ବଳାତ୍କାରୀଙ୍କୁ ୭ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ, ୨୮।୪-ଏକ ବଳାତ୍କାର ମାମଲାର ବିଚାର କରି ଶନିବାର ବାଲେଶ୍ୱର ସ୍ବତନ୍ତ୍ର ଜଜ୍‌ ପୋକ୍ସୋ ଅଦାଲତରେ ଜିଲା ଅତିରିକ୍ତ ଦୌରାଜଜ୍‌ କମ୍‌ ସ୍ପେଶାଲ ଜଜ୍‌ ଅଜନ୍ତା ଷଡ଼ଙ୍ଗୀ ଅଭିଯୁକ୍ତଙ୍କୁ ୭ବର୍ଷ ଜେଲଦଣ୍ଡ ସହ ୫ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ୩ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।

ରେମୁଣା ଥାନା ଅଞ୍ଚଳର ଜଣେ ୧୨ବର୍ଷର ନାବାଳିକା ନିଜର ମାମୁ ଘରେ ରହି ପାଠ ପଢୁଥିଲେ। ଗତ ୨୦୧୩ ଫେବୃୟାରୀ ୫ ତାରିଖ ସନ୍ଧ୍ୟାରେ ପରିବାର ଲୋକେ ଚାଷ କାମରେ ଅନ୍ୟ ଜଣକ ଘରକୁ ବଳଦ ଆଣିବାକୁ ଯାଇଥିଲେ। ଘରେ କେହି ନ ଥିବା ସୁଯୋଗ ନେଇ ଅନୀଲ ମଲ୍ଲିକ (୧୯) ନାବାଳିକାର ମୁହଁରେ ଗାମୁଛା ବାନ୍ଧି ପଡ଼ିଶା ଘର କୁଟାପୁଞ୍ଜି ନିକଟକୁ ନେଇଯାଇ ବଳାତ୍କାର କରିଥିଲେ। ତାଙ୍କ ମାଇଁ ମାମୁଁ ଘରକୁ ଫେରି ନାବାଳିକାଙ୍କୁ ନ ପାଇବାରୁ ଖୋଜାଖୋଜି କରି କିଛି ସମୟ ପରେ କୁଟାପୁଞ୍ଜି ନିକଟରେ ନାବାଳିକା ଜଣକ କାନ୍ଦୁଥିବା ଶୁଣି ତାଙ୍କୁ ଉଦ୍ଧାର କରିଥିଲେ। ନାବାଳିକାଙ୍କ ପ୍ରାଥମିକ ଚିକିତ୍ସା କରି ରେମୁଣା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଏହି ମାମଲାର ବିଚାର କରି ଜଜ୍‌ ୧୪ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଏହି ରାୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶବ ବ୍ୟବଚ୍ଛେଦ ରିପୋର୍ଟରେ ହୃଦ୍‌ଘାତଜନିତ ମୃତ୍ୟୁ

ଖଇରା, ୨୪।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ଖଇରା ବ୍ଲକ ଅଧୀନ ବଡଜୟୀପୁର ପଞ୍ଚାୟତ ସମିତିସଭ୍ୟା ପାର୍ବତୀ ସେଠୀଙ୍କ ଶ୍ୱଶୁର ଉପେନ୍ଦ୍ର ପ୍ରସାଦ ସେଠୀଙ୍କୁ ବିଜେଡି କର୍ମୀ...

ଦୁଇ ଗାଁ ଜଳବନ୍ଦୀ

ବାଲିଆପାଳ, ୨୦।୮(ସ୍ବ.ପ୍ର)- ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜଳବନ୍ଦୀ ହୋଇ ଲୋକମାନେ ଜୀବନଯାପନ କରୁଛନ୍ତି। ଘରୁ ପଦାକୁ ବାହାରିଲେ ଆଣ୍ଠୁଏ ଜଳରେ...

ଖାଦ୍ୟରେ ବିଛା ବାହାରିବା ଘଟଣା: ଅଙ୍ଗନୱାଡ଼ି କର୍ମୀ, ସହାୟିକାଙ୍କୁ କାରଣ ଦର୍ଶାଅ ନୋଟିସ

ଭୋଗରାଇ, ୧୬।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ମନ୍ଦାରସାହି ପଞ୍ଚାୟତ ହରିପୁର ଗ୍ରାମ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ଦିଆଯାଉଥିବା ଭାତରେ ମଲା ବିଛା ବାହାରିଥିବା ଅଭିଯୋଗ...

ବିଶ୍ୱର ଆଦି ଭାଷା ସଂସ୍କୃତ: କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କ ସଂସ୍କୃତ ଭାଷଣରେ କମ୍ପିଲା ସଂସଦ

ବାଲେଶ୍ୱର ଅଫିସ, ୧୫।୧୨-ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗତ...

ଭୟଭୀତ ନ ହେବାକୁ ପରାମର୍ଶ

ବାଲେଶ୍ୱର ଅଫିସ, ୭ା୫ ଓଡ଼ିଶାର ପ୍ରମୁଖ ଉପକୂଳବର୍ତ୍ତୀ ଜିଲା ମଧ୍ୟରୁ ବାଲେଶ୍ୱରବାସୀ ଅନେକ ପ୍ରାକୃତିକ ଦୈବ ଦୁର୍ବିପାକକୁ ସାମ୍ନା କରିଛନ୍ତି। ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ...

ପୋଖରୀରେ ବୁଡ଼ି ବାଳକ ମୃତ, ନନ୍ଦିକା ଗ୍ରାମରେ ଶୋକାକୁଳ ପରିବେଶ

ଜଳେଶ୍ୱର, ୩ା୯-ଜଳେଶ୍ୱର ପୌରାଞ୍ଚଳର ୧୩ ନଂ. ୱାର୍ଡ଼ ନନ୍ଦିକା ଗ୍ରାମର ୯ବର୍ଷର ବାଳକ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ...

ବାଲେଶ୍ୱର ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କଲେ ସୁଧାଂଶୁ ଶେଖର ମିଶ୍ର

ବାଲେଶର ଅଫିସ,୪।୬: ବାଲେଶ୍ୱର ଏସ୍‌ପି ଭାବେ ସୁଧାଂଶୁ ଶେଖର ମିଶ୍ର ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ କଟକ କ୍ରାଇମବ୍ରାଞ୍ଚ ଏସ୍‌ପି ଭାବରେ...

ହାତୀ ଉପଦ୍ରବ: ଅଧାପାଚିଲା ଧାନକାଟିଲେ ଚାଷୀ

ଚମ୍ପୁଆ, ୯ା୬(ଡି.ଏନ.ଏ.)-ହାତୀ ପାଇଁ ରାତି ଉଜାଗର ରହୁଥିବା ଚାଷୀ ଶେଷରେ ଅନ୍ୟ ଉପାୟ ନ ପାଇ ମୁଠା ମୁଠା ଟଙ୍କା ଖର୍ଚ୍ଚ କରିଥିବା ଧାନଚାଷକୁ ଅଧାପାଚିଲା...

Advertisement
Archives

Model This Week