ବସ୍‌ ଧକ୍କାରେ ଛାତ୍ରଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ୨୬ ନଂ. ଜାତୀୟ ରାଜପଥ ଅବରୋଧ

ଜୁନାଗଡ,୨।୯(ଡି.ଏନ.ଏ.)
କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମଥୁରା ଛକ ୨୬ ନଂ. ଜାତୀୟ ରାଜପଥରେ ରବିବାର ସକାଳେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ ମଥୁରା ଗ୍ରାମର ଧର୍ମାନନ୍ଦ ବଗର୍ତ୍ତୀ ଓରଫ ମିଲୁ (୧୩)। ଖବର ପାଇ ଉତ୍ତ୍ୟକ୍ତ ମଥୁରା ଗ୍ରାମବାସୀ ଓ ସମ୍ପର୍କୀୟ ଲୋକେ ସକାଳ ୭ଟାରୁ ପୂର୍ବାହ୍ନ ୧୦ଟା ଯାଏ କ୍ଷତିପୂରଣ ଦାବିରେ ମୃତଦେହ ରଖି ୨୬ ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବର ପାଇ ଜୁନାଗଡ ଆଇଆଇସି ପ୍ରଭାତ କୁମାର ସେଠୀ, ଏସ୍‌ଆଇ କୃଷ୍ଣଚନ୍ଦ୍ର ସ୍ବାଇଁ, ସାବିତ୍ରୀ ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସେଠାରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ପରେ ବସ୍‌ ମାଲିକଙ୍କ ପକ୍ଷରୁ ମୃତକଙ୍କ ପରିବାରଙ୍କୁ ପୋଲିସ ଉପସ୍ଥିତିରେ ଦେଢଲକ୍ଷ ଟଙ୍କା ଦିଆଯିବା ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା। ୩ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ ଯୋଗୁ ଯାନବାହନ ଚଳାଚଳ ବ୍ୟାଘାତ ହୋଇଥିଲା। ଫଳରେ ଯାତ୍ରୀମାନେ ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ପ୍ରାପ୍ତ ସୂଚନା ଅନୁଯାୟୀ, ଜୁନାଗଡ ବ୍ଲକ ମଥୁରା ଗ୍ରାମର ଧର୍ମାନନ୍ଦ ଘରେ ପୂଜା କରିବା ପାଇଁ ରବିବାର ସକାଳେ ଛକ ନିକଟସ୍ଥ ରାସ୍ତାକଡର ଏକ ଘରକୁ ଫୁଲ ତୋଳିବାକୁ ଯାଇଥିଲେ। ସେଠାରୁ ସାଇକେଲରେ ଘରକୁ ଫେରୁଥିବା ବେଳେ ପଛପଟୁ ଏକ ଗାୟତ୍ରୀ ନାମକ ଏକ ଘରୋଇ ବସ୍‌ (ନଂ.ଓଡି୦୩ଏଚ୍‌-୮୨୨୪) ତାଙ୍କୁ ଧକ୍କା ଦେଇଥିଲା। ଧର୍ମାନନ୍ଦ ରାସ୍ତାରେ ଛିଟିକି ପଡି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଏକମାତ୍ର ପୁଅକୁ ହରାଇ ମା’, ବାପା ଏବେ ଦୁଃଖରେ ଭାଙ୍ଗିପଡିଛନ୍ତି। ଧର୍ମାନନ୍ଦ ସ୍ଥାନୀୟ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ। ଦୁର୍ଘଟଣା ଘଟାଇଥିବା ବସ୍‌କୁ ସ୍ଥାନୀୟ ପୋଲିସ ଥାନାରେ ଅଟକ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲା ଆଉ ୧ ଲକ୍ଷ କୋଭିଶିଲ୍ଡ ଟିକା

ଭୁବନେଶ୍ୱର,୧ା୭(ବ୍ୟୁରୋ): ଭୁବନେଶ୍ୱରରେ ଗୁରୁବାର ଆଉ ୧ ଲକ୍ଷ କୋଭିଶିଲ୍ଡ ଟିକା ପହଞ୍ଚିଛି । ଆସନ୍ତାକାଲି ଆଉ ୧୦ ଲକ୍ଷ ଟିକା ଓଡ଼ିଶାରେ ପହଞ୍ଚିପାରେ। ସେରମ ଇନଷ୍ଟିଚ୍ୟୁଟ୍‌ରୁ ୮...

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ନରସିଂହ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ଧାନକିଣା ଓ ଭାଜପା ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗକୁ ନେଇ ଗତ ୩ ଦିନ ଧରି ବିଧାନସଭା ଅଚଳ ହୋଇଛି। ଏହି ଅଚଳାବସ୍ଥା ଦୂର...

ରୋଜଗାର ଯୋଗାଉଛି କଡ଼କନାଥ

କେନ୍ଦ୍ରାପଡା ଅଫିସ, ୫।୭: ବିପଦ ଆପଦରେ ଗୋଟିଏ କଡକନାଥ କୁକୁଡା ବିକିଲେ ୭୦୦ରୁ ୯୦୦ଟଙ୍କା ମିଳିଯାଉଛି। ପିଲାଙ୍କ ପଢ଼ା ଖର୍ଚ୍ଚ ହେଉ ଅଥବା ଔଷଧ କିଣିବା,...

ଓଡ଼ିଶା ପରିବେଶ ପର୍ଯ୍ୟଟନର ପେଣ୍ଠସ୍ଥଳୀ ହୋଇପାରିବ

ଭୁବନେଶ୍ୱର, ୨୭ା୮(ବ୍ୟୁରୋ): ଜୈବ ବିବିଧତା ପାଇଁ ଓଡ଼ିଶା ଦେଶରେ ପରିବେଶ ପର୍ଯ୍ୟଟନର ପେଣ୍ଠସ୍ଥଳୀ ହେବାର କ୍ଷମତା ରଖିଛି। ବନ୍ୟଜନ୍ତୁ ସଂରକ୍ଷଣ ସମେତ ଜୈବ ବିବିଧତାକୁ ସଶକ୍ତ...

ଭାରସାମ୍ୟ ହରାଇ ଓଲଟି ପଡିଲା ବସ୍‌ : ୧୯ରୁ ଊର୍ଦ୍ଧ୍ୱ ଗୁରୁତର

ଭବାନୀପାଟଣା/କୋକସରା,୧୩।୧୨(ସ୍ବ.ପ୍ର./ଡି.ଏନ୍‌.ଏ.)-ଛତିଶଗଡ଼ ଦେଭୋଗରୁ ହାଇଦ୍ରାବାଦକୁ ଯାଉଥିବା ଗୁପ୍ତା ନାମକ ଘରୋଇ ବସ୍‌ (ନଂ.ସିଜି୧୭ଏଫ୍‌-୮୭୧୯) ରବିବାର ସନ୍ଧ୍ୟାରେ କଳାହାଣ୍ଡି ଜିଲା ଆମପାଣି ଥାନା ବଡକେନ୍ଦୁଗୁଡାଠାରେ ଭାରସାମ୍ୟ ହରାଇ ଓଲଟି...

ପ୍ରଶ୍ନକାଳରେ ବିରୋଧୀ ଦଳ ନେତା, ଉପନେତା, ମୁଖ୍ୟ ସଚେତକ ଅନୁପସ୍ଥିତ

ଭୁବନେଶ୍ୱର,୨।୭(ବ୍ୟୁରୋ) ଗୃହରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଆଲୋଚନା ହୋଇଥାଏ। ଏହି ସମୟରେ ବିରୋଧୀ ଦଳର ମୁଖ୍ୟ ଭୂମିକା ରହିଥାଏ। ତେବେ ଦୁଇଦିନ...

ଲୁକ୍କାୟିତ ସ୍ତରରୁ ବିକାଶ ପଥରେ

ସମବେଦନା ନୁହେଁ, ସମାନତାର ଲଢ଼େଇ। ସମାଜରେ ଭିନ୍ନ ଏକ ଶବ୍ଦରୁ ବାହାରକୁ ଆସିବାର ଚେଷ୍ଟା। ନିଜ ପାଇଁ ଅଧିକାର ସୃଷ୍ଟି କରିବାର ପ୍ରୟାସ। ସହିବାକୁ ପଡ଼ିଛି,...

ନୂଆ ମୋଟର ଯାନ ଆଇନ: ଆଜିଠୁ କଡ଼ାକଡ଼ି ଯାଞ୍ଚ, ଖସିପାରିବେନି ଉଲ୍ଲଂଘନକାରୀ

ଭୁବନେଶ୍ୱର,୧ା୧୨(ବ୍ୟୁରୋ): ରବିବାରଠାରୁ ରାଜ୍ୟରେ କଡ଼ାକଡ଼ି ଲାଗୁହେବ ନୂଆ ମୋଟର ଯାନ ଆଇନ। କେବଳ ଗାଡ଼ି କାଗଜପତ୍ର ଯାଞ୍ଚକୁ ୩ ମାସ କୋହଳ କରାଯାଇଥିବାବେଳେ ଅନ୍ୟ ୧୦...

Advertisement
Archives

Model This Week