Posted inଖେଳ

ବଳାତ୍କାର ଅଭିଯୋଗ: ଫୁଟବଲ ସୁପରଷ୍ଟାର ନେମାରଙ୍କ ବିରୋଧରେ ତଦନ୍ତ ଶେଷ

ସାଓ ପାଉଲୋ,୩୦।୭(ଏଏଫ୍‌ପି)- ବ୍ରାଜିଲ ଫୁଟବଲ ସୁପରଷ୍ଟାର ନେମାରଙ୍କ ବିରୋଧରେ ଆସିଥିବା ବଳାତ୍କାର ଅଭିଯୋଗର ତଦନ୍ତ ଶେଷ ହୋଇଛି। ପ୍ରମାଣ ଅଭାବରୁ ବ୍ରାଜିଲ ପୋଲିସ ତଦନ୍ତ ଆଗକୁ ନ ବଢାଇ ଏଥିରେ ପୂର୍ଣ୍ଣଛେଦ ପକାଇଛି ସାଓ ପାଉଲୋ ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି। ପୋଲିସର ଏହି ନିଷ୍ପତ୍ତି ସମ୍ପର୍କରେ ରିପୋର୍ଟ ପ୍ରସେକ୍ୟୁଟରଙ୍କ ପାଖକୁ ପଠାଇଦିଆଯାଇଛି। ଆଗାମୀ ୧୫ ଦିନ ମଧ୍ୟରେ ପ୍ରସେକ୍ୟୁଟର ଏହି ମାମଲାର ମୂଲ୍ୟାଙ୍କନ କରିବେ। ତେବେ ବିଚାରପତି ଏ ସଂକ୍ରାନ୍ତରେ ଅନ୍ତିମ ରାୟ ପ୍ରଦାନ କରିବେ। ଏ ନେଇ ନେମାରଙ୍କ ମୁଖପାତ୍ର କିଛି କହିବାକୁ ଅକ୍ଷମ ବୋଲି କହିଛନ୍ତି। ମଙ୍ଗଳବାର ପୋଲିସ ଏ ନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେବାର କାର୍ଯ୍ୟକ୍ରମ ରହିଛି।

ଉଲ୍ଲେଖଥାଉ କି, ଗତ ମେ ମାସରେ ପ୍ୟାରିସର ଏକ ହୋଟେଲରେ ନେମାର ବଳାତ୍କାର କରିଛନ୍ତି ବୋଲି ବ୍ରାଜିଲର ଜଣେ ମହିଳା ଅଭିଯୋଗ ଆଣିଥିଲେ। ତେବେ ନେମାର ଏଭଳି ଅଭିଯୋଗକୁ ଦୃଢ ଭାବେ ଖଣ୍ଡନ କରିଥିଲେ। ସେତେବେଳେ ଏ ନେଇ ବ୍ରାଜିଲ୍‌ରେ ଜୋରଦାର ଚର୍ଚ୍ଚା ଚାଲିଥିଲା ଓ ଏହା ଦ୍ୱାରା ବ୍ରାଜିଲର କୋପା ଅମେରିକା ପ୍ରସ୍ତୁତିକୁ ମଧ୍ୟ ପ୍ରଶଂସକମାନେ ସେତେଟା ଗୁରୁତ୍ୱ ଦେଇ ନ ଥିଲେ। ଏହି ଟୁର୍ନାମେଣ୍ଟ ଫାଇନାଲରେ ବ୍ରାଜିଲ ୩-୧ ଗୋଲରେ ପେରୁକୁ ହରାଇ ରେକର୍ଡ ନବମଥର ପାଇଁ ଟାଇଟଲ ହାସଲ କରିଥିଲା। ଏହି ମାମଲାରେ ନେମାର ସାଓ ପାଉଲୋ ପୋଲିସ ନିକଟରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ। ମେ’ ଶେଷ ଆଡକୁ ତାଙ୍କୁ ପୋଲସ୍‌ ପଚରା ଉଚାର ମଧ୍ୟ କରିଥିଲା। ତେନେ ନେମାର ଏହି ମାମଲାରେ ନିର୍ଦ୍ଦେଶ ବୋଲି ଅଧିକାଂଶ ବ୍ରାଜିଲ ଅଧିବାସୀ ବିଚାର କରନ୍ତି। ଜଣାଶୁଣା ଫୁଟବଲ କ୍ଲବ୍‌ ପ୍ୟାରିସ- ସେଣ୍ଟ- ଜର୍ମାନ ପାଇଁ ଖେଳିବାକୁ ଚୁକ୍ତିବଦ୍ଧ ହୋଇଥିବା ନେମାର ଚଳିତ ମାସ ପ୍ରାରମ୍ଭରେ ଫ୍ରାନ୍ସ ପ୍ରତ୍ୟାବର୍ତ୍ତନ କରିଥିଲେ। ୨୦୧୭ରେ ସେ ଏହି କ୍ଲବ୍‌ରେ ଯୋଗ ଦେଇଥିଲେ। ଏବେ ସେ ବାର୍ସିଲୋନା ପାଇଁ ପୁଣି ଖେଳିବାକୁ ଇଚ୍ଛା ଜାହିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନ-ସେହ୍ବାଗ, ଡ୍ରାଭିଡ୍‌ଙ୍କ ଲାଗି ସୁଯୋଗ ପାଇ ନ ଥିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୧୯।୭- ସୁବ୍ରମଣିୟମ ବଦ୍ରିନାଥ। ଭାରତୀୟ ଘରୋଇ କ୍ରିକେଟ୍‌ରେ ଏକ ବେଶ୍‌ ପରିଚିତ ନାମ। ଜଣେ ନିର୍ଭରଯୋଗ୍ୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଭାବେ ନିଜର ଏକ ସ୍ବତନ୍ତ୍ର...

ତ୍ରିସା-ଗାୟତ୍ରୀ ସେମିଫାଇନାଲରେ

ବର୍ମିଂହାମ୍‌, ୧୮ା୩ (ପି.ଟି.): ଅଲ୍‌ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଭାରତୀୟ ଯୋଡ଼ି ତ୍ରିସା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦ ସେମାନଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖି...

ଫିଫା ବିଶ୍ୱକପ୍‌: ପ୍ରଥମେ ମହିଳା ଦଳ ଯୋଗ୍ୟତା ହାସଲ କରିବ

ମୁମ୍ବାଇ, ୨ା୧୨ (ପି.ଟି.)-ପୁରୁଷ ଦଳ ଅପେକ୍ଷା ଜାତୀୟ ମହିଳା ଦଳ ପ୍ରଥମେ ଫିଫା ବିଶ୍ୱକପ୍‌ ପାଇଁ ଯୋଗ୍ୟତା ହାସଲ କରିବ ବୋଲି ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ...

ରାଜ୍ୟ କ୍ରୀଡ଼ାମନ୍ତ୍ରୀମାନଙ୍କ ଅନ୍‌ଲାଇନ୍‌ ବୈଠକ ୧୪ରେ

ନୂଆଦିଲ୍ଲୀ, ୧୩ା୭ (ପି.ଟି.)-କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଜୁଲାଇ ୧୪ରେ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର କ୍ରୀଡ଼ାମନ୍ତ୍ରୀମାନଙ୍କର ଏକ ବୈଠକ ଡକାଇଛନ୍ତି।...

ଭାରତୀୟ ବୋଲରଙ୍କ କୀର୍ତ୍ତିମାନ, କ୍ରିକେଟ ଇତିହାସରେ ପ୍ରଥମଥର ପାଇଁ ଗୋଟିଏ ବର୍ଷରେ ୩ ଜଣ ବୋଲର ନେଲେ ହ୍ୟାଟ୍ରିକ୍‌

ସାଧାରଣତଃ ଭାରତୀୟ କ୍ରିକେଟ ଇତିହାସରେ ବ୍ୟାଟ୍ସମ୍ୟାନ୍‌ ଅପେକ୍ଷା ବୋଲରଙ୍କ ପ୍ରଭାବ କମ୍‌ ଥିବା କୁହାଯାଏ। କିନ୍ତୁ ଭାରତୀୟ ବୋଲର ଏହାକୁ ଭୁଲ୍‌ ପ୍ରମାଣିତ କରିଛନ୍ତି। ଏବେ...

୧୪୬ ରନ୍‌ କରି ବିଶ୍ୱରେକର୍ଡ ହାସଲ କଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌, ଭାଙ୍ଗିଲେ ଅନେକ ରେକର୍ଡ

ସିଲଂ,୧୪।୧: ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫିରେ ମେଘାଳୟ ଅଧିନାୟକ ପୁନିତ ବିଷ୍ଟ ବିଶ୍ୱରେକର୍ଡ ହାସଲ କରିଛନ୍ତି। ସେ ମାତ୍ର ୫୧ ବଲ୍‌ରେ ୧୪୬ ରନ୍‌...

ଶାନ୍ତନୁ ମିଶ୍ରଙ୍କ ଅପରାଜିତ ଶତକ

ଭୁବନେଶ୍ୱର,୧୮।୧(ସ୍ପୋଟର୍‌ସ ବ୍ୟୁରୋ): ମିରଟର ଭିକ୍ଟୋରିଆ ପାର୍କରେ ଉତ୍ତରପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚରେ ଶତକ ହାସଲ କରିଛନ୍ତି ଓଡ଼ିଶା ଓପନର ଶାନ୍ତନୁ ମିଶ୍ର। ଶାନ୍ତନୁଙ୍କ ଅପରାଜିତ...

ଯୁବ ଖେଳାଳିଙ୍କ ପାଇଁ ପରୀକ୍ଷା

ଭାରତୀୟ ଦଳର ୱେଷ୍ଟଇଣ୍ଡିଜ ଗସ୍ତ ସମାପ୍ତ ହୋଇଛି। ଏହି ଗସ୍ତରୁ ଭଲ ଶିକ୍ଷାଲାଭ କରିଛି ଟିମ୍‌ ଇଣ୍ଡିଆ। ଟି୨୦ ସିରିଜ ପରାଜୟ ପାଇଁ ମୁଖ୍ୟ କୋଚ୍‌...

Advertisement
Archives

Model This Week