ବଳାତ୍କାରୀଙ୍କୁ ୭ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ, ୨୮।୪-ଏକ ବଳାତ୍କାର ମାମଲାର ବିଚାର କରି ଶନିବାର ବାଲେଶ୍ୱର ସ୍ବତନ୍ତ୍ର ଜଜ୍‌ ପୋକ୍ସୋ ଅଦାଲତରେ ଜିଲା ଅତିରିକ୍ତ ଦୌରାଜଜ୍‌ କମ୍‌ ସ୍ପେଶାଲ ଜଜ୍‌ ଅଜନ୍ତା ଷଡ଼ଙ୍ଗୀ ଅଭିଯୁକ୍ତଙ୍କୁ ୭ବର୍ଷ ଜେଲଦଣ୍ଡ ସହ ୫ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ୩ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।

ରେମୁଣା ଥାନା ଅଞ୍ଚଳର ଜଣେ ୧୨ବର୍ଷର ନାବାଳିକା ନିଜର ମାମୁ ଘରେ ରହି ପାଠ ପଢୁଥିଲେ। ଗତ ୨୦୧୩ ଫେବୃୟାରୀ ୫ ତାରିଖ ସନ୍ଧ୍ୟାରେ ପରିବାର ଲୋକେ ଚାଷ କାମରେ ଅନ୍ୟ ଜଣକ ଘରକୁ ବଳଦ ଆଣିବାକୁ ଯାଇଥିଲେ। ଘରେ କେହି ନ ଥିବା ସୁଯୋଗ ନେଇ ଅନୀଲ ମଲ୍ଲିକ (୧୯) ନାବାଳିକାର ମୁହଁରେ ଗାମୁଛା ବାନ୍ଧି ପଡ଼ିଶା ଘର କୁଟାପୁଞ୍ଜି ନିକଟକୁ ନେଇଯାଇ ବଳାତ୍କାର କରିଥିଲେ। ତାଙ୍କ ମାଇଁ ମାମୁଁ ଘରକୁ ଫେରି ନାବାଳିକାଙ୍କୁ ନ ପାଇବାରୁ ଖୋଜାଖୋଜି କରି କିଛି ସମୟ ପରେ କୁଟାପୁଞ୍ଜି ନିକଟରେ ନାବାଳିକା ଜଣକ କାନ୍ଦୁଥିବା ଶୁଣି ତାଙ୍କୁ ଉଦ୍ଧାର କରିଥିଲେ। ନାବାଳିକାଙ୍କ ପ୍ରାଥମିକ ଚିକିତ୍ସା କରି ରେମୁଣା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଏହି ମାମଲାର ବିଚାର କରି ଜଜ୍‌ ୧୪ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଏହି ରାୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓରାଙ୍ଗଉଟାନ ଲିଙ୍କ୍‌ରେ ନୂଆ ସିସିଟିଭି ଫୁଟେଜ୍‌: ସାମ୍ନାକୁ ଆସିଲା ରାତିଅଧର…

ଜଳେଶ୍ୱର, ୧୨।୯: ଓରାଙ୍ଗଉଟାନ ଚାଲାଣ ଲିଙ୍କ୍‌ ନେଇ ଚାଲିଥିବା ଛାନଭିନ୍‌ ମଧ୍ୟରେ ନୂଆ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଦୀଘାର ଜଣେ ସନ୍ଦିଗ୍ଧ ହୋଟେଲ ସମ୍ମୁଖରେ ଲାଗିଥିବା…

ଓରାଙ୍ଗ୍‌ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?