ବହୁମୁଖୀ ହାସ୍ୟାଭିନେତା ପ୍ରଭାକର

ପ୍ରଭାକର ସାହୁ। ଡାକନାମ ଚଗନ। ସେ ଯାତ୍ରା ଜଗତରେ ଏହି ନାମରେ ହିଁ ପରିଚିତ। ଚଗନ ଜଣେ ନିଆରା ମଣିଷ। ସମସ୍ତେ ତାଙ୍କୁ ମଞ୍ଚରେ ଦେଖନ୍ତି ଜଣେ ହାସ୍ୟ କଳାକାର ଭାବେ। ତେବେ କେବଳ ଜଣେ କଳାକାର ଭାବେ ତାଙ୍କ ପରିଚୟ ସୀମିତ ନୁହେଁ, ସ୍ବଭାବତଃ ସେ ଜଣେ କବି। ପୁଣି ଏକସଙ୍ଗରେ ଜଣେ ଭାଓଲିନ୍‌ (ବେହେଲା) ଏବଂ ଅର୍ଗାନ୍‌ ବାଦକ। ଓଡ଼ିଶା ଅପେରା, ଗୌରୀ ଏବଂ ଧରିତ୍ରୀ ଅପେରାରେ ସେ ଦୀର୍ଘବର୍ଷ ଧରି ବେହେଲା ଏବଂ ଅର୍ଗାନ୍‌ ବଜେଇଛନ୍ତି। ଖାଲି ସେତିକି ନୁହେଁ, ସେ ଜଣେ ମ୍ୟାଜିସିଆନ୍‌ ମଧ୍ୟ। ମଞ୍ଚରେ ମ୍ୟାଜିକ୍‌ ଦେଖାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍‌ଧ କରିଦିଅନ୍ତି। ପ୍ରଭାକରଙ୍କ ଘର ଭଦ୍ରକ ଜିଲା ଭଣ୍ଡାରିପୋଖରୀ। ୧୯୭୫ ମସିହାରେ ସେ ଆସିଲେ ଯାତ୍ରାକୁ। ଘଟଣାଟି ଥିଲା ଏମିତି। ତାଙ୍କ ବାପା ଦାଶରଥି ସାହୁ ଥିଲେ ଜ୍ୟୋତିଷ। ସେହି ଭଣ୍ଡାରିପୋଖରୀରେ ‘ଜନନୀ ଗଣନାଟ୍ୟ’ ନାମରେ ଗୋଟିଏ ନୂଆ ପାର୍ଟି ଆରମ୍ଭ କରୁଥାନ୍ତି ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କ ପଟ୍ଟଶିଷ୍ୟ ଶ୍ୟାମସୁନ୍ଦର ମହାପାତ୍ର। ସେ ଚଗନଙ୍କ ବାପାଙ୍କ ପାଖକୁ ଯାଇ ପାର୍ଟିର ଭଲମନ୍ଦ ଏବଂ ତାଙ୍କ ରାଶି ନକ୍ଷତ୍ରକଥା ବୁଝାଶୁଝା କରିଥାନ୍ତି। ଦାଶରଥି ବାବୁ ଶ୍ୟାମସୁନ୍ଦର ମହାପାତ୍ରଙ୍କୁ କହିଲେ: ମୋ ପୁଅ ଦୁହେଁ କଳାକାର ହେବେ ବୋଲି ସେମାନଙ୍କ କପାଳ କହୁଛି। ସେମାନଙ୍କୁ ନେଇଯାଆନ୍ତୁ। ସେଇଠୁ ଯାତ୍ରାକୁ ଆସିଲେ ପ୍ରଭାକର (ଚଗନ) ଏବଂ ସୁଧାକର (ହଗନ)। ଅବଶ୍ୟ ସୁଧାକର ସାହୁ ଆଉ ନାହାନ୍ତି। ସେ ପରଲୋକ ବାହୁଡ଼ିଗଲେଣି। ମାତ୍ର ଚଗନଙ୍କ ଯାତ୍ରା ଚାଲିଛି। ଯାତ୍ରାକୁ ଆସିବା ବେଳକୁ ତାଙ୍କୁ ହୋଇଥିଲା ମାତ୍ର ୧୩ ବର୍ଷ। ସେ ପ୍ରଥମେ ଖଣ୍ଡା ଗୋଟେଇ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଛନ୍ତି। ଡୁଏଟ୍‌ ବି କରିଛନ୍ତି। ସେହି ପାର୍ଟିରେ ଥିବା ବେଳେ ଗୁରୁ ମକରଧ୍ୱଜ ଜେନାଙ୍କ ପରାମର୍ଶରେ ସେ ଭାଓଲିନ୍‌ ଓ ଅର୍ଗାନ୍‌ ବଜେଇବା ଶିଖିଲେ। ‘ଜନନୀ ଗଣନାଟ୍ୟ’ରୁ ଆରମ୍ଭ ହୋଇଥିବା ଚଗନଙ୍କ ଯାତ୍ରା ଇତିମଧ୍ୟରେ ଆସି ପହଞ୍ଚତ୍ଛି ‘ସ୍ବପ୍ନମହଲ’ରେ। ଏହାବ୍ୟତୀତ ସେ ଉତ୍କଳିକା, ମଞ୍ଚ ପୁଷ୍ପା, ଓଡ଼ିଶା ଅପେରା, ଗୌରୀ ଗଣନାଟ୍ୟ, ଧରିତ୍ରୀ ଅପେରା, ତ୍ରିନାଥ ଗଣନାଟ୍ୟ, ନୀଳଚକ୍ର, କଳିଙ୍ଗ, ରଙ୍ଗମହଲ, ଇନ୍ଦ୍ରମହଲ ଆଦି ଯାତ୍ରାନୁଷ୍ଠାରେ କାମ କରିସାରିଛନ୍ତି। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ବରଷା ରାଣୀର ଭିଜା ଓଢ଼ଣି, ଶ୍ୱଶୁର ଘରକୁ ଶହେ ସଲାମ୍‌, ସ୍ବାମୀମାନେ ସାବଧାନ, ସ୍ତ୍ରୀମାନେ ସାବଧାନ, ତୋ ଚାରିଖୁରାକୁ ଜୁହାର, ଉର୍ବଶୀ ଆସୁଛି ଇନ୍ଦ୍ରମହଲ, ଖରାପ ଝିଅର ଗପ, ଗଙ୍ଗା ପାପ କଲେ ଧୋଇବ କିଏ, ଶ୍ରୀକୃଷ୍ଣ ମୋର ଶେଷସାକ୍ଷୀ ଏବଂ ଆହୁରି ଅନେକ। ସମ୍ପ୍ରତି ସ୍ବପ୍ନମହଲରେ ତାଙ୍କ ଅଭିନୀତ ନାଟକ ମଧ୍ୟରେ ରହିଛି ସିଆଇଡି ଦୟା, ଆପଣମାନେ ଖୁସି ତ, ବାପାବୋଉ ତମେ ଭୁଲ୍‌ କଲ, ବାଦ୍‌ସାହା, ସ୍ବପ୍ନମହଲର ସ୍ବପ୍ନା।


Enter your email to get our daily news in your inbox.

All Right Reserved By Dharitri.Com

ଓଜନିଆ ଗାଉନ୍‌ ପିନ୍ଧି ଟ୍ରୋଲ୍‌ ହେଲେ ଉର୍ବଶୀ: ବସିବା ପାଇଁ ଲୋଡ଼ା ପଡ଼ିଲା ଚାରି ଜଣଙ୍କ ଜାଗା

ଚଳିତ ବର୍ଷ ଆସାମର ଗୌହାଟୀରେ ଫିଲ୍ମ ଫେୟାର ଆଓ୍ବାର୍ଡର ଆୟୋଜନ ହୋଇଛି। ବହୁ କଳାକାରଙ୍କୁ ଏଠାରେ ଦେଖିବାକୁ ମିଳିଥିଲା। ଏହି ଅବସରରେ ଅଭିନେତ୍ରୀ ଉର୍ବଶୀ ରୌତେଲା...

ରୋମାଣ୍ଟିକ୍‌ ହେଲେ କମେଡି କିଙ୍ଗ୍‌, ସମସ୍ତଙ୍କ ସାମ୍ନାରେ ସ୍ତ୍ରୀଙ୍କୁ ଦେଲେ…

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମା ସ୍ତ୍ରୀ ଗିନ୍ନି ଚତରଥଙ୍କ ସହ ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓରେ କପିଲ ଏବଂ...

ଶୁଟିଂ ଶେଟ୍‌ରେ ଭେଟିବାକୁ ଆସିଥିବା ପ୍ରଶଂସକଙ୍କ ପ୍ରେମରେ ପଡ଼ିଥିଲେ ଏହି ସାଉଥ୍‌ ଷ୍ଟାର, ଏଭଳି ଥିଲା ଲଭ୍‌ଷ୍ଟୋରୀ

ହାଇଦ୍ରାବାଦ: ତାମିଲ ଫିଲ୍ମଜଗତର ଲୋକପ୍ରିୟ କଳାକାରଙ୍କ ମଧ୍ୟରୁ ଜଣେ ହେଲେ ଜୋସେଫ ବିଜୟ ଚନ୍ଦ୍ରଶେଖର ଓରଫ ଥାଲାପତି ବିଜୟ। ଦୁଇ ଦଶନ୍ଧି ଧରି ସେ ଅଭିନୟ...

ସ୍ତ୍ରୀ ପିଲାଙ୍କ ଖର୍ଚ୍ଚ ଉଠାଇ ପାରୁ ନ ଥିଲେ ଏହି ଲୋକପ୍ରିୟ ଅଭିନେତା

କପୁର ପରିବାର ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି ଏକ ପରିବାର ଯିଏକି ଅନେକ ଦଶନ୍ଧି ଧରି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛନ୍ତି। ଅଭିନେତ୍ରୀ କରିସ୍ମାଙ୍କ ବାପା...

ପ୍ରେମକୁ ନେଇ ଚର୍ଚ୍ଚାରେ ଥିଲେ ଏହି ଅଭିନେତ୍ରୀ: ବିବାହ ପରେ ମା’ ନ ହେବାକୁ କରିଥିଲେ ସ୍ଥିର

ଅଭିନେତ୍ରୀ ଅରୁଣା ଇରାନୀ ୫୦୦ରୁ ଅଧିକ ବଲିଉଡ ଫିଲ୍ମରେ କାମ କରିଛନ୍ତି। ଅରୁଣା କେବଳ ପରଦାରେ ହିରୋଇନ ଭୂମିକାରେ ଅଭିନୟ କରି ନ ଥିଲେ ବରଂ...

‘ମୁଁ ଦୁଃଖରେ ଥିଲେ ମୋ ପ୍ରେମିକା ମୋତେ ଖୁସି କରନ୍ତି’

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଚାଲିଛି। ଦୁହେଁ ଅଧିକାଂଶ ସମୟ ଏକାଠି ନଜର ଆସିଥାନ୍ତି।...

ମୋଦିଙ୍କୁ ନିବେଦନ କଲେ ନୃତ୍ୟଶିଳ୍ପୀ ସୁଧା ଚନ୍ଦ୍ରନ୍‌, କହିଲେ…

ମୁମ୍ବାଇ: ଅଭିନେତ୍ରୀ ତଥା ପ୍ରଖ୍ୟାତ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ସୁଧା ଚନ୍ଦ୍ରନ୍‌ ଇନଷ୍ଟାଗ୍ରାମର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ୍‌ କରିଛନ୍ତି। ପୋଷ୍ଟ ଯୋଗେ ସେ...

ନୂଆ ନିୟମ ସହ ଏହି ଦିନ ଆରମ୍ଭ ହେବ ବିଗ୍‌ ବସ ସିଜିନ-୧୪

ମୁମ୍ବାଇ: ଟେଲିଭିଜନର ବେଶ୍‌ ଲୋକପ୍ରିୟ ରିୟଲିଟି ଶୋ’ ବିଗ୍‌ ବସର ନୂଆ ସିଜିନ୍‌ ପୁଣି ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବାକୁ ଆସୁଛି। ଚଳିତ ବର୍ଷ ସେପ୍ଟେମ୍ବର...

Advertisement
Archives

Model This Week