Posted inଖେଳ

ବାଂଲାଦେଶର ସେମିଫାଇନାଲ ଆଶା ଉଜ୍ଜୀବିତ

ସାଉଥାମ୍ପଟନ,୨୫।୬(ପି.ଟି.)- ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ୩୧ତମ ମ୍ୟାଚ୍‌ରେ ମାଶ୍ରାଫି ମୋର୍ତ୍ତାଜାଙ୍କ ନେତୃତ୍ୱାଧୀନ ବାଂଲାଦେଶ ୬୨ରନରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ସ୍ଥାନୀୟ ରୋଜ ବାଉଲ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଟସ୍‌ ଜିତି ଆଫଗାନିସ୍ତାନ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୨୬୨ ରନ ସଂଗ୍ରହ କରିଥିଲା। ଜବାବରେ ଆଫଗାନିସ୍ତାନ ୪୭ ଓଭରରେ ୨୦୦ ରନ କରି ଆଲଆଉଟ ହେବା ସହ ପରାସ୍ତ ହୋଇଥିଲା। ୫୧ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିବା ସହ ମୂଲ୍ୟବାନ ୫ ଉଇକେଟ ଅକ୍ତିଆର କରିଥିବା ତାରକା ଅଲରାଉଣ୍ଡର ଶାକିବ ଅଲ ହାସନ ପ୍ଲେୟାର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଏଥି ସହିତ ବାଂଲାଦେଶ ୭ଟି ମ୍ୟାଚ୍‌ ଖେଳି ୩ଟି ଲେଖାଏ ବିଜୟ ଓ ପରାଜୟ ଏବଂ ଗୋଟିଏ ବିନା ଫଳାଫଳ ସହ ମୋଟ ୭ ପଏଣ୍ଟ ପାଇ ତାଲିକାର ପଞ୍ଚମ ସ୍ଥାନକୁ ଉଠି ସେମି ଆଶା ଉଜ୍ଜୀବିତ ରଖିଛି। ଅନ୍ୟପଟେ ପୂର୍ବରୁ ସେମି ଦୌଡ଼ରୁ ବାଦ୍‌ ପଡିସାରିଥିବା ଆଫଗାନିସ୍ତାନ ୭ଟି ମ୍ୟାଚ୍‌ ଖେଳି ସବୁଥିରେ ପରାସ୍ତ ହୋଇ ଖାତା ଖୋଲି ନ ପାରି ପଏଣ୍ଟ ତାଲିକାର ଅନ୍ତିମ ତଥା ଦଶମ ସ୍ଥାନରେ ରହିଛି।
୨୬୩ ରନର ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି ଆଫଗାନିସ୍ତାନ ଏକଦା ୨ ଉଇକେଟ ହରାଇ ୧୦୪ ରନ କରି ଭଲ ଆରମ୍ଭ କରିଥିଲା। ତେବେ ଏହାପରେ ଦଳ ନିୟମିତ ଅନ୍ତରରେ ଉଇକେଟ ହରାଇଥିଲା। ବ୍ୟାଟିଂରେ ଅସ୍ଥିର ପ୍ରଦର୍ଶନ ପୁଣିଥରେ ଆଫଗାନିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଦଳ ପକ୍ଷରୁ ଓପନର ତଥା ଅଧିନାୟକ ଗୁଲବଦିନ ନାଇବ ୪୭ ରନ କରି ଆଉଟ ହୋଇଥିବା ବେଳେ ଶମିଉଲ୍ଲା ଶିନଓ୍ବାରି ସର୍ବାଧିକ ୪୯ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସେହିପରି ରହମତ ଶାହା ୨୪, ନାଜିବୁଲ୍ଲା ଜଡ୍ରାନ ୨୩, ଅସଘର ଆଫଗାନ ୨୦, ହସମତୁଲ୍ଲା ଶାହିଦୀ ୧୧, ଇକ୍ରାମ ଅଲି ଖିଲ ୧୧ ରନ କରି ଆଉଟ ହୋଇଥିଲେ ଓ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଆଫଗାନିସ୍ତାନ ତରଫରୁ ଶାକିବ ସର୍ବାଧିକ ୫, ମୁସ୍ତାଫିଜୁର ରହମାନ ୨, ମହମ୍ମଦ ସୈଫୁଦ୍ଦିନ ଓ ମୋସାଡେକ ହୋସେନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଶାକିବଙ୍କ କୀର୍ତ୍ତିମାନ
ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଦୁଇ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ଶାକିବ ଅଲ ହାସନ ଓ ମୁସ୍‌ଫିକର ରହିମଙ୍କ ଦାୟିତ୍ୱପୂର୍ଣ୍ଣ ଅର୍ଦ୍ଧଶତକୀୟ ଇନିଂସ ବଳରେ ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିଥିଲା। ଇନ୍‌ଫର୍ମ ତଥା ତାରକା ଅଲରାଉଣ୍ଡର ଶାକିବ ୬୯ ବଲର ସମ୍ମୁଖୀନ ହୋଇ ଗୋଟିଏ ଚୌକା ସହ ଧର୍ଯ୍ୟପୂର୍ଣ୍ଣ ୫୧ ରନର ପାଳି ଖେଳିଥିଲେ। ସେହିପରି ଉଇକେଟକିପର ବ୍ୟାଟ୍ସମ୍ୟାନ ମୁସ୍‌ଫିକର ରହିମ ୮୭ଟ ବଲ ଖେଳି ୪ ଚୌକା ଓ ୧ ଛକା ସହ ୮୩ ରନର ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଟୁର୍ନାମେଣ୍ଟରେ ଶାକିବ ଅଷ୍ଟ୍ରେଲିଆର ଅଭିଜ୍ଞ ଓପନର ଡେଭିଡ ଓ୍ବାର୍ନରଙ୍କୁ ପଛରେ ପକାଇ ସର୍ବାଧିକ ରନ୍‌ ସ୍କୋରର ସାବ୍ୟସ୍ତ ହୋଇଛନ୍ତି। ଏପର୍ଯ୍ୟନ୍ତ ଶାକିବ ଦୁଇଟି ଶତକ ଓ ୩ଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। କେବଳ ସେତିକି ନୁହେଁ ଶାକିବ ବାଂଲାଦେଶର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ବିଶ୍ୱକପ୍‌ ଇତିହାସରେ ୧୦୦୦ ରନ ସଂଗ୍ରହ କରିଛନ୍ତି। ଚତୁର୍ଥ ବିଶ୍ୱକପ ଖେଳୁଥିବା ଶାକିବ ବିଶ୍ୱକପ୍‌ରେ ୨୭ତମ ମ୍ୟାଚ୍‌ ଖେଳି ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ମୋଟ ଉପରେ ଶାକିବ ବିଶ୍ୱର ୧୯ତମ ବ୍ୟାଟ୍ସମ୍ୟାନ ଭାବେ ବିଶ୍ୱକପ୍‌ରେ ଏକ ହଜାରରୁ ଉର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। କେବଳ ସେତିକ ନୁହଁ ଭାରତର ଯୁବରାଜ ସିଂଙ୍କ ପରେ ସେ ଦ୍ୱିତୀୟ ଅଲରାଉଣ୍ଡର ଭାବେ ବିଶ୍ୱକପ୍‌ ଇତିହାସରେ ଗୋଟିଏ ମ୍ୟାଚ୍‌ରେ ୫ ଉଇକେଟ ନେବା ସହ ଅର୍ଦ୍ଧଶତକ ହାସଲ କରିଛନ୍ତି। ପୂର୍ବରୁ ୨୦୧୧ ବିଶ୍ୱକପ୍‌ରେ ଯୁବରାଜ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ଖେଳାଳିଭାବେ ଏହି ରେକର୍ଡ ସୃଷ୍ଟି କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମୋସାଡେକ ହୋସେନ ୨୪ ବଲରୁ ୪ ଚୌକା ସହ ଦ୍ରୁତ ୩୫ ରନକରି ଦଳର ସ୍କୋରକୁ ଅଢ଼େଇଶହ ରନ ପାର କରାଇଥିଲେ। ମହମୁଦୁଲ୍ଲା ୨୭, ଓପନର ତାମିମ ଇକବାଲ ୩୬, ଲିଟନ ଦାସ ୧୬ ରନ କରି ଆଉଟ ହୋଇଥିଲେ। ମିଡିଲଅର୍ଡର ତାରକା ବ୍ୟାଟ୍ସମ୍ୟାନ ସୌମ୍ୟ ସରକାର ମାତ୍ର ୩ ରନ କରି ଆଉଟ ହୋଇଥିବା ବେଳେ ମହମ୍ମଦ ସୈଫୁଦ୍ଦିନ ୨ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଆଫଗାନିସ୍ତାନ ପ୍ରଭାବୀ ପ୍ରଦର୍ଶନ କରି ବାଂଲାଦେଶକୁ ବୃହତ୍‌ ସ୍କୋର ହାସଲ କରିବାକୁ ଦେଇ ନ ଥିଲା। ଦଳ ତରଫରୁ ମୁଜିବ ଉର ରହମାନ ସର୍ବାଧିକ ୩, ଗୁଲବଦିନ ନାଇବ ୨, ଦଲତ ଜଡ୍ରାନ ଓ ମହମ୍ମଦ ନବୀ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ବାଂଲାଦେଶ ୫୦ ଓଭରରେ ୨୬୨/୭
(ମୁସଫିକର- ୮୩, ଶାକିବ- ୫୧, ତାମିମ- ୩୬, ମୋସାଡେକ- ୩୫, ମହମୁଦୁଲ୍ଲା- ୨୭, ମୁଜିବ- ୩/୩୯, ଗୁଲବଦିନ- ୨/୫୬, ଦଲତ-୧/୬୪, ନବୀ- ୧/୪୪ )।
ଆଫଗାନିସ୍ତାନ ୪୭ ଓଭରରେ ୨୦୦/ ଅଲଆଉଟ
(ଶିନଓ୍ବାରି- ୪୯*, ନାଇବ- ୪୭, ରହମତ- ୨୪, ନାଜିବୁଲ୍ଲ- ୨୩, ଅସଘର- ୨୦, ଶାକିବ- ୫/୨୯, ମୁସ୍ତାଫିଜୁର- ୨/୩୨, ସୈଫୁଦ୍ଦିନ- ୧/୩୩, ମୋସାଡେକ- ୧/୨୫ )।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ରାଜସ୍ଥାନ ରୟାଲ୍ସ ହିଁ ଜିତିବ ଆଇପିଏଲ୍‌? ଗୋଟିଏ ପରାଜୟ ଦେଲା ଖୁସିଖବର!

ନୂଆଦିଲ୍ଲୀ,୧୫।୪: ଆଇପିଏଲ୍‌ ୨୦୨୬ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ (RR) ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଖେଳିଥିବା ୫ଟି ମ୍ୟାଚ୍‌ରୁ ଦଳ ୪ଟିରେ ବିଜୟୀ ହୋଇଥିବାବେଳେ,…

RCB ପ୍ଲେଇଂ ୧୧ରୁ ବାଦ୍‌ ପଡ଼ିଲେ ବିରାଟ କୋହଲି, କାହିଁକି ନିଆଗଲା ଏଭଳି ବଡ଼ ନିଷ୍ପତ୍ତି?

ବେଙ୍ଗାଲୁରୁ,୧୫।୪: ଆଇପିଏଲ୍‌ ୨୦୨୬ର ୨୩ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ବେଙ୍ଗାଲୁରୁର…

ଫୁଲବାଣୀ ଜେଲରେ ବିଚାରଧିନ କଏଦୀଙ୍କ ମୃତ୍ୟୁ, ଆଦର୍ଶ ଥାନା ପୋଲିସକୁ ଦାୟୀ କଲେ ପରିବାର

ଫୁଲବାଣୀ,୧୫।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ସର୍କଲ ଜେଲରେ ଥିବା ଜଣେ ବିଚାରଧିନ କଏଦୀଙ୍କ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଛି । ତେବେ…

ଦଣ୍ଡନାଚ ଦେଖିବା ବେଳେ ଠେଲାପେଲାକୁ ନେଇ ମାରପିଟ; ୫ ଆହାତ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଭାଲିଆଝୋଳା ଗ୍ରାମରେ ଦଣ୍ଡନାଚ ଚାଲିଥିବା ବେଳେ ଠେଲାପେଲା । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ…

ଚା’ ପିଇବାକୁ ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ତାପରେ…

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପଞ୍ଚାୟତ ଗୁଣସାଗର ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାହା ପିଇବାକୁ ଘର ନିକଟ ଦୋକାନକୁ…

କାର୍ ଭିତରୁ ୮.୪୭ଲକ୍ଷର ଜାଲ ନୋଟ ଜବତ, ବରଗଡ-ଛତିଶଗଡକୁ ଲମ୍ବିଛି ଚେର

ସୋନପୁର,୧୫।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଜାଲ ନୋଟ ଜବତ କରିଛି । ଏଥିରେ…

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ସ୍ବତନ୍ତ୍ର ଅଧିବେଶନ ଡାକିବାକୁ କଲେ ଦାବି

ଭୁବନେଶ୍ବର,୧୫।୪: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଡିଲିମିଟେସନ ପ୍ରସଙ୍ଗ ଉଠାଇ ବିଧାନସଭା ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଚିଠିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri