ବସ-ଟ୍ରକ ମୁହାଁମୁହିଁ ଧକ୍କା: ଦୁଇ ମୃତ, ୨୮ ଗୁରୁତର

ଭଦ୍ରକ ଅଫିସ, ୩।୧: ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟଛି। ବସ-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ୨୮ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ଥିବା ସୂଚନା ମିଳିଛି। ବସ୍‌ରେ ଡ୍ରାଇଭର ସମେତ ଅନେକ ଯାତ୍ରୀ ଚାପି ହୋଇଥିବାବେଳେ ସେମାନଙ୍କୁ ଅଗ୍ନିଶମ ବାହିନୀ କଟର ସାହାଯ୍ୟରେ କାଟି ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଧାମନଗର ଉର୍ତ୍ସ ପର୍ବରୁ ବସ୍‌ରେ ଯାତ୍ରୀମାନେ ଆସୁଥିବା ସମୟରେ ଟ୍ରକ ସହ ସାମ୍ନା ପଟୁ ଧକ୍କା ହୋଇଥିଲା। ବସ୍‌ଟି ଯାତ୍ରୀମାନଙ୍କୁ ନେଇ ଧାମନଗରରୁ ଷ୍ଟେଶନ ଅଭିମୁଖେ ଯାଉଥିବାବେଳେ ଜାତୀୟ ରାଜପଥ ସମ୍ପ୍ରସାରଣ ଚାଲୁଥିବାରୁ ଗୋଟିଏ ରୁଟରେ ଟ୍ରକଟି ବିପରୀତ ଦିଗରୁ ଆସୁଥିଲା। ଫଳରେ ଟ୍ରକ-ବସ୍‌ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି। ସୌଭାଗ୍ୟବଶତଃ ଦୁର୍ଘଟଣାଗ୍ରସ୍ତ ବସ୍‌ଟି ଜାତୀୟ ରାଜପଥରେ ଥିବା ସୁରକ୍ଷା ପାଚେରୀରେ ଅଟକି ରହିଥିଲା। ଫଳରେ ଅନେକ ଯାତ୍ରୀଙ୍କ ଜୀବନ ରକ୍ଷା ହୋଇପାରିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଗ୍ନିଶମ, ଆମ୍ବୁଲାନ୍ସ ଗାଡି ଦ୍ୱାରା ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି। ବସ୍‌ ଭିତରୁ ଭିତରୁ ଯାତ୍ରୀମାନଙ୍କୁ ବାହାରକୁ ଆଣିବା ପାଇଁ ପ୍ରାୟ ୨ ଘଣ୍ଟା ଲାଗିଥିଲା। ବସରେ ଥିବା ସମସ୍ତ ଯାତ୍ରୀ ଶ୍ରଦ୍ଧାଳୁ ଥିଲେ। ଉର୍ତ୍ସ ପର୍ବ ପାଇଁ ବିଭିନ୍ନ ଅଞ୍ଚଳରୁ ଧାମନଗରକୁ ଆସିଥିବା ଜଣାପଡିଛି। ଦୀର୍ଘ ସମୟ ଧରି ୧୬ ନଂ ଜାତୀୟ ରାଜପଥ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆହତମାନଙ୍କ ମଧ୍ୟରୁ ୨ଜଣଙ୍କ ୨ଜଣଙ୍କୁ ବାଲେଶ୍ୱର ଚିକିତ୍ସା ପାଇଁ ପଠାଯାଇଛି। ଜିଲା ଚିକିତ୍ସାଳୟରେ ଜିଲାପାଳ ଜ୍ଞାନରଞ୍ଜନ ଦାସ, ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲାପାଳ ପିତାମ୍ବର ସାମଲ. ଏମ୍‌ପି ମଞ୍ଜୁଲତା ମଣ୍ଡଳ ପହଞ୍ଚି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନ୍‌ ପରୀକ୍ଷାରେ ପାସ୍‌ ନ ହେଲେ ବିପିୟୁଟି ଛାତ୍ରୀଛାତ୍ରଙ୍କୁ ଆଉଥରେ ସୁଯୋଗ

ଭୁବନେଶ୍ୱର, ୨୫ା୭(ବ୍ୟୁରୋ): କରୋନା ପାଇଁ ଅନ୍‌ଲାଇନ୍‌ ପରୀକ୍ଷା ହେବ। ଏଥିରେ ବିଫଳ ହେଲେ ଛାତ୍ରୀଛ୍ରାତ୍ରଙ୍କୁ ଦ୍ୱିତୀୟ ସୁଯୋଗ ଦିଆଯିବ ବୋଲି ଶୁକ୍ରବାର ବିପିୟୁଟି ଘୋଷଣା କରିଛି।...

ପୋଲ ନିର୍ମାଣରେ ଅନିୟମିତତା

ବନ୍ତ,୧୫।୫(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ବରହମପୁର-ଶିଆଳିଆ ଭାୟା ଦୋଳପଦୀ ପୂର୍ତ୍ତ ବିଭାଗ ରାସ୍ତାର ଦୋଳପଦୀଠାରେ ପୋଲ ଓ କଲଭର୍ଟ ନିର୍ମାଣରେ ଅନିୟମିତତା କରାଯାଇଛି। ଫଳରେ ବର୍ଷାଦିନେ...

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ରାଜ୍ୟ ସରକାର ଶନିବାର ବରିଷ୍ଠ ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପର୍ଯ୍ୟଟନ ବିଭାଗର...

ବର୍ଷାରେ ଗଛପଡ଼ି ଭାଙ୍ଗିଲା ଘର

କୋରାପୁଟ/ନନ୍ଦପୁର,୨୬ା୬(ଅମିତାଭ ବେହେରା/ଶଙ୍କର ପୂଜାରୀ): କୋରାପୁଟ ଜିଲାରେ କ୍ରମାଗତ ଭାବେ ବର୍ଷା ଲାଗିରହିଛି। ଲଗାଣ ବର୍ଷା ଯୋଗୁ ରବିବାର ରାତିରେ ନନ୍ଦପୁର ବ୍ଲକ କୁଲାର ସିଂ ପଞ୍ଚାୟତ...

ପୁରୁଣା ବ୍ରହ୍ମପୁରରେ ମାଙ୍କଡ଼ ଆତଙ୍କ: ୩୦ରୁ ଊର୍ଦ୍ଧ୍ୱ ଆହତ, ମାରିଦେବାକୁ ଅଞ୍ଚଳବାସୀଙ୍କ ଦାବି

ବ୍ରହ୍ମପୁର ଅଫିସ,୨୨ା୫: ଗଞ୍ଜାମ ଜିଲା ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଗତ ଏକ ମାସ ହେଲା ଏକ ପାଗଳ ହନୁମାଙ୍କଡ଼ର ଆତଙ୍କ ଦେଖିବାକୁ ମିଳିଛି। ମାଙ୍କଡ଼ଟି ସ୍ଥାନୀୟ...

ହାତୀ ବେକରେ ପୁଣି ରେଡିଓ କଲାର

ଭୁବନେଶ୍ୱର, ୧୮।୭ (ବନ୍ଦନା ସେଠୀ):ରାଜ୍ୟରେ ହାତୀ ମୃତ୍ୟୁ ଓ ହାତୀ-ମଣିଷ ଲଢେଇ ରୋକିବାକୁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି। ବିଶେଷକରି ଉତ୍ପାତ କରୁଥିବା ବା...

ବାସ୍ତବତା ପ୍ରତିଫଳିତ ହୋଇନି: ବିରୋଧୀ

ଭୁବନେଶ୍ୱର,୬ା୭(ବ୍ୟୁରୋ): ୨୦୨୨-୨୩ ବଜେଟରେ ବାସ୍ତବତା ପ୍ରତିଫଳିତ ହୋଇନି। ଏଥିରେ କୌଣସି ନୂତନତ୍ୱ ନାହିଁ ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଅନ୍ୟପକ୍ଷରେ ଶାସକ ଦଳ...

ରାଜ୍ୟରେ ବଢୁଛି ପିଲାଙ୍କ ଚିନ୍ତା

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ଉପରମୁହାଁ ହେଉଛି। ରାଜ୍ୟରେ ଗୁରୁବାର ୫୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୨...

Advertisement
Archives

Model This Week