ବଳକା ମଧ୍ୟାହ୍ନଭୋଜନରେ ଜୀବେଦୟା

ଓଡ଼ଗଁ।,୩୦ା୬(ସ୍ବ.ପ୍ର.): ସମ୍ପ୍ରତି ସମସ୍ତ ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରଚଳନ ଥିବା ବେଳେ ପିଲାମାନେ ବଳକା ଖାଦ୍ୟକୁ ନେଇ ଏଣେତେଣେ ଫିଙ୍ଗିବା ନିତିଦିନିଆ ଘଟଣା ହୋଇଛି। ଏହି ବଳକା ମଧ୍ୟାହ୍ନ ଭୋଜନ ଜରିଆରେ ଜୀବେଦୟା କାର୍ଯ୍ୟକ୍ରମ ଗଛସାର୍‌ଙ୍କ ଏକ ନିଆରା ଉଦ୍ୟମ। ନୟାଗଡ଼ ଜିଲା କଣ୍ଟିଲୋର ଅନ୍ତର୍ଯାମୀ ସାହୁ ଜଣେ ଅବସରପ୍ରାପ୍ତ ଶିକ୍ଷକ ହୋଇଥିବା ବେଳେ ଜିଲା ତଥା ରାଜ୍ୟରେ ଗଛ ସାର ଭାବେ ବେଶ ପରିଚିତ। ସେ ତାଙ୍କର ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ସ୍କୁଲ ବୁଲି ପିଲାଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପ୍ରଚାର କରୁଥିବା ଦେଖିବାକୁ ମିଳିଛି।
ଗଛ ସାର୍‌ଙ୍କୁ ପରିବେଶ ଚିନ୍ତା। ସେ ଜୀବନ କାଳ ଭିତରେ ଅଗଣତି ଗଛ ରୋପଣ କରିବା ପରେ ବର୍ତ୍ତମାନ ଜୀବେ ଦୟା ତଥା ଜୈବିକ ବିବିଧତା ନିମନ୍ତେ ଅଭିନବ ଉପାୟରେ ଏକ ଅଭିଯାନ ଆରମ୍ଭ କରିଛନ୍ତି। ସେ କୁରାଳ, ବାହାଡ଼ାଝୋଲା ଅଞ୍ଚଳରେ ବିଭିନ୍ନ ସ୍କୁଲକୁ ଯାଇ ବଳକା ମଧ୍ୟାହ୍ନ ଭୋଜନର ସଦୁପଯୋଗ କରିବା ଦ୍ୱାରା କିପରି ପରିବେଶ ସୁରକ୍ଷା ଓ ଜୀବେ ଦୟା ହୋଇପାରିବ ସେ ସମ୍ପର୍କରେ ପିଲାଙ୍କୁ ସଚେତନ କରୁଛନ୍ତି। ଏଥିନିମନ୍ତେ ସେ ସ୍କୁଲ ପ୍ରଧାନ ଶିକ୍ଷକ ତଥା ପରିଚାଳନା କମିଟି ସଦସ୍ୟଙ୍କୁ ସ୍କୁଲର ଏକ କୋଣରେ ଗୋଟିଏ ସିମେଣ୍ଟ ପିଣ୍ଡି ଏବଂ ତତ୍‌ ସଂଲଗ୍ନ ସ୍ଥାନରେ ଏକ ପାଣି ପାତ୍ର ନିର୍ମାଣ କରିବାକୁ ପରାମର୍ଶ ଦେଇଛନ୍ତି। ପିଲାମାନେ କିମ୍ବା ପାଚିକା ମଧ୍ୟାହ୍ନ ଭୋଜନରୁ ବଳକା ଖାଦ୍ୟ ଏଣେତେଣେ ନ ଫିଙ୍ଗି ନିର୍ଦ୍ଦିଷ୍ଟ ସିମେଣ୍ଟ ପିଣ୍ଡିରେ ପକାଇବେ। ଏହାକୁ କାଉ, କୁକୁର ତଥା ଅନ୍ୟ ପ୍ରାଣୀ ଖାଇବା ସହ ନିକଟରେ ଥିବା ପାଣି ପାତ୍ରରୁ ଜଳ ଗ୍ରହଣ କରିବେ। ଏହାଦ୍ୱାରା ସ୍କୁଲ ପରିବେଶ ସୁରକ୍ଷିତ ରହିବା ସହିତ ପିଲାଙ୍କ ମନରେ ଜୀବେ ଦୟା ଭଳି ସଚେତନତା ସୃଷ୍ଟି ହୋଇପାରୁଥିବା ସେ ପ୍ରକାଶ କରିଛନ୍ତି। ଏହିକ୍ରମରେ କୁରାଳ କ୍ଲଷ୍ଟର ଅନ୍ତର୍ଗତ ଗିରିଡିପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଇକୋ କ୍ଲବ ଏବଂ ନାଥିଆପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ସେମାନଙ୍କ ସ୍କୁଲରେ ଏହିପରି ଦୁଇଟି ପିଣ୍ଡି ଓ ପାତ୍ର ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି। ଏହିପରି ସେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସ୍କୁଲକୁ ସାଇକେଲରେ ଯାଇ ପ୍ରାୟ ଏକହଜାରରୁ ଊର୍ଦ୍ଧ୍ୱ ପିଲାଙ୍କୁ ସଚେତନତା ବାର୍ତ୍ତା ଦେଇଥିବା ପ୍ରକାଶ କରିଛନ୍ତି। ଏପରି କି ଲୋପ ପାଉଥିବା ଘରଚଟିଆ ସଂରକ୍ଷଣ ପାଇଁ ସେ ଲୋକଙ୍କୁ ଏହି ପକ୍ଷୀର ବସା ତିଆରି କରି ପ୍ରଦର୍ଶିତ କରୁଛନ୍ତି। ବଳକା ମଧ୍ୟାହ୍ନ ଭୋଜନର ସଦୁପଯୋଗ କରିବାକୁ ସେ ସରକାରୀ ସ୍ତରରେ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଏମପିଙ୍କ ବଡ଼ ସୂଚନା, ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ବରଗଡ଼,୨ା୭:(ପ୍ରେମାନନ୍ଦ ଖମାରୀ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ…

ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ…

ଇନଷ୍ଟାଗ୍ରାମ ପ୍ରେମର ଭୟଙ୍କର ଅନ୍ତ; ପ୍ରେମିକାଙ୍କୁ ହତ୍ୟା ପରେ କବର ଦେଲେ ପ୍ରେମିକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨ା୭: ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ଅଜବ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରୁ ହୋଇଥିବା ପ୍ରେମ ମୃତ୍ୟୁର କାରଣ ସାଜିଛି । ଘଟଣାଟି ପ୍ରୟାଗରାଜର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଓମପ୍ରକାଶ: ଅନ୍ତର୍ଜାତୀୟ ବାଳୁକା କଳା ପ୍ରଦର୍ଶନୀରେ…

କର୍ଲାମୁଣ୍ଡା,୨।୭(ପ୍ରଦୀପ କୁମାର ସାହୁ):ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣିଥରେ ନିମନ୍ତ୍ରିତ…

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ନମ୍ବର ଓ ବ୍ୟକ୍ତିଗତ ତଥ୍ୟକୁ…

ନୂଆଦିଲ୍ଲୀ, ୨ା୭: ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ବିବାଦ ଦେଖାଯାଇଥିବା ବେଳେ ମେଟା ସ୍ପଷ୍ଟୀକରଣ ଦେଇଛି । କମ୍ପାନୀ କହିଛି ଯେ ସରକାରଙ୍କ ଦ୍ୱାରା ଉଠାଯାଇଥିବା…

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ଚାଇନାକୁ ଅଲ୍ଟିମେଟମ ଦେଲା ଆମେରିକା: ଟ୍ରମ୍ପ କହିଲେ, ନଜର ପକାଇଲେ ଛାଡ଼ିବୁନି

ଓ୍ବାଶିଂଟନ୍‌,୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପାନାମା କେନାଲ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆମେରିକା କେବେବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri