Posted inଖେଳ

ବାଂଲାଦେଶ ଅଧିନାୟକ ଶକିବଙ୍କୁ ୨ବର୍ଷ ସସ୍‌ପେଣ୍ଡ କଲା ଆଇସିସି

ଢାକା/ଦୁବାଇ, ୨୯ା୧୦ (ପି.ଟି.)- ବାଂଲାଦେଶ ଟେଷ୍ଟ ଏବଂ ଟି୨୦ ଅଧିନାୟକ ଶକିବ ଅଲ୍‌ ହସନ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ୨ବର୍ଷ ସସ୍‌ପେଣ୍ଡ ହୋଇଛନ୍ତି। ଦୁର୍ନୀତି କାର୍ଯ୍ୟରେ ସାମିଲ ହେବାଲାଗି ତାଙ୍କୁ ୩ଥର ପ୍ରଲୋଭିତ କରାଯାଇଥିଲେ ମଧ୍ୟ ସେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ଅବଗତ କରି ନ ଥିଲେ। ଆଇପିଏଲରେ ଜଣେ ଭାରତୀୟ ସନ୍ଦିଗ୍ଧ ବୁକି ଏହି ଅଲରାଉଣ୍ଡରଙ୍କ ସହିତ ଯୋଗାଯୋଗ କରିଥିବା ପ୍ରକାଶ। ସସ୍‌ପେଣ୍ଡ ହୋଇଥିବାରୁ ଶକିବ ନଭେମ୍ବର ୩ରୁ ବାଂଲାଦେଶ କ୍ରିକେଟ ଦଳର ଭାରତ ଟୁର୍‌ରେ ସାମିଲ ହୋଇ ପାରିବେ ନାହିଁ। ଆଇସିସିର ନିର୍ଦ୍ଦେଶ ଅନୁସାରେ ଶକିବ ଏକ ବର୍ଷ ସମ୍ପୂର୍ଣ୍ଣ ସସ୍‌ପେଣ୍ଡ ହେବେ। ଏହି ସମୟ ମଧ୍ୟରେ ଯଦି ସେ ଆଇସିସିର ଦୁର୍ନୀତି ନିବାରଣ ନିୟମ ଉଲ୍ଲଂଘନ କରନ୍ତି ତେବେ ପୁଣି ୧୨ମାସ ସସ୍‌ପେଣ୍ଡ ହେବେ। ବାସନ୍ଦ ସମୟରେ ୩୨ବର୍ଷୀୟ ଏହି ଖେଳାଳି ଆସନ୍ତା ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ), ଏହି ସମାନ ବର୍ଷ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ହେବାକୁଥିବା ବିଶ୍ୱ ଟି୨୦ରେ ଅଂଶଗ୍ରହଣ କରିପାରିବେ ନାହିଁ।

ଶକିବ କହିଛନ୍ତି, ମୋର ସବୁଠାରୁ ପ୍ରିୟ ଖେଳରୁ ବାସନ୍ଦ କରାଯାଇଥିବାରୁ ମୁଁ ଅତ୍ୟନ୍ତ ଦୁଃଖିତ। କିନ୍ତୁ ଖେଳାଳି ନିୟମ ଉଲ୍ଲଂଘନ ପାଇଁ ମୋତେ ଯେଉଁ ଦଣ୍ଡ ବିଧାନ କରାଯାଇଛି ତାହାକୁ ଗ୍ରହଣ କରୁଛି। ଶକିବଙ୍କ ଅନୁପସ୍ଥିତିରେ ବରିଷ୍ଠ ଖେଳାଳି ମୁସ୍‌ଫିକର ରହିମ ବାଂଲାଦେଶ ଟେଷ୍ଟ ଦଳର ଅଧିନାୟକତ୍ୱ କରିବେ। ସେହିପରି ମହମୁଦୁଲ୍ଲା ରିୟାଦ ଏବଂ ମୋସାଡେକ୍‌ ହୋସେନଙ୍କ ମଧ୍ୟରୁ ଜଣେ କେହି ତିନୋଟି ଟି୨୦ ପାଇଁ ଦଳର ଅଧିନାୟକ ହେବେ। ଆଇସିସିର ନିର୍ଦ୍ଦେଶକ୍ରମେ ଶକିବଙ୍କୁ ଭାରତ ଟୁର୍‌ ପାଇଁ ଚାଲିଥିବା ବାଂଲଦେଶ ଅଭ୍ୟାସ ସେସନରୁ ବାଦ୍‌ ଦିଆଯାଇଛି। ବାଂଲାଦେଶ ଭାରତ ବିପକ୍ଷରେ ତିନୋଟି ଟି୨୦ ବ୍ୟତୀତ ୨ଟି ଟେଷ୍ଟ ମ୍ୟାଚ ଖେଳିବ। ଆଇସିସିର ଦୁର୍ନୀତି ନିବାରଣ ୟୁନିଟ୍‌ (ଏସିୟୁ) ଶକିବଙ୍କୁ ଚଳିତ ବର୍ଷ ଜାନୁୟାରୀ ଓ ଅଗଷ୍ଟରେ ଦୁଇଥର ଜେରା କରିଛି। ଆଇସିସି କହିବା ଅନୁସାରେ ଦୀପକ ଅଗ୍ରଓ୍ବାଲ ନାମକ ଜଣେ ବୁକି ୩ଥର ପୃଥକ୍‌ ପୃଥକ୍‌ ଭାବେ ଟିମ୍‌ କମ୍ପୋଜିଶନ ଏବଂ ରଣକୌଶଳ ସମ୍ପର୍କରେ ଶକିବଙ୍କଠାରୁ ତଥ୍ୟ ନେବାକୁ ଚାହିଥିଲେ। ତନ୍ମଧ୍ୟରେ ୨୦୧୮ ଏପ୍ରିଲ ୨୬ରେ ଏକ ଘଟଣା ଅନ୍ୟତମ। ଏହି ଦିନ ତାଙ୍କ ଆଇପିଏଲ ଫ୍ରାଞ୍ଚାଇଜ୍‌ ସନରାଇଜର୍ସ ହାଇଦ୍ରାବାଦ ଏବଂ କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ସନରାଇଜର୍ସ ୧୩ ରନରେ ବିଜୟ ଲାଭ କରିଥିଲା। ଅଗ୍ରଓ୍ବାଲ ୨୦୧୭ରେ ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ) ଏବଂ ପରେ ୨୦୧୮ ଜାନୁୟାରୀରେ ଜିମ୍ବାଓ୍ବେ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ସିରିଜ ବେଳେ ତଥ୍ୟ ସଂଗ୍ରହ କରିବା ଲାଗି ପ୍ରୟାସ କରିଥିଲେ। ବିପିଏଲ୍‌ରେ ଶକିବ ଢାକା ଡିନାମାଇଟ୍ସ ତରଫରୁ ଖେଳୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri