ବସ୍ତା ଅଞ୍ଚଳରେ ଲୋକଙ୍କ ନିଦ ହଜାଇ ଦେଇଥିଲା ଦୌରାତ୍ମ୍ୟ, ଧରାପଡିଲେ ୪ ଲୁଟେରା

ବସ୍ତା, ୨୭।୮(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବସ୍ତା ଅଞ୍ଚଳରେ ଲୁଟେରାଙ୍କ ଦୌରାତ୍ମ୍ୟ ଲୋକଙ୍କ ନିଦ ହଜାଇ ଦେଇଥିଲା। ଶେଷରେ ପୋଲିସ ୪ ବାଇକ୍‌ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଛି। ସେମାନଙ୍କଠାରୁ ୪ଟି ବାଇକ୍‌ ଜବତ ହୋଇଥିବା ବସ୍ତା ପୋଲିସ ଆଇଆଇସି ଧନେଶ୍ୱର ସାହୁ ସୂଚନା ଦେଇଛନ୍ତି।
ବସ୍ତା ଅଞ୍ଚଳରେ କ୍ରମାଗତ ଭାବେ ବାଇକ ଲୁଟ୍‌ ହୋଇଚାଲିଥିଲା। ବସ୍ତା ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ସହ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖି ତଦନ୍ତ ଆରମ୍ଭ କରିଥିଲା। ୪ ଲୁଟେରା ହେଲେ ବସ୍ତା ଥାନା ବାସିଚକୁରାଇ ଗ୍ରାମର ଗଙ୍ଗାଧର ନନ୍ଦ, ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଆଶିଷ ମହାନ୍ତି, ସିଂଲା ଥାନା ଗମ୍ଭାଲୁଣ୍ଡି ଗ୍ରାମର ସାଗର କୁମାର ଦାସ ଏବଂ ବସ୍ତା ଥାନା ବେଗୁନିଆ ଅଞ୍ଚଳର ଚନ୍ଦନ କୁମାର ପରିଡ଼ା। ସେମାନଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିରକ୍ଷା ବିଭାଗ ପକ୍ଷରୁ ଉଚ୍ଛେଦକୁ ବିରୋଧ: ବାଲେଶ୍ୱର ଜିଲାପାଳଙ୍କ ନିକଟରେ ଫେରାଦ ହେଲେ ଲୋକେ

ବାହାନଗା,୩୧।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ରେମୁଣା ବ୍ଲକର କଳାମାଟିଆ ପାହିରେ ଥିବା ସମୁଦ୍ର ଆଖିରେ ବସବାସ କରୁଥିବା ଲୋକମାନଙ୍କୁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଉଚ୍ଛେଦ...

ଦୁଇ ଦିନରେ ମାସ୍କ ନ ପିନ୍ଧି ଗଣିଲେ ୧ ଲକ୍ଷରୁ ଅଧିକ ତଣ୍ଡ

ବ୍ରହ୍ମପୁର ଅଫିସ,୨୬।୭: ଗଞ୍ଜାମ ଜିଲାରେ କରୋନା ସଂକ୍ରମିତ ସଂଖ୍ୟା ସହିତ ମୃତ୍ୟୁ ହାର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସରକାର...

ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ଅନିୟମିତତାରେ ଚାଲିବା ଘଟଣା: ଜିଲାପାଳଙ୍କ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଶୂନ

ଦେବଗଡ଼, ୯।୧୨(ଡି.ଏନ୍‌.ଏ.) -ସରକାର ଯେଉଁ ଲକ୍ଷ୍ୟ ଉଦ୍ଦେଶ୍ୟ ନେଇ ସମଗ୍ର ଶିକ୍ଷା ଅଭିଯାନ ଆରମ୍ଭ କରିଛନ୍ତି, ତାହା ବର୍ତ୍ତମାନ ବାଟବଣା ସଦୃଶ ହୋଇଛି। ଦେବଗଡ ଜିଲାରେ...

ସାଲେପୁର, ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ

କଟକ ଅଫିସ, ୧୩।୪: କଟକ ଜିଲା ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣାକୁ ସୋମବାର ହଟାଇ ଦିଆଯାଇଛି। ସାଲେପୁର ତହସିଲ ମିର୍ଜାପୁର ପଞ୍ଚାୟତ ୧୨...

ଜେସିବି ଲଗାଇ ବାଲି ଲୁଟୁଛନ୍ତି ଚୋର

ଭଣ୍ଡାରିପୋଖରୀ, ୧୬ା୧୦(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ବୈତରଣୀ ନଦୀ ଗର୍ଭରୁ ବାଲି ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ମଣିନାଥପୁର, ମୁଢାପଦା, ବାଲିପୋଖରୀ...

ହିଞ୍ଜିଳିରେ ମତଦାନ ବ୍ୟାହତ

ହିଞ୍ଜିଳି, ୧୮।୪: ହିଞ୍ଜିଳି ବିଧାନସଭା ହିଞ୍ଜିଳିକାଟୁ ବ୍ଲକ କଂଟେଇକୋଳି ଗଁ।ର ପ୍ରାଇମେରୀ ସ୍କୁଲର ୧୯୬ ବୁଥ୍‌ରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଫଳରେ ଭୋଟଦାନରେ ବ୍ୟାହତ...

ଦୁଇ ଗାଁକୁ ଯୋଡ଼ିଛି କାଠପୋଲ

ଫୁଲବାଣୀ ଅଫିସ, ୨୫ା୧ – କନ୍ଧମାଳ ଜିଲା କୋଟଗଡ ବ୍ଲକ ପାରିଗଡ ପଞ୍ଚାୟତର ଦୁଇ ଗ୍ରାମ ହଦଗାଁ ଓ ପିଲିମାହା ଦୁର୍ଗମ ଅଞ୍ଚଳ ଭାବେ ପରିିଚିତ।...

ବାସୁଦେବପୁର ବ୍ଲକ ଜିଆର୍‌ଏସ୍‌ଙ୍କୁ ମରଣାନ୍ତକ ଆକ୍ରମଣ: ଆକ୍ରମଣକାରୀ ମହିଳାଙ୍କୁ ପିଟିଲେ ଗ୍ରାମବାସୀ

ବାସୁଦେବପୁର, ୨୯।୫(ଡି.ଏନ୍‌.ଏ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ କାର୍ଯ୍ୟରତ ଜିଆର୍‌ଏସ୍‌ ଲମ୍ବୋଦର ଦାସଙ୍କୁ ମଙ୍ଗଳବାର ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କର ଜଣେ ପଡୋଶୀ ମହିଳା...

Coronavirus Update

Archives

Model This Week

Why Dharitri