ବାଂଲାଦେଶକୁ ୩୧୬ ରନରେ ହରାଇଲେ ସେମିରେ ପହଞ୍ଚିବ ପାକିସ୍ତାନ

ଚେଷ୍ଟର-ଲି-ଷ୍ଟ୍ରିଟ୍‌, ୪।୭- ବିଶ୍ୱକପ୍‌ରେ ବୁଧବାର ଅନୁଷ୍ଠିତ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ୧୧୯ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୩ୟ ଦଳ ଭାବେ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିନେଇଛି। ଇଂଲଣ୍ଡର ଏହି ବିଜୟ ଏବେ ପାକିସ୍ତାନର ସେମିଫାଇନାଲ ଖେଳିବା ଆଶାକୁ ଏକପ୍ରକାର ମଉଳାଇ ଦେଇଛି। ନ୍ୟୁଜିଲାଣ୍ଡ ବର୍ତ୍ତମାନ ୧୧ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି କିନ୍ତୁ ସେମିଫାଇନାଲରେ ସ୍ଥାନ ପକ୍କା କରିନାହିଁ। ଅପରପକ୍ଷରେ ପାକିସ୍ତାନ ବର୍ତ୍ତମାନ ସୁଦ୍ଧା ୮ ମ୍ୟାଚ୍‌ରୁ ୯ ପଏଣ୍ଟ ପାଇ ଟେବୁଲର ୫ମ ସ୍ଥାନରେ ରହିଛି। ତେବେ ସେମିଫାଇନାଲରେ ପ୍ରବେଶ ପାଇଁ ସର୍ଫରାଜ ଅହମ୍ମଦଙ୍କ ଦଳ ନିକଟରେ ଏକ ଅସମ୍ଭବ ଲକ୍ଷ୍ୟ ଧାର୍ଯ୍ୟ କରଯାଇଛି। ପାକିସ୍ତାନ ଏହାର ଅନ୍ତିମ ମ୍ୟାଚ୍‌ରେ ଶୁକ୍ରବାର ବାଂଲାଦେଶକୁ ଭେଟିବ। ଯଦି ଏହି ମ୍ୟାଚ୍‌ରେ ଦଳ ୩୧୬ ରନରେ ବାଂଲାଦେଶକୁ ପରାସ୍ତ କରେ ତେବେ ରନ୍‌ରେଟ୍‌ ବ୍ୟବଧାନରେ ନ୍ୟୁଜିଲାଣ୍ଡକୁ ପଛରେ ପକାଇ ସେମିଫାଇନାଲରେ ପ୍ରବେଶ କରିବ। ଏହାର ଅର୍ଥ ଏହି ମ୍ୟାଚ୍‌ରେ ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ କରି ୪୦୦ ରନ ସ୍କୋର କରିବା ନିହାତି ଆବଶ୍ୟକ। ଏବଂ ଏହାପରେ ବାଂଲାଦେଶକୁ ୮୪ ରନରେ ଅଲ୍‌ଆଉଟ୍‌ କରିପାରିଲେ ସେମିଫାଇନାଲରେ ପହଞ୍ଚତ୍ପାରିବ। ଯଦି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବ ତେବେ ପାକିସ୍ତାନ ବିଶ୍ୱକପ୍‌ରୁ ବିଦାୟ ନେବ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନରେ ଖୁସି ଖବର: ପ୍ରଥମଥର ମା’ ହେଲା ସିଂହୀ ମାୟା, ଦୁଇ ଶାବକରୁ…

ବାରଙ୍ଗ,୭ା୯(ଲିଙ୍ଗରାଜ ରାଉତ): ନନ୍ଦନକାନନ ପାଇଁ ଏକ ଖୁସି ଖବର। ସିଂହୀ ମାୟା ପ୍ରଥମ କରି ମା’ ହୋଇଛି। ୧୧୨ ଦିନର ଗର୍ଭଧାରଣ ପରେ ସୋମବାର ଭୋର୍‌ରେ ସିଂହୀ…

ପୁଣି ମାଡ଼ିଆସୁଛି ବଡ଼ ବର୍ଷା: ୯ରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର, ୭ା୯: ରାଜ୍ୟକୁ ପୁଣି ମାଡ଼ିଆସୁଛି ବଡ଼ ବର୍ଷା। ଆଜି ଓ ଆସନ୍ତାକାଲି ବିଭିନ୍ନ ଜିଲାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ। ଏହାପରେ ୯ ତାରିଖରୁ…

ଖଣି ନିଲାମକୁ ନେଇ ତେଜୁଛି ବିରୋଧ, ଆନ୍ଦୋଳନ ଚେତାବନୀ ଦେଇ ଅଞ୍ଚଳବାସୀ କହିଲେ…

ଥୁଆମୂଳ ରାମପୁର,୭।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ ଖଣ୍ଡୁଆଳମାଳି ପାହାଡ଼ କର୍ଲାପାଟ ବକ୍ସାଇଟ ବ୍ଲକକୁ ନେଇ ବିରୋଧ ତେଜୁଛି। ଆନୁମାନିକ ୨୪.୮…

PCB ଛାଡିବା ପରେ ପାକିସ୍ତାନ କ୍ରିକେଟର ଚିଠା ଖୋଲିଲେ ମିସବା, ହେଲାଣି ଚର୍ଚ୍ଚା

ଇସଲାମାବାଦ,୭।୯: ପାକିସ୍ତାନ କ୍ରିକେଟରେ କ’ଣ ଘଟୁଛି? ଦଳ ଏବଂ ଚୟନ କମିଟି ପରିବର୍ତ୍ତନ କରିବା ଦ୍ୱାରା ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନ ଏବଂ ଭବିଷ୍ୟତ ପରିବର୍ତ୍ତନ ହେବ…

ଓଜନ କମାଇବାର ସହଜ ଉପାୟ

ଆମ ଶରୀରର ଓଜନ ସନ୍ତୁଳିତ ରହିବା ନିହାତି ଦରକାର। ହେଲେ ଏହାର ଏକ ସରଳ ଉପାୟ ରହିଛି। ଏହାକୁ ଜଣେ ଅତି ସହଜରେ ଆପଣେଇ ପାରିବ। ତାହା…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri