ବହଳଦା ବ୍ଲକରେ ପ୍ରଥମ କରୋନା ରୋଗୀ ଚି଼ହ୍ନଟ

ବହଳଦା,୬।୬(ଡି.ଏନ୍‌.ଏ.): ମୟୁରଭଞ୍ଜ ଜିଲା ବହଳଦା ବ୍ଲକରେ ପ୍ରଥମ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତ ଜଣଙ୍କ ଶଶ ଗାଁ ର ଜଣେ ୨୩ବର୍ଷୀୟା ବିବାହିତା ମହିଳା ବୋଲି ଜଣାପଡିଛି। ଗତ ମେ ୯ ତାରିଖରେ ମହିଳା ଜଣକ ସ୍ବାସ୍ଥ୍ୟ ଖରାପ୍‌ ହେବାରୁ ନିକଟସ୍ଥ ବହଳଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଡାକ୍ତର ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରୁ ପୁଣି ତାଙ୍କୁ ତାଙ୍କୁ କରଞ୍ଜିଆ ପଠାଯାଇ ସ୍ବାବ ଟେଷ୍ଟ କରାଯାଇଥିଲା। ତେବେ ରିପୋର୍ଟ ନେଗେଟିଭ ଆସିବାରୁ ସେ ହସ୍ପିଟାଲରୁ ଫେରି ନିଜ ବାପଘର କୁଲଗୀରେ କିଛିଦିନ ରହିଥିଲେ। କିନ୍ତୁ ସେଠାରେ ପୁଣି ଅସୁସ୍ଥ ଅନୁଭବ କରିବାରୁ ରାଇରଙ୍ଗପୁର, ବାରିପଦା ଓ ଶେଷରେ ମେ ୩୧ରେ ତାଙ୍କୁ କଟକ ପଠାଯାଇଥିଲା। ସେଠାରେ ତାଙ୍କର କରୋନା ଯାଞ୍ଚ କରାଯାଇଥିଲା। ଶନିବାର ଆସିଥିବା ରିପୋର୍ଟରେ ତାଙ୍କର କାରୋନା ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି। ଏନେଇ ସ୍ଥାନୀୟ ବିଡିଓ ସୂଚନା ଦେଇଛନ୍ତି। ଅପରପକ୍ଷେ ମହିଳା ଜଣଙ୍କ ବାହାରକୁ ଯାଇ ନ ଥିବା ବେଳେ କୌଣସି ସନ୍ଦିଗ୍ଧଙ୍କ ସଂସ୍ପର୍ଶରେ ମଧ୍ୟ ଆସିନାହାନ୍ତି। ତେବେ ସେ କିଭଳି ସଂକ୍ରମିତ ହେଲେ ଏନେଇ ଏବେ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଅପରପକ୍ଷେ ଦ୍ୱିତୀୟ କରୋନା ରୋଗୀ ଜଣକ ବହଳଦା ଆଦର୍ଶ ବିଦ୍ୟାଳୟ କ୍ୱାରାର୍ଟାଇନ୍‌ ସେଣ୍ଟରର ଆଉ ଜଣେ ମହିଳା ବୋଲି ଜଣାପଡିଛି। ବାରିପଦା କୋଭିଡ କେନ୍ଦ୍ରରେ ସ୍ବାବ ଟେଷ୍ଟ ହେବା ପରେ ତାଙ୍କର ବି ରିପୋର୍ଟ ପଜିଟିଭ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ କଣ୍ଟା: କୌଳିକ ବୃତ୍ତି ହରାଉଛନ୍ତି ଡୋକରା ହସ୍ତଶିଳ୍ପୀ

ମୁନିଗୁଡ଼ା,୨ା୮(ଡି.ଏନ୍‌.ଏ.): ଓଡ଼ିଶା ହେଉଛି କଳା ଓ ସଂସ୍କୃତିର ରାଜ୍ୟ। କଟକର ତାରକସି କାମ ହେଉ ଅବା ପାରଳାଖେମୁଣ୍ଡିର ଶିଙ୍ଘକାମ, ପିପିଲିର ଚାନ୍ଦୁଆ, ଏସବୁକୁ ନେଇ ଓଡ଼ିଶା...

ନର୍ସ ନିହାରିକା ହତ୍ୟା ମାମଲା: ପୋଲିସ ନିକଟରେ ପ୍ରେମିକଙ୍କ ଆତ୍ମସମର୍ପଣ

ଜଗତସିଂହପୁର ଅଫିସ/ବିରିଡ଼ି(ଡି.ଏନ୍‌.ଏ.), ୨୦।୯: ବିରିଡ଼ି ଥାନା କୁଳକଇଜଙ୍ଗା ପଞ୍ଚାୟତ ନୂଆପାରି ଗ୍ରାମ ନିକଟ ବିଲୁଆଖାଇ ନଦୀପଠାରୁ ନର୍ସ ନିହାରିକା ପାତ୍ର ଓରଫ ରୂପାଲୀ(୨୪)ଙ୍କ ମୃତଦେହ ଉଦ୍ଧାର...

କାର୍ଯ୍ୟକ୍ଷମ ହୋଇପାରୁନି ଚମ୍ପୁଆ ପାଠାଗାର

ଚମ୍ପୁଆ,୯ା୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଚମ୍ପୁଆ ସଦର ମହକୁମାରେ ଥିବା ପାଠାଗାର କାର୍ଯ୍ୟକ୍ଷମ ହୋଇପାରୁନି। ୨ ମାସ ହେବ ଚମ୍ପୁଆ ଏନ୍‌ଏସିକୁ ଏହା ହସ୍ତାନ୍ତର କରାଯାଇଥିବା ବେଳେ...

ପୋଲିସ ଏଆଇଜି ହେଲେ ସୁଶୀଲ ମିଶ୍ର

ଭବାନୀପାଟଣା,୧୩।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ସୁଶୀଲ ମିଶ୍ରଙ୍କୁ କଟକ ମୁଖ୍ୟାଳୟରେ ପୋଲିସ ଏଆଇଜି ଭାବରେ ମଙ୍ଗଳବାର ପଦୋନ୍ନତି ମିଳିଛି। ଗୃହ ବିଭାଗର ଚିଠି ନଂ....

ସିଏମ୍‌ସି ଟିକାକରଣ ପ୍ରହସନ

କଟକ ଅଫିସ,୧୬ା୬: ସହରରେ ଟିକାକରଣ ବ୍ୟାପକ ଭାବରେ କରାଯାଇଛି ବୋଲି କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଡିଣ୍ଡିମ ପିଟାଯାଉଛି। ବିଦେଶ ଯିବାକୁ ଥିବା ଛାତ୍ରୀଛାତ୍ର,...

ନିଶା କବଳରେ ଯାଯାବର ଶିଶୁ

ଅନୁଗୋଳ ଅଫିସ, ୨୦।୫ ସକାଳୁ ସନ୍ଧ୍ୟା ଯାଏ ସହରରେ ବୁଲି ଭିକ୍ଷା ମାଗୁଛନ୍ତି। ଯାହା ଯେତିକି ମିଳୁଛି, ସେହି ଟଙ୍କାରେ ଖାଦ୍ୟ ଖାଇବା ପରିବର୍ତ୍ତେ ନିଶା...

ପେଟ ପାଇଁ ବିଡ଼ି ମୋଡୁଛନ୍ତି ମହିଳା, ଶିଶୁ

କେନ୍ଦ୍ରାପଡ଼ା ଅଫିସ,୬ା୫: ପେଟ ଚାଖଣ୍ଡକ ପାଇଁ ଦାନା ସଂଗ୍ରହ କରିବାକୁ ସମସ୍ତଙ୍କୁ କାମ କରିବାକୁ ପଡୁଛି। ଏଥିରୁ ମହିଳା ଓ ଶିଶୁ ଶ୍ରମିକ ବାଦ୍‌ ପଡୁନାହାନ୍ତି।...

ପଁଚେତ୍‌ର ସମସିଆ ବାବ୍‌ଦେ ବିଡିଓକୁଁ ଦାବିପତର

ଜାମଟିକ୍ରା, ୨।୭ (ଡି.ଏନ୍‌.ଏ.): ଅତାବିରା ବ୍ଲକ ଅମଲିପାଲି ପଁଚେତ୍‌ର ପାଖାପାଖି ୭୦ ଭାଗ୍‌ ଲୋକ ଅନୁସୂଚୀତ ଜାତି ଆର ଜନଜାତି ବରଗର ଆଏ। ୧୨ଟା ଓ୍ବାର୍ଡକେ...

Advertisement
Archives

Model This Week