ବଳାତ୍କାର ପୀଡ଼ିତା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା

ବାରିପଦା ଅଫିସ/ ରାଇରଙ୍ଗପୁର,୪ା୧୨(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ପୋଲିସର ଅବହେଳା କାରଣରୁ ବଳାତ୍କାର ପୀଡ଼ିତା ଜଣେ ଅଧ୍ୟାପିକା ନ୍ୟାୟ ନ ପାଇ ଜୀବନ ହାରିବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ଗୁରୁତର ଭାବେ ନେଇ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ.ମିନତୀ ବେହେରା ମଙ୍ଗଳବାର ଦିନିକିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଥିଲେ। ସେ ବାରିପଦାରେ ପହଞ୍ଚି ପ୍ରଥମେ ଜିଲା ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମଦାସଙ୍କ ସହିତ ଆଲୋଚନା କରିଥିଲେ। ପରେ ପୀଡିତାଙ୍କ ଗ୍ରାମକୁ ଯାଇ ତାଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିବା ସହିତ ସମବେଦନା ଜଣାଇଥିଲେ। ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ପୀଡିତା ଆତ୍ମହତ୍ୟା କରିଥିବା ରାଇରଙ୍ଗପୁର କଲେଜର ହଷ୍ଟେଲ ପରିଦର୍ଶନ କରିବା ସହିତ ସେଠାକାର କର୍ମଚାରୀ ଓ କଲେଜର ଛାତ୍ରୀଛାତ୍ରଙ୍କ ସହିତ ଆଲୋଚନା କରି ଫେରିଯାଇଛନ୍ତି। ସମସ୍ତ ଘଟଣାର ସମୀକ୍ଷା ପରେ ରାଜ୍ୟ ସରକାରଙ୍କୁ ସେ ଏକ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି। ତାଙ୍କ ସହିତ ଆଡିଶନାଲ ଏସ୍‌ପି ବିଜୟା ବାରୱା ଓ ନିର୍ବାହୀ ଅଧିକାରୀ ଅରବିନ୍ଦ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଝାରପୋଖରିଆ ଥାନା ଅଞ୍ଚଳର ଜଣେ ଅଧ୍ୟାପିକା ରାଇରଙ୍ଗପୁର କଲେଜରେ ଅଧ୍ୟାପନା କରୁଥିଲେ। ସେ ଗତ ଅକ୍ଟୋବର ୨୬ ତାରିଖରେ କେନ୍ଦୁଝରସ୍ଥିତ ତାଙ୍କର ଜଣେ ସମ୍ପର୍କୀୟା ଭାଉଜଙ୍କ ଘରକୁ ଯାଇଥିଲେ। ସେହି ଦିନ ରାତିରେ ତାଙ୍କ ସମ୍ପର୍କୀୟା ଭାଉଜଙ୍କ ଭାଇ ଶ୍ୟାମରଞ୍ଜନ ସାହୁ ତାଙ୍କୁ ବଳାତ୍କାର କରିଥିଲେ। ଅଧ୍ୟାପିକା ଜଣକ ଘରକୁ ଫେରି ସବୁ କଥା ଜଣାଇବା ସହିତ ସେହି ମାସ ୩୦ ତାରିଖରେ ଝାରପୋଖରିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା (ନଂ.୧୨୫/୧୯) ରୁଜୁ କରିଥିଲା। ହେଲେ ଅଭିଯୁକ୍ତଙ୍କୁ ଗିରଫ କରି ନ ଥିଲା। ମାମଲା ପ୍ରତ୍ୟାହାର କରିନେବାକୁ ଅଭିଯୁକ୍ତ ସାହୁ ବିଭିନ୍ନ ସମୟରେ ଅଧ୍ୟାପିକାଙ୍କୁ ଧମକ ଚମକ ଦେଇ ଆସୁଥିଲେ। ଫଳରେ ଅଧ୍ୟାପିକା ମାନସିକ ଚାପରେ ରହୁଥିଲେ। ଗତ ଶନିବାର ରାତି ପ୍ରାୟ ୮ ଟା ବେଳେ ସେ ଅଧ୍ୟାପନା କରୁଥିବା କଲେଜର ହଷ୍ଟେଲ କୋଠରିରୁ ତାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ରାଇରଙ୍ଗପୁର ଟାଉନ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଥିଲା। ସେହିପରି ଏସ୍‌ପି ପୁରୁଷୋତ୍ତମଦାସ ଏହି ମାମଲାର ତଦନ୍ତକାରୀ ଅଧିକାରୀ ପ୍ରଶାନ୍ତ କୁମାର ସ୍ବାଇଁଙ୍କୁ ରବିବାର ନିଲମ୍ବିତ କରିଥିଲେ। ଥାନା ଅଧିକାରୀ ଶରତ କୁମାର ମହାଲିକଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରି ଅଣାଯାଇଥିଲା। ସୋମବାର କାର୍ଯ୍ୟରେ ଅବହେଳା ଦର୍ଶାଇ ମହାଲିକଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନର ସ୍ୱାସ୍ଥ୍ୟ ନେଇ ସ୍କୁଲରେ ବଡ଼ …

କେସିଙ୍ଗା, ୧୦।୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ ଅନ୍ତର୍ଗତ ବୋରିଆ ପଞ୍ଚାୟତ ହାଇସ୍କୁଲ ପରିସରରେ ମଙ୍ଗଳବାର ମାନସିକ ସ୍ୱାସ୍ଥ୍ୟ ସନ୍ତୁଳନ ଉପରେ ଏକ ସଚେତନତା…

କଳାମାଟିଆ ଡାକ୍ତରଙ୍କ ବଦଳି ବାତିଲ ଦାବିରେ ଗ୍ରାମବାସୀଙ୍କ ଧାରଣା, ସିଡିଏମ୍‌ଓ କହିଲେ….

ବରୀ,୧୦।୧୧(ମହେନ୍ଦ୍ର ସ୍ୱାଇଁ ): ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ କଳାମାଟିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ପାଇ ସେବା ଯୋଗାଇ ଆସୁଥିଲେ ଆୟୁଷ ଡାକ୍ତର କୈଳାଶ ଚନ୍ଦ୍ର ପତି ।…

ଯୁବ ରେଡକ୍ରସ ସ୍ବେଚ୍ଛାସେବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର, ୧୦।୧୧ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ତିନିଦିନିଆ ଯୁବ ରେଡକ୍ରସ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ଡେପୁଟୀ…

ଡେବ୍ରିଗଡ଼ ପର୍ଯ୍ୟଟନ ଜୋନରେ ବୁଲିଲା ମହାବଳ ବାଘ, ସମ୍ବର ଶିକାର ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ସମ୍ବଲପୁର,୧୦।୧୧(ପ୍ରମୋଦ ବହିଦାର): ପ୍ରସିଦ୍ଧ ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟର ପର୍ଯ୍ଯଟନ ଜୋନରେ ମହାବଳ ବାଘର ଚଳପ୍ରଚଳ ଦେଖିବାକୁ ମିଳିଛି । ଏହା ଏକ ଅଣ୍ଡିରା ମହାବଳ ବୋଲି ଜଣା…

କଳାହାଣ୍ଡିରେ ଶୀତର ଲହରୀ; ୧୫ ଡିଗ୍ରୀ ଛୁଇଁଲା ରାତି ତାପମାତ୍ରା, ଆଗକୁ….

ଭବାନୀପାଟଣା,୧୦।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଶୀତର ଲହରୀ ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି । ବିଶେଷ କରି ଜିଲାର ସଦର ମହକୁମା ଭବାନୀପାଟଣା ସହରରେ…

ରାସ୍ତାକାମ ଆରମ୍ଭରୁ ଶାସକ-ବିରୋଧୀଙ୍କ ବାକ୍‌ଯୁଦ୍ଧ: ଶ୍ରେୟ ନେବାକୁ ଟଣାଓଟଣରା

ବରଗଡ଼,୧୦।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼-ସମ୍ବଲପୁର ରାସ୍ତାର ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗାଲିକ୍ୟାମ୍ପରୁ ଭାୟା ପପଙ୍ଗା ଦେଇ ବାଘପାଲିକୁ ସଂଯୋଗ କରୁଥିବା ରାସ୍ତା ଅଞ୍ଚଳବାସୀଙ୍କ ଜୀବନରେଖା। ୫୩ ନମ୍ବର ଜାତୀୟ ରାଜପଥରୁ…

ଧରିତ୍ରୀ ପ୍ରଭାବ: ୩ ଦିନ ପରେ ଖୋଲିଲା ତେଲିପାଲି ୟୁପି ସ୍କୁଲ

ଅମରପାଲି,୧୦।୧୧ (ପୀତାମ୍ବର ସାହୁ):ବୀରମହାରାଜପୁର ବ୍ଲକ ତେଲିପାଲି ୟୁପି ସ୍କୁଲ ୩ ଦିନ ଧରି ତାଲା ପଡ଼ିବା ପରେ ସୋମବାର ଖୋଲିଛି। ଜଣେ ନୂତନ ଶିକ୍ଷକ ନିଯୁକ୍ତି ସହ…

ଋଷମୁନି ପାହାଡ଼ରୁ ରତ୍ନପଥର ଲୁଟ: ଉଜୁଡ଼ୁଛି ମୂଲ୍ୟବାନ୍‌ ଜଙ୍ଗଲ,ନୀରବ ପ୍ରଶାସନ

ଅମରପାଲି, ୧୦ା୧୧ (ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଥାନା ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତର ତେଲିପାଲି ଗ୍ରାମ ନିକଟସ୍ଥ ଋଷମୁନି ପାହାଡ଼ରୁ ଦୀର୍ଘ ୬ ମାସ ହେଲା ବେଆଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?