ବାଟବନା ହେଇଛେ ଆବାସ ଯୋଜନା: ପଲିଥିନ ତଲେ ମୁଡ଼ ଗୁଁଜିଛନ୍‌ ୭ ପରାନୀ କୁଟୁମ

ଲାଠୋର,୨୬।୮(ଡି.ଏନ୍‌.ଏ.):  ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ବାସହୀନ ପରିବାରମାନକୁ ପକାଘର ଯୁଗେଇ ଦିଆଯାଉଛେ ବଲି ଡିଂଗ୍‌ରା ପିଟୁଛନ୍‌। ହେଲେ ଦେଖ୍‌ବାକେ ଗଲେ ଅନେକ ଜାଗାରେ ପରଶାସନିକ ଅବହେଲାର ଲାଗି ଅନେକ ହକ୍‌ଦାର ହିତାଧିକାରୀ ଇ ସୁବିଧାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ତୁରେକେଲା ବ୍ଲକ ହଲନଭଟା ପଁଚେତ୍‌ ଅଧୀନ ଖର୍ଲି ଗାଁରେ।
ଗାଁର ସୁବନ ତାଣ୍ଡି ଜନ୍‌ମୁ ଭିନ୍ନକ୍ଷମ, ତାକର କାନ୍‌ ନାଇଁ ଶୁଭ୍‌ବାର। ପରିବାର କହେଲେ ମାଏକିନା ସୁମତି, ୪ ଝି’ ମହିମା, ଯଶୋବନ୍ତି, ରଶ୍ମିତା, ଦୁର୍ଗା ଆର ଦୁଇ ପୁଓ ନିଲ ଆର ନିଲାମ୍ବରକେ ନେଇ ସଁସାର। ୫୦ ଡେସିମିଲ ଜମିକେ ଛାଡ଼ିଦେଲେ ତାକର କିଛି ସଁପତି ନଁାଇଁନ। ପରିବାରରେ ସବୁବେଲେ ଅଭାବ ଅନାଟନ ଲାଗି ରହିଛେ। ବଡ଼ ଝି’ ମହିମାକେ ଧାର ଉଧାର କରି ବିହାଚୁରା କରିଛନ୍‌। ବଛରକ ୬ ମାସ ବାହାର ରାଏଜ୍‌କେ ଦାଦନ ଯାଉଥିଲାବେଲେ କାବି ୬ ମାସ କୁଟୁମବସିଆ ଗାଁରେ ଲୁକ୍‌କର କାମ୍‌ବୁତା କରି ଚଲୁଛନ୍‌। ଟଁକା ପଏସା ଅଭାବ୍‌ ଲାଗି ଝି’ ଯଶୋବନ୍ତି ଆର ରଶ୍ମିତା ଅଧାରୁ ପାଠ୍‌ପଢ଼ା ଛାଡ଼ି ମା’ବାପ୍‌କେ ରୁଜ୍‌ଗାର କରବାରେ ସାହାଯ୍‌ କରୁଛନ୍‌। ଝି’ ଦୁର୍ଗା ୪ର୍ଥ ଶ୍ରେଣୀରେ ପଢ଼ୁଥିଲାବେଲେ ୨ ପୁଓ ଭିତରୁ ନିଲାମ୍ବର ଅଙ୍ଗନଓ୍ବାଡିକେ ଯାଉଛେ। ସରକାରୀ ସାହାଯ୍‌ କହେଲେ ପରିବାରକେ ମାସିକ ମିଲୁଥିବାର ୩୫ କେ.ଜି. ଚାଉଲ। କୁଟୁମବସିଆ ଯାହା କମଉଛନ୍‌ ସେଟା ପରିବାରର ପେଟ୍‌କେ ହେଲେ ଦିହିକେ ନାଇଁ ଅଁଟ୍‌ବାର। ଏନ୍‌ତାଥି ଭଲ ଘରଖଁଡ଼େ ଅଭାବୁ ୭ ପରାନୀ କୁଟୁମ ଗୁଟେ ଭଂଗା ଦଦ୍‌ରା କୁରିଆରେ ମୁଡ଼ ଗୁଁଜିଛନ୍‌। ବରନ୍‌ଡାରେ ରଁଧାବଢ଼ା କାମ୍‌ ହେଉଛେ। ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ସୁବନ ଫିବଛର ପଁଚେତ୍‌ରୁ ବ୍ଲକ ତକ୍‌ ଦଉଡୁଛନ୍‌। ବାବୁମାନକୁ ଭେଟି, ଗୁହାରି କରି ନିରାଶ ହେଉଛନ୍‌। ସେ ଯେନ୍‌ଘରେ ପରିବାର ଧରି ରହୁଛନ୍‌ ସେ ଘରଠାନୁ ଲୁକ୍‌କର ଗାଈ ଗୁହାଲ ଶହେ ଗୁନା ଭଲ। ଇ ବାବ୍‌ଦେ ହଲନଭଟା ପଁଚେତ୍‌ କାର୍ଯ୍ୟନିର୍ବାହୀ ଅଧ୍‌କାରୀ ଜୟସିଂ ମେହେରକୁଁ ପଚରାଲାରୁ ପରିବାରଟା ସରକାରକଁର ଏସ୍‌ଇସିସି ତାଲିକାରେ ସାମିଲ ନାଇଁ ହେଇପାରି। ଯେନ୍‌ଥିରଲାଗି ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌ ବଲି ସେ କହିଥିଲେ। ହେଲେ ଇ ଅଧ୍‌କାରୀକଁର ମତାମତକେ ନେଇ ହିତାଧିକାରୀ ଉଲଟିଆ ପ୍ରଶ୍ନ କରିଛନ୍‌। ଆମେ ମୁରୁଖ୍‌ ଲୋକ୍‌ ଆମେ ଜନଗଣନାରେ ସାମିଲ ନାଇଁହେଇ ପାରଲୁଁ, ହେଲେ ଗୁଟେ ଖାସ ଘର ଯୁଗେଇ ଦେବାରେ ପରଶାସକ କଏଁଯେ ବିଫଲ ହେଇଛନ ବଲି ସୁବନ ପ୍ରଶ୍ନ କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ ଅଫିସ ୧୪ା୧୨: ପୌଷ ମାସ କୃଷ୍ଣପକ୍ଷ ଷଷ୍ଠୀ ତିଥି ବୁଧବାର ଅବସରରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ...

ହରିଣ,ବାର୍‌ହା ଉପଦ୍ରବ: ଡାଳୁଅ ଧାନ ଫସଲ ନଷ୍ଟ

କୁଜଙ୍ଗ, ୨୧ା୩ (ଡି.ଏନ୍‌.ଏ.):ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ, ଗଡ଼କୁଜଙ୍ଗ ଓ ନୂଆଗାଁ ପଞ୍ଚାୟତରେ ହରିଣ ଓ ବାର୍‌ହା ଯୋଗୁ ଡାଳୁଅ ଧାନ ଫସଲ ନଷ୍ଟ ହେଉଛି।...

ଲାଗିଲା କଟକଣା, ପର୍ଯ୍ୟଟନସ୍ଥଳୀ ଶୂନଶାନ୍‌

ଭୋଗରାଇ, ୨୦।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରେ କରୋନା ଭୂତାଣୁ ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ମନ୍ଦିର ଓ ହାଟବଜାର ଉପରେ...

ଟଙ୍କା ୨ ଶହ ପାଇଁ ମାମୁଙ୍କ ମୃତ୍ୟୁର କାରଣ ସାଜିଲା ଭଣଜା

ଉମରକୋଟ, ୧୭।୧୧(ସ୍ବ.ପ୍ର.): ମାତ୍ର ୨ଶହ ଟଙ୍କା ପାଇଁ ମାମୁଙ୍କୁ ହତ୍ୟା କରିଛି ଭଣଜା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ...

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, ପରିଚୟ ଅସ୍ପଷ୍ଟ

କେନ୍ଦୁଝର, ୧୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଆଳୁଘାଟି ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜନୈକ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ପରିଚୟ...

କୋର୍ଟରେ ହାଜର ହେଲେ ଶର୍ମିଷ୍ଠା: ୨୨କୁ ପୁଣି ଡାକରା

ଭଦ୍ରକ ଅଫିସ,୧୧।୪: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ସୋମବାର ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହୋଇଛନ୍ତି।...

ପ୍ରକଳ୍ପ ଉଦ୍‌ଘାଟନ ହେବାର ଦେଢ଼ମାସ ବିତଲା: ପାଏନ୍‌ ପାଏବାରୁ ବଁଚିତ ୩ ଗାଁବାସୀ

ଅତାବିରା, ୧୫।୫ (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଗଁାଗଁଲିରୁ ସହର ତକ୍‌  ସବୁ ଲୁକ୍‌କୁ ନିରମଲ ପିଇଲା ପାଏନ୍‌ ଯୁଗେଇ ଦେବାର  ଲାଗି ଅନେକ...

ସରକାରୀ ଅର୍ଥରେ ବେସରକାରୀ ସଂସ୍ଥାକୁ ରାସ୍ତା

ସୁନାବେଡ଼ା/ସେମିଳିଗୁଡ଼ା, ୧୯।୫ (ସ୍ବ.ପ୍ର.): ସରକାରୀ ଅର୍ଥରେ ବେସରକାରୀ ରାସ୍ତା ସୁନାବେଡ଼ା ପୌର ପରିଷଦ ଅଞ୍ଚଳରେ ନିର୍ମାଣ ହୋଇଥିବା ଏବେ ନଜରକୁ ଆସିଛି। ୨୬ ନଂ. ଜାତୀୟ ରାଜପଥ...

Advertisement
Archives

Model This Week