ବଳାତ୍କାର ମାମଲାକୁ ଗୁରୁତ୍ୱ ଦେଉନି ପୋଲିସ: ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କଲେ ପୀଡ଼ିତା

ବଣାଇ, ୧୭।୩(ସ୍ବ.ପ୍ର.)-ସୁନ୍ଦରଗଡ଼ ଜିଲା ବଣାଇ ଥାନା ପୋଲିସ ବଳାତ୍କାର ମାମଲା ଭଳି ଘଟଣାକୁ ଗୁରୁତ୍ୱ ଦେଉନାହିଁ। ଅଭିଯୋଗ ହେବାର ୧୫ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ। ବରଂ ପୀଡ଼ିତାଙ୍କୁ ବାରମ୍ବାର ଥାନାକୁ ଦୌଡ଼ାଯାଇ ହଇରାଣ କରାଯାଉଛି। ଶେଷରେ ନିରୁପାୟ ହୋଇ ପୀଡ଼ିତା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ସୋମବାର ସାକ୍ଷାତକରି ନ୍ୟାୟ ଭିକ୍ଷା କରିବା ସହ ପୋଲିସ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି।
ବଣାଇ ଥାନା ଅନ୍ତର୍ଗତ କନ୍ତଯୋଡି ଗ୍ରାମରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଫେବୃୟାରୀ ୨୮ରେ ଥାନାରେ ଅଭିଯୋଗ ହୋଇଥିଲା। ପରେ ପୋଲିସ ଏକ ମାମଲା (ନଂ. ୨୧।୨୦୨୦) ରୁଜୁ କରିଥିଲା। ତଦନ୍ତକରି ଅଭିଯୁକ୍ତଙ୍କୁ ଗିରଫ କରିବା ବଦଳରେ ପୋଲିସ ହାତବାନ୍ଧି ବସିଥିବା ସୋମବାର ପୀଡିତା ସିଧାସଳଖ ଅଭିଯୋଗ କରି ଅସନ୍ତୋଷ ପ୍ରକଟ କରିଛନ୍ତି। କେବଳ ସେତିକି ନୁହେଁ, ଇତି ମଧ୍ୟରେ ଦୁଇଦୁଇଥର ତାଙ୍କୁ ପୋଲିସ ଡାକ୍ତରୀ ମାଇନା ପାଇଁ ଡାକି ପରୀକ୍ଷା ନିରୀକ୍ଷା କରାଇ ସାରିଛି। ଏହା ସତ୍ତ୍ୱେ ବାରମ୍ବାର ଥାନାକୁ ଡକାଇ ତାଙ୍କୁ ଜନୈକା ମହିଳା ପୋଲିସ ଧମକଚମକ ଦେଉଥିବା ସଂକ୍ରାନ୍ତରେ ବଣାଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ପୀଡ଼ିତା ଅଭିଯୋଗ କରିଛନ୍ତି। ପୀଡିତା ସୋମବାର ଦେଇଥିବା ଅଭିଯୋଗପତ୍ରରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ଯେ, ତାଙ୍କୁ ଡାକ୍ତରୀ ମାଇନା ପାଇଁ ଗତମାସ ୨୮ ଏବଂ ଚଳିତମାସ ୧୪ ତାରିଖରେ ଥାନାକୁ ଡକାଯାଇଥିଲା। ଦୁଇଥର ପରୀକ୍ଷା କରାଇ ସାରିବା ପରେ ଯାଞ୍ଚ ଆଳରେ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଛି। କେବଳ ସେତିକି ନୁହେଁ, ଥାନାର ଜଣେ ମହିଳା ପୋଲିସ ତାଙ୍କୁ ବିଭିନ୍ନ ନକରାମତ୍କ କଥାକହି ହତୋତ୍ସାହିତ କରୁଛନ୍ତି। ଡାକ୍ତରୀ ମାଇନାରେ ପୀଡିତାଙ୍କ ଗର୍ଭ ରିପୋର୍ଟ ପଜିଟିଭ୍‌ ଥିବାବେଳେ ପୁନଃ ଏକ ଅଲଟ୍ରାସାଉଣ୍ଡ କରି ପେଟରେ ପିଲା ନାହିଁ ମରିଯାଇଛି କହୁଛନ୍ତି ସମ୍ପୃକ୍ତ ମହିଳା ପୋଲିସ। ବିଭିନ୍ନ କଥା କହି ବାରମ୍ବାର ତାଙ୍କୁ ଭୟଭୀତ କରାଉଥିବା ପୀଡିତା ନିଜ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତ ଅଦ୍ୟାବଧି ଫେରାର ଥିବା ଉପରେ ପୋଲିସର ଟାଳଟୁଳ ନୀତି ନେଇ ତାଙ୍କର ଅଭିଯୋଗ ଯଦି ସତ୍ୟ ହୁଏ ତେବେ ଉଚ୍ଚକର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଏନେଇ ବଣାଇ ଥାନା ଆଇଆଇସି ରବୀନ୍ଦ୍ର କୁମାର ପାତ୍ରଙ୍କୁ ପଚାରିବାରୁ ସେ କହିଲେ, ତଦନ୍ତ ଚାଲିଛି। ଅଭିଯୁକ୍ତ ଫେରାର୍‌ ଅଛନ୍ତି। ଖୁବଶୀଘ୍ର ଗିରଫ କରାଯିବ। ମହିଳା ପୋଲିସ ପୀଡ଼ିତାଙ୍କୁ ହଇରାଣ କରିବା ନେଇ ତାଙ୍କ ପାଖରେ କୌଣସି ଅଭିଯୋଗ ହୋଇନାହିଁ। ପୀଡ଼ିତାଙ୍କ ଅଭିଯୋଗର ଅନୁଧ୍ୟାନ କରାଯିବ। ମହିଳା ପୋଲିସ ହଇରାଣ କରିଥିଲେ ଉଚ୍ଚ ଅଧିକାରୀଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଦ୍ର୍ୟ ହ୍ରାସରେ ଓଡ଼ିଶା ସବୁଠୁ ଆଗରେ

ଭୁବନେଶ୍ୱର, ୨୨ା୭(ବ୍ୟୁରୋ): ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ହ୍ରାସ କ୍ଷେତ୍ରରେ ଓଡ଼ିଶା ଦେଶରେ ସବୁ ରାଜ୍ୟଠାରୁ ଆଗରେ ରହିଛି। ଗୁରୁବାର ବିଧାନସଭାରେ...

ରାଜ୍ୟବାସୀଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଆଜି ହେଉଛି ପଣାସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ଏହି ବାର୍ତ୍ତାରେ...

‘ଭୋଟର ତାଲିକା ଯାଞ୍ଚ ଅବଧି ବଢ଼ିଲା’

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ରାଜ୍ୟରେ ଚାଲୁ ରହିଥିବା ଭୋଟର ତାଲିକା ଯାଞ୍ଚ କାର୍ଯ୍ୟକ୍ରମର ଅବଧିକୁ ଭୋଟରମାନଙ୍କ ସୁବିଧା ପାଇଁ ଭାରତର ନିର୍ବାଚନ କମିଶନ ଚଳିତ ମାସ ୩୦ ପର୍ଯ୍ୟନ୍ତ...

କନ୍ଦମୂଳ ଉତ୍ପାଦନରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର, ୨୭।୭(ବ୍ୟୁରୋ): ରାଜ୍ୟରେ ଉଦ୍ୟାନ କୃଷି ସଫଳତାର ସହ କୃଷକଙ୍କ ନିକଟରେ ପହଞ୍ଚି ପାରିଛି। ଜାତୀୟ ଉଦ୍ୟାନ ବୋର୍ଡ ତଥ୍ୟ ଅନୁଯାୟୀ ସର୍ବ ଭାରତୀୟସ୍ତରରେ ଫଳ...

ବୃଦ୍ଧ ଦମ୍ପତିଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର

ପାଟଣା,୮।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣି ଘାଟି ପଞ୍ଚାୟତ ଗୁଧିରାମପଡ଼ା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି। ବୃଦ୍ଧ ଦମ୍ପତି...

ଜେଡ୍‌ଏସ୍‌ଆଇ ସହ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ଏମ୍‌ଓୟୁ: ଉଚ୍ଚଶିକ୍ଷା ପାଇଁ ବାଟ ଫିଟିଲା

କଟକ ଅଫିସ,୧୨ା୧: ଭାରତର ଏକ ପୁରାତନ ତଥା ୧୦୩ ବର୍ଷର ସଂସ୍ଥା ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆ(ଜେଡ୍‌ଏସ୍‌ଆଇ)ର ବିଶିଷ୍ଟ ବୈଜ୍ଞାନିକମାନଙ୍କ ନିକଟରୁ ଶିକ୍ଷା ହାସଲ କରିବାର...

‘ବିଶ୍ୱସ୍ତରୀୟ ସଂସ୍ଥାରେ ପରିଣତ ହେବ ଓଏମ୍‌ସି’

ଭୁବନେଶ୍ୱର,୧୭ା୫(ବ୍ୟୁରୋ):ଓଏମ୍‌ସି ହେଉଛି ଦେଶର ବୃହତ୍‌ ଏବଂ ଦ୍ରୁତ ଅଭିବୃଦ୍ଧି କମ୍ପାନୀ। ଗତ ଆର୍ଥିକ ବର୍ଷରେ ଏହି କମ୍ପାନୀ ୩୦ ନିୟୁତ ଟନ୍‌ ଲୁହାପଥର ଉତ୍ପାଦନ କରିବା...

ଖୋଲା ଆକାଶ ତଳେ ଶୋଇପାରିବେନି ପିଲା

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ):ରାଜ୍ୟର ଅଧିକାଂଶ ସହରାଞ୍ଚଳରେ ପିଲାମାନେ ନିଜ ବାସହୀନ ପରିବାରଙ୍କ ସହ ଖୋଲା ଆକାଶ ତଳେ ରହୁଛନ୍ତି। ଶୀତ ଦିନରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆସିବା...

Advertisement
Archives

Model This Week