ବାଉଁଶକଣରେ ଭୟାବହ ଅଗ୍ନିକାଣ୍ଡ

ଭୁବନ, ୧।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତର ବାଉଁଶକଣ ଗ୍ରାମ ମାଟିଆ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୪ବଖରା ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ୫ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି। ନିଅଁ। କିପରି ଲାଗିଲା ତାହା ଜଣାପଡ଼ିନାହିଁ। ତେବେ କେହି ଜଣେ ଉଦ୍ଦେଶ୍ୟମୂଳକ ଭାବେ ନିଅଁ। ଲଗାଇ ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି।
ସମ୍ପୃକ୍ତ ପରିବାର ଲୋକେ ଖାଇସାରି ଶୋଇଥିବା ବେଳେ ହଠାତ୍‌ ନିଅଁ। ଲାଗି ଯାଇଥିଲା। ସମସ୍ତେ ଜୀବନ ବଞ୍ଚାଇବା ଲାଗି ପ୍ରାଣବିକଳରେ ଘର ଛାଡ଼ି ବାହାରକୁ ପଳାଇ ଆସିଥିଲେ। ମାତ୍ର କେଇ ମିନିଟ ମଧ୍ୟରେ ନିଅଁ। ସବୁଆଡ଼େ ବ୍ୟାପି ଯାଇଥିଲା। ଫଳରେ କୌଣସି ସାମଗ୍ରୀ ଉଦ୍ଧାର କରିବା ସମ୍ଭବପର ହୋଇ ନ ଥିଲା। ପରିବାର ଲୋକେ ଚାହୁଁ ଚାହୁଁ ସବୁକିଛି କ୍ଷଣିକ ମଧ୍ୟରେ ନିଅଁ।ର ଅଁ। ଭିତରକୁ ଚାଲିଯାଇଥିଲା। ଏଥିରେ ଧନୁ ପଧାନଙ୍କ ୩ବଖରା, ମଦନ ପଧାନଙ୍କ ୨ବଖରା, କାର୍ତ୍ତିକ ପଧାନଙ୍କ ୩ବଖରା, ନାରାୟଣ ପଧାନଙ୍କ ୨ବଖରା, ଶରତ ପଧାନଙ୍କ ୨ବଖରା, ବିଶ୍ୱନାଥ ପଧାନଙ୍କ ୨ବଖରା ସମ୍ପୂର୍ଣ୍ଣ ଜଳିଯାଇଛି। ଟିଭି, ଫ୍ରିଜ୍‌, ଆସବାବପତ୍ର, ଖାଦ୍ୟଶସ୍ୟ ନଷ୍ଟ ହୋଇଯାଇଛି। ପିନ୍ଧିବା ଲୁଗା ଛଡ଼ା ସବୁକିଛି ହରାଇଛନ୍ତି ଅଗ୍ନିବିପନ୍ନ। ଏହି ଅଗ୍ନିକାଣ୍ଡ ବିଶ୍ୱନାଥଙ୍କ ପରିବାର ମୁଣ୍ଡରେ ଚଡ଼କ ପକାଇଛି। କାରଣ ଝିଅ ଭାରତୀଙ୍କ ବିବାହ ପାଇଁ ମାନସିକସ୍ତରରେ ପ୍ରସ୍ତୁତ ହେଉଥିଲେ ବିଶ୍ୱନାଥ। ଏହାକୁ ମାତ୍ର ୧୦ଦିନ ବାକି ଥିବାବେଳେ ପାଉଁଶ ହୋଇଯାଇଛି ସୁନାଗହଣା ସମେତ ସମସ୍ତ ମୂଲ୍ୟବାନ ସାମଗ୍ରୀ, ଯାହା ପରିବାର ପାଇଁ ଆଣିଦେଇଛି ଦାରୁଣ ଦୁଃଖ। ସୂଚନା ପାଇ ଭୁବନ ଅଗ୍ନିଶମ ବାହିନୀ ପହଞ୍ଚତ୍ ନିଅଁ।କୁ ଆୟତ୍ତ କରିଥିଲା। ଫଳରେ ଏକ ବଡ଼ ଧରଣର ଦୁର୍ଘଟଣାକୁ ଟାଳି ଦିଆଯାଇପାରିଛି, ନଚେତ୍‌ ନିଅଁ। ଅନ୍ୟ ଆଡ଼େ ବ୍ୟାପିବା ଆଶଙ୍କା ରହିଥିଲା।
ଶନିବାର ତହସିଲଦାର ଶକ୍ତିକାନ୍ତ ରାୟ କ୍ଷୟକ୍ଷତି ଆକଳନ କରିଛନ୍ତି। ବିଡିଓ ଆଶୀର୍ବାଦ ପରିଡ଼ା, ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ସରପଞ୍ଚ ସନ୍ତୋଷ କୁମାର ଖୁଣ୍ଟିଆ ପହଞ୍ଚତ୍ ଅଗ୍ନିବିପନ୍ନ ପରିବାରକୁ ସମବେଦନା ଜଣାଇବା ସହ କ୍ଷତିଗ୍ରସ୍ତଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦେଇଛନ୍ତି। ସେହିପରି ତହସିଲ ପ୍ରଶାସନ ପକ୍ଷରୁ ପଲିଥିନ ପ୍ରଦାନ କରାଯାଇଛି। କ୍ଷତିଗ୍ରସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଏବଂ ବିଜୁ ପକ୍କାଘର ଯୋଜନାରେ ସାମିଲ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।

ନିଅଁ। ଜାଳିଦେଲା ବିଶ୍ୱନାଥଙ୍କ ଖୁସି

ଫେବୃୟାରୀ ୨୨ରେ ସରିଥିଲା ଝିଅ ଭାରତୀଙ୍କ ନିର୍ବନ୍ଧ। ମାର୍ଚ୍ଚ ୧୧ରେ ହୋଇଥାନ୍ତା ବାହାଘର। ଏହାକୁ ନେଇ ଦିନ ମଜୁରିଆ ବିଶ୍ୱନାଥଙ୍କ ଘରେ ସୃଷ୍ଟି ହୋଇଥିଲା ଖୁସିର ମାହୋଲ। ହେଲେ ସେସବୁ ନିମିଷକ ମଧ୍ୟରେ ହୋଇଯାଇଛି ଧୂଳିସାତ୍‌। ଦିନରାତି କଷ୍ଟ କରି ସଞ୍ଚତ୍ଥିବା ଟଙ୍କାରେ ସୁନାଗହଣା, କଂସାବାସନ, ଆସବାବପତ୍ର ସମେତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ କିଣି ଘରେ ରଖିଥିଲେ । ସେସବୁ ନିଅଁାରେ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଝିଅ ବାହାଘରକୁ ମଝିରେ ମାତ୍ର ୧୦ଦିନ ଥିବାବେଳେ ଏବେ ବିଶ୍ୱନାଥ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଶନିବାର ପାଉଁଶ ତଳୁ ଲୁହ ଛଳଛଳ ଆଖିରେ ଭାରତୀ ଏବଂ ପରିବାର ଲୋକେ ଦରପୋଡ଼ା ସାମଗ୍ରୀ ସାଉଁଟୁଥିଲେ। ଏହି ଦୃଶ୍ୟ ସାଧାରଣ ଲୋକଙ୍କ ଆଖିରେ ଆଣିଦେଇଥିଲା ଲୁହ।
ଏ ନେଇ ବିଶ୍ୱନାଥ କୁହନ୍ତି, ଝିଅ ଭାରତୀଙ୍କ ବିବାହ ପାଲଲହଡ଼ାରେ ସ୍ଥିର ହୋଇଛି। ୨୨ରେ ନିର୍ବନ୍ଧ ସରିଥିଲା। ଆସନ୍ତା ୧୧ ତାରିଖରେ ବାହାଘର ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଅଭାବୀ ଜୀବନ ଭିତରେ ପିମ୍ପୁଡ଼ି ଭଳି ସଞ୍ଚତ୍ଥିବା ଟଙ୍କାରେ ସବୁକିଛି କିଣାକିଣି ସରିଥିଲା। ଏଥିଲାଗି ଅନେକ ସ୍ଥାନରୁ ଧାରକରଜ ମଧ୍ୟ କରିଛନ୍ତି। ଏହି ବାହାଘରକୁ ନେଇ ସମସ୍ତେ ଖୁସି ଥିବାବେଳେ କିଛିକ୍ଷଣ ମଧ୍ୟରେ ସବୁକିଛି ଆଖି ଆଗରେ ଜଳିପୋଡ଼ି ଛାରଖାର ହୋଇଗଲା। ଏବେ ବାହାଘର କେମିତି ହେବ, ଏତେ ଟଙ୍କା କେମିତି ଯୋଗାଡ଼ ହେବ ସେହି ଚିନ୍ତା ବିଶ୍ୱନାଥଙ୍କୁ ଘାରିଛି। ଜୀବନରେ ଏହାଠାରୁ ବଡ଼ ଦୁଃଖ ଆଉ କିଛି ନାହିଁ ବୋଲି ସେ ଲୁହ ଛଳଛଳ ଆଖିରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ଟାଙ୍କି କରାଇଦେବା ନାଁରେ ୪୦ ଲକ୍ଷ ଟଙ୍କା ଠକେଇ:ବିହାରରୁ ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନ, ୩ା୧୨(ଡି.ଏନ.ଏ) ପେଟ୍ରୋଲ ଟାଙ୍କି କରାଇଦେବା ନାଁରେ ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ୩ନଂ ୱାର୍ଡର ଓମ ପ୍ରକାଶ ମିଶ୍ରଙ୍କଠାରୁ ୪୦ ଲକ୍ଷ ୪୫ ହଜାର...

ଆଜିଠୁ ପ୍ରସିଦ୍ଧ ମାଘମେଳା

ଢେଙ୍କାନାଳ ଅଫିସ, ୨୫।୨: ଢେଙ୍କାନାଳ ଜିଲା ଯୋରନ୍ଦାସ୍ଥିତ ମହିମାଗାଦିରେ ଗୁରୁବାରଠାରୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ମାଘମେଳା। ନୂଆ ରୂପରେ ଫେରିଥିବା କରୋନା ଭୂତାଣୁ ଅଧିକ ମାରାତ୍ମକ ହୋଇଥିବାରୁ...

ପରିବେଶକୁ ସୁରକ୍ଷା ଦେବ ବ୍ରାହ୍ମଣୀ ଅବବାହିକା:ବର୍ଷକରେ ଲାଗିବ ୬୫ ହଜାର ବୃକ୍ଷ

ଢେଙ୍କାନାଳ ଅଫିସ,୧୮ା୬ବିଗୁଡ଼ୁଛି ପରିବେଶ। ଦିନକୁ ଦିନ ବଢୁଛି ତାତି। ଅସହ୍ୟ ଗରମ ଓ ଗୁଳୁଗୁଳିରେ ଡହଳବିକଳ ହେଉଛି ମଣିଷ ଜୀବନ। ସ୍ଥିତିକୁ ଅଧିକ ସଙ୍କଟ କରିଛି...

ଓଭରବ୍ରିଜ୍‌ ତଳେ ୨ ଶିଶୁଙ୍କ ଜୀବନ ନେଇଗଲା ପିକ୍‌ଅପ୍‌

ଢେଙ୍କାନାଳ ଅଫିସ,୧୫।୨: ଢେଙ୍କାନାଳ ସହର ବାଜିଚୌକ ଓଭରବ୍ରିଜ୍‌ ତଳେ ସୋମବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ପିକ୍‌ଅପ ଭ୍ୟାନ୍‌ ଧକ୍କାରେ ୨ ଶିଶୁଙ୍କ ମୃତ୍ୟୁ ଘଟିଥିବା...

ଆଇଜିଆଇଟି କଲେଜରେ ଛାତ୍ର ଅଶାନ୍ତି; ବି-ଟେକ୍‌ ଛାତ୍ରଙ୍କୁ ମାଡ଼ ଅଭିଯୋଗ

ପରଜଙ୍ଗ, ୧୮।୧୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ଇନ୍ଦିରା ଗାନ୍ଧୀ ବୈଷୟିକ ଅନୁଷ୍ଠାନ (ଆଇଜିଆଇଟି)ରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଶନିବାର ଘଟିଥିବା ସାମାନ୍ୟ ଗଣ୍ଡଗୋଳ ରବିବାର...

ଚିକିତ୍ସିତ ହେଉଥିବା ହାତୀଛୁଆର ମୃତ୍ୟୁ

ଢେଙ୍କାନାଳ ଅଫିସ,୨୧ା୪: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ଆଳୁସିଂ ଗ୍ରାମରେ ଗୁରୁବାର ସକାଳେ ବର୍ଷକର ଏକ ମାଈ ହାତୀଛୁଆର ମୃତ୍ୟୁ ଘଟିଛି। ହାତୀଛୁଆଟି ୨୦ ଦିନ...

ନାଳରେ ପଡ଼ି ମାଈ ହାତୀଛୁଆ ମୃତ

ଢେଙ୍କାନାଳ ଅଫିସ୍‌,୧୧।୮: ଢେଙ୍କାନାଳ ଜିଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ସେକ୍ସନ ସୁନ୍ଦରଖାଲ ସଂରକ୍ଷିତ ଜଙ୍ଗଲ କରିପାଳ କଙ୍କିଳି ନିକଟରେ ଗୁରୁବାର ନାଳରେ ପଡ଼ି ଏକ...

୪ର୍ଥ ଦିନରେ ଲକ୍ଷ୍ମୀ ପୂଜାଉତ୍ସବ; ବଢୁଛି ଭିଡ଼, ଜମୁଛି ପୂଜା

ଢେଙ୍କାନାଳ ଅଫିସ, ୧୭।୧୦:  କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଛି ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା। ଐତିହ୍ୟ, ପରମ୍ପରା ଏବଂ କିମ୍ବଦନ୍ତୀକୁ ଆଧାର କରି ହେଉଥିବା ଏହି ପୂଜା ଉତ୍ସବ...

Advertisement
Archives

Model This Week