ବାଇକକୁ ସ୍କାନ୍‌ଷ୍ଟିଲ ବସ୍‌ ଧକ୍କା ଦେବା ଘଟଣା: ହତ୍ୟା ଉଦ୍ୟମ ଅଭିଯୋଗ, ଥାନା ଘେରିଲେ ଗ୍ରାମବାସୀ

ବଡଗାଁ, ୨୪।୭(ଡି.ଏନ୍‌.ଏ.): ୧୦ ନମ୍ବର ରାଜ୍ୟ ରାଜପଥ ସୁନ୍ଦରଗଡ଼ ଜିଲା ବଡଗାଁ ଥାନା ଅଧୀନ କଣ୍ଟିଆମୁରା ପେଟ୍ରୋଲ ପମ୍ପ ସମ୍ମୁଖରେ ଗତ ୨୧ ତାରିଖ ରାତି ପ୍ରାୟ ୮ଟାରେ ତୁଡାଲଗା ଗ୍ରାମର ସିମଲ ଜଗତ(୨୬) ଓ ରକି ବାରିକ(୨୫) ବାଇକ୍‌ରେ ବଡଗାଁରୁ ଘରକୁ ଫେରୁଥିବା ବେଳେ ସ୍କାନ୍‌ଷ୍ଟିଲ କମ୍ପାନୀର ଏକ ବସ୍‌ ବାଇକକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ସେମାନେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ହେଲେ ଉଦ୍ଦେଶ୍ୟମୂଳକ ଭାବେ ବସ୍‌ ଚାଳକ ବାଇକ୍‌କୁ ଧକ୍କା ଦେଇ ହତ୍ୟା ଉଦ୍ୟମ କରିଥିବା ନେଇ ରବିବାର ରାତିରେ ପରିବାର ଲୋକେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ହେଲେ ପୋଲିସ ଅଭିଯୋଗକୁ ଗୁରୁତ୍ୱ ଦେଇ ନ ଥିଲା। ଏହି ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଏକ ଆଲୋଚନା ହୋଇଥିଲା। ଆଲୋଚନାରେ ନିଷ୍ପତ୍ତି ଅନୁଯାୟୀ ମଙ୍ଗଳବାର ଅପରାହ୍ନରେ ୨ଶହରୁ ଊର୍ଦ୍ଧ୍ୱ ମହିଳା ପୁରୁଷ ଥାନାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ହତ୍ୟା ଉଦ୍ୟମ କରିଥିବା ବସ୍‌ ଚାଳକ ଜଗଦୀଶଙ୍କୁ ଗିରଫ କରି ବସ୍‌ ଜବତ କରିବାକୁ ଦାବି କରିଥିଲେ। ଏନେଇ ଗ୍ରାମବାସୀ ତଲସରା ବିଧାୟକ ଭବାନୀ ଭୋଇଙ୍କୁ ଫୋନରେ ଜଣାଇଥିଲେ। ବିଧାୟକ ଭୋଇ ଏସ୍‌ପି ସୌମ୍ୟ ମିଶ୍ରଙ୍କୁ ଜଣାଇବା ପରେ ରାତି ପ୍ରାୟ ସାଢ଼େ ୭ଟାରେ ସେ ଥାନାରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ପରେ ଏସ୍‌ପି ମିଶ୍ର ଘଟଣାର ତଦନ୍ତ ଦାୟିତ୍ୱ ଜଣେ ଡିଏପ୍‌ପିଙ୍କୁ ଦେବା ସହ ବସ୍‌ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପକ୍ଷେ ପୋଲିସ ଏକ ମାମଲା(ନଂ.୧୦୬/୧୯) ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦର ୨୦ଟି ଗେଟ୍‌ ଖୋଲିଲା

ସମ୍ବଲପୁର, ୧୫।୮(ବ୍ୟୁରୋ.): ହୀରାକୁଦ ଜଳଭଣ୍ଡାରରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୨୦ଟି ଗେଟ୍‌ ଖୋଲାଯାଇଛି। ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇବାରୁ ୨୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ...

ଜୁନାଗଡରେ ବିର୍ସାମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ

ଜୁନାଗଡ,୯।୬(ଡି.ଏନ.ଏ.):କଳାହାଣ୍ଡି ଜିଲା ଜୁନାଗଡ ସହର କଲ୍ୟାଣ ମଣ୍ଡପଠାରେ ରବିବାର ସ୍ବାଧୀନତା ସଂଗ୍ରାମୀ ଶହୀଦ ବିର୍ସାମୁଣ୍ଡାଙ୍କ ବଳିଦାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମୂଳନିବାସୀ ସମତା ପରିଷଦ...

ଜିଲାପାଳଙ୍କ ବିନା ଅନୁମୋଦନରେ ୬ କନିଷ୍ଠ କିରାଣିଙ୍କୁ ଡେପୁଟେଶନ୍‌ରେ ଡିଇଓ ଅଫିସରେ ନିୟୋଜିତ: ଅନିୟମିତତା ସମ୍ପର୍କରେ ଭିଜିଲାନ୍ସ ତଦନ୍ତ ଦାବି

ଭବାନୀପାଟଣା,୧।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ୩ କନିଷ୍ଠ କିରାଣି ଓ ୩ ବରିଷ୍ଠ କିରାଣି ପଦବୀ ରହିଛି । ଏହି ପଦବୀରେ...

ଜୁଲାଇ ୨୨ ରୁ ୩୧ ଯାଏ ବନ୍ଦ ରହିବ ଭିସୁଟ

ସମ୍ବଲପୁର,୨୦।୭(ବ୍ୟୁରୋ)-କରୋନା ସଂକ୍ରମଣ ରାଜ୍ୟରେ ଦିକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଆସନ୍ତା ୨୨...

ଅବସର ପରେ ଖୋଲିଲେ ମାଗଣା କ୍ଲିନିକ୍‌

ସମ୍ବଲପୁର,୩ା୯(ବ୍ୟୁରୋ): ସରକାରୀ ଚାକିରି କରୁଥିବା ଅନେକ ବ୍ୟକ୍ତି ଅବସର ପରେ କିଭଳି ସମୟ ଅତିବାହିତ କରିବେ ତାକୁ ନେଇ ଦ୍ୱନ୍ଦ୍ୱରେ ରହିଥାନ୍ତି। ହେଲେ ସମ୍ବଲପୁରର ଜଣେ...

ଦଶମ ଶ୍ରେଣୀ ଛାତ୍ରଙ୍କୁ ଉଲଗ୍ନ କରି ମାଡ଼ ମାରିବା ମହଙ୍ଗା ପଡ଼ିଲା

ସମ୍ବଲପୁର,୨୨ା୪(ବ୍ୟୁରୋ): ସମ୍ବଲପୁର ଶାସନସ୍ଥିତ ବିକାଶ କ୍ୟାମ୍ପସରେ ରବିବାର ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଉଲଗ୍ନ କରି ମାଡ଼ ମାରିବା ଘଟଣାରେ ସ୍କୁଲ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ଭିମ୍‌ସାରରେ ଘରୋଇ ଆମ୍ବୁଲାନ୍ସ ଉପରେ କଟକଣା

ସମ୍ବଲପୁର,୯ା୫(ବ୍ୟୁରୋ)-ସମ୍ବଲପୁର ବୁର୍ଲା ଭିମ୍‌ସାର ପରିସରରେ ଘରୋଇ ଆମ୍ବୁଲାନ୍ସଗୁଡିକ ପାର୍କିଂ କରିପାରିବେ ନାହିଁ। ମେଡିକାଲ କ୍ୟାମ୍ପସ ବାହାରେ ରହିବେ। ରୋଗୀ ବା ସେମାନଙ୍କ ସମ୍ପର୍କୀୟଙ୍କ ସହ ମୂଲଚାଲ...

ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ଦିବ୍ୟାଙ୍ଗ

ବରଗଡ଼ ଅଫିସ୍‌,୧୮।୬- ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅଧୀନ ଲୌଡ଼ିଦରା ପଁଚେତ୍‌ର ଦିବ୍ୟାଙ୍ଗମାନକୁ ସରକାରୀ ସୁବିଧା ସୁଯୋଗ ଅପହଁଚ୍‌ ହେଇଥିବାର ଅଭିଯୋଗ ହେଇଛେ। ଏନ୍‌ତା ଅଭିଯୋଗ...

Advertisement
Archives

Model This Week