Posted inଜାତୀୟ

ବାଙ୍ଗାଲୋରର କ୍ରମାଗତ ତୃତୀୟ ବିଜୟ

ବେଙ୍ଗାଲୁରୁ,୨୫।୪ (ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶେଷରେ ଲୟକୁ ଫେରିଛି। ଆରମ୍ଭରୁ କ୍ରମାଗତ ଭାବେ ପରାଜୟ ବରଣ କରିଆସୁଥିବା ବାଙ୍ଗାଲୋର ବୁଧବାର କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ୧୭ ରନରେ ପରାସ୍ତ କରି କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ଏଥିସହିତ ଚଳିତ ସେସନରେ ବାଙ୍ଗାଲୋର ପ୍ରଥମଥର ପାଇଁ ପଏଣ୍ଟ ତାଲିକାର ଗୋଟିଏ ପାହାଚ ଉପରକୁ ଉଠି ରାଜସ୍ଥାନ ରୟାଲ୍ସକୁ ପଛରେ ପକାଇ ସପ୍ତମ ସ୍ଥାନ ଅଧିକାର କରିଛି। ୧୧ଟି ମ୍ୟାଚ୍‌ ଖେଳି ବାଙ୍ଗାଲୋର ୪ ବିଜୟ ଓ ୭ ପରାଜୟ ସହ ୮ ପଏଣ୍ଟ ପାଇଛି। ସ୍ଥାନୀୟ ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବାଙ୍ଗାଲୋର ୪ ଉଇକେଟ ହରାଇ ୨୦୨ ରନ ସଂଗ୍ରହ କରିଥିଲା। ଜବାବରେ ପଞ୍ଜାବ ୭ ଉଇକେଟ ହରାଇ ୧୮୫ ରନରେ ସୀମିତ ରହି ମ୍ୟାଚ୍‌ ହାତଛଡ଼ା କରିଥିଲା। ଅପରାଜିତ ୮୨ ରନର ଦ୍ରୁତ ପାଳି ଖେଳିଥିବା ଅଭିଜ୍ଞ ଏବି ଡିଭିଲର୍ସ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।

୨୦୩ ରନ ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି ପଞ୍ଜାବ ଭଲ ଆରମ୍ଭ କରିଥିଲେ ମଧ୍ୟ ପ୍ରଥମେ ବିସ୍ଫୋରକ ଓପନର କ୍ରିସ୍‌ ଗେଲଙ୍କୁ ହରାଇଥିଲା। ଗେଲ ୧୦ ବଲରୁ ୪ ଚୌକା ୧ ଛକା ସହ ୨୩ ରନ କରି ଆଉଟ ହେବା ପରେ ମୟଙ୍କ ଅଗ୍ରଓ୍ବାଲ ୨୧ ବଲରୁ ୫ ଚୌକା ଓ ୧ ଛକା ସହ ୩୫ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅନ୍ୟତମ ଓପନର ଲୋକେଶ ରାହୁଲ ୨୭ଟି ବଲର ସମ୍ମୁଖୀନ ହୋଇ ୭ ଚୌକା ଓ ୧ ଛକା ସହ ୪୨ ରନର ଦ୍ରୁତ ଇନିଂସ ଖେଳିଥିଲେ। ଏହାପରେ ଚତୁର୍ଥ ଉଇକେଟ ଯୋଡିରେ ଡେଭିଡ ମିଲର ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ନିକୋଲାସ ପୁରାନ ଜବରଦସ୍ତ ପ୍ରଦର୍ଶନ କରି ୪୮ ବଲରୁ ୬୮ ରନ ସଂଗ୍ରହ କରିଥିଲେ। ତେବେ ମିଲର ୨୫ ବଳର ୨ ଚୌକା ସହ ୨୪ ରନକରି ଆଉଟ ହୋଇଥିଲେ। ୧୯ତମ ଓଭରରେ ନବଦୀପ ସଇନି ୩ ରନ ବ୍ୟୟ କରି ମିଲର ଓ ପୁରାନଙ୍କୁ ଆଉଟ କରି ମ୍ୟାଚ୍‌ର ମୋଡ ବଦଳାଇଥିଲେ। ପୁରାନ ୨୮ ବଲରୁ ୧ ଚୌକା ଓ ୫ ଛକା ସହ ୪୬ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅନ୍ତିମ ଓଭରରେ ବିଜୟ ପାଇଁ ୨୭ ରନ ଆବଶ୍ୟକ ହେଉଥିବା ବେଳେ ପଞ୍ଜାବ ୨ ଉଇକେଟ ହରାଇ ୯ ରନ ସଂଗ୍ରହ କରି ବିଜୟଠାରୁ ୧୮ ରନ ଦୂରରେ ରହିଯାଇଥିଲା। ରବିଚନ୍ଦ୍ରନ ଅଶ୍ୱିନ ୬, ହାର୍ଡୁସ ଭିଲଜୋଏନ ବିନାସ୍କୋରରେ ଆଉଟ ହୋଇଥିଲେ ଓ ମୁରୁଗାନ ଅଶ୍ୱିନ ୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ବାଙ୍ଗାଲୋର ତରଫରୁ ଉମେଶ ଯାଦବ ୩, ସଇନି ୨, ମାର୍କସ ଷ୍ଟୋଇନିସ ଓ ମୋଇନ ଅଲି ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

ଅଭିଜ୍ଞ ଏବି ଡିଭିଲର୍ସ ଓ ମାର୍କସ ଷ୍ଟୋଇନିସ୍‌ଙ୍କ ଧୂଆଁଧାର ବ୍ୟାଟିଂ ବଳରେ ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋର ୨୦୦ରୁ ଊର୍ଦ୍ଧ୍ୱ ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଅନ୍ତିମ ୩ ଓଭରରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୬୪ ରନ ସଂଗ୍ରହ କରି ଘରୋଇ ଦର୍ଶକଙ୍କର ଜବରଦସ୍ତ ମନୋରଞ୍ଜନ କରିଥିଲେ। ପଞ୍ଚମ ଉଇକେଟ ଯୋଡିରେ ଡିଭିଲର୍ସ ଓ ଷ୍ଟୋଇନିସ୍‌ ୬୬ଟି ବଲର ସମ୍ମୁଖୀନ ହୋଇ ଅପରାଜିତ ୧୨୧ ରନର ଭାଗୀଦାରି ସ୍ଥାପନ କରି ଦଳକୁ ବୃହତ୍‌ ସ୍କୋର ପ୍ରଦାନ କରିଥିଲେ। ଏହି ଦୁଇ ବ୍ୟାଟ୍ସମ୍ୟାନ ୧୮ତମ ଓଭରରେ ୧୬, ୧୯ତମ ଓଭରରେ ୨୧ ସଂଗ୍ରହ କରିଥିଲେ। ଅନ୍ତିମ ଓଭରରେ ହାର୍ଡୁସ ଭିଲଜୋଏନ ୨୭ ରନ ବ୍ୟୟ କରି ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଏହାପୂର୍ବରୁ ଅଧିନାୟକ ବିରାଟ କୋହଲି, ମୋଇନ୍‌ ଅଲି ଓ ଆକାଶଦୀପ ନାଥ  ବିଫଳ ପ୍ରଦର୍ଶନ କରିଥିଲେ। କୋହଲି ୮ ବଲରୁ ୨ ଚୌକା ସହ ୧୩ ରନ କରି ଆଉଟ ହେବା ପରେ ଓପନର ପାର୍ଥତ୍ବ ପଟେଲ ୪୩ ରନ  (୨୪ ବଲ, ୭ ଚୌକା, ୨ ଛକା) କରି ପ୍ୟାଭିଲିୟନ ଫେରିଥିଲେ। ସେହିପରି ମୋଇନ ୪ ଓ ଆକାଶଦୀପ ୩ ରନ କରି ପ୍ୟାଭିଲିୟନ ଫେରିଥିଲେ। ଡିଭିଲର୍ସ ୪୪ଟି ବଲର ସମ୍ମୁଖୀନ ହୋଇ ୩ ଚୌକା ଓ ୭ ଛକା ସହ ୮୨ ରନର ଇନିଂସ ଖେଳି ଓ  ଷ୍ଟୋଇନିସ୍‌ ୩୪ ବଲରୁ ୨ ଚୌକା ଓ ୩ ଛକା ସହ ୪୬ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ପଞ୍ଜାବ ତରଫରୁ ମହମ୍ମଦ ସାମି, ମୁରୁଗାନ ଅଶ୍ୱିନ, ରବିଚନ୍ଦ୍ରନ ଅଶ୍ୱିନ ଓ ହାର୍ଡୁଲ ଭିଲଜୋଏନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାତାର ଅଷ୍ଟମ ଥର ପାଇଁ ସ୍ବଚ୍ଛ ସହର ତାଲିକାରେ ଏକ ନମ୍ବରରେ ରହିଲା ଇନ୍ଦୋର, ଜାଣନ୍ତୁ ଏହାପରେ ରହିଛି କେଉଁ ସହର

ନୂଆଦିଲ୍ଲୀ,୧୭।୭: କେନ୍ଦ୍ର ସରକାରଙ୍କ ବାର୍ଷିକ ସ୍ବଚ୍ଛତା ସର୍ଭେରେ, ଇନ୍ଦୋର ଲଗାତାର ଅଷ୍ଟମ ଥର ପାଇଁ ଭାରତର ସବୁଠାରୁ ସ୍ବଚ୍ଛ ସହର ହେବାର ଟାଇଟଲ ପାଇଛି। ସେହିପରି...

ଅହମଦାବାଦ ବିମାନ ଦୁର୍ଘଟଣାକୁ ନେଇ ବଡ଼ ଦାବି କଲା ଆମେରିକା ରିପୋର୍ଟ, କହିଲା ‘ପାଇଲଟ ହିଁ ବନ୍ଦ କରିଦେଇଥିଲେ ଇଞ୍ଜିନ ଫୁଏଲ’

ନୂଆଦିଲ୍ଲୀ,୧୭।୭: ଗୁଜୁରାଟର ଅହମଦାବାଦରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନର ଦୁଇ ପାଇଲଟଙ୍କ ମଧ୍ୟରେ ଶେଷ କଥାବାର୍ତ୍ତାର କକପିଟ ରେକର୍ଡିଂ ସୂଚାଇଛି ଯେ କ୍ୟାପ୍ଟେନ ବିମାନର ଇଞ୍ଜିନର...

କୋହଲି ଦୋଷୀ ସାବ୍ୟସ୍ତ: ହାଇକୋର୍ଟରେ ରିପୋର୍ଟ ଦାଖଲ କଲେ ସରକାର

ବେଙ୍ଗାଲୁରୁ,୧୭।୭:ବେଙ୍ଗାଲୁରୁରେ ଆଇପିଏଲ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିଜୟ ଉତ୍ସବ ସମୟରେ ଦଳାଚକଟା ସମ୍ପର୍କରେ କର୍ନାଟକ ସରକାର ହାଇକୋର୍ଟରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିଛନ୍ତି।...

ରାତି ୩ଟାରେ ୩୪ ମିନିଟ୍‌ର ଭିଡ଼ିଓ କରି ଝୁଲିପଡ଼ିଲେ BTech ଛାତ୍ର: ଗର୍ଲଫ୍ରେଣ୍ଡ ୩୦ ଲକ୍ଷ ଟଙ୍କା….

ଲକ୍ଷ୍ନୌ,୧୭।୭: ଉତ୍ତର ପ୍ରଦେଶର ବାରବାଙ୍କୀରୁ ଏକ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବି.ଟେକ ଛାତ୍ର ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ...

‘PAN PAN PAN’ ପାଇଲଟ କହିଲେ ଏମିତି, ବିମାନର ହେଲା ଜରୁରୀ ଅବତରଣ, ଜାଣନ୍ତୁ ଏହାର ଅର୍ଥ କ’ଣ

ନୂଆଦିଲ୍ଲୀ,୧୭।୭: ଦିଲ୍ଲୀରୁ ଗୋଆ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନର ମୁମ୍ବାଇରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ଏହାର କାରଣ ଇଞ୍ଜିନରେ ତ୍ରୁଟି ବୋଲି କୁହାଯାଉଛି। ଇଣ୍ଡିଗୋ...

୧୨୫ ୟୁନିଟ ବିଜୁଳି ମାଗଣାରେ ମିଳିବ, ୧୪ କୋଟି ଜନତାଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ପାଟନା,୧୭।୭: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୧ ଅଗଷ୍ଟ, ୨୦୨୫ରୁ ସମସ୍ତ ଘରୋଇ ଗ୍ରାହକଙ୍କୁ ୧୨୫ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇଦେବା ଘୋଷଣା କରି...

୧୮ ଦିନ ପରେ ମହାକାଶରୁ ଫେରି ପରିବାରକୁ ପ୍ରଥମଥର ଭେଟି ଭାବୁକ ହେଲେ ଶୁଭାଂଶୁ ଶୁକ୍ଳା

ନୂଆଦିଲ୍ଲୀ,୧୭।୭: ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନରେ ୧୮ ଦିନର ମିଶନ ପରେ ପୃଥିବୀକୁ ଫେରିଥିବା ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ବୁଧବାର ତାଙ୍କ ପତ୍ନୀ କାମନା ଶୁକ୍ଳା ଏବଂ...

ଛାତ୍ରୀଙ୍କୁ ବଳାତ୍କାର କଲେ ୪ ନାବାଳକ

ଗାଜିଆବାଦ,୧୭ା୭: ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଘରେ ୪ ଜଣ ନାବାଳକ ଗଣବାଳାତ୍କାର କରିଥିବାର ମାମଲା ସାମ୍‌ନାକୁ ଆସିଛି। ସେଥିମଧ୍ୟରୁ ୩ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri