ବାଙ୍ଗାଲୋର ଫେରନ୍ତା ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୩ା୯- କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ବାଙ୍ଗାଲୋରରୁ ଫେରିଥିବା ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ କାଶିନିପଦର ପଞ୍ଚାୟତ ତଳପଡା ଗ୍ରାମର ବିମଳ କହଁର (୨୨) ା ଫିରିଙ୍ଗିଆ ପଞ୍ଚାୟତ ତଣ୍ଡ୍ରିଗାଁ ନାଳ ପାଖ ବିଲରୁ ସୋମବାର ତାଙ୍କ ମୃତଦେହ ମିଳିଛି। ବିମଳଙ୍କ ବେକକୁ ହଣାଯାଇଥିବା ବେଳେ ମୁହଁ ଛେଚି ଦିଆଯାଇଛି। ତେବେ କେଉଁ ପରିସ୍ଥିତିରେ ତାଙ୍କୁ ହତ୍ୟା କରାଯାଇଛି, ସେ ନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି ା ମୃତଦେହ ଜବତ କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇଛି। ଏ ନେଇ ଫିରିଙ୍ଗିଆ ଥାନାରେ ନଂ. ୭୬/୧୯ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି ।
ତଳପଡା ଗ୍ରାମର କିତି କହଁରଙ୍କ ପୁଅ ବିମଳ ୫/୬ ବର୍ଷ ହେଲା ବାଙ୍ଗାଲୋରରେ ରହି ଶ୍ରମିକ କାର୍ଯ୍ୟ କରୁଥିଲେ। ଶୁକ୍ରବାର ବିମଳଙ୍କ ସହ ତାଙ୍କ ବାପା ଫୋନ ଯୋଗେ କଥା ହୋଇ ଘରକୁ ଆସିବାକୁ କହିଥିଲେ ା ଆଧାର କାର୍ଡ ଆଣି ଆସିଲେ ବ୍ଲକରେ କାମ ଅଛି ବୋଲି କହିଥିଲେ। ହେଲେ ବିମଳ ଗାଁକୁ ନ ଆସି ଫୋନ ହ୍ବାଟ୍ସ ଆପ୍‌ରେ ଆଧାର ଫଟୋ ପଠାଇ ଦେବେ ବୋଲି କହିଥିଲେ। ସୋମବାର ତଣ୍ଡ୍ରିଗାଁ ନାଳ ପାଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଖବର ପ୍ରଚାରିତ ହୋଇଥିଲା ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରିବାରୁ ଯୁବକ ଜଣକ ତଳପଡା ଗ୍ରାମର ବିମଳ ବୋଲି ଜଣାପଡିଥିଲା ା ପୋଲିସ ତାଙ୍କ ଘରକୁ ଖବର ଦେବାରୁ ବାପା ଆସି ମୃତଦେହ ଚିହ୍ନଟ କରିଥିଲେ ା ବାପା କିତି କହିଛନ୍ତି, ବିମଳ ଘରକୁ ଆସିବାକୁ ମନା କରିଥିଲା ା ବାଙ୍ଗାଲୋରରୁ ଫେରୁଥିବା ସମ୍ପର୍କରେ କିଛି ଜଣାଇନି। ପୂର୍ବରୁ କାହା ସହିତ ସେପରି ଶତ୍ରୁତା ନ ଥିଲେ ମଧ୍ୟ ପୁଅକୁ କିଏ ଏଭଳି ବୀଭତ୍ସ ଭାବେ ହତ୍ୟା କରିଛନ୍ତି, ତାହାର ତଦନ୍ତ କରାଯାଉ ବୋଲି କିତି କହିଛନ୍ତି। ଥାନାଧିକାରୀ ପି.ଶ୍ୟାମସୁନ୍ଦର ରାଓ କହିଛନ୍ତି, ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଛି। ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥ ସଂପ୍ରସାରଣ : ଅବାଧ ଗଛକଟା, ରାସ୍ତାରେ ଅଟକି ରହୁଛି ଯାନବାହନ

ଦାରିଙ୍ଗବାଡ଼ି,୨୪।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ନଂ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଜୋର୍‌ସୋରରେ ଚାଲିଛି। ଏଥିପାଇଁ ବନ ବିଭାଗର କର୍ପୋରେଶନ ପକ୍ଷରୁ...

ତାଜାରୁ ପଡ଼ି ଗୁରୁତର ଛାତ୍ରଙ୍କ ମୃତ୍ୟୁ

ଫୁଲବାଣୀ ଅଫିସ, ୨୫ା୯-ଟିକାବାଲି ଥାନା କୋଚିଲାଗଡ଼ସ୍ଥିତ ଅନ୍ବେଶା ହଷ୍ଟେଲରେ ଗତ ୨୧ ତାରିଖରେ ଜଣେ ୪ର୍ଥ ଶ୍ରେଣୀ ଛାତ୍ର ତାଜାରୁ ପଡ଼ି ଗୁରୁତର ହୋଇଥିଲେ। ଚିକିତ୍ସାଧୀନ...

ଖାଁ ଖାଁ ବାଲିଗୁଡ଼ା: ଗଡୁନି ଯାନବାହନ

ବାଲିଗୁଡ଼ା,୨୨।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ରବିବାର ଜନତା କର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଛି। ବସଷ୍ଟାଣ୍ଡଠାରୁ ଆରମ୍ଭ କରି ବିଭିନ୍ନ ରାଜରାସ୍ତା...

ଲକ୍‌ଡାଉନ୍‌ ଯୋଗୁ ବଢ଼ିଛି ଦେଶୀ ମଦ ମାଫିଆଙ୍କ ପ୍ରାର୍ଦୁଭାବ: ଜଙ୍ଗଲରେ ଚଢ଼ାଉ କରି ୧୨୦୦ଲିଟର ମହୁଲ ପୋଚ ନଷ୍ଟ କଲା ବାଲିଗୁଡ଼ା ପୋଲିସ, ଜଣେ ଗିରଫ

ବାଲିଗୁଡ଼ା,୧୮।୪.(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା କଟପଡ଼ି ଜଙ୍ଗଲରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଏଥିରେ ପୋଲିସ ୧୨୦୦ ଲିଟର ମହୁଲ ପୋଚ ସହ ମଦ...

ଗଞ୍ଜାମ ସୀମା ସିଲ୍‌ ସ୍ଥିତି ପରିଖିଲେ ବାଲିଗୁଡ଼ା ଏସ୍‌ଡିପିଓ

ବାଲିଗୁଡ଼ା,୨୭ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳକୁ ବୁଧବାର ସକାଳେ ବାଲିଗୁଡ଼ା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ଅଚାନକ ଗସ୍ତ କରିଛନ୍ତି। ସେ ପ୍ରଥମେ ଦାରିଙ୍ଗବାଡ଼ି...

ଶ୍ମଶାନ ଜମି ଚିହ୍ନଟ ନ ହେଲେ ଭୋଟ ବର୍ଜନ ଧମକ

ବାଲିଗୁଡା,୫ା୨(ଡି.ଏନ୍‌.ଏ.): ଶ୍ମଶାନ ନ ହେଲେ ଭୋଟ ଦେବୁନାହିଁ ବୋଲି ବାଲିଗୁଡା ଏନଏସିର ୩ ଓ୍ବାର୍ଡବାସୀ ଚେତାବନୀ ଦେଇଛନ୍ତି। ଏନ୍‌ଏସିର ସବୁଠୁ ବଡ଼ ସାହି ହେଉଛି ନୂଆସାହି।...

ଚଢ଼ା ଦରରେ କିରୋସିନ ବିକ୍ରି ନେଇ ଅସନ୍ତୋଷ

ଦାରିଙ୍ଗବାଡ଼ି,୨୩।୫(ଡି.ଏନ୍‌.ଏ.): ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଚଢ଼ା ଦରରେ ପିଡିଏସ୍‌ କିରୋସିନ ବିକ୍ରିକୁ ନେଇ ଅସନ୍ତୋଷ ଦେଖାଯାଇଛି। ପୂର୍ବରୁ କିରୋସିନ ୩୦ ଟଙ୍କାରେ ବିକ୍ରି କରାଯାଉଥିବାବେଳେ ଏବେ...

ଧରିତ୍ରୀ ଖବରଦାତାଙ୍କୁ ହତ୍ୟା ଧମକ

ଫୁଲବାଣୀ ଅଫିସ, ୧୨ା୧-କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ଧରିତ୍ରୀ ଖବରଦାତାଙ୍କୁ ମିଳିଛି ହତ୍ୟା ଧମକ। କୌଣସି ଅପରାଧ ଶ୍ରେଣୀର ଲୋକ ନୁହନ୍ତି, ଖଜୁରିପଡ଼ା ଓଡ଼ିଶା ଆଦର୍ଶ...

Advertisement
Archives

Model This Week