ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ ୪ ଗିରଫ, ୧୦ ବାଇକ୍‌ ଜବତ

ନୟାଗଡ଼ ଅଫିସ,୨୪ା୯: ନୟାଗଡ଼ ଟାଉନ ଥାନା ପୋଲିସ ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି। ଏହି ଗ୍ୟାଙ୍ଗର ୪ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୧୦ ବାଇକ୍‌ ଜବତ କରିଛି। ଗିରଫ ଲୁଟେରା ହେଲେ ନୟାଗଡ଼ ଇଟାମାଟି ଥାନା ବୃନ୍ଦାବନପୁର ଗ୍ରାମର ଗଣେଶ ଜେନା ଓରଫ ମିଲୁ, ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ସାମନ୍ତରାୟପୁର ଗାମର ପିଣ୍ଟୁ ମାଝି ଓରଫ ରୂପେନ୍ଦ୍ର ପାଇକରାୟ, ଶରଣକୁଳ ଥାନା ଗମେଇ ଗ୍ରାମର କାଳୁଚରଣ ସ୍ବାଇଁ ଓ ଶରଣକୁଳ ଥାନା ଶିଖରପୁର ଗ୍ରାମର ସୁରେନ୍ଦ୍ର ପାଳ। ସେହିଭଳି ଶରଣକୁଳ ଗାମର ଆଲୋକ ପ୍ରଧାନଙ୍କ ଘରେ ଚଢ଼ାଉ କରାଯାଇଥିଲେ ମଧ୍ୟ ସେ ଫେରାର୍‌ ହୋଇଯାଇଥିଲେ। ସୋମବାର ଏକ ଖବରଦାତା ସମ୍ମିଳନୀ କରି ଏସ୍‌ପି ଶଶିଭୂଷଣ ଶତପଥୀ ଏହି ସୂଚନା ଦେଇଛନ୍ତି।
ତାଙ୍କ ସୂଚନା ଅନୁସାରେ ମିଲୁ ଏକ ବାଇକ୍‌ରେ ଘଡ଼ୁଆଳଠାରେ ବୁଲୁଥିବା ବେଳେ ରବିବାର ସନ୍ଧ୍ୟାରେ ପୋଲିସ ଯାଞ୍ଚ କରିଥିଲା। ହେଲେ ସେ ଗାଡ଼ିର କାଗଜପତ୍ର ଦେଖାଇ ପାରି ନ ଥିଲେ। ସନ୍ଦେହରେ ପୋଲିସ ପଚାରିବାରୁ ସେ କିଛିଦିନ ତଳେ ଉକ୍ତ ବାଇକ୍‌ ଚୋରି କରିଥିବା ପ୍ରକାଶ କରିଥିଲେ। ଚଢ଼ାଉରେ ସାମିଲ ଥିବା ଏଏସ୍‌ଆଇ ଅଶୋକ କୁମାର ମହାନ୍ତିଙ୍କ ଅଭିଯୋଗ ଆଧାରରେ ଥାନାରେ ୧୩୮/୧୯ ନମ୍ବରରେ ଏକ ମାମଲା ରୁଜୁ ହୋଇଥିଲା। ଏସ୍‌ଆଇ ସ୍ମୃତି ରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍‌ ମିଲୁଙ୍କ ଘରେ ଚଢ଼ାଉ କରି ଆଉ ଦୁଇଟି ବାଇକ୍‌ ଜବତ କରିଥିଲା। ପରେ ସେ ଏଥିରେ ସମ୍ପୃକ୍ତ ଅନ୍ୟ ସହଯୋଗୀଙ୍କ ନାମ କହିଥିଲେ। ତାଙ୍କ ସୂଚନା ଅନୁସାରେ ପୋଲିସ ପିଣ୍ଟୁଙ୍କଠାରୁ ୩, କାଳୁଙ୍କଠାରୁ ୨ଟି ଓ ସୁରେନ୍ଦ୍ରଙ୍କଠାରୁ ଗୋଟିଏ ଚୋରା ବାଇକ୍‌ ଜବତ କରିଥିଲା। ଆଲୋକଙ୍କ ଘରେ ଚଢ଼ାଉ ବେଳେ ସେ ଫେରାର୍‌ ହୋଇଯିବାରୁ ତାଙ୍କ ଘର ପଛପଟୁ ପୋଲିସ ଏକ ବାଇକ୍‌ ଜବତ କରିଥିଲା। ଲୁଟେରା ଗ୍ୟାଙ୍ଗର ସଦସ୍ୟମାନେ ବିଭିନ୍ନ କମ୍ପାନୀର ଦାମୀ ବାଇକ୍‌ ଚୋରିକରି ସେଗୁଡ଼ିକୁ ୧୦ରୁ ୨୦ ହଜାର ଟଙ୍କାରେ ବିକ୍ରି କରନ୍ତି। ଗୋଟିଏକୁ ଛାଡ଼ି ଦେଲେ ଜବତ ଅନ୍ୟ ୯ଟି ବାଇକ୍‌ର ମୂଲ୍ୟ ଲକ୍ଷେ ଟଙ୍କାରୁ ଅଧିକ ହେବ। ଜବତ ବାଇକ୍‌ର ନମ୍ବର ପ୍ଲେଟଗୁଡ଼ିକ ଅସଲି କି ନୁହେଁ ତାହାର ତଦନ୍ତ କରାଯାଉଛି। ଗୋଟିଏ ପଲସର ବାଇକ୍‌ର ପାର୍ଟସ୍‌ ବଦଳାଇ ବିକ୍ରି କରିବାକୁ ରଖିଥିବା ବେଳେ ପୋଲିସ ତାହାକୁ ମଧ୍ୟ ଜବତ କରିଛି। ଏହି ଗ୍ୟାଙ୍ଗ୍‌ରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଥିଲେ ସେ ନେଇ ଖୋଳତାଡ଼ ଚାଲିଛି ଓ ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସମ୍ମିଳନୀରେ ଏସ୍‌ପି ଶତପଥୀ ସୂଚନା ଦେଇଥିଲେ। ଲୁଟେରା ଗ୍ୟାଙ୍ଗର ସଦସ୍ୟମାନେ ନୟାଗଡ଼, ପୁରୀ, ଖୋର୍ଦ୍ଧା ଓ ଯାଜପୁର ଜିଲାର ବିଭନ୍ନ ସ୍ଥାନରୁ ବାଇକ୍‌ ଚୋରି କରୁଥିବା ସୂଚନା ଦିଆଯାଇଥିଲା। ଖବରଦାତା ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗକୁ ମିଳିଲା ଆଉ ଜଣେ ଅବିବାହିତ ମୁଖ୍ୟମନ୍ତ୍ରୀ, ବିବାହ କରିନାହାନ୍ତି ଶୁଭେନ୍ଦୁ, ତାଙ୍କ ପୂର୍ବରୁ ୪… 

କୋଲକାତା, ୮।୫: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାରତୀୟ ଜନତା ପାର୍ଟି (ଭାଜପା) ଶୁଭେନ୍ଦୁ ଅଧିକାରୀଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଶୁଭେନ୍ଦୁ ଯଜ୍ଞଙ୍କୁ ଆସିଛି ଡକରା

ବଞ୍ଚୋ,୮।୫(ପ୍ରଦୋଷ ବିଶ୍ୱାଳ): ପଶ୍ଚିମବଙ୍ଗରେ ଶନିବାର ଭାଜପା ସରକାର ଗଠନ କରିବ। ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଧାୟକ ଦଳ ବୈଠକ ପରେ ସ୍ବରାଷ୍ଟ…

ବଙ୍ଗଳାର ସିଏମ ହେବାପରେ ଶୁଭେନ୍ଦୁଙ୍କୁ ମାସକୁ ମିଳିବ କେତେ ଦରମା? କାଲିଠୁ ବଙ୍ଗର ଧରିବେ ମଙ୍ଗ

କୋଲକାତା,୮।୫: ପଶ୍ଚିମବଙ୍ଗ ରାଜନୀତିରେ ଏକ ନୂତନ ଯୁଗର ଆରମ୍ଭ ହେଉଛି। ଏକ ଐତିହାସିକ ବିଜୟ ପରେ, ଭାରତୀୟ ଜନତା ପାର୍ଟି (ବିଜେପି) ଶୁଭେନ୍ଦୁ ଅଧିକାରୀଙ୍କୁ ତାଙ୍କ ବିଧାୟକ…

ସର୍ବସମ୍ମୁଖରେ ଠେଙ୍ଗାରେ ପିଟି ଯୁବକକୁ ହତ୍ୟା

ଟେନସା,୮।୫(ସମୀର କୁମାର ପାଢୀ): ଭୋଜି ଭାତ ଚାଲିଥିବା ବେଳେ ସାମାନ୍ୟ ବଚସାକୁ ନେଇ ସର୍ବ ସମ୍ମୁଖରେ ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା କରିବା ଘଟଣା ଏବେ କୋଇଡା…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ପ୍ରଥମେ ମମତା ବାନାର୍ଜୀଙ୍କ ସହ କାମ କରି ରାଜନୀତିରେ ପାଇଥିଲେ ସ୍ବତନ୍ତ୍ର ସ୍ଥାନ, ଶୁଭେନ୍ଦୁ ଅଧିକାରୀଙ୍କ କାହାଣୀ ଜାଣିଲେ…

କୋଲକାତା,୮।୫: ବଙ୍ଗଳାରେ ଭାଜପାର ପ୍ରଥମ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଦଳ ଏବେ ଏକ ପ୍ରମୁଖ ଦାୟିତ୍ୱ ଦେଇଛି। ଶୁଭେନ୍ଦୁ ଅଧିକାରୀ ହେବେ…

ସୌମ୍ୟରଞ୍ଜନ ହତ୍ୟା ମାମଲା: ରାସ୍ତା ଅବରୋଧ କଲେ ଗ୍ରାମବାସୀ

ନିଆଳି,୮।୫: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାରେ ପ୍ରତିବାଦରେ ଶୁକ୍ରବାର ମୌଜପୁର ଗ୍ରାମବାସୀ ଫୁଲନଖରା-ନିଆଳି ରାସ୍ତା ଅବରୋଧ…

‘ଆମ ଦ୍ୱାରା ଦୁଇଟି ଭୁଲ ହୋଇଛି…’, ମମତାଙ୍କୁ ଭେଟିବା ପରେ ଏମିତିି କାହିଁକି କହିଲେ ଅଖିଳେଶ

କୋଲକାତା,୮।୫: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଏସପି ସୁପ୍ରିମୋ ବର୍ତ୍ତମାନ ପଶ୍ଚିମବଙ୍ଗରେ ଅଛନ୍ତି। ଟିଏମସିର ପରାଜୟ ପରେ ଅଖିଳେଶ ଯାଦବ ମମତା ବାନାର୍ଜୀଙ୍କୁ ଭେଟିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri