ବଳରାମ ଖଣିରୁ କୋଇଲା ପରିବହନ ବନ୍ଦକୁ ବିରୋଧ: ୨୫ରୁ ଆନ୍ଦୋଳନ ଚେତାବନୀ

ଅନୁଗୋଳ ଅଫିସ, ୨୫ା୧୦-ତାଳଚେରସ୍ଥିତ ଏମ୍‌ସିଏଲ୍‌ର ବଳରାମ ଖଣି ଗତ ୧୨ ତାରିଖ ଠାରୁ ବନ୍ଦ ରହିଛି। କେତେଜଣ ରାଜନୈତିକ ବ୍ୟକ୍ତିଙ୍କୁ ହାତ କରି ଡଅଁରା ଗ୍ରାମର କିଛି ଯୁବକ ଏକଚାଟିଆ ରାଜୁତି ଚଳାଇବାକୁ ଖଣି ବନ୍ଦ କରିଥିବା ସୋଲଡ଼ା ଗ୍ରାମ କମିଟି, ଶ୍ରୀ ପରମେଶ୍ୱର ଶ୍ରମିକ ସଂଘ ଓ କଳାପାଟ ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ଗୁରୁବାର ଖବରଦାତା ସମ୍ମିଳନୀରେ ଅଭିଯୋଗ କରାଯାଇଛି। ଏଥିସହ ଖଣି ଚାଲୁ କରିବାକୁ ସୋଲଡ଼ା ସମେତ ସତ୍ୟବାଦୀପୁର, ନାଥଗଁାଓ, ତେଲିପୁର ଓ ଖୁରିଙ୍ଗାର ଗ୍ରାମବାସୀ ଦାବି କରିଛନ୍ତି। ଶୁକ୍ରବାର ସମାଧାନ ବାଟି ନ ଫିଟିଲେ ଶନିବାର ଠାରୁ ସୋଲଡ଼ା ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଗ୍ରାମ ସଭାପତି ଫିରୋଜ କୁମାର ପ୍ରଧାନ ଚେତାବନୀ ଦେଇଛନ୍ତି।
ଗ୍ରାମ କମିଟି, ଶ୍ରମିକ ସଂଘ ଓ ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବଳରାମ ଖଣିରୁ ଟ୍ରକ୍‌ ଯୋଗେ କୋଇଲା ପରିବହନ ଓ ପାଲ ଭିଡ଼ି ସୋଲଡ଼ା ସମେତ ସତ୍ୟବାଦୀପୁର, ନାଥଗଁାଓ, ତେଲିପୁର ଓ ଖୁରିଙ୍ଗାର ଗ୍ରାମବାସୀ ପରିବାର ପ୍ରତିପୋଷଣ କରୁଛନ୍ତି। ଏହି ଖଣିରୁ ଦୈନିକ ୨୦ ହଜାର ଟନ୍‌ କୋଇଲା ଉତ୍ତୋଳନ ହେବା ସହ ପ୍ରାୟ ୨୫୦ଟି ଟ୍ରକ୍‌ରେ ପରିବହନ କରାଯାଇଥାଏ। ମାତ୍ର କୋଇଲା ଲୋଡିଂକୁ ନେଇ ଡଅଁରା ଗ୍ରାମର କେତେଜଣ ଟ୍ରକ୍‌ ମାଲିକ ଖଣି ବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଫଳରେ ସୋଲଡ଼ା ଗ୍ରାମବାସୀଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ସରକାରଙ୍କ ରାଜସ୍ବ ମଧ୍ୟ ହାନି ଘଟିଛି। କଳାପାଟ ଟ୍ରକ୍‌ ମାଲିକ ସଂଘ ଏ ନେଇ ଜିଲା ପ୍ରଶାସନଠାରୁ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରିଥିଲେ


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନ୍‌ ଶପିଂ ସଂସ୍ଥା ଗାଡ଼ିରୁ ପାର୍ସଲ ଲୁଟ୍‌ ଘଟଣା: ପୋଲିସ ଜାଲରେ ଲୁଟେରା ଗ୍ୟାଙ୍ଗ୍‌, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ

କାମାକ୍ଷାନଗର, ୧୩।୮(ଡି.ଏନ୍‌.ଏ.)-ଅନ୍‌ଲାଇନ ଶପିଂ ସଂସ୍ଥାର ପାର୍ସଲ ଭ୍ୟାନ୍‌ରୁ ସାମଗ୍ରୀ ଲୁଟ୍‌ ମାମଲାରେ ସମ୍ପୃକ୍ତ ଲୁଟେରା ଗ୍ୟାଙ୍ଗ୍‌ର ୩ ସଦସ୍ୟଙ୍କୁ ମୋବାଇଲ ଟ୍ରାକିଂ କରି କାବୁ କରିଛି...

କେନ୍ଦୁ ଦେଉଛି ଜୀବିକା

କେନ୍ଦୁଝର, ୧୮।୪: କେନ୍ଦୁଝର ଜିଲାର ବନବାସୀଙ୍କୁ ପ୍ରକୃତି ଦେଇଛି ବଞ୍ଚିବାର ବହୁ ସାଧନ। ଜଙ୍ଗଲଜାତ ଦ୍ରବ୍ୟ ସାଙ୍ଗକୁ ଫଳମୂଳ ଆଦି ସଂଗ୍ରହ କରି ନିଜେ ଖାଇଥାନ୍ତି ଏବଂ...

ସମସ୍ୟା ଘେରରେ ରାଉରକେଲା ସହରର ୩ ଡାକଘର

ରାଉରକେଲ ଅଫିସ,୧୫।୩: ରାଉରକେଲା ସହରର ପ୍ରମୁଖ ତିନି ମୁଖ୍ୟ ଡାକଘର ଏବେ ନାନା ସମସ୍ୟା ଦେଇ ଗତି କରୁଛି। ଫଳରେ ଏହି ସବୁ ଡାକଘରକୁ ଆସୁଥିବା ଲୋକମାନେ...

ମହାନଦୀ ଜଳ ବିବାଦର ଚାହାନ୍ତି ସମାଧାନ : ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇବାକୁ କଟକରୁ ସାଇକେଲ ଯାତ୍ରା

ଅନୁଗୋଳ ଅଫିସ,୪ା୭ – ମହାନଦୀ ଜଳ ବିବାଦର ସମାଧାନ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେବା ଲକ୍ଷ୍ୟରେ ଦୁଇ ଛାତ୍ର କଟକ ମାହାଙ୍ଗା ଅଞ୍ଚଳର କ୍ରିଷ୍ଣାକାନ୍ତ...

ବିଭିନ୍ନ ଯୋଜନାର ସମୀକ୍ଷା କଲେ ଏମ୍‌ପି

ଜଟଣୀ, ୧ା୧୨(ଡି.ଏନ୍‌.ଏ.) ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଜଟଣୀ ବ୍ଲକ ସଭାଗୃହରେ ଶନିବାର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ଏହି...

କନ୍ୟା ସନ୍ତାନ ଜନ୍ମଦେଲେ ସ୍ବତନ୍ତ୍ର ଶ୍ରମିକ ଟ୍ରେନରେ ଫେରୁଥିବା ପ୍ରବାସୀ ମହିଳା

ରାୟଗଡ଼ା ଅଫିସ,୧୩।୬: ଦକ୍ଷିଣ ଭାରତରୁ ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗେ ଫେରିବାରେ ଲାଗିଛନ୍ତି ପ୍ରବାସୀ। ଶୁକ୍ରବାରଠାରୁ ଶନିବାର ସକାଳ ପର୍ଯ୍ୟନ୍ତ ୬ଟି ସତନ୍ତ୍ର ଟ୍ରେନରେ ବିଭିନ୍ନ...

୨୦ ଘଣ୍ଟା ଘରେ ପଶି ରହିଲା ବାଘ

ମାଲକାନଗିରି,୩।୮(ସ୍ବ.ପ୍ର.): ଗୋଟିଏ ଚିତା ବାଘ ଜଣେ ଗ୍ରାମବାସୀଙ୍କ ଘରେ ପଶି ପ୍ରାୟ ୧୮ ରୁ ୨୦ ଘଣ୍ଟା ରହିଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ...

ଶିକ୍ଷା ଅଧିକାରୀଙ୍କ କାରକୁ ପିଟିଲା ଟ୍ରେଲର

ବୈଶିଙ୍ଗା,୬ା୧୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ. ଜାତୀୟ ରାଜପଥର ଗଡ଼ଗଡ଼ିଆଠାରେ ସୋମବାର ଏକ ଟ୍ରେଲର ଧକ୍କାରେ ଶିକ୍ଷା ବିଭାଗର ୩ ଅଧିକାରୀ ଗୁରୁତର...

Advertisement
Archives

Model This Week