ବାଟହୁଡ଼ା ପିଲାଦିନ: ପୃଥିବୀରେ ୬୯ କୋଟି ଶିଶୁ ଅବହେଳିତ

ଓ୍ବାଶିଂଟନ, ୬।୬: ପୃଥିବୀର ୧୭୬ ଦେଶରେ ଶିଶୁଙ୍କ ପିଲାଦିନ ବାଟ ହୁଡ଼ିଛି। ପ୍ରାୟ ୬୯ କୋଟି ଶିଶୁଙ୍କର ପିଲାଦିନ ହଜିଯାଇଥିବା ସେଭ୍‌ ଦି ଚିଲଡ୍ରେନ୍‌ ସଂସ୍ଥା ଦ୍ୱାରା ପ୍ରକାଶିତ ‘ଦି ଏଣ୍ଡ ଅଫ୍‌ ଚାଇଲ୍ଡହୁଡ୍‌ ଇଣ୍ଡେକ୍ସ୍‌’ରେ ପ୍ରକାଶ ପାଇଛି। ସେଥି ମଧ୍ୟରୁ ୧୭୩ ଦେଶରେ ଶିଶୁଙ୍କ ସାଧାରଣ ସ୍ଥିତରେ ଗତ ୨୦ ବର୍ଷ ମଧ୍ୟରେ ୨୯ ପ୍ରତିଶତ ବିକାଶ ସମ୍ଭବ ହୋଇପାରିଛି। ଏହାଦ୍ୱାରା ୨୮ କୋଟି ଶିଶୁ ଏବେ ନିଜର ପିଲାଦିନ ଅନୁଭବ କରିବାକୁ ସକ୍ଷମ ହୋଇପାରୁଥିବା ରିପୋର୍ଟରେ ଦର୍ଶାଯାଇଛି। ଭାରତ ଏହି ତାଲିକା ପୂର୍ବବର୍ଷ ତୁଳନାରେ ଖରାପ ପ୍ରଦର୍ଶନ କରିଛି। ଏହାର ସ୍ଥାନ ପୂର୍ବରୁ ଶହେ ଥିବାବେଳେ ଏବେ ୧୧୩ରେ ପହଞ୍ଚିଛି। ୨୦୦୦ ମସିହା ତୁଳନାରେ ବିଶ୍ୱସ୍ତରରେ ଶିଶୁଙ୍କ ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିବା କୁହାଯାଉଛି। ଆର୍ଥିକ ସ୍ଥିତି ଖରାପ ଯୋଗୁ ଶିଶୁଙ୍କ ପିଲାଦିନ ହଜିଯାଉଛି। ଶିଶୁମାନେ ୫ ବର୍ଷ ବୟସରେ ପାଠପଢ଼ା ଛାଡି ଶିଶୁ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଥିବା। ଏତେ କମ୍‌ ବୟସରେ ମଧ୍ୟ ସେମାନଙ୍କ ଉପରେ ପରିବାର ପାଳନ ଦାୟିତ୍ୱ ପଡୁଥିବା ଏହି ରିପୋର୍ଟ ଦର୍ଶାଯାଇଛି। ତାଲିକାରେ ଚାଇନା ୩୬ସ୍ଥାନରେ ଥିବାବେଳେ ମାଳଦ୍ୱୀପ ୫୪, ଶ୍ରୀଲଙ୍କା ୫୬ ସ୍ଥାନରେ ରହିଛନ୍ତି। ତାଲିକାରେ ଶ୍ରେଷ୍ଠ ୧୦ ସ୍ଥାନରେ ପଶ୍ଚିମ ୟୁରୋପର ୮ ଦେଶଥିବାବେଳେ ଏସିଆର ୨ ଦେଶ ରହିଛି। ଏସିଆର ସିଙ୍ଗାପୁର ଏବଂ ଦକ୍ଷିଣ କୋରିଆ ପ୍ରଥମ ୧୦ଟି ଦେଶ ମଧ୍ୟରେ ସ୍ଥାନୀୟତ ହୋଇଛନ୍ତି। ସେହିପରି ତାଲିକାର ଶେଷରେ ସେଣ୍ଟ୍ରାଲ ଆଫ୍ରିକାନ୍‌ ରିପବ୍ଲିକ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ପର୍ନ ଷ୍ଟାରଙ୍କୁ ୩୩ ଲକ୍ଷ ଟଙ୍କା ଦେବେ ଟ୍ରମ୍ପ୍‌…

ଓ୍ବାଶିଂଟନ, ୨୩।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ପର୍ନ ଷ୍ଟାର ଷ୍ଟୋର୍ମି ଡାନିଏଲ୍‌ଙ୍କୁ ୩୩ ଲକ୍ଷ ଟଙ୍କା ଦେବେ। ଏନେଇ ଆମେରିକାର ଏକ କୋର୍ଟ...

ଶାହରୁଖ-ସଲମାନଙ୍କଠାରୁ ମଧ୍ୟ ଭଲ ଅଭିନୟ କରିପାରନ୍ତି ଇମ୍ରାନ୍‌…

ଇସଲାମାବାଦ,୭।୧୧ : ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ (ପିଡିଏମ) ମୁଖ୍ୟ ମୌଲାନା ଫଜଲୁର ରେହମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି...

ପାକିସ୍ତାନ ଜେଲ୍‌ରେ ୨୬୧ ଭାରତୀୟ ବନ୍ଦୀ

ଇସ୍‌ଲାମାବାଦ୍‌,୨ା୭(ପି.ଟି.): ପାକିସ୍ତାନ ଜେଲ୍‌ରେ ଏବେ ୨୬୧ ଭାରତୀୟ ବନ୍ଦୀ ଅଛନ୍ତି। ସୋମବାର ପାକିସ୍ତାନ ପକ୍ଷରୁ ସେଠାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ତାଲିକା ହସ୍ତାନ୍ତର କରାଯାଇଛି। ପାକିସ୍ତାନର...

ପୁଟିନ୍‌ଙ୍କ ପାଖରେ ରହିଛି ସବୁଠାରୁ ବିପଜ୍ଜନକ ଜହର, ଯନ୍ତ୍ରଣାରେ ଥରି ଉଠିବ ଶରୀର…

ମସ୍କୋ, ୩୦।୫ : ପୃଥିବୀରେ ବିଭିନ୍ନ ପ୍ରକାରର ଜହର ଅଛି। ସେଥିମଧ୍ୟରୁ କେତେକର ପ୍ରୟୋଗ ଦ୍ୱାରା ଶରୀରର ଧୀରେ ଧୀରେ ମୃତ୍ୟୁ ଘଟେ। କିଛି ଜହର...

ବୈଜ୍ଞାନିକଙ୍କ ଭବିଷ୍ୟବାଣୀ:ପୃଥିବୀ ସହ ଧକ୍କାହେବ ଗ୍ରହାଣୁ ଆପୋଫିସ୍‌

ଓ୍ବାଶିଂଟନ,୧୧-୧୦:: ପୃଥିବୀ ସହ ଏକ ଗ୍ରହାଣୁ ଧକ୍କା ହେବ। ଫଳରେ ଏହା ବିପର୍ଯ୍ୟୟ ଆଣିଦେବା ସହ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ସାଜିବ ବୋଲି...

ପୁରୁଷମାନେ ବି କାର୍ଯ୍ୟସ୍ଥଳରେ ହିଂସା-ଉତ୍ପୀଡନର ହେଉଛନ୍ତି ଶିକାର…

ଜେନେଭା,୭।୧୨ : କର୍ମକ୍ଷେତ୍ରରେ ହିଂସା ଏବଂ ନିର୍ଯାତନା ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି। ବିଶେଷକରି ମହିଳା, ଯୁବବର୍ଗ, ପ୍ରବାସୀ ତଥା ଦୈନିକ ମଜୁରୀ କର୍ମଚାରୀମାନେ ଏହାର...

ବାଲିରେ ପରସ୍ପରକୁ ଭେଟିବେ ମୋଦି-ସୁନକ

ଲଣ୍ଡନ/ନୂଆଦିଲ୍ଲୀ୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଫୋନ ଯୋଗେ ଶୁଭେଚ୍ଛା ଜଣାଇବା ସହ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ...

ବିଷାକ୍ତ ମଦ ପିଇ ୩୦୦ ମୃତ

ତେହେରାନ,୨୮ା୩: ଘାତକ କୋଭିଡ୍‌-୧୯ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରି ମୁଣ୍ଡ ପରେ ମୁଣ୍ଡ ନେଇଚାଲିଛି। ଇରାନରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୩୨,୩୩୨ରେ ପହଞ୍ଚତ୍ଥିବାବେଳେ...

Advertisement
Archives

Model This Week