Posted inଖେଳ

ବାଂଲାଦେଶ ଚୟନ କମିଟି ସଦସ୍ୟ ଲାଗି ଅବ୍‌ଦୁର ରଜାକଙ୍କୁ ପ୍ରସ୍ତାବ

ଢାକା,୨୩।୩- ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ପୂର୍ବତନ ବାମହାତୀ ସ୍ପିନର ଅବ୍‌ଦୁର ରଜାକଙ୍କୁ ଜାତୀୟ ଦଳର ଚୟନ କମିଟିର ତୃତୀୟ ସଦସ୍ୟ ପାଇଁ ପ୍ରସ୍ତାବ ଦେଇଛନ୍ତି। ଚୟନ କମିଟିର ଅନ୍ୟ ଦୁଇ ସଦସ୍ୟ ମିନହାଜୁଲ ଆବେଦିନ ଓ ହାବିବୁଲ ବାଶର ରହିଛନ୍ତି। ପୂର୍ବରୁ ଚୟନ କମିଟିର ତୃତୀୟ ସଦସ୍ୟ ଥିଲେ ଫାରୁକ ଅହମ୍ମଦ। ରଜାକଙ୍କୁ ପ୍ରସ୍ତାବ ଦିଆଯାଇଥିବା ବିସିବି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଉତ୍ତର ଦେବା ଲାଗି ରଜାକଙ୍କୁ ସମୟ ଦରକାର। ରଜାକଙ୍କୁ ଚୟନ କମିଟି ସଦସ୍ୟ କରିବା ପ୍ରସ୍ତାବ ଦିଆଯିବା ପୂର୍ବରୁ ବାଶରଙ୍କୁ ପଚରା ଯାଇଥିଲା ବୋଲି ବିସିବି କ୍ରିକେଟ ଅପରେଶନ୍ସ ଚେୟାରମ୍ୟାନ ଆକ୍ରମ ଖାଁ କହିଛନ୍ତି। ଢାକା ପ୍ରିମିୟର ଲିଗ୍‌ ପରେ ସେ ନିଷ୍ପତ୍ତି ନେଇଥାନ୍ତେ। କିନ୍ତୁ ଡିପିଏଲ ସ୍ଥଗିତ ହୋଇଯାଇଥିବାରୁ ମୁଁ ଶୀଘ୍ର ନିଷ୍ପତ୍ତି ନେବି ବୋଲି ରଜାକ କହିଛନ୍ତି। ମୋତେ ଏହି ଦାୟିତ୍ୱ ପାଇଁ କ୍ରିକେଟ ଛାଡ଼ିବାକୁ ପଡ଼ିବ। ଏହା ମୋ ପାଇଁ କଠିନ ନିଷ୍ପତ୍ତି। ମୋତେ ସମୟ ଦରକାର କାରଣ ମୋ ନିଷ୍ପତ୍ତି ପରେ ପଶ୍ଚାତାପ ନ ରହୁ ବୋଲି ସେ କହିଛନ୍ତି। ସେ ଅନ୍ତିମ ଥର ୨୦୧୮ରେ ଅନ୍ତର୍ଜାତୀୟ ଟେଷ୍ଟ ଖେଳିଥିଲେ। ଅନ୍ତର୍ଜାତୀୟ ସ୍ତରରେ ରଜାକ ୧୩ ଟେଷ୍ଟ, ୧୫୩ ଦିନିକିଆ ଓ ୩୪ ଟି୨୦ ମ୍ୟାଚ୍‌ ଖଳିଥିଲେ, ଯେଉଁଥିରୁ ସେ ମୋଟ ୨୭୯ ଉଇକେଟ ହାସଲ କରିନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ବିରୋଧରେ ଟୁଇଟ୍‌ରରେ ଟ୍ରେଣ୍ଡ କରୁଛି #sunokohli: ପଛରେ ରହିଛି ଏହି କାରଣ

ନୂଆଦିଲ୍ଲୀ,୧୮।୧୦: ଆଗାମୀ କିଛି ସପ୍ତାହ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଜବରଦସ୍ତ ରହିବାକୁ ଯାଉଛି। କାରଣ ଦୀପାବଳି ପୂର୍ବରୁ ଟିମ ଇଣ୍ଡିଆ ଆଇସିସି ଟି -୨୦...

ବିସିସିଆଇର ‘ଟିମ୍‌ ମାସ୍କ ଫୋର୍ସ’ ଭିଡିଓରେ କୋହଲି, ସଚିନଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୧୮।୪(ପି.ଟି.)- ବର୍ତ୍ତମାନ ସାରା ଦେଶ କୋଭିଡ୍‌-୧୯ ମୁକାବିଲାରେ ବ୍ୟସ୍ତ ଥିବାବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସରକାରଙ୍କୁ ସାହାଯ୍ୟ ସମର୍ଥନ କରିବାରେ ପଛରେ ପଡିନାହିଁ।...

ଡି’ ଲିଟ୍‌ ଦାମୀ ଡିଫେଣ୍ଡର

ରୋମ୍‌, ୧୯|୭ (ଏଏଫ୍‌ପି)- ଡଚ୍‌ ସେଣ୍ଟ୍ରାଲ ଡିଫେଣ୍ଡର ମ୍ୟାଥିସ୍‌ ଡି’ ଲିଟ୍‌ ୭୫ ନିୟୁତ ୟୁରୋ (୮୪.୨ ନିୟୁତ ଡଲାର) ଫି ବିନିମୟରେ ଆଜାକ୍ସ ଫୁଟ୍‌ବଲ...

ବୋସ୍‌ଫୋରସ ବକ୍ସିଂ ଟୁର୍ନାମେଣ୍ଟ: ସେମିରେ ଜରିନ, ସୋଲାଙ୍କି

ନୂଆଦିଲ୍ଲ,୨୦।୩(ପି.ଟି.): ଭାରତୀୟ ମହିଳା ବକ୍ସର ନିଖାତ ଜରିନ ଆଉ ଏକ ବିପର୍ଯ୍ୟୟ ଘଟାଇ ତୁର୍କୀର ଇସ୍ତାନବୁଲ୍‌ରେ ଚାଲିଥିବା ବୋସଫୋରସ ବକ୍ସିଂ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି।...

ମହିଳା ଫୁଟବଲ ଲିଗରେ ଓଡ଼ିଶା ପୋଲିସ ଦଳ

କଟକ ଅଫିସ,୨୪ା୧- ଶୁକ୍ରବାରଠାରୁ ଫେବୃୟାରୀ ୧୪ ପର୍ଯ୍ୟନ୍ତ କର୍ନାଟକର ବେଙ୍ଗାଲୁରୁଠାରେ ଭାରତୀୟ ମହିଳା ଫୁଟବଲ ଲିଗ୍‌ର ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ରାଜ୍ୟର...

କମନୱେଲଥ ଟିଟି: କ୍ରୀଡ଼ା ସଚିବଙ୍କ ସ୍ଥିତି ଅନୁଧ୍ୟାନ; ଆସିବେ ୧୬ ଦେଶର ଖେଳାଳି

କଟକ ଅଫିସ,୨୩।୬- କମନୱେଲଥ ଟେବୁଲ ଟେନିସ (ଟିଟି) ଚାମ୍ପିୟନଶିପ୍‌ର ୨୦୧୯ ସଂସ୍କରଣ ଜୁଲାଇ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ କଟକର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ...

ଭାରତଠାରୁ ୨ ବିଶ୍ୱକପ୍‌ ଟାଇଟଲ୍‌ ଛଡାଇ ନେଇଛି ନ୍ୟୁଜିଲାଣ୍ଡ

ଦୁବାଇ,୨୮।୧୦: ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ ହାରିଛି ଭାରତୀୟ ଦଳ। ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚରେ ଦଳକୁ ୩୧ ଅକ୍ଟୋବରରେ ନ୍ୟୁଜିଲାଣ୍ଡର ସାମ୍ନା କରିବାକୁ ପଡିବ। ନ୍ୟୁଜିଲାଣ୍ଡ...

ଧୋନୀଙ୍କ ପାଇଁ ଭାବପ୍ରବଣ ହେଲେ ଅନୁଷ୍କା,ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅଚାନକ ସନ୍ୟାସ ଘୋଷଣା ତାଙ୍କ କ୍ରିକେଟ ପ୍ରଶଂସକଙ୍କ ଚକିତ କରିଦେଇଛି। ରାଜନେତାଙ୍କଠାରୁ ଆରମ୍ଭ କରି...

Advertisement
Archives

Model This Week