ବସ୍‌ ଧକ୍କାରେ ସାଇକେଲ ଆରୋହୀ ଗୁରୁତର : କଟକ ସ୍ଥାନାନ୍ତର

ଆନନ୍ଦପୁର,୧୯।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ୨୦ନଂ. ଜାତୀୟ ରାଜପଥର ବୀରଗୋବିନ୍ଦପୁରଠାରେ ଗୁରୁବାର ପୂର୍ବାହ୍ନରେ ଗୋଟିଏ ଘରୋଇ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ସାଇକେଲ ଆରୋହୀଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ଏକ ଯାତ୍ରୀବାହୀ ବସ ନଂ. ଓଡି ୦୫-ଭି-୫୨୯୭ ଭଦ୍ରକରୁ କେନ୍ଦୁଝର ଅଭିମୁଖେ ଯାଉଥିବା ସମୟରେ ସ୍ଥାନୀୟ ବୀରଗୋବିନ୍ଦପୁର ଗ୍ରାମର ଘନଶ୍ୟାମ ମିଶ୍ର(୫୪)ଙ୍କୁ ଧକ୍କା ଦେଇଥିଲା। ସେ ସାଇକେଲ ଯୋଗେ ଧକୋଠା ଯାଉଥିବାବେଳେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଲା

ଗଞ୍ଜାମ ଅଫିସ, ୨୪।୬: ଗଞ୍ଜାମ ଜିଲାରେ ବୁଧବାର ୭୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ ପଜିଟିଭ ସଂଖ୍ୟା...

ସରିଲା ଆଳତୁମା ରଜ ମହୋତ୍ସବ

କାମାକ୍ଷାନଗର, ୧୮।୬(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍‌ଏସି ଆଳତୁମା ଆମ୍ବତୋଟାରେ ୩ଦିନ ଧରି ଚାଲିଥିବା ଦ୍ୱାଦଶ ରଜ ମହୋତ୍ସବ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ରଜ ମହୋତ୍ସବ...

ନିର୍ମାଣାଧୀନ ରାସ୍ତାକୁ ହାଣି ଖେଳାଇବା ନେଇ ଉତ୍ତେଜନା

ବାହାନଗା, ୧୮ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତ ଅଠିଲାବାଜ ଗ୍ରାମରେ ଏମଜିଏନଆର୍‌ଇଜିଏସ୍‌ରେ ନିର୍ମାଣାଧୀନ ରାସ୍ତାକୁ ହାଣି ଜମି ସହିତ ମିଶାଇ ଦିଆଯାଇଥିବା ଅଭିଯୋଗ ହୋଇଛି।...

ରାଶନ ସାମଗ୍ରୀ ବାଣ୍ଟିଲେ ଡିଆର୍‌ଡିଏ ପିଡି

ଛତ୍ରପୁର,୩୧।୩(ଡି.ଏନ୍‌.ଏ.)- ଗଞ୍ଜାମ ଡିଆର୍‌ଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଛତ୍ରପୁର ଉପକଣ୍ଠ ଦାମିୟନନଗର ବାସୀଙ୍କୁ ଡାଲି, ଚାଉଳ, ଚିନି, ଆଳୁ, ଚୂଡା ବଣ୍ଟନ କରିଥିଲେ।...

ଇଆଇଏ ପ୍ରତ୍ୟାହାର ଦାବିରେ ଧାରଣା

ବ୍ରହ୍ମପୁର ଅଫିସ, ୬ା୬- ପରିବେଶ ସୁରକ୍ଷା ଆଇନ ପ୍ରଭାବ(ଇଆଇଏ)କୁ ଆକଳନ, ଅଧ୍ୟୟନର ଖୋଲା ଆଲୋଚନା ତଥା ବିନା ଜନଶୁଣାଣିରେ କମ୍ପାନୀ ହାତକୁ ପ୍ରାକୃତିକ ସମ୍ପଦ ହସ୍ତାନ୍ତର...

ବର୍ଷା ପୂର୍ବରୁ କାମ ସାରିବାକୁ ଅଧିକାରୀଙ୍କୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଗାଁ (ଡି.ଏନ.ଏ)/ନୟାଗଡ଼ ଅଫିସ,୧୨।୬- ନୟାଗଡ ଜିଲାପାଳଙ୍କ ସଦ୍‌ଭାବନା ଗୃହରେ ମଙ୍ଗଳବାର ଅପରାହ୍ନ ୫ଟାରେ ରାଜ୍ୟ କୃଷି, ମତ୍ସ୍ୟ, ପଶୁପାଳନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ...

କିଶୋରନଗର ଅଞ୍ଚଳରେ କାଳବୈଶାଖୀ: ଗଛ ପଡ଼ି ରାସ୍ତା ଅବରୋଧ

ବଇଣ୍ଡା,୮।୬(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା, ଗାଁ ବଇଣ୍ଡା, ଜାମ୍ବୁନାଳୀ, ହଣ୍ଡପା, ବିଲେଇନାଳୀ, ନାକିଚି, ବାମୁର ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବୈଶାଖୀ ହୋଇଛି। ଏଥିଯୋଗୁ ଗାଁ ବଇଣ୍ଡା...

ସ୍କୁଲରୁ କମ୍ପ୍ୟୁଟର ଚୋରି କରି ଧରାପଡ଼ିଲେ

ଜୁନାଗଡ଼,୧୯।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରୁ କମ୍ପ୍ୟୁଟର ଚୋରି ଘଟଣାର ରବିବାର ପୋଲିସ ପର୍ଦ୍ଦାଫାଶ କରିଛି। ଘଟଣାରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ପୋଲିସ...

Advertisement
Archives

Model This Week