ବାଘ ଠାବ ପାଇଁ ଟ୍ରାପ୍‌ କ୍ୟାମେରା ଲାଗିପାରୁନାହିଁ: ଗୁଣ୍ଡିରିବାଡ଼ିବାସୀ ଆତଙ୍କିତ, ଘୁରି ବୁଲିଛି ବନ ବିଭାଗ

ଭଞ୍ଜନଗର,୫।୧୧(ଡି.ଏନ.ଏ)- ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ ଗୁଣ୍ଡିରିବାଡ଼ି, ତେନ୍ତୁଳିଆ, ଲଣ୍ଡେଇହିଲ୍‌ ଅଞ୍ଚଳବାସୀଙ୍କୁ ବିଗତ କିଛିଦିନ ହେବ ବାଘ ଆତଙ୍କ ଘାରିଛି। ସୋମବାର ରାତିରେ ଗୁଣ୍ଡିରିବାଡ଼ି ଗ୍ରାମ ମୁଣ୍ଡରେ ଥିବା ଏକ ଗୁହାଳ ଦେଇ ଏକ ବାଘ ଦୌଡ଼ି ପଳାଉଥିବା ଜଣେ ମହିଳା ଦେଖି ପାଟି କରିଥିଲେ। ପାଟିଶୁଣି ଲୋକେ ଏକାଠି ହୋଇଯାଇଥିଲେ। ଏହାପରେ ପରେ ବନ ବିଭାଗ କର୍ମଚାରୀ ପହଞ୍ଚତ୍ ତଦନ୍ତ କରିଥିଲେ। ବାଘ ଆସିଥିବା ବନ ବିଭାଗ କର୍ମଚାରୀମାନେ ବିଶ୍ୱାସ କରୁଛନ୍ତି। କିନ୍ତୁ ବାଘର ପାଦ ଚିହ୍ନ ଠାବ କରାଯାଇ ପାରିନାହିଁ। ବିଗତ କିଛିଦିନ ହେବ ଉକ୍ତ ଅଞ୍ଚଳରେ ବାଘ ଆତଙ୍କ ଦେଖା ଦେଇଥିଲା। ଏହାପରେ ବାଘର ଚିତ୍ରକୁ ଠାବ କରିବା ପାଇଁ ଟ୍ରାପ୍‌ କ୍ୟାମେରା ଲଗାଇବା ଯୋଜନା ହୋଇଥିଲା। କିନ୍ତୁ ବାଘ ଥିବାର ପାଦ ଚିହ୍ନରୁ ଠୋସ ପ୍ରମାଣ ମିଳିବା ପରେ ଆଉ ଟ୍ରାପ୍‌ କ୍ୟାମେରା ଲାଗି ନ ଥିଲା। ଗତକାଲି ମଧ୍ୟ ତେନ୍ତୁଳିଆ ଅଞ୍ଚଳରେ ବାଘ ଆତଙ୍କ ନେଇ ଗୁଜବ ପରେ ଟ୍ରାପ୍‌ କ୍ୟାମେରା ଲଗାଇବା ଯୋଜନା ହୋଇଥିଲା, କିନ୍ତୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଲଗାଯାଇନାହିଁ। ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଅପରପକ୍ଷେ ଜଗନ୍ନାଥପ୍ରସାଦ ରେଞ୍ଜର ଉମାକାନ୍ତ ଦାସଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ ସୋମବାର ରାତିରେ ଗୁଣ୍ଡିରିବାଡ଼ି ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରି ଫେରି ଆସିଛନ୍ତି। ବାଘର ଗତିବିଧିକୁ ଦେଖି ଟ୍ରାପ୍‌ କ୍ୟାମେରା ଲଗାଯିବ ବୋଲି ସେ ସୁଚନା ଦେଇଛନ୍ତି। ସନ୍ଧ୍ୟା ହେଲେ ଲୋକେ ଆବଶ୍ୟକ ପଡ଼ିଲେ ଘରୁ ସତର୍କତାର ସହ ବାହାରକୁ ବାହାରିବା ଓ ଜଙ୍ଗଲକୁ ଛେଳି ନ ଛାଡ଼ିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ସାଇବର ଲୁଟେରା ଗିରଫ

ମାଲକାନଗିରି,୧୮ା୨(ଡି.ଏନ୍‌.ଏ.): ରାଜ୍ୟରେ ଗତ ଦୁଇ ବର୍ଷ ଧରି ସାଇବର ଲୁଟେରାଙ୍କ ପାଦୁର୍ଭାବ ବୃଦ୍ଧି ପାଇଚାଲିଛି। ଶୁକ୍ରବାର ମାଲକାନଗିରି ପୋଲିସ ୨ଜଣ ସାଇବର ଲୁଟେରାଙ୍କୁ ଗିରଫ କରିଥିବା...

ବାରିମୂଳ ପଥର ଛଇରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

ଛତିଆ,୨୦।୮(ଡି.ଏନ୍‌.ଏ.): ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ବାରିମୂଳଠାରେ ଥିବା ଏକ ପଥର ଛଇରୁ ମଙ୍ଗଳବାର ସକାଳୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ...

ଗାଁ ମାଟିରେ ସଂଗ୍ରାମୀ ଭବାନୀ ଚରଣଙ୍କ ଶେଷକୃତ୍ୟ ସମ୍ପନ୍ନ

ନିମାପଡ଼ା,୫।୫(ଡି.ଏନ୍‌.ଏ.): ଓଡ଼ିଶାର ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ଗାନ୍ଧୀବାଦୀ ନେତା, ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କର ଶେଷକୃତ୍ୟ ପୈତୃକ ଗ୍ରାମ ନିମାପଡ଼ାର ଗଡ଼ଅଣ୍ଢିଆ ଗ୍ରାମ ଶ୍ମଶାନରେ ପୂର୍ଣ୍ଣ ରାଷ୍ଟୀୟ...

ସୋହେଲାରେ ବଢ଼ିଲା ଲକ ଡାଉନ କଟକଣା

ସୋହେଲା,୪।୪(ଡି.ଏନ.ଏ.)-ବରଗଡ ଜିଲା ସୋହେଲାରେ ଏଣିକି ଲକ ଡାଉନ କଟକଣାକୁ କଡାକଡ଼ି କରାଯିବାକୁ ନିଷ୍ପତ୍ତି ହୋଇଛି । ଶନିବାର ପଦ୍ମପୁର ଉପଜିଲାପାଳ ତନ୍ମୟ କୁମାର ଦରୁଆନ ଲକ...

ବଧୂହତ୍ୟା ଉଦ୍ୟମ ଅଭିଯୋଗ, ଶ୍ୱଶୁର ଅଟକ

କୁଆମରା,୨୮।୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ସାଇଁକୂଳା ପଞ୍ଚାୟତରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ଶାଶୁଘର ଲୋକେ ପୋଡ଼ି ମାରିଦେବାକୁ...

ଡଙ୍ଗା ବୁଡ଼ି ୨ ନିଖୋଜଙ୍କ ମିଳିଲା ମୃତଦେହ

ଚିତ୍ରକୋଣ୍ଡା,୨୭।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ବାଲିମେଳା ଜଳଭଣ୍ଡାରରେ ଦୁଇଦିନ ତଳେ ଡଙ୍ଗା ବୁଡି ଦୁଇ ଜଣ ନିଖୋଜ ଥିଲେ। ବୁଧବାର ସକାଳୁ...

କୋରାପୁଟରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ

କୋରାପୁଟ,୧୫ା୯(ଅମିତାଭ ବେହେରା): ଭୁବନେଶ୍ୱର ଏମ୍‌ପି ତଥା ଭାଜପାର ଉପସଭାପତି ଅପରାଜିତା ଷଡ଼ଙ୍ଗୀଙ୍କୁ ଶୁକ୍ରବାର କୋରାପୁଟ ରେଳ ଷ୍ଟେଶନଠାରେ ଭାଜପା ନେତା ଏବଂ କର୍ମୀଙ୍କ ପକ୍ଷରୁ ଭବ୍ୟ...

ଧାର ଟଙ୍କା ପାଇଁ ଯୁବକଙ୍କୁ ବାନ୍ଧି ସ୍କୁଟି ପଛରେ ଦୌଡ଼ାଇବା ଘଟଣା: ୨ ଅଭିଯୁକ୍ତ ଗିରଫ

କଟକ ଅଫିସ,୧୮ା୧୦:ଧାର ନେଇଥିବା ଟଙ୍କା ଶୁଝି ନ ପାରିବାରୁ ଶାସ୍ତିବିଧାନ ସ୍ବରୂପ ଜଣେ ଯୁବକଙ୍କୁ ହାତବାନ୍ଧି ଦଉଡ଼ି ଦ୍ୱାରା ବାଇକ ପଛରେ ଦୌଡ଼ାଇବା ଭଳି ବର୍ବର...

Advertisement
Archives

Model This Week