Advertisement

ବହିଷ୍କୃତ ବରୀ ବିଜେଡି ସଭାପତିଙ୍କ ଖବରଦାତା ସମ୍ମିଳନୀ : ରାଜନୈତିକ ପାଣିପାଗ ପରିବର୍ତ୍ତନ ଚର୍ଚ୍ଚା

ବରୀ,୨ା୯(ସ୍ବ.ପ୍ର.):  ବରୀ ବ୍ଲକ ବିଜେଡି ସଭାପତି ପଦରୁ ବହିଷ୍କୃତ ହୋଇଥିବା ଏସ୍‌.କେ ସଫିଉଦ୍ଦିନଙ୍କ ତତ୍ୱାବଧାନରେ ରବିବାର ବରୀ ଗ୍ରମାରେ ଏକ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଟ୍ରିପଲ୍‌ ତଲାକ ଓ ଜମ୍ମୁ କଶ୍ମରୀରୁ ୩୭୦ ଧାରା ଉଚ୍ଛେଦକୁ ନେଇ କେନ୍ଦ୍ର ଭାଜପା ସରକାରଙ୍କ ପଦକ୍ଷେପକୁ ସ୍ବାଗତ ଜଣାବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦଏଙ୍କୁ ସାଧୁବାଦ ଜଣାଇଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ, ପେଟ୍ରୋଲିୟମ୍‌ ଓ ଷ୍ଟିଲ୍‌ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି କୃତଜ୍ଞତା ଜଣାଇଥିବା ଖବରଦାତା ସମ୍ମୀଳନୀରେ କହିଛନ୍ତି। ଏଥିସହ ମୁସଲ୍‌ମାନ ସମ୍ପ୍ରଦାୟର ଛାତ୍ରୀଛାତ୍ରଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଓ ଆର୍ଥିକ ସହାୟତା ପ୍ରଦାନ, ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ କଲ୍ୟା ଯୋଜନାରୁ ମାଇନର କମ୍ୟୁନିଟି ଯୁବତୀଙ୍କ ବିବାହ ପାଇଁ ୧ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେବାକୁ ଚିଠି ମାଧ୍ୟମରେ ଦାବି କରିଥିବା ସେ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ କୁଞ୍ଜ ବିହାରୀ ପରିଡ଼ା, ସସ୍ମିତ୍‌ ନାୟକ, ଅରୁଣ ସେଠୀ, ଗିରିନ୍ଦ୍ର ପତି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଯେ, ସଫିଉଦ୍ଦିନ୍‌ ଦଳ ବିରୋଧୀ କାର୍ଯ୍ୟ ପାଇଁ ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଜେଡ଼ିରୁ ନିଲମ୍ବିତ ହୋଇଛନ୍ତି। ତେବେ କିଛିଦିନର ନିରବତା ପରେ ଏବେ ଖବରଦାତା ସମ୍ମିଳନୀରେ ଭାଜପା ସରକାରଙ୍କୁ ପ୍ରଂଶସା କରିବା ନେଇ ବରୀ ରାଜନୀତିରେ ଆଗାମୀ ଦିନରେ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମତ୍ସ୍ୟଜୀବୀଙ୍କୁ ସତର୍କ କରାଗଲା

ପୁରୀ ଅଫିସ, ୯ା୧୧: ଫନୀର ତାଣ୍ଡବକୁ ସମ୍ପୂର୍ଣ୍ଣ ଭାବେ ଭୁଲି ପାରି ନ ଥିବା ପୁରୀବାସୀ ବାତ୍ୟା ବୁଲ୍‌ବୁଲ୍‌କୁ ନେଇ ବେଶ୍‌ ଚିନ୍ତିତ ହୋଇପଡିଛନ୍ତି। ଯଦିଓ...

ପାଇଖାନା ଟାଙ୍କିରେ ଗଲା ଜୀବନ

ଫୁଲବାଣୀ ଅଫିସ, ୩୧।୫: କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଆଲାମୀ ପଞ୍ଚାୟତ ପିଟବାରୀ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ନିର୍ମାଣାଧୀନ ପାଇଖାନା ଟାଙ୍କିରେ...

ସଞ୍ଜ ନଇଁଲେ ଅନ୍ଧାରର ରାଜୁତି

ବାଲେଶ୍ୱର ଅଫିସ, ୧୩ା୬(ମାନସ ବିଶ୍ୱାଳ)-ବାଲେଶ୍ୱର ସଦର ବ୍ଲକ ପରୀଖି ପଞ୍ଚାୟତ କୁଡ଼ିପାହି ଗ୍ରାମରେ ବସବାସ କରୁଥିବା ୪୦ରୁ ଊର୍ଦ୍ଧ୍ୱ ଗରିବ ପରିବାର ଏଯାଏ ବିଦ୍ୟୁତ୍‌ ଆଲୋକ...

ରାଜସ୍ବ ବିଭାଗର ନୂତନ ଅତିରିକ୍ତ ଜିଲାପାଳ

ଢେଙ୍କାନାଳ ଅଫିସ, ୨୬।୩: ଢେଙ୍କାନାଳ ଜିଲା କାର୍ଯ୍ୟାଳୟରେ ରାଜସ୍ବ ବିଭାଗର ନୂତନ ଅତିରିକ୍ତ ଜିଲାପାଳ ଭାବେ ସୌଦାମିନୀ ସେଠୀ ଗୁରୁବାର ପୂର୍ବାହ୍ନରେ କାର୍ଯ୍ୟରେ ଯୋଗଦେଇଛନ୍ତି। ସେ...

ଜିଲାରେ ୧୪୦ ଡେଙ୍ଗୁ ରୋଗୀ ଚିହ୍ନଟ

ବ୍ରହ୍ମପୁର ଅଫିସ,୨୮ା୧୦: ଗଞ୍ଜାମ ଜିଲାରେ ଦିନକୁ ଦିନ ଡେଙ୍ଗୁ ତା’ର କାୟା ବିସ୍ତାର କରିବାରେ ଲାଗିଛି। ପୁଣିଥରେ ୫ ଜଣଙ୍କ ରକ୍ତ ନମୁନା ପଜିଟିଭ ଆସିଛି।...

ମନ୍ତ୍ରୀପଦ ମିଳିବାପରେ ଜ୍ୟୋତିପ୍ରକାଶଙ୍କ ପଞ୍ଚଲିଙ୍ଗେଶ୍ୱରରେ ପୂଜାର୍ଚ୍ଚନା

ସଜନାଗଡ଼,୨।୬:(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ମନ୍ତ୍ରୀପଦ ( ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ) ମିଳିଛି। ଦାୟିତ୍ୱ ମିଳିବା ପରେ...

ଅନୁଗୋଳ ଜିଲାରେ ପ୍ରଥମ ହେବାକୁ ନ ଥିଲା ଆଶା: ଟପ୍ପର କହିଲେ କିଛି ଏମିତି କଥା

ଅନୁଗୋଳ ଅଫିସ,୨୯।୭: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଅନୁଗୋଳ ଜିଲାର ଛାତ୍ର ସୌମ୍ୟରଞ୍ଜନ ସାମନ୍ତ...

କଳାହାଣ୍ଡି ଜିଲା ଚିଠି: ଏକଦା ମରୁଡିପ୍ରବଣ ଜିଲା ଏବେ ବନ୍ୟାପ୍ରବଣ ଜିଲା

ମୌସୁମୀ ଆଉ ଆଗଭଳି ଠିକଣା ଗତିରେ ଆସୁନାହିଁ। ସାଧାରଣତଃ ଲଘୁଚାପଜନିତ ବର୍ଷା ହିଁ ହେଉଛି। ଲଘୁଚାପଜନିତ ଲଗାଣ ବର୍ଷା ବି ଆମ କର୍ତ୍ତୃତ୍ୱ ବାହାରେ। ଅନିୟମିତ...

Advertisement
Archives

Model This Week