୍‌

ଗଞ୍ଜାମ,୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳକୁ ଶଟ୍‌ଡାଉନ୍‌ ପରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନଜର ଏବେ ଗଞ୍ଜାମ ସହର ଉପରେ। ବୁଧବାର ଜିଲାପାଳ କୁଲାଙ୍ଗେ...

ମହାନଗର ଗଳିକନ୍ଦି ରାସ୍ତା ବିପଜ୍ଜନକ, ସରୁନି ଜାନିବିଲି ପ୍ରକଳ୍ପ ନିର୍ମାଣ

ବ୍ରହ୍ମପୁର ଅଫିସ,୨୪।୪: ବ୍ରହ୍ମପୁର ମହାନଗରରେ ଗଳି କନ୍ଦି ରାସ୍ତାଗୁଡ଼ିକ ଶୋଚନୀୟ ହୋଇଯାଇଛି। ଫଳରେ ଯାନବାହନ ଚଳାଚଳ ବେଳେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ଏବଂ ପାଦଚଲା ମଧ୍ୟ...

୧୨ ଚାରା ଉପତ୍ାଦନ କେନ୍ଦ୍ର ପରିଦର୍ଶନ କଲେ ବନଖଣ୍ଡ ଅଧିକାରୀ

ବୁଗୁଡ଼ା,୨୭ା୪(ଡି.ଏନ.ଏ.)- ବର୍ତ୍ତମାନ କରୋନା ମହାମାରିରୁ ରକ୍ଷା ପାଇବା ପାଇଁ ଗଞ୍ଜାମ ଜିଲାରେ ଲକ୍‌ଡାଉନ ଓ ସଟଡାଉନ ନିୟମ ଲାଗୁ ହୋଇଥିବା ବେଳେ ଦକ୍ଷିଣ ଘୁମୁସର ବନଖଣ୍ଡ...

ଅବାଧ ପଞ୍ଚାୟତ ନିର୍ବାଚନ ଲାଗି ପୋଲିସକୁ ଚ୍ୟାଲେଞ୍ଜ

ଛତ୍ରପୁର,୧୩।୨(ଡି.ଏନ.ଏ.) ଗଞ୍ଜାମ ଜିଲାରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳାର ସହ ଅବାଧ ହେବ ସେନେଇ ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ...

ଅନ୍ୟ ଜାତିରେ ବିବାହ କରିବାରୁ ବାସନ୍ଦ : ନ୍ୟାୟ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ପରିବାର

ଛତ୍ରପୁର,୬ା୬(ଡି.ଏନ୍‌.ଏ.): ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗାଁରେ ଜଣେ ଯୁବକ ଅନ୍ୟ ଜାତିରେ ବିବାହ କରିବାରୁ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି...

Advertisement
Archives

Model This Week