ବାଘଡାରୋଡ଼ରୁ ହଟିଲା ବେଆଇନ ଘରୋଇ ବସ୍‌ ପାର୍କିଂ

ବାରିପଦା ଅଫିସ,୩୧ା୧୦- ବାରିପଦା ସହରର ବ୍ୟସ୍ତ ବହୁଳ ସତ୍ୟସାଇ ଛକ ତଥା ବାଘଡା ରୋଡ଼ରେ ହେଉଥିବା ବେଆଇନ ଘରୋଇ ବସ୍‌ ପାର୍କିଂକୁ ବୁଧବାର ସାରେ ହଟାଯାଇଛି। ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାସ୍ତାକଡରେ ରହୁଥିବା ବସ୍‌ ଗୁଡିକୁ ହଟାଯାଇଛି। କୌଣସି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ପକ୍ଷରୁ ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକଙ୍କ ସହିତ ଏକ ପ୍ଲାଟୁନ ଫୋର୍ସ ଉପସ୍ଥିତ ରହିଛି। ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମଦାସ ଘଟଣାସ୍ଥଳ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ବାରିପଦା ମ୍ୟୁନିସିପାଲିିଟି ବସଷ୍ଟାଣ୍ଡରେ ଜାଗା ଅଭାବରୁ ସତ୍ୟସାଇ ଛକରୁ ଜାତୀୟ ରାଜପଥ ତଥା ଦାରୋଗାଡ଼ାହି ଗୋଲେଇକୁ ସଂଯୋଗ କରୁଥିବା ଏହି ବାଘଡା ରୋଡ଼ର ଉଭୟ ପାର୍ଶ୍ୱରେ ଘରୋଇ ବସଗୁଡିକ ଦୀର୍ଘ ସମୟ ଧରି ପାର୍କିଂ କରାଯାଉଥିଲା। ଫଳରେ ପ୍ରତିଦିନ ଟ୍ରାଫିକ ଜାମ ପରିସ୍ଥିତି ସହିତ ଛୋଟମୋଟ ଦୁର୍ଘଟଣା ଘଟୁଥିଲା। ଏନେଇ ବହୁ ଅଭିଯୋଗ ହେବାପରେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉ ନ ଥିଲା। ନିକଟରେ ପୂର୍ବାଞ୍ଚଳ ଆଇଜି ପଟ୍ଟନାୟକ ବାରିପଦା ଗସ୍ତରେ ଆସିଥିବା ବେଳେ ସହରର କିଛି ବୁଦ୍ଧିଜିବୀ ତାଙ୍କୁ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହିଙ୍ଗୁଳାଙ୍କ ବାର୍ଷିକ ପୂଜାରେ ଶ୍ରଦ୍ଧାଳୁଙ୍କ ଭିଡ଼

ବଡ଼ସାହି,୧୨ା୨(ସ୍ବ.ପ୍ର)- ଉତ୍ତର ଓଡ଼ିଶାର ପ୍ରସିଦ୍ଧ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ସୁହାଗପୁରା-ଚାନ୍ଦଡିହା ରାସ୍ତା ମଧ୍ୟଭାଗ ଶାଳ ଜଙ୍ଗଲ ପରିସରରେ ମା’ ହିଙ୍ଗୁଳାଙ୍କ ବାର୍ଷିକ ପୂଜା ଶନିବାର...

ବିସ୍ଥାପିତଙ୍କ ବିରୋଧ, ଅଟକିଛି କାମ

ବାରିପଦା ଅଫିସ,୩୧ା୭- ମୟୂରଭଞ୍ଜ ଜିଲା ବାରିପଦା ସହରବାସୀ ସବୁବେଳେ ଜଳ କଷ୍ଟ ଭୋଗୁଛନ୍ତି। ଭୂତଳ ଜଳ କ୍ରମଶଃ ହ୍ରାସ ପାଉଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। ଭୌଗୋଳିକ...

ଯୁକ୍ତ୨ ପରୀକ୍ଷା କେନ୍ଦ୍ର ନିର୍ଣ୍ଣୟରେ ନିୟମ ଉଲ୍ଲଂଘନ

ବାରିପଦା ଅଫିସ,୨୪।୫ ମୟୂରଭଞ୍ଜ ଜିଲା ବାରିପଦା ସହରରେ ଥିବା ଏକ ଘରୋଇ କଲେଜର ପରୀକ୍ଷା କେନ୍ଦ୍ର ନିର୍ଣ୍ଣୟକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।...

‘ରଥଯାତ୍ରା ମେଳାକୁ ମାହାସୁଲ ମୁକ୍ତ କରାଯାଉ’

ବାରିପଦା ଅଫିସ,୨୯।୬ – ମୟୂରଭଞ୍ଜ ଜିଲା ବାରିପଦା ରଥଯାତ୍ରା ପଡ଼ିଆରେ ବସୁଥିବା ଉଠା ଦୋକାନୀଙ୍କୁୁ ମହାସୁଲ ମୁକ୍ତ କରିବା ସହିତ ବିଭିନ୍ନ ଦାବି ନେଇ ଭଞ୍ଜସେନା...

ଆଜି ଘରକୁ ଫେରିବେ ହାବିଲ

ବାରିପଦା ଅଫିସ, ୧୯।୧୨: ଦୋଷୀ ନ ହୋଇ ବି ଅନ୍ଧାର କୋଠରୀ ଭିତରେ ବିତିଯାଇଛି ଦୀର୍ଘ ୧୮ବର୍ଷ ୧୧ମାସ ୧୫ଦିନ। ବାଟ ଭୁଲିଯାଇଥିବା ମଣିଷଟିଏ ପୁନର୍ବାର ସମାଜର...

ନାବାଳିକାଙ୍କୁ ବଳାତ୍କାର: ବନ୍ଧା ହେଲେ ଯୁବକ

ଚିତ୍ରଡ଼ା,୨୫ା୭(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଲୁଗୁ...

ଖବରଦାତାଙ୍କୁ ବଳପୂର୍ବକ ଉଠାଇ ନେବା ପ୍ରତିବାଦରେ ବିକ୍ଷୋଭ

ବାରିପଦା ଅଫିସ,୧୦।୨: ମୟୂରଭଞ୍ଜ ଜିଲାରେ କାର୍ଯ୍ୟରତ ଖବରଦାତାମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅନଶନରତ ଖବରଦାତାକୁ ବଳପୂର୍ବକ ଉଠାଇ ନେବା ଘଟଣାକୁ...

ହାତୀ ଆକ୍ରମଣରେ ଜୀବନ ଗଲା

ବାରିପଦା ଅଫିସ,୧୬ା୧- ମୟୂରଭଞ୍ଜ ଜିଲା ଦେଉଳି ରେଞ୍ଜ ଅଞ୍ଚଳରେ ସୋମବାର ସାରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟ ହୋଇଛି। ମୃତକ ହେଲେ ସାଲସାହିର ରାମ ଭକ୍ତା(୫୦)।...

Advertisement
Archives

Model This Week