ବାଉଁଶ କାରିଗରଙ୍କ କୌଳିକ ବୃତ୍ତି ଦିଗହରା

ତେଲକୋଇ, ୨୩।୨(ଡି.ଏନ.ଏ.)-ତେଲକୋଇ ବ୍ଲକ ଅଧୀନରେ ବିଭିନ୍ନ ଗ୍ରାମରେ ବାଉଁଶ ଦ୍ୱାରା ବିଭିନ୍ନ ସାମଗ୍ରୀ ତିଆରି କରି ପରିବାର ପୋଷଣ କରିଥାନ୍ତି। ବାଉଁଶରେ କୁଲା, ଟୋକେଇ, ଡଲା, ଚେୟାର, ଝୁଡ଼ି ଆଦି ବିଭିନ୍ନ ସାମଗ୍ରୀ ବିକ୍ରି କରି କୌଳିକ ବୃତ୍ତି ଯୋଗୁ ପରିବାର ପୋଷଣ କରିଥାନ୍ତି। ତେବେ ଏହି କୌଳିକ ବୃତ୍ତିଧାରୀଙ୍କୁ ସରକାରୀ ସହାୟତା ନ ଥିବା ଯୋଗୁ କେବଳ ନିଜ ବୃତ୍ତିକୁ ନେଇ ଦିଗହରା ହୋଇପଡିଛନ୍ତି। ପୁରୁଣା ବେଉସା ଧୀରେ ଧୀରେ ବୁଡ଼ିବାକୁ ବସିଲାଣି। ତେବେ ଯେଉଁମାନେ ଏହାକୁ ବଞ୍ଚାଇ ରଖିଛନ୍ତି ସେମାନେ କିନ୍ତୁ ସରକାରଙ୍କ କୌଣସି ସୁବିଧା ପାଇପାରୁନାହାନ୍ତି। ଅବହେଳିତ ହୋଇ ରହିଯାଉଛନ୍ତି। ଏପରିକି ଭଙ୍ଗା କୁଡିଆରେ ଜୀବନ ଯାପନ କରି ବୃତ୍ତିର କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଆଜିକା ଦିନରେ ମଧ୍ୟ ସେହି ବାଉଁଶ ତିଆରି ସାମଗ୍ରୀର ଚାହିଦା ବେଶ୍‌ ଅଧିକା ରହିଛି।
ଓରିଆ ପଞ୍ଚାୟତ କତରାପାଲି ଗ୍ରାମରେ ୩୦ରୁ ଊର୍ଦ୍ଧ୍ୱ ପରିବାର ଏହି ବୃତ୍ତିକୁ ଆପଣେଇ ଅଦ୍ୟାବଧି ବିଭିନ୍ନ ଗ୍ରାମରେ ବାଉଁଶ ତିଆରି କାମକୁ ଘରେ ଘରେ ପହଞ୍ଚାଇ ରୋଜଗାର କରିଥାନ୍ତି । ହେଲେ ସରକାରଙ୍କ ବିଭିନ୍ନ ଯୋଜନାରେ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କା ଘର, ଭତ୍ତା ଆଦି ଏମାନଙ୍କ ପାଖରେ ଅପହଞ୍ଚ ହୋଇପଡିଛି । ଉକ୍ତ ଗ୍ରାମରେ ପ୍ରତି ଘରେ ଏହି କୌଳିକ ବୃତ୍ତିକୁ ଆପଣେଇଛନ୍ତି । ବିଭିନ୍ନ ଗ୍ରାମରୁ ବାଉଁଶ ଗଛ ସଂଗ୍ରହ କରି ଏବଂ ଅର୍ଥ ଦେଇ ଖରିଦ କରିଥାନ୍ତି। ଏହା ପରେ ଘରେ ବସି ଏହି ବାଉଁଶରୁ ବିଭିନ୍ନ ସାମଗ୍ରୀ କରି ବିକ୍ରି କରିବାର ମାଧ୍ୟମ କରିଥାନ୍ତି। ଏହି ଗ୍ରାମର କ୍ଷେତ୍ରବାସୀ ବେହେରା ଭଙ୍ଗା କୁଡିଆରେ ରହିବା ସହିତ ପରିବାର ସହିତ କୌଳିକ ବୃତ୍ତିକୁ ପୂର୍ବପୁରୁଷର କାର୍ଯ୍ୟକୁ ଦୋହରାଇଛନ୍ତି । ଏହି ଗ୍ରାମରେ ୩୦ରୁ ଊର୍ଦ୍ଧ୍ୱ ପରିବାର କାର୍ଯ୍ୟ କରୁଥିଲେ ହେଁ ଗ୍ରାମର ସମସ୍ତେ ଝୁମ୍ପୁଡ଼ି ଘରେ ରହୁଥିବା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଏସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଜଗବନ୍ଧୁ କିଷାନଙ୍କୁ ପଚାରିବାରୁ ଚଳିତ ବର୍ଷ ସମସ୍ତ ଗରିବ ପରିବାର ପାଇଁ ଗୃହ ଯୋଜନା ହୋଇଛି । ଏଥିରେ ସେମାନେ ସାମିଲ ହୋଇପାରିବେ। ସ୍ଥାନୀୟ ବିଡିଓ ଦିଲୀପ କୁମାର ବାରା କହିଛନ୍ତି ଯେ, ଏହି ବାଉଁଶ କାରିଗରଙ୍କ ପାଇଁ ଜିଲା କ୍ଷୁଦ୍ର ଶିଳ୍ପ ବିଭାଗକୁ ଜଣାଇବା ସହିତ ତାଙ୍କୁ ପ୍ରୋତ୍ସାହନ ପାଇଁ ବ୍ୟବସ୍ଥା ଦିଗରେ ଧ୍ୟାନ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri